Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଡିଏସଟି ଡାସବୋର୍ଡର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂହ
ବିଶେଷ ଖବର

ଡିଏସଟି ଡାସବୋର୍ଡର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂହ

September 15, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link

ଦିଲ୍ଲୀ: କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ବିଭାଗ) ବିଜ୍ଞାନ ଏବଂ ପ୍ରଯୁକ୍ତି, ରାଷ୍ଟ୍ର ମନ୍ତ୍ରୀ (ସ୍ୱାଧୀନ ବିଭାଗ), ଭୂ ବିଜ୍ଞାନ ବିଭାଗ, ପିଏମଓ, କାର୍ମିମ, ଜନ ଅଭିଯୋଗ, ପେନ୍ସନ, ପରମାଣୁ ଶକ୍ତି ଏବଂ ମହାକାଶ ମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂହ ଆଜି ଡିଏସ୍ଟି ଦ୍ୱାରା ଆର୍ଥିକ ସହାୟତା ପ୍ରାପ୍ତ ପ୍ରକଳ୍ପ, ଯୋଜନା, ଛାତ୍ରବୃତ୍ତି, ଫେଲୋସିପ୍ର ପ୍ରଭାବୀ କାର୍ଯ୍ୟାନ୍ୱୟନକୁ ସୁନିଶ୍ଚିତ କରିବା ନିମନ୍ତେ ସାରା ଦେଶରେ ଯାଂଚ ଏବଂ ପ୍ରତିକ୍ରିୟା ନିମନ୍ତେ ଭାରତ ସରକାରଙ୍କର ବିଜ୍ଞାନ ଏବଂ ପ୍ରଯୁକ୍ତି ବିଭାଗ (ଡିଏସ୍ଟି)ର ଡାସବୋର୍ଡ ଆରମ୍ଭ କରିଛନ୍ତି।

ମନ୍ତ୍ରୀ କହିଥିଲେ ଯେ, ଡାସବୋର୍ଡ ମାଧ୍ୟମରେ ପ୍ରତ୍ୟେକ ରାଜ୍ୟରେ କୌଣସି ବି ଗୋଷ୍ଠୀ ନିମନ୍ତେ ପ୍ରତ୍ୟେକ ଯୋଜନା ଗୁଡିକର ଏବଂ କାର୍ଯ୍ୟକ୍ରମ ଗୁଡିକର ସବିଶେଷ ତଥ୍ୟ ବାସ୍ତବିକ ସମୟ ଆଧାରରେ ପ୍ରାପ୍ତ କରା ଯାଇପାରିବ ଏବଂ ଯଦି କୌଣସି ପ୍ରକାରର ପ୍ରତିକାର ଉପାୟ ରହିଛି ତେବେ ତୁରନ୍ତ ନିଆ ଯାଇ ପାରିବ। ସେ କହିଥିଲେ ଯେ, ଅନୁସୂଚିତ ଜାତି/ ଅନୁସୂଚିତ ଜନଜାତି / ଅନ୍ୟ ପଛୁଆ ବର୍ଗ ଏବଂ ସାଧାରଣ ଜାତି ଗୁଡିକ ନିମନ୍ତେ ବୟସ ଆଧାରରେ ଏବଂ ଲିଙ୍ଗ ଆଧାରରେ ଯୋଜନା ଗୁଡିକର ଏବଂ ଛାତ୍ରବୃତ୍ତି ଗୁଡିକର ପ୍ରଭାବ ବିଶ୍ଲେଷଣ ନିମନ୍ତେ ରାଜ୍ୟ ଗୁଡିକୁ ସଂସ୍କାରମୂଳକ ପଦକ୍ଷେପ ସମ୍ପର୍କରେ ପରାମର୍ଶ ଦେବା ପାଇଁ ଡାସବୋର୍ଡରେ ସନ୍ନବେଶିତ ହୋଇଛି।

ଅଧିକ ଏକୀକରଣ ବିଚାର ଉପରେ ଆଲୋକପାତ କରି, ଡଃ ଜିତେନ୍ଦ୍ର ସିଂହ କହିଥିଲେ ଯେ, ଡିଏସ୍ଟି ଡାସବୋର୍ଡ ଏକ ବହୁତ ଭଲ ଆରମ୍ଭ ଅଟେ ଏବଂ ଭବିଷ୍ୟତରେ ସମସ୍ତ ବିଜ୍ଞାନ ମନ୍ତ୍ରଣାଳୟ ଗୁଡିକ ପାଇଁ ଏବଂ ବିଭାଗ ଗୁଡିକ ନିମନ୍ତେ ଏକ ସାଧାରଣ ଡାସବୋର୍ଡ ନିମନ୍ତେ ଉଦ୍ୟମ କରାଯିବ। ମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ଗତ ପାଂଚ ବର୍ଷ ମଧ୍ୟରେ ୩୫ଟି ରାଜ୍ୟ/କେନ୍ଦ୍ର ଶାସିତ ଅଂଚଳ ଗୁଡିକରେ ଡିଏସ୍ଟି ଦ୍ୱାରା ୨,୭୬୮ ଏଜେନ୍ସି ଗୁଡିକୁ ୨୦,୦୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ପ୍ରଦାନ କରା ଯାଇଛି ଏବଂ ପ୍ରତ୍ୟେକ ମୁହୂର୍ତ୍ତର ସବିଶେଷ ତଥ୍ୟ ଡାସବୋର୍ଡରେ ଉପଲବ୍ଧ ଅଟେ।

ଡଃ ଜିତେନ୍ଦ୍ର ସିଂହ କହିଥିଲେ ଯେ, ଡାସବୋର୍ଡ ବିଭାଗର ପରିସଂଖ୍ୟାନ ଏବଂ ତଥ୍ୟ ବିଶ୍ଲେଷଣାତ୍ମକ କ୍ଷମତା ନିର୍ମାଣ ସହିତ ବୃଦ୍ଧି ଏବଂ ଯାଂଚ କରିବା ତଥା ତଦାରଖ କରିବା ପାଇଁ ଡାସବୋର୍ଡ ହେଉଛି ଡିଏସ୍ଟିର ଏକ ଆନୁଷ୍ଠାନିକ ପ୍ରଣାଳୀ। ସେ କହିଥିଲେ ଯେ, ଏହା ଫେବୃୟାରୀ ୨୦୨୧ରେ ଜାରି ହୋଇଥିବା ନୀତି ଆୟୋଗର ନିର୍ଦ୍ଦେଶନାମା ଅନୁପାଳନରେ ରହିଛି।

ଯଦିଓ, ମନ୍ତ୍ରୀ କହିଥିଲେ ଯେ, ଡିଏସ୍ଟି ଜାନୁଆରୀ, ୨୦୧୯ରେ ସମାନ ଉଦ୍ଦେଶ୍ୟ ଗୁଡିକ ସହିତ ଏକ ସମାନ ସେଟ୍ଅପ୍ – ତଥ୍ୟ ପରିଚାଳନା ସେଲ୍ର ସ୍ଥାପନା କରିଥିଲା। ଡଃ ଜିତେନ୍ଦ୍ର ସିଂହ କହିଥିଲେ ଯେ, ତଥ୍ୟ ଏବଂ ରଣନୀତି ଏକକ (ଡିଏସ୍ୟୁ) ଭିନ୍ନ ଭିନ୍ନ ଲକ୍ଷ୍ୟଭୁକ୍ତ ଗୋଷ୍ଠୀ ଗୁଡିକ ନିମନ୍ତେ ଭିନ୍ନ ଭିନ୍ନ ଡାସବୋର୍ଡ ତିଆରି କରିଥାଏ ଏବଂ ଏହି ଡାସବୋର୍ଡ ଡିଏସ୍ଟିକୁ ପ୍ରମାଣ – ଭିତ୍ତିକ ନିଷ୍ପତ୍ତି ନେବାରେ ସହାୟତା କରିଛି। ମନ୍ତ୍ରୀ କହିଥିଲେ ଯେ, କାର୍ଯ୍ୟକ୍ରମ ଗୁଡିକର ପହୁଂଚରେ ବ୍ୟବଧାନକୁ ଦେଖି କାର୍ଯ୍ୟକ୍ରମ ଗୁଡିକ ଉପରେ କିଛି ବିଶେଷ ପଦକ୍ଷେପ ନିଆ ଯାଇଛି ଏବଂ ଡାସବୋର୍ଡ ମାଧ୍ୟମରେ କରା ଯାଇଥିବା ତଥ୍ୟ ବିଶ୍ଲେଷଣକୁ ଆଧାର କରି ମଧ୍ୟ ଅନେକ କାର୍ଯ୍ୟକ୍ରମରେ ମଧ୍ୟ ପାଠ୍ୟକ୍ରମରେ ସଂଶୋଧନ ଗୁଡିକୁ ପ୍ରୋତ୍ସାହିତ କରା ଯାଇଛି।

ଏହି ଡାସବୋର୍ଡର ସବୁଠାରୁ ମହତ୍ୱପୂର୍ଣ୍ଣ ପରିଣାମ ହେଉଛି, ବିଭାଗକୁ ନିଆ ଯାଇଥିବା ନିଷ୍ପତ୍ତି ଗୁଡିକର ପରିଣାମ ଏବଂ ଫଳାଫଳ ଗୁଡିକ ସମ୍ପର୍କରେ ଅବଗତ କରା ଯାଇଥାଏ, ପ୍ରକଳ୍ପ ଗୁଡିକୁ ଆର୍ଥିକ ସହାୟତା ପ୍ରଦାନ କରା ଯାଇଥାଏ, କିମ୍ବା ନିୟମିତ ଆଧାରରେ ଏବଂ ବ୍ୟବହାରକାରୀ ମାନଙ୍କ ଅନୁକୂଳ ଉପାୟରେ ଛାତ୍ରବୃତ୍ତି/ଫେଲୋସିପ୍ ପ୍ରଦାନ କରା ଯାଇଥାଏ।

ସଚିବ, ଡିଏସ୍ଟି, ଏସ୍. ଚନ୍ଦ୍ରଶେଖର କହିଥିଲେ ଯେ, ତଥ୍ୟ ଏବଂ ରଣନୀତି ୟୁନିଟ୍ (ଡିଏସ୍ୟୁ)କୁ ଏକ ବିଶେଷଜ୍ଞ ପରାମର୍ଶଦାତା ଗୋଷ୍ଠୀ ଦ୍ୱାରା ସହାୟତା ପ୍ରଦାନ କରା ଯାଇଥାଏ ଯେଉଁଥିରେ ଶିକ୍ଷା ସଂସ୍ଥାନ, ସରକାରୀ ଏବଂ ଘରୋଇ କ୍ଷେତ୍ରର ସଂସ୍ଥା ଗୁଡିକର ପ୍ରଖ୍ୟାତ ତଥ୍ୟ ବୈଜ୍ଞାନିକ ସାମିଲ୍ ଅଛନ୍ତି। ଡିଏସ୍ୟୁ ନବୋଦିତ ତଥ୍ୟ ବୈଜ୍ଞାନିକ ମାନଙ୍କୁ ଇନ୍ଟର୍ଣ୍ଣ ରୂପରେ ନିଯୁକ୍ତ କରି ତାଙ୍କୁ ସୁଯୋଗ ମଧ୍ୟ ପ୍ରଦାନ କରିଥାଏ। ମନ୍ତ୍ରଣାଳୟ/ବିଭାଗ ଗୁଡିକୁ ପରାମର୍ଶ ଦିଆ ଯାଇଥିଲା ଯେ, ସେମାନେ ନିଜର ତଥ୍ୟ ପ୍ରସ୍ତୁତି ସ୍ତରରେ ଅଳ୍ପ କିଛି ପରିବର୍ତ୍ତନ ଆଣି ଏବଂ ବିଶେଷ ରୂପରେ ଡିସେମ୍ବର, ୨୦୨୨ ପର୍ଯ୍ୟନ୍ତ ଡିଜିକ୍ୟୁଆଇ ୫.୦ ସ୍କୋର ପର୍ଯ୍ୟନ୍ତ ପହଂଚିବା ନିମନ୍ତେ ଏକ କାର୍ଯ୍ୟ ଯୋଜନା କିମ୍ବା ତଥ୍ୟ ରଣନୀତିର ବିକାଶ ଏବଂ କାର୍ଯ୍ୟାନ୍ୱୟନକୁ ଚଲାଇବା ନିମନ୍ତେ ଏକ କେନ୍ଦ୍ରୀୟ ଏକକ ରୂପରେ ଏକ ତଥ୍ୟ ଏବଂ ରଣନୀତି ଏକକ (ଡିଏସ୍ୟୁ) ସ୍ଥାପିତ କରନ୍ତୁ।

ତଥ୍ୟ ବିଶ୍ଲେଷଣ ଏବଂ ଡାସବୋର୍ଡ ତିଆରି କରିବା ବ୍ୟତୀତ, ଡିଏସ୍ଟିର ତଥ୍ୟ ଏବଂ ରଣନୀତି ଏକକ ମଧ୍ୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗୁଡିକର ଏବଂ କର୍ମଶାଳା ଗୁଡିକର ଆୟୋଜନ କରି ତଥ୍ୟ ଉପରେ ସଚେତନତା ସୃଷ୍ଟି କରିବାରେ ଲାଗିଛି। ଡିଏସ୍ୟୁ ବୈଜ୍ଞାନିକ, ତଥ୍ୟ ଅଧିକାରୀ ଏବଂ ଡିଏସ୍ଟିର ଅନ୍ୟ ଅଧିକାରୀ ମାନଙ୍କୁ ପଢ଼ାଇବା ନିମନ୍ତେ ଏବଂ ଆଲୋଚନା କରିବା ପାଇଁ ବିଖ୍ୟାତ ତଥ୍ୟ ବୈଜ୍ଞାନିକ ମାନଙ୍କୁ ଏବଂ ତଥ୍ୟ ଚାମ୍ପିଅନ୍ ମାନଙ୍କୁ ମଧ୍ୟ ଆମନ୍ତ୍ରିତ କରୁଛି।
ଡିଏସ୍ଟିର ଯୋଜନା ଗୁଡିକ/କାର୍ଯ୍ୟକ୍ରମ ଗୁଡିକ ଉପରେ ଏବଂ ସାଧାରଣ ରୂପରେ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଷୟ ଗୁଡିକ ଉପରେ ସମ୍ବନ୍ଧିତ ଡାସବୋର୍ଡର କ୍ୟୁଆର୍ କୋର୍ଡ ସହିତ ଏକ ସାପ୍ତାହିକ ବିଷୟଗତ ପୋଷ୍ଟର ଟେକ୍ନୋଲୋଜି ଭବନର ମହତ୍ୱପୂର୍ଣ୍ଣ ସ୍ଥାନ ଗୁଡିକରେ ରଖା ଯାଇଥାଏ, ଯାହା ଫଳରେ ବୈଜ୍ଞାନିକ ମାନଙ୍କୁ ଏବଂ ଅନ୍ୟ ଅଧିକାରୀ ମାନଙ୍କୁ ଯୋଜନା ଗୁଡିକ ସମ୍ପର୍କରେ ପାରସ୍ପରିକ ଢଙ୍ଗରେ ଅବଗତ କରା ଯାଇପାରିବ।

ଡଃ ଜିତେନ୍ଦ୍ର ସିଂହ
Share. Facebook Twitter LinkedIn Email WhatsApp Copy Link

Related Posts

ବର୍ଷା ସାଜିବ ଖଳନାୟକ!: ଭାରତର WTC ଫାଇନାଲ୍ ପାଇଁ ଏହା କେତେ ଗୁରୁତ୍ୱପୂର୍ଣ୍ଣ?

August 27, 2026

ନୂତନ ଏଲପିଜି ସଂଯୋଗ ଉପରେ ଆଉ କେତେ ଦିନ ପ୍ରତିବନ୍ଧକ?: ଜାଣନ୍ତୁ

August 27, 2026

ପର୍ଯ୍ୟାପ୍ତ ପିଆଜ ଉପଲବ୍ଧତା ଏବଂ ଋତୁକାଳୀନ ଦରବୃଦ୍ଧି ନିୟନ୍ତ୍ରଣ ଲାଗି ସରକାରଙ୍କ ସକ୍ରିୟ ପଦକ୍ଷେପ

August 27, 2026

ନେପାଳରେ ଆକସ୍ମିକ ବନ୍ୟା ପରିସ୍ଥିତି ଉପରେ କେନ୍ଦ୍ର ସରକାରଙ୍କ କଡ଼ା ନଜର

August 27, 2026
Latest News

ଭିଣୋଇଙ୍କୁ ମରଣାନ୍ତକ ଆକ୍ରମଣ, ୫୦ ହଜାର ଟଙ୍କା ଲୁଟ୍‌ ଅଭିଯୋଗ

August 27, 2026

ରାଖୀ ବାନ୍ଧିବାକୁ ଅପେକ୍ଷା କରିଥିଲା ଭଉଣୀ, ବାଟରେ ଭାଇଙ୍କୁ ଚଢ଼ିଗଲା ଟ୍ରାକ୍ଟର

August 27, 2026

ବର୍ଷା ସାଜିବ ଖଳନାୟକ!: ଭାରତର WTC ଫାଇନାଲ୍ ପାଇଁ ଏହା କେତେ ଗୁରୁତ୍ୱପୂର୍ଣ୍ଣ?

August 27, 2026

ନୂତନ ଏଲପିଜି ସଂଯୋଗ ଉପରେ ଆଉ କେତେ ଦିନ ପ୍ରତିବନ୍ଧକ?: ଜାଣନ୍ତୁ

August 27, 2026

ବରଫ ତଳେ ବିପଦର ବିସ୍ଫୋରଣ: GLOF ନେଇ ବଢୁଛି ଚିନ୍ତା

August 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.