Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀଙ୍କ ମଧ୍ୟପ୍ରଦେଶ ଗସ୍ତ: ଚିତା ପ୍ରକଳ୍ପ ଅଧୀନରେ ନାମ୍ବିଆରୁ ଭାରତ ଆସିବ ଚିତା
ବିଶେଷ ଖବର

ସେପ୍ଟେମ୍ବର ୧୭ରେ ପ୍ରଧାନମନ୍ତ୍ରୀଙ୍କ ମଧ୍ୟପ୍ରଦେଶ ଗସ୍ତ: ଚିତା ପ୍ରକଳ୍ପ ଅଧୀନରେ ନାମ୍ବିଆରୁ ଭାରତ ଆସିବ ଚିତା

September 15, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୧୭ ତାରିଖ ଦିନ ମଧ୍ୟପ୍ରଦେଶ ଗସ୍ତରେ ଯିବେ। ପୂର୍ବାହ୍ନ ପ୍ରାୟ ୧୦ଟା ୪୫ ମିନିଟ ବେଳେ ପ୍ରଧାନମନ୍ତ୍ରୀ ଚିତାକୁ କୁନୋ ଜାତୀୟ ଉଦ୍ୟାନ ଭିତରକୁ ଛାଡିବେ। ତା ପରେ ପାଖାପାଖି ମଧ୍ୟାହ୍ନ ବାରଟା ବେଳକୁ ସେ ସ୍ୱୟଂସହାୟକ ଗୋଷ୍ଠୀ ସମ୍ମିଳନୀରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ଓ ଗୋଷ୍ଠୀ ପ୍ରତିନିଧି ମାନଙ୍କ ସହିତ କରହଲ, ସେଓପୁରଠାରେ ଯୋଗଦେବେ।

କୁନୋ ଜାତୀୟ ଉଦ୍ୟାନରେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କୁନୋ ଜାତୀୟ ଉଦ୍ୟାନକୁ ହିଂସ୍ର ଚିତା ଛଡାଯିବା ଭାରତୀୟ ହିଂସ୍ରପ୍ରାଣୀ ଓ ସେମାନଙ୍କ ବସତିକୁ ସଶକ୍ତ କରିବା ଦିଗରେ ଏକ ଉଦ୍ୟମ। ୧୯୫୨ ମସିହାରେ ଭାରତକୁ ଚିତା ଲୋପ ପାଇଯାଇଥିବା ଘୋଷଣା କରାଯାଇଥିଲା । ଛଡାଯିବାକୁ ଥିବା ଚିତାଗୁଡିକୁ ଚଳିତ ବର୍ଷ ପ୍ରାରମ୍ଭରେ ସ୍ୱାକ୍ଷରିତ ଏକ ବୁଝାମଣାପତ୍ର ଆଧାରରେ ନାମ୍ବିଆରୁ ଅଣାଯାଇଛି। ଚିତା ପ୍ରକଳ୍ପ ଅଧୀନରେ ଭାରତରେ ଚିତାଙ୍କୁ ପୁଣି ଛଡାଯାଉଛି। ଏହା ବିଶ୍ୱର ପ୍ରଥମ ଆନ୍ତଃ ମହାଦେଶୀୟ ହିଂସ୍ର ମାଂସାସୀ ପ୍ରାଣୀ ସ୍ଥାନାନ୍ତରଣ ପ୍ରକଳ୍ପ।

ଚିତା ଛଡାଯିବା ଦ୍ୱାରା ଏହା ଭାରତର ଉନ୍ମୁକ୍ତ ଜଙ୍ଗଲ ଓ ତୃଣଭୂମି ବାତାବରଣ ପୁନରୁଦ୍ଧାରରେ ସହାୟକ ହେବ। ଏହା ଜୈବ ବିବିଧତାର ସଂରକ୍ଷଣ କରିବା ସହ ବାତାବରଣରେ ଜଳ ସୁରକ୍ଷା, ଅଙ୍ଗାରକାମ୍ଳ ବର୍ଜନ ଓ ମାଟିର ଆର୍ଦ୍ରତା ସଂରକ୍ଷଣ କରି ସମାଜ ପାଇଁ ହିତକାରକ ହେବ। ବନ୍ୟାପ୍ରାଣୀ ସଂରକ୍ଷଣ ସହ ପରିବେଶ ସୁରକ୍ଷା ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ଯୋଗୁଁ ସ୍ଥାନୀୟ ଜନସାଧାଣଙ୍କ ପରିବେଶ ପର୍ଯ୍ୟଟନ କାର୍ଯ୍ୟକଳାପ ବୃଦ୍ଧି ଓ ଜୀବିକାର୍ଜନ ସୁଯୋଗ ମଧ୍ୟ ବୃଦ୍ଧି ପାଇବ।

ଏସଏଚଜି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ

ସେଓପୁର, କରହଲଠାରେ ଆୟୋଜିତ ହେଉଥିବା ଏସଏଚଜି ସମ୍ମେଳନୀରେ ମଧ୍ୟ ପ୍ରଧାନମନ୍ତ୍ରୀ ଯୋଗଦେବ। ଏଥିରେ ସହସ୍ରାଧିକ ସ୍ୱୟଂସହାୟକ ଗୋଷ୍ଠୀ ମହିଳା ସଦସ୍ୟ ଗୋଷ୍ଠୀ ବ୍ୟକ୍ତିବିଶେଷ ଯୋଗ ଦେଇଛନ୍ତି। ଏହି ସମ୍ମେଳନୀରେ ଦୀନଦୟାଲ ଅନ୍ତୋଦୟ ଯୋଜନା-ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ କାର୍ଯ୍ୟରତ ଏସଏଚଜି ସଦସ୍ୟ ଯୋଗଦାନ କରିବେ।

ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମଧ୍ୟ ଚାରିଟି ଦୁର୍ବଳ ଜନଜାତି ଗୋଷ୍ଠୀଙ୍କ କୌଶଳ କେନ୍ଦ୍ର ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା ଅଧୀନରେ ଉଦଘାଟନ କରିବେ।

ଡିଏୱାଇ-ଏନଆରଏଲଏମ ଗ୍ରାମୀଣ ଗରୀବ ପରିବାରଗୁଡିକ ଏସଏଚଜି ପର୍ଯ୍ୟାୟକ୍ରମେ ନେଇ ସେମାନଙ୍କ ଜୀବିକାର ବିକେନ୍ଦ୍ରୀକରଣ ଦ୍ୱାରା ସେମାନଙ୍କ ଆୟ ଓ ଜୀବନଧାରଣ ମାନ ବୃଦ୍ଧିରେ ସାହାଯ୍ୟ କରିଥାଏ। ଏହି ଅଭିଯାନ ଜରିଆରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନେ ମଧ୍ୟ ସଶକ୍ତ ହୋଇଥାନ୍ତି। ଘରୋଇ ହିଂସା, ମହିଳା ଶିକ୍ଷା ଓ ଅନ୍ୟାନ୍ୟ ଲିଙ୍ଗଗତ ବୈଷମ୍ୟ, ପୌଷ୍ଟିକତା, ପରିମଳ ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ସଚେତନତା ଓ ବ୍ୟାବହାରିକ ପ୍ରୟୋଗ ଦ୍ୱାରା ଏହି  ସଶକ୍ତିକରଣ ସମ୍ଭବ ହୋଇଥାଏ।

ଭାରତ ମଧ୍ୟପ୍ରଦେଶ ଗସ୍ତ ସେପ୍ଟେମ୍ବର ୧୭
Share. Facebook Twitter LinkedIn Email WhatsApp Copy Link

Related Posts

ଦେଶରେ କେତେ ଗ୍ୟାସ ସିଲିଣ୍ଡର ମହଜୁଦ ଅଛି?: LPG ସଙ୍କଟ ମଧ୍ୟରେ ଜାଣନ୍ତୁ ସଂଖ୍ୟା 

March 13, 2026

ଇରାନକୁ ଖୋଲାଖୋଲି ସମର୍ଥନ କଲେ ରୁଷ ଏବଂ ଚୀନ୍!: ଜାତିସଂଘରେ ହେଲା କଡ଼ା ବିତର୍କ

March 13, 2026

ପଶ୍ଚିମ ଏସିଆ ଘଟଣାକ୍ରମ ସମ୍ପର୍କରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 13, 2026

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: କଟକ, ସୁନ୍ଦରଗଡ଼ ଜିଲ୍ଲାରେ ସାମୂହିକ ବିବାହ ଆୟୋଜିତ

March 12, 2026
Latest News

ଦେଶରେ କେତେ ଗ୍ୟାସ ସିଲିଣ୍ଡର ମହଜୁଦ ଅଛି?: LPG ସଙ୍କଟ ମଧ୍ୟରେ ଜାଣନ୍ତୁ ସଂଖ୍ୟା 

March 13, 2026

ଇରାନକୁ ଖୋଲାଖୋଲି ସମର୍ଥନ କଲେ ରୁଷ ଏବଂ ଚୀନ୍!: ଜାତିସଂଘରେ ହେଲା କଡ଼ା ବିତର୍କ

March 13, 2026

ଟି-୨୦ ବିଶ୍ୱକପ୍ ଜିତିବା ପରେ ଟିମ୍ ଇଣ୍ଡିଆର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ: ଜାଣନ୍ତୁ କେଉଁଠି ଆଉ କେବେ?

March 13, 2026

ଟ୍ରମ୍ପଙ୍କ ପାଇଁ ବଡ଼ ଝଟକା!: ଇରାକରେ ଆମେରିକୀୟ KC-135 ବିମାନ ଦୁର୍ଘଟଣାଗ୍ରସ୍ତ

March 13, 2026

ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରଠାରେ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.