Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»‘ଆମ୍ବେଦକର ଆଣ୍ଡ ମୋଦୀ: ରିଫମର୍ସ ଆଇଡିଆଜ୍ ପରଫର୍ମର୍ସ ଇମ୍ପ୍ଲିମେଂଟେସନ୍’ ପୁସ୍ତକକୁ ଉନ୍ମୋଚନ କଲେ ପୂର୍ବତନ ରାଷ୍ଟ୍ରପତି
ବିଶେଷ ଖବର

‘ଆମ୍ବେଦକର ଆଣ୍ଡ ମୋଦୀ: ରିଫମର୍ସ ଆଇଡିଆଜ୍ ପରଫର୍ମର୍ସ ଇମ୍ପ୍ଲିମେଂଟେସନ୍’ ପୁସ୍ତକକୁ ଉନ୍ମୋଚନ କଲେ ପୂର୍ବତନ ରାଷ୍ଟ୍ରପତି

September 17, 2022No Comments6 Mins Read
Share Facebook Twitter LinkedIn Email WhatsApp Copy Link

ଦିଲ୍ଲୀ: ଭାରତର ପୂର୍ବତନ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ‘ଆମ୍ବେଦକର ଆଣ୍ଡ ମୋଦୀ: ରିଫମର୍ସ ଆଇଡିଆଜ୍ ପରଫର୍ମର୍ସ ଇମ୍ପ୍ଲିମେଂଟେସନ୍’ ପୁସ୍ତକ ଉନ୍ମୋଚନ କରିଛନ୍ତି। ଏହି ଅବସରରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର, ଭାରତର ପୂର୍ବ ପ୍ରଧାନ ବିଚାରପତି କେ. ଜି. ବାଳକ୍ରିଷ୍ଣନ୍, କେନ୍ଦ୍ର ସୂଚନା ଏବଂ ପ୍ରସାରଣ ରାଷ୍ଟ୍ର ମନ୍ତ୍ରୀ ଡକ୍ଟର ଏଲ୍. ମୁରୁଗାନ୍ ଏବଂ ବ୍ଲୁକ୍ରାଫ୍ଟ ଡିଜିଟାଲ୍ ଫାଉଣ୍ଡେସନର ନିର୍ଦ୍ଦେଶକ ହିତେଶ ଜେନା ମଧ୍ୟ ଉପସ୍ଥିତ ଥିଲେ।

ଏହି ଅବସରରେ ଅନୁରାଗ ଠାକୁର ଏହି ସମାବେଶକୁ ସମ୍ବୋଧିତ କରି କହିଥିଲେ ଯେ ଏହି ପୁସ୍ତକ କେବଳ ମହାନ ସଂସ୍କାରକ ବାବା ସାହେବ ଡଃ ଭୀମରାଓ ଆମ୍ବେଦକରଙ୍କ ଉଚ୍ଚ ଚିନ୍ତାଧାରା ଏବଂ ଦର୍ଶନର ସଂଗ୍ରହ ନୁହେଁ, ବରଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଗତ ଆଠ ବର୍ଷ ମଧ୍ୟରେ ଏହି ଧାରଣା କିପରି କାର୍ଯ୍ୟକାରୀ ହୋଇଛି ତାହାର ଏକ ସଂକଳନ। ଏହା ଡଃ ଆମ୍ବେଦକରଙ୍କ ଦୃଷ୍ଟିକୋଣକୁ ହୃଦୟଙ୍ଗମ କରିବା ପାଇଁ କରାଯାଉଥିବା କଠୋର ପ୍ରୟାସର ଏହା ଏକ ଡକ୍ୟୁମେଂଟେସନ୍ /ନଥି।

ଶ୍ରୀ ଠାକୁର ଡଃ ଆମ୍ବେଦକରଙ୍କ ଅବଦାନକୁ ମନେ ପକାଇ କହିଛନ୍ତି ଯେ ସେ ଜଣେ ଉଚ୍ଚକୋଟୀର ରାଜନେତା ଥିଲେ, ଯାହାଙ୍କର ବିଚାର ଗୁଡିକ, ହସ୍ତକ୍ଷେପ ଏବଂ ଦର୍ଶନ ଆମ ରାଷ୍ଟ୍ର ତଥା ଦେଶର ମୂଳଦୁଆକୁ ସୃଷ୍ଟି କରିଛି, ଯାହାକୁ ଆମେ ଆଜି ଜାଣିଛେ। ସେ କହିଥିଲେ ଯେ “ଆମ୍ବେଦକର ତାଙ୍କର ସାରା ଜୀବନ ସମାନତା, ମାନବିକ ଅଧିକାର ଏବଂ ସାମାଜିକ ନ୍ୟାୟ ପାଇଁ ସଂଘର୍ଷ କରିବା ନିମନ୍ତେ ସମର୍ପି ଦେଇଥିଲେ। ସେ ଦଳିତ ତଥା ସାମାଜିକ ରୂପରେ ଉତ୍ପୀଡନର ଶିକାର ହେଉଥିବା ଲୋକ ମାନଙ୍କର ସ୍ୱର ଥିଲେ। ତାଙ୍କ ଜୀବନ ଏବଂ ଦର୍ଶନର ଆଧୁନିକ ଭାରତର ନିର୍ମାଣ ଉପରେ ବ୍ୟାପକ ପ୍ରଭାବ ରହିଛି।”

ସେ ଆହୁରି ମଧ୍ୟ କହିଥିଲେ ଯେ ପ୍ରଥମ ଆଇନ ମନ୍ତ୍ରୀ ଭାବରେ ଡଃ ଆମ୍ବେଦକର ଭେଦଭାବ ନଥିବା ଏମିତି ଏକ ସମାଜର ପରିକଳ୍ପନା କରିଥିଲେ, ଯାହା ଦଳିତଙ୍କୁ ମୁଖ୍ୟ ସ୍ରୋତକୁ ନେଇ ଆସିବ, ଯାହା ବିକାଶର ଲାଭ ସମସ୍ତଙ୍କୁ ସମାନ ଭାବରେ ବଂଟନ କରିବ, କିନ୍ତୁ ସ୍ୱାଧୀନତା ପରଠାରୁ ଏହି ଚିନ୍ତାଧାରାକୁ ସାକାର କରିବା ନିମନ୍ତେ ସରକାରଙ୍କର ଉଦ୍ୟମ ଅପର୍ଯ୍ୟାପ୍ତ ନଥିଲା। ୨୦୧୪ ପର ଠାରୁ ସରକାର ନିରନ୍ତର ଭାବେ ଏହି ଉଦ୍ଦେଶ୍ୟଗୁଡିକ ପୂରଣ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି।

ସରକାରଙ୍କ ମୌଳିକ ଦର୍ଶନ ଉପରେ ଆଲୋକପାତ କରି ଶ୍ରୀ ଠାକୁର କହିଥିଲେ ଯେ ସରକାର ଗଠନ ହେବା ପରେ ପ୍ରଥମରୁ ପ୍ରଧାନମନ୍ତ୍ରୀ ଦଳିତ, ସମାଜର ଅବହେଳିତ ତଥା ବଂଚିତ ବର୍ଗ ନିମନ୍ତେ ଉତ୍ସର୍ଗୀକୃତ ରହିବେ ବୋଲି ଘୋଷଣା କରିଥିଲେ। ସେବେଠାରୁ, ସରକାରଙ୍କ କାର୍ଯ୍ୟାବଳୀ ଏବଂ ନୀତି ସମୂହ ଅନ୍ତ୍ୟୋଦୟର ଅନୁରୂପ କାର୍ଯ୍ୟକ୍ରମ ସହିତ ତାଳ ଦେଇ ଚାଲିଛି। ସେ ମେକ୍ ଇନ୍ ଇଣ୍ଡିଆ ହେଉ କିମ୍ବା ଉତ୍ପାଦନ ସହିତ ସଂଯୁକ୍ତ ପ୍ରୋତ୍ସାହନ ଯୋଜନା ହେଉ, ଏସବୁ ଡକ୍ଟର ଆମ୍ବେଦକରଙ୍କ କଳ୍ପନା ଅନୁରୂପ ଏକ ଆଧୁନିକ ଭାରତ ଗଠନ କରିବା ଦିଗରେ ସରକାରଙ୍କ ପକ୍ଷରୁ କରା ଯାଇଥିବା ପଦକ୍ଷେପ ଅଟେ।

ଡଃ ବାବାସାହେବ ଆମ୍ବେଦକରଙ୍କ ଜୀବନର ମନ୍ତ୍ର ‘ବହୁଜନ ହିତାୟ, ବହୁଜନ ସୁଖାୟ’ (ଜନତାଙ୍କ ମଙ୍ଗଳ ପାଇଁ, ଜନସାଧାରଣଙ୍କ ସୁଖ ପାଇଁ) ସଦାସର୍ବଦା ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିକାଶ ମଡେଲର ମୂଳଦୁଆ ହୋଇ ରହି ଆସିଛି। ଦେଶରେ ଶିକ୍ଷା କ୍ଷେତ୍ରରେ ଆଇଆଇଟି, ଆଇଆଇଏମ୍, ଆଇଆଇଆଇଟି ଏବଂ ଅନ୍ୟାନ୍ୟ ଉଚ୍ଚଶିକ୍ଷା ପ୍ରତିଷ୍ଠାନ ସଂଖ୍ୟା ବୃଦ୍ଧି ପାଇଛି। ଆମ୍ବେଦକରଙ୍କ ଦୃଷ୍ଟିକୋଣ ଏବଂ ତାଙ୍କ ଭଳି ସମାନ ବିଶ୍ୱାସ ଦ୍ୱାରା ପ୍ରେରିତ ହୋଇ ପ୍ରଧାନମନ୍ତ୍ରୀ ମୋଦୀ ପ୍ରାଥମିକ ଶିକ୍ଷା, ଉଚ୍ଚ ଶିକ୍ଷା ଏବଂ ଡାକ୍ତରୀ ଶିକ୍ଷା ଉପରେ ଧ୍ୟାନ ଦେଇ ଶିକ୍ଷା କ୍ଷେତ୍ରକୁ ଦ୍ରୁତ ଗତିରେ ପରିବର୍ତ୍ତନ କରିବାରେ କୌଣସି ଉପାୟ ଛାଡି ନାହାଁନ୍ତି। ଗତ ଆଠ ବର୍ଷ ମଧ୍ୟରେ ୨୦୮ ରୁ ଅଧିକ ମେଡିକାଲ କଲେଜ ଖୋଲିଛି ଏବଂ ମେଡିକାଲ ସିଟ୍ ସଂଖ୍ୟା ୭୮ ହଜାରରୁ ୧ ଲକ୍ଷକୁ ବୃଦ୍ଧି ପାଇଛି, ଏହା ଏକ ଉଲ୍ଲେଖନୀୟ ଉପଲବ୍ଧି ଅଟେ। ସେ କହିଥିଲେ ଯେ, ଆମେ ମଧ୍ୟ ଦେଶରେ ଡାକ୍ତରଙ୍କ ସଂଖ୍ୟା ଏବଂ ଗରିବଙ୍କ ନିକଟରେ ଉତ୍ତମ ଚିକିତ୍ସା ସୁବିଧା ଉପଲବ୍ଧ କରାଇବା ମଧ୍ୟରେ ଯେଉଁ ପ୍ରତିବନ୍ଧକ ରହିଛି ତାହାକୁ ଦୂର କରିବାକୁ କାର୍ଯ୍ୟ କରୁଛୁ , ଯେଭଳି ଲୋକମାନେ ଭଲ ଚିକିତ୍ସା ସୁବିଧା ପାଇପାରିବେ।

ଦେଶର ମୌଳିକ ଭିତ୍ତିଭୂମିରେ ହୋଇଥିବା ବିକାଶ ଉପରେ ଆଲୋକପାତ କରି ମନ୍ତ୍ରୀ ଶ୍ରୀ ଠାକୁର କହିଥିଲେ ଯେ ବିଜୁଳି ଦେଶର ସୁଦୂର କୋଣ ଅନୁକୋଣରେ ପହଂଚି ପାରିଛି, ୪୫ କୋଟିରୁ ଅଧିକ ବ୍ୟାଙ୍କ ଆକାଉଂଟ ଖୋଲା ଯାଇଛି, ବିପଦ ସମୟରେ ମହିଳାଙ୍କ ଆକାଉଂଟକୁ ୩୧ ହଜାର କୋଟିରୁ ଅଧିକ ଟଙ୍କା ଟ୍ରାନ୍ସଫର କରା ଯାଇଛି। ସେ କହିଥିଲେ ଯେ, ଏହି କାର୍ଯ୍ୟ ଗୁଡ଼ିକ ସରକାରଙ୍କ କାର୍ଯ୍ୟକୁ ଚିହ୍ନିତ କରିଥାଏ। ଯେଉଁଠାରେ ଗୋଟିଏ ପଟେ ‘ଭୀମ’ ଏକ ସୁଦୃଢ଼ ଡିଜିଟାଲ ପେମେଂଟ ସିଷ୍ଟମ କ୍ଷେତ୍ରରେ ଏକ ଉଦାହରଣ ସୃଷ୍ଟି କରିଛି, ଅନ୍ୟ ପଟେ ଆମେ ୧୧ କୋଟିରୁ ଅଧିକ ଶୌଚାଳୟ ଏବଂ ୩ କୋଟିରୁ ଅଧିକ ଘର ନିର୍ମାଣ କରିଛୁ।

ଶ୍ରୀ ଠାକୁର ପ୍ରଧାନମନ୍ତ୍ରୀ ମୋଦିଙ୍କର ମହିଳାଙ୍କ ଉପରେ କେନ୍ଦ୍ରିତ ତଥା ମହିଳାମାନଙ୍କ ନେତୃତ୍ୱରେ ବିକାଶର ଅଦ୍ଭୁତ ପରିକଳ୍ପନାକୁ ଏହି ସରକାରଙ୍କର ମୁଖ୍ୟ ସ୍ତମ୍ଭ ଗୁଡିକ ମଧ୍ୟରୁ ଗୋଟିଏ ରୂପରେ ଉଲ୍ଲେଖ କରିଥିଲେ ଏବଂ କହିଥିଲେ ଯେ ସରକାର ଉଜ୍ୱଳା ଯୋଜନା ଅଧୀନରେ ୧୨ କୋଟି ମହିଳାଙ୍କୁ ଗ୍ୟାସ ସିଲିଣ୍ଡର ପ୍ରଦାନ କରିବା ଏବଂ ପୂର୍ବରୁ ରହିଥିବା ମାତୃତ୍ୱ ଛୁଟି ୧୨ ସପ୍ତାହ ଛୁଟିକୁ ୨୬ ସପ୍ତାହକୁ ବୃଦ୍ଧି କରି ଏହାକୁ ସୁନିଶ୍ଚତ କରିଛନ୍ତି।
ପଛୁଆ ବର୍ଗର ଲୋକ ମାନଙ୍କର ଲାଭ ବିଷୟରେ ସେ କହିଥିଲେ ଯେ ମୁଦ୍ରା ଯୋଜନା ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ଅନ୍ୟାନ୍ୟ ପଛୁଆ ବର୍ଗର ୩୪ କୋଟି ଲୋକ ମାନଙ୍କୁ ବିନା କୌଣସି ଗ୍ୟାରେଂଟିରେ ୧୮ ଲକ୍ଷ କୋଟି ଟଙ୍କାର ଋଣ ଯୋଗାଇବାରେ ସାହାଯ୍ୟ କରିଛି। ଉଜ୍ୱଳା ଯୋଜନା ଦ୍ୱାରା ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ବର୍ଗର ୩.୧ କୋଟି ହିତାଧିକାରୀଙ୍କୁ ଲାଭ ମିଳିଛି ଏବଂ ଏହି ବର୍ଗର ହିତାଧିକାରୀ ମାନଙ୍କୁ ୧.୩୧ କୋଟି ପକ୍କା ଘର ଯୋଗାଇ ଦିଆଯାଇଛି।

ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ କହିଥିଲେ ଯେ, “ଅନୁସୂଚିତ ଜାତିର ଯୁବକ ମାନଙ୍କର ଉନ୍ନତି ନିମନ୍ତେ ଡଃ ଆମ୍ବେଦକରଙ୍କ ପରିକଳ୍ପନା ଉପରେ ଆଧାରିତ, ଆମ୍ବେଦକର ସୋସିଆଲ୍ ଇନୋଭେସନ୍ ଆଣ୍ଡ ଇନକ୍ୟୁବେସନ ମିଶନ୍ (ଏଏସ୍ଆଇଆଇଏମ୍) ୨୦୨୦ରେ ଆରମ୍ଭ କରା ଯାଇଥିଲା। ପିଏମ୍ ଦକ୍ଷ ଯୋଜନାରେ ୨.୨୭ ଲକ୍ଷ ଯୁବକଙ୍କୁ କୁଶଳ ଜନଶକ୍ତି ସହିତ ଯୋଡିବା ନିମନ୍ତେ ପ୍ରଶିକ୍ଷିତ କରା ଯାଇଛି। କର୍ମଚାରୀଙ୍କ ରାଜ୍ୟ ବୀମା ମଜୁରୀ ସୀମା ଯାହାକି ୨୦୧୪ ପୂର୍ବରୁ ମାତ୍ର ୧୫,୦୦୦ ଟଙ୍କା ଥିଲା ଯାହାକୁ ୨୧,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ବୋଲି ମନ୍ତ୍ରୀ କହିଥିଲେ।”

ବାବା ସାହେବଙ୍କ ସମ୍ମାନରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱାଧୀନ ସରକାର ପଂଚ ତୀର୍ଥ ଗଠନ କରିଛନ୍ତି ଏବଂ ସଂସଦରେ ଡଃ ଆମ୍ବେଦକରଙ୍କ ଛବି ଲଗାଇଛନ୍ତି।

ଭାରତର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କ ଅଭିଭାଷଣରେ ଡଃ ଆମ୍ବେଦକରଙ୍କ ବହୁମୁଖୀ ବ୍ୟକ୍ତିତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ସ୍ୱାଧୀନ ଭାରତର ପ୍ରାରମ୍ଭିକ ବର୍ଷ ଗୁଡିକରେ ତାଙ୍କର ଅବଦାନକୁ ମନେ ପକାଇ ଶ୍ରୀ କୋବିନ୍ଦ କହିଥିଲେ, ଯେ ବାବା ସାହେବଙ୍କ ଅବଦାନ ବ୍ୟାଙ୍କିଂ, ଜଳସେଚନ, ବିଜୁଳି ବ୍ୟବସ୍ଥା, ଶିକ୍ଷା ବ୍ୟବସ୍ଥା, ଶ୍ରମ ପରିଚାଳନା, ରାଜସ୍ୱ ବଂଟନ ବ୍ୟବସ୍ଥା ଇତ୍ୟାଦି ନୀତି ଗୁଡିକୁ ଆକାର ପ୍ରଦାନ କରିଛି।

ଶ୍ରୀ କୋବିନ୍ଦ ସେହି ସମୟକୁ ମନେ ପକାଇଥିଲେ, ଯେତେବେଳେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟରେ ୨୦୧୦ରେ ଏକ ଗୌରବ ଯାତ୍ରାର ଆୟୋଜନ କରିଥିଲେ। ଏକ ସଜ୍ଜିତ ହାତୀ ଉପରେ ଭାରତୀୟ ସମ୍ବିଧାନର ଏକ ବଡ଼ ପ୍ରତିରୂପ ରଖା ଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ମୋଦୀ ଲୋକଙ୍କ ସହ ପାଦରେ ଚାଲି ଚାଲି ଯାଉଥିଲେ। ଏହା ଠାରୁ ଅଧିକ ସମ୍ବିଧାନ ପ୍ରତି ଶ୍ରଦ୍ଧା ଏବଂ ବାବା ସାହେବ ଆମ୍ବେଦକରଙ୍କୁ ସମ୍ମାନର କୌଣସି ଉତ୍ତମ ଉଦାହରଣ ହୋଇ ପାରିବ ନାହିଁ।

ଡଃ ଆମ୍ବେଦକରଙ୍କ ପରିକଳ୍ପନା ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନୀତି ମଧ୍ୟରେ ସମାନତା ସମ୍ପର୍କରେ ଶ୍ରୀ କୋବିନ୍ଦ କହିଥିଲେ ଯେ, ଦେଶର ନୂତନ ଶିକ୍ଷା ନୀତି, ଯାହା ବିଭିନ୍ନ ସ୍ଥାନରୁ ପ୍ରାପ୍ତ ହୋଇଥିବା ଦୁଇ ଲକ୍ଷରୁ ଅଧିକ ପରାମର୍ଶ ଉପରେ ବିଚାର କରାଯାଇ ସୃଷ୍ଟି କରା ଯାଇଥିଲା ଏବଂ ଯାହା କୌଣସି ବି ମାତୃଭାଷାରେ ଶିକ୍ଷା ପ୍ରଦାନ କରିଥାଏ, ତାହା ବାବା ସାହେବଙ୍କ ବିଚାରର ଅନୁରୂପ ଅଟେ। ସେ ଆହୁରି ମଧ୍ୟ କହିଥିଲେ ଯେ, ବହୁ ଜଟିଳ ନିୟମକୁ ବଦଳାଇବା ପାଇଁ ଚାରୋଟି ଶ୍ରମ ସଂହିତା, ଶ୍ରମିକ ମାନଙ୍କ ପାଇଁ ସର୍ବଭାରତୀୟ ଆକାଉଂଟ ନମ୍ବର ଡଃ ଆମ୍ବେଦକରଙ୍କ ଦର୍ଶନର ପରିଣାମ ଅଟେ।

ଭାରତର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ବାଳକ୍ରିଷ୍ଣନ୍ ଡଃ ଆମ୍ବେଦକରଙ୍କ ଅବଦାନକୁ ଭାରତର ମହାନ ଚିନ୍ତାନାୟକ ମାନଙ୍କ ମଧ୍ୟରୁ ଜଣେ ଭାବରେ ମନେ ପକାଇଥିଲେ। ସେ ଭାରତର ଶିଳ୍ପାୟନ, ମହିଳା ସଶକ୍ତିକରଣ, ଶିକ୍ଷା ଏବଂ ଭାରତର ଆଧୁନିକୀକରଣ ଉପରେ ବାବା ସାହେବଙ୍କ ପରାମର୍ଶକୁ ମନେ ପକାଇ ଥିଲେ। ସେ ଆହୁରି ମଧ୍ୟ ଗୁରୁତ୍ୱ ଦେଇ କହିଥିଲେ ଯେ, ବର୍ତ୍ତମାନର ସରକାରଙ୍କ ନୀତି ଡଃ ଆମ୍ବେଦକରଙ୍କ ଦ୍ୱାରା ପ୍ରସ୍ତୁତ ଭାରତର ମୌଳିକ ଚିନ୍ତାଧାରାର ସାରକଥାକୁ କାର୍ଯ୍ୟକାରୀ କରୁଛି।

ଏହି କାର୍ଯ୍ୟକ୍ରମ ପୂର୍ବରୁ ଜଷ୍ଟିସ୍ କେ. ଜି. ବାଳକ୍ରିଷ୍ଣନ୍ ଏବଂ ଶ୍ରୀ ଅନୁରାଗ ଠାକୁର ତିନି ଦିନିଆ ଡିଜିଟାଲ୍ ଇଂଟରାକ୍ଟିଭ୍ ମଲ୍ଟି ମିଡିଆ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ, ଯେଉଁଥିରେ କେନ୍ଦ୍ରୀୟ ଯୋଗାଯୋଗ ବ୍ୟୁରୋ ଦ୍ୱାରା ଆଜାଦିର ଅମୃତ ମହୋତ୍ସବ ଉପରେ ଡଃ ବି.ଆର୍ ଆମ୍ବେଦକରଙ୍କ ଜୀବନୀ, ଶିକ୍ଷା ଏବଂ ଅବଦାନ ଉପରେ ଧ୍ୟାନ କେନ୍ଦ୍ରିତ କରା ଯାଇଥିଲା।  ପ୍ରଦର୍ଶନୀ ଡଃ ବି. ଆର୍. ଆମ୍ବେଦକରଙ୍କ ଆଦର୍ଶ ଏବଂ ସରକାରଙ୍କ ବିକାଶମୂଳକ ପଦକ୍ଷେପ ବିଷୟରେ ସଚେତନତା ସୃଷ୍ଟି କରୁଥିବାବେଳେ ଏହା ପରିଦର୍ଶକ ମାନଙ୍କୁ ଏକ ଉତ୍ତମ ଅନୁଭୂତି ଦେବା ପାଇଁ ପରିକଳ୍ପନା କରା ଯାଇଛି। ଏଥିରେ ହାଲୋକ୍ୟୁବ୍, ଡିଜିଟାଲ୍ ଇଂଟରାକ୍ଟିଭ୍ ପଜଲ୍, ଆର୍ଏଫ୍ଆଇଡି ଆଧାରିତ ଡିଜିଟାଲ୍ ଇଂଟରାକ୍ଟିଭ୍ ଡିସପ୍ଲେ, ଇଂଟରାକ୍ଟିଭ୍ ଟଚ୍ ୱାଲ୍ ଏବଂ ଫ୍ଲିପ୍ ବୁକ୍ ପ୍ରଦର୍ଶନ ଅନ୍ତର୍ଭୁକ୍ତ ଅଟେ।

ପୁସ୍ତକ ‘ଆମ୍ବେଦକର ଆଣ୍ଡ ମୋଦୀ: ରିଫମର୍ସ ଆଇଡିଆଜ୍ ପରଫର୍ମର୍ସ ଇମ୍ପ୍ଲିମେଂଟେସନ୍’ ବିଷୟରେ:

ବ୍ଲୁକ୍ରାଫ୍ଟ ଡିଜିଟାଲ୍ ଫାଉଣ୍ଡେସନ୍ ଦ୍ୱାରା ଏହି ପୁସ୍ତକଟି ସାବଧାନତାର ସହିତ ଏବଂ ବିଶେଷଜ୍ଞତା ଆଧାରରେ ସଂକଳିତ ହୋଇଛି। ବ୍ଲୁକ୍ରାଫ୍ଟ ଡିଜିଟାଲ୍ ଫାଉଣ୍ଡେସନ୍ ଇଂରାଜୀ ସଙ୍ଗଠନ ଗୁଡିକ ମଧ୍ୟରୁ ଗୋଟିଏ, ଯାହା ଭାରତୀୟ ପ୍ରତିଭାକୁ ବ୍ୟବହାର କରିଥାଏ ଏବଂ ସାମାଜିକ କଲ୍ୟାଣ ପାଇଁ ସଚେତନତା ସୃଷ୍ଟି କରି ଭାରତୀୟ ସମାଜକୁ ସଶକ୍ତ କରିଥାଏ। ଏଥିରେ ରାଜ୍ୟସଭା ସାଂସଦ ଇଲାୟାରାଜା (ଜଣେ ଜଣାଶୁଣା ସଂଗୀତକାର ତଥା ଗୀତିକାର) ଙ୍କ ଏକ ଅଗ୍ରଲେଖ ରହିଛି ଯାହା ଜ୍ଞାନର ବିସ୍ତାର ବିଷୟରେ ଏକ ମୂଲ୍ୟବାନ ଜ୍ଞାନ ପ୍ରଦାନ କରେ ଯାହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଭାରତର ଅଗ୍ରଗତି ନିମନ୍ତେ ଡଃ ବାବାସାହେବ ଆମ୍ବେଦକରଙ୍କ ଦର୍ଶନ ମଧ୍ୟରେ ଏକ ସମାନ୍ତରାଳ ବିଶ୍ଲେଷଣ ଉପରେ ଆଧାରିତ।

ଆମ୍ବେଦକର ଏବଂ ମୋଦୀ ବାବାସାହେବ ଆମ୍ବେଦକରଙ୍କ ଚିନ୍ତାଧାରା ଏବଂ କାର୍ଯ୍ୟ ଉପରେ କ୍ରମାଗତ ଗବେଷଣାର ଏକ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଭାବେ ସେବା କରିଥାଏ ଏବଂ ଏହା ଦେଶର ନୀତି ଦୃଶ୍ୟପଟ୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ହେବ। ଏହା ଏକ ସ୍ୱାଧୀନ ରାଷ୍ଟ୍ର ଭାବରେ ଭାରତର ଯାତ୍ରାରେ ଏକ ମାଇଲଖୁଂଟ ଭାବରେ କାର୍ଯ୍ୟ କରେ ଏବଂ ଡଃ ଆମ୍ବେଦକରଙ୍କ ପରି ବ୍ୟକ୍ତିତ୍ୱଙ୍କ ଦୃଷ୍ଟିକୋଣ କିପରି ବିଶ୍ଳେଷଣ କରେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦୂରଦୃଷ୍ଟିସମ୍ପନ୍ନ ତଥା ଗତିଶୀଳ ନେତୃତ୍ୱରେ ଆମ୍ବେଦକରଙ୍କ ଦର୍ଶନ ଶେଷରେ ଫଳପ୍ରଦ ହେବାକୁ ଯାଉଛି।

ଏହି ପୁସ୍ତକରେ ଡଃ ଆମ୍ବେଦକରଙ୍କ ଜୀବନ, କାର୍ଯ୍ୟ ଏବଂ ସଫଳତା ଉପରେ ଗଭୀର ଭାବରେ ବିଶ୍ଲେଷଣ କରା ଯାଇଛି। ଆମ୍ବେଦକରଙ୍କ ଦୃଷ୍ଟିକୋଣ ଏବଂ ନୂତନ ଭାରତର ବିକାଶ ଯାତ୍ରାକୁ ନେଇ ତାଙ୍କ ଆଦର୍ଶ ମଧ୍ୟରେ ଏକ ଅବିଶ୍ୱସନୀୟ ସମ୍ମିଶ୍ରଣ ଉପସ୍ଥାପନ କରା ଯାଇଛି।

ପୁସ୍ତକ ଉନ୍ମୋଚନ ପୂର୍ବତନ ରାଷ୍ଟ୍ରପତି
Share. Facebook Twitter LinkedIn Email WhatsApp Copy Link

Related Posts

ନିଜ ପଦରୁ ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖର, ଜାଣନ୍ତୁ କାରଣ

July 21, 2025

ମୋଦି, ରାହୁଲ ଗାନ୍ଧୀ ନା ଚିରାଗ, ବିହାରର ଦଳିତଙ୍କ ମଧ୍ୟରେ କିଏ ସବୁଠାରୁ ଅଧିକ ଲୋକପ୍ରିୟ?: ସର୍ଭେରେ ବଡ଼ ଖୁଲାସା

July 21, 2025

ଟ୍ରମ୍ପ୍ ଙ୍କ ଦାବିର ପର୍ଦ୍ଦାଫାସ କଲେ ପାକ୍ ବିଶେଷଜ୍ଞ: ଭାରତର ଅପରେସନ୍ ସିନ୍ଦୂର ଉପରେ କହିଲେ ଗୁରୁତ୍ୱପୂର୍ଣ୍ଣ କଥା

July 21, 2025

‘ଶଶି ଥରୁରଙ୍କୁ କୌଣସି ଦଳୀୟ କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରାଯିବ ନାହିଁ’: କଂଗ୍ରେସ ନେତା କେ ମୁରଲୀଧରନ

July 21, 2025
Latest News

ନୂଆ କଥା, ଆଇନ ମନ୍ତ୍ରୀଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କଲେ ରାଜ୍ୟପାଳ କମ୍ଭମପଟି, ହେଲେ କାହିଁକି ??

July 21, 2025

ନିଜ ପଦରୁ ଇସ୍ତଫା ଦେଲେ ଉପରାଷ୍ଟ୍ରପତି ଜଗଦୀପ ଧନଖର, ଜାଣନ୍ତୁ କାରଣ

July 21, 2025

ସରକାରଙ୍କ ବଡ଼ ନିଷ୍ପତ୍ତି, ଏବେ UPI ମାଧ୍ୟମରେ ଉଠାଯାଇପାରିବ ସୁନା ଋଣ କିମ୍ବା FD ଟଙ୍କା

July 21, 2025

ପ୍ଲାଷ୍ଟିକ୍ ଆଧାର କାର୍ଡ ସପକ୍ଷରେ ନାହାନ୍ତି ଅଖିଳେଶ ଯାଦବ: ଏସପି ମୁଖ୍ୟ କଲେ ଏହି ବଡ଼ ଦାବି

July 21, 2025

ଓଡ଼ିଶାର ୬,୭୯୪ଟି ଗ୍ରାମ ପଞ୍ଚାୟତରେ ପହଞ୍ଚିବ ତିନି ମାସ ବ୍ୟାପୀ ଆର୍ଥିକ ଅନ୍ତଭୂକ୍ତିକରଣ ଅଭିଯାନ

July 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.