Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଦୁଇଟି ଜିଲ୍ଲାରେ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ନେଇ ସମୀକ୍ଷା କଲେ ମନ୍ତ୍ରୀ ପ୍ରଦିପ ଅମାତ
ବିଶେଷ ଖବର

ଦୁଇଟି ଜିଲ୍ଲାରେ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ନେଇ ସମୀକ୍ଷା କଲେ ମନ୍ତ୍ରୀ ପ୍ରଦିପ ଅମାତ

September 14, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଦୁଇଟି ଜିଲ୍ଲାରେ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ ନେଇ ସମୀକ୍ଷା କଲେ ମନ୍ତ୍ରୀ ପ୍ରଦିପ ଅମାତ

ଭୁବନେଶ୍ୱର: ରାଜ୍ୟର ପ୍ରତିଟି ପରିବାର ସହରାଞ୍ଚଳ ଅବା ଗ୍ରାମାଞ୍ଚଳରେ ବସବାସ କରନ୍ତୁ, ନିରାପଦ ପାନୀୟଜଳ ଯୋଗାଇବା ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସମସ୍ତ ଯୋଜନାର ପ୍ରାଣକେନ୍ଦ୍ର ଅଟେ । ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ପାନୀୟ ଜଳ ପ୍ରକଳ୍ପକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଆସିଛନ୍ତି।

ସେହି ମର୍ମରେ ୨୦୨୪ ସୁଦ୍ଧା ରାଜ୍ୟର ପ୍ରତିଟି ଘରେ ନିରାପଦ ପାନୀୟ ଜଳ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ ପ୍ରକାଶ କରିଛନ୍ତି। କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ କାର୍ଯ୍ୟକ୍ଷମ ବିଭିନ୍ନ ପାନୀୟଜଳ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ଦୁଇଟି ସମୀକ୍ଷା ବୈଠକ ମନ୍ତ୍ରୀ ଶ୍ରୀ ଅମାତଙ୍କ ଅଧ୍ୟକ୍ଷତାରେ ଆଜି ପୂର୍ବାହ୍ନରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି।

ବରିଷ୍ଠ ବିଭାଗୀୟ ଅଧିକାରୀମାନେ ନିୟମିତ କ୍ଷେତ୍ର ପରିଦର୍ଶନରେ ଯାଇ ପ୍ରକଳ୍ପ ନିର୍ମାଣର ମାନ ତଦାରଖ କରନ୍ତୁ। ପୂର୍ବ ନିର୍ଦ୍ଧାରିତ ସମୟସୀମା ଓ କାର୍ଯ୍ୟଗୁଡ଼ିକର ମାନକୁ ଭଲ ଭାବରେ ତଦାରଖ କରି ସନ୍ତୁଷ୍ଟ ହେଲାପରେ ଯାଇ ଉପଯୁକ୍ତ ପ୍ରାପ୍ୟ ମଞ୍ଜୁର କରିବାକୁ ମନ୍ତ୍ରୀ ଶ୍ରୀ ଅମାତ ପରାମର୍ଶ ଦେଇଛନ୍ତି। ଏହା ସହିତ ପାଇପ ବିଛାଇଲାବେଳେ ଯେଉଁ କଂକ୍ରିଟ ରାସ୍ତାଗୁଡ଼ିକୁ ଭଙ୍ଗା ଯାଉଛି ତାହାର ମରାମତି ଭାଙ୍ଗିବାର ୧୫ ଦିନ ମଧ୍ୟରେ ସଂପୂର୍ଣ୍ଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦିଷ୍ଟ ଦିନ ମଧ୍ୟରେ ମରାମତି ନକଲେ ସେହି କମ୍ପାନୀ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାରୀ ନାୟକ, ସରକାରୀ ଦଳର ମୁଖ୍ୟ ସଚେତକ ତଥା ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି, ବରିଷ୍ଠ ବିଧାୟକ ଶ୍ରୀ ଶଶିଭୂଷଣ ବେହେରା, ବିଧାୟକ ଶ୍ରୀ ଧ୍ରୁବଚରଣ ସାହୁ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ନିର୍ମାଣାଧିନ ବିଭିନ୍ନ ପାନୀୟ ଜଳ ପ୍ରକଳ୍ପର ଅଗ୍ରଗତି ଓ ତତ୍‌ସଂପର୍କିତ ସମସ୍ୟା ସଂପର୍କରେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଭାଗୀୟ ଅଧିକାରୀ ଓ ପ୍ରକଳ୍ପକୁ ନିର୍ମାଣ କରୁଥିବା କମ୍ପାନୀର କର୍ମକର୍ତ୍ତାମାନେ ମିଳିତ କ୍ଷେତ୍ର ପରିଦର୍ଶନ କରିବା ସହିତ ସ୍ଥାନୀୟ ବିଧାୟକମାନଙ୍କଠାରୁ ଆବଶ୍ୟକ ପରାମର୍ଶ ଗ୍ରହଣ କଲେ ଅଧିକ ସୁଫଳ ମିଳିପାରନ୍ତା ବୋଲି ସେମାନେ ପ୍ରକାଶ କରିଥିଲେ।

ସୂଚନାଯୋଗ୍ୟ ଯେ କେନ୍ଦ୍ରାପଡ଼ା ଜିଲ୍ଲାର ୧୪୧୭ଟି ଗ୍ରାମ ଓ ଜଗତସିଂହପୁର ଜିଲ୍ଲାର ୧୨୨୧ଟି ଗ୍ରାମ ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ଉପକୃତ ହେବେ। କେନ୍ଦ୍ରାପଡ଼ା ଜିଲ୍ଲାରେ ୩୨୪୩୫୪ଟି ଗୃହରୁ ଅଦ୍ୟାବଧି ୧୮୨୨୦୭ଟି ଗୃହକୁ ପାନୀୟ ଜଳ ଯୋଗାଇ ଦିଆଯାଇଥିଲାବେଳେ ଜଗତସିଂହପୁର ଜିଲ୍ଲାର ୨୭୨୯୯୫ଟି ଗୃହ ମଧ୍ୟରୁ ଅଦ୍ୟାବଧି ୧୨୪୬୯୮ଟି ଗୃହକୁ ପାନୀୟ ଜଳ ଯୋଗାଇ ଦିଆଯାଇଛି। ବଳକା ଗୃହଗୁଡ଼ିକୁ ୨୦୨୪ ସୁଦ୍ଧା ପାନୀୟ ଜଳ ଯୋଗାଇଦେବାକୁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ତାହାକୁ ଦୃଷ୍ଟିରେ ରଖି କାମଗୁଡ଼ିକୁ ଆଗେଇନେବାକୁ ମନ୍ତ୍ରୀ ଶ୍ରୀ ଅମାତ ପରାମର୍ଶ ଦେଇଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଓ ମାର୍ଶାଘାଇ ବ୍ଲକ୍‌ର ୨୦୦ଟି ଗ୍ରାମରେ ନିରାପଦ ପାନୀୟଜଳ ଯୋଗାଣ ପାଇଁ ୨୪୧.୩୭ କୋଟି ଟଙ୍କା, ଆଳି ବ୍ଲକ୍‌ରେ ୧୨୬ ଗ୍ରାମ ପାଇଁ ୧୧୩.୭୨ କୋଟି ଟଙ୍କା, ରାଜକନିକା ବ୍ଲକ୍‌ର ୧୫୬ଟି ଗ୍ରାମ ପାଇଁ ୧୧୪.୧୯ କୋଟି ଟଙ୍କା ଏବଂ ଜଗତସିଂହପୁର ଜିଲ୍ଲାର ଏରସମା, ବାଲିକୁଦା ଓ ନୂଆଗାଁ ବ୍ଲକ୍‌ ଅନ୍ତର୍ଗତ ୯୦ଟି ଗ୍ରାମ ପାଇଁ ୧୪୨.୮୯ କୋଟି ଟଙ୍କା ଓ କୁଜଙ୍ଗ, ରଘୁନାଥପୁର, ତିର୍ତ୍ତୋଲ ଓ ଏରସମା ବ୍ଲକ୍‌ର ୫୪୪ଟି ଗ୍ରାମ ପାଇଁ ୪୩୧.୧୧ କୋଟି ଟଙ୍କା ମଞ୍ଜୁର କରାଯାଇଛି ।

ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକ୍ଷମ ହେଲେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବହୁ ଆକାଂକ୍ଷିତ ‘ପ୍ରତି ଘରକୁ ନିରାପଦ ପାନୀୟ ଜଳ’ ସ୍ୱପ୍ନ ସାକାର ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ଅମାତ ପ୍ରକାଶ କରିଛନ୍ତି। ଗୋଟିଏ ଗ୍ରାମର ଆଖପାଖରେ ଘର କରି ରହୁଥିବା ପରିବାରମାନଙ୍କ ପାଖକୁ ମଧ୍ୟ ପାନୀୟ ଜଳ ପହଞ୍ଚିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ମନ୍ତ୍ରୀ ଶ୍ରୀ ଅମାତ ପରାମର୍ଶ ଦେଇଛନ୍ତି। ବୈଠକରେ ବିଭାଗୀୟ ବରିଷ୍ଠ ଅଧିକାରୀ, ଉଭୟ ଜିଲ୍ଲାର କ୍ଷେତ୍ର ଅଧିକାରୀ ଓ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବମାନେ ଯୋଗଦେଇଥିଲେ।

କେନ୍ଦ୍ରାପଡା ଜଗତସିଂହପୁର
Share. Facebook Twitter LinkedIn Email WhatsApp Copy Link

Related Posts

ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀଙ୍କ ପାଇଁ ଏଆଇ (AI) ପ୍ରଶିକ୍ଷଣ, ୧୦୦ ଅଧିକାରୀଙ୍କୁ ମିଳିଲା ତାଲିମ

March 14, 2026

ପୋଲିସ୍ ଭବନଠାରେ ‘ଜୁଭେନଟିକା– ଡିଜିଟାଲ୍ ଅଧିକାର ଏବଂ ଶିଶୁଙ୍କ ସୁରକ୍ଷା’ ଶୀର୍ଷକ ଆଲୋଚନା ଚକ୍ର

March 14, 2026

ବଡବାହାଳ ଛକରୁ ଗଂଜେଇ ଜବତ: ୩ ଗିରଫ

March 14, 2026

ରାଜ୍ୟ ସଭା ନିର୍ବାଚନ: କଂଗ୍ରେସ ବିଧାୟିକା ସୋଫିଆ ଫିରୋଦାସଙ୍କ ଆଶ୍ଚର୍ଯ୍ୟଜନକ ବିବୃତ୍ତି

March 14, 2026
Latest News

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026

ଦିଲ୍ଲୀ-ସାହରନପୁର-ଡେରାଡୁନ ଏକ୍ସପ୍ରେସୱେ ପ୍ରକଳ୍ପ ପରିଦର୍ଶନ କଲେ ଗଣମାଧ୍ୟମ ପ୍ରତିନିଧି

March 15, 2026

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ବରରେ ଶୈଶବ ଯତ୍ନ ଓ ଶିକ୍ଷା ଉପରେ ଦୁଇଦିନିଆ କର୍ମଶାଳା

March 15, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 15, 2026

ବରିଷ୍ଠ ପୁଲିସ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ମିଳିଲା ଆଗାମୀ ରଥଯାତ୍ରାର ଦାୟିତ୍ୱ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.