ବାଲୁକା କଳାରେ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନର ଅଭିନନ୍ଦନ ଜଣାଇଲେ ସୁଦର୍ଶନ ପଟ୍ଟନାୟକ

Published: Sep 17, 2022, 11:44 am IST

ପୁରୀ: ଆଜି ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ। ଆଜି ସେ 72 ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ତାଙ୍କର ଜନ୍ମ ଦିନରେ ବିଭିନ୍ନ ବର୍ଗରୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଏପରିକି ବିଦେଶରୁ ମଧ୍ୟ ମୋଦୀଙ୍କୁ ତାଙ୍କ ଜନ୍ମଦିନରେ ଶୁଭେଚ୍ଛା ପ୍ରଦାନ କରାଯାଇଛି।

ଏପରି କ୍ଷେତ୍ରରେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ତାଙ୍କ ବାଲୁକା କଳାରେ ପ୍ରଧାନମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ହେଲେ ଏଥର ସେ ଏକ ଭିନ୍ନ ପ୍ରକାରର ବାଲୁକା କଳା କରିଛନ୍ତି। ଏଥିରେ ସୁଦର୍ଶନ ବାଲି ସହିତ ମାଟିର ଚା କପ ମଧ୍ୟ ସାମିଲ କରିଛନ୍ତି। ଯାହା ବେଶ ଆକର୍ଷଣୀୟ ହୋଇପାରିଛି।

ପୁରୀ ବେଳାଭୂମିରେ ନିର୍ମାଣ କରିଥିବା ଏହି ବାଲୁକା କଳାରେ ସୁଦର୍ଶନ 1312ଟି ମାଟିର ଚା କପ ବ୍ୟବହାର କରିଛନ୍ତି। ଏହି ମାଟ କପ୍ ର ପାହଡ ଭିତରେ ସେ ବାଲିର ମୋଦିଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି। ତାହାର ପାଖରେ ସେ ଏକ ବାଲିର ବକ୍ସ ମଧ୍ୟରେ ହାପି ବାର୍ଥ ଡେ ମୋଦି ଜୀ ବୋଲି ଇଂରାଜୀରେ ଲେଖିଛନ୍ତି।

ସୁଦର୍ଶନ ଏଥିରେ ପାଞ୍ଚ ଫୁଟ ଉଚ୍ଚତାର ଏହି ବାଲୁକା କଳା କରିଛନ୍ତି। ସେ ଚା କପ୍ ରେ ଏପରି କଳାକୁ କରିବାର କାରଣ ହେଉଛି ଯେ, ନରେନ୍ଦ୍ର ମୋଦୀ ଚା ବିକାଳିରୁ ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ତାହାର ପ୍ରତିକାତ୍ମକ ଭାବେ ସେ ଏହି ଚା କପକୁ ବ୍ୟବହାର କରିଛନ୍ତି।

ନିକଟରେ ସୁଦର୍ଶନ ବ୍ରିଟେନର ରାଣୀ ଏଲିଜାବେଥ ଦ୍ବିତୀୟଙ୍କର ପରଲୋକ ପରେ ସେ ବାଲୁକାକଳାରେ ଶ୍ରଦ୍ଦାଞ୍ଜଳି ପ୍ରଦାନ କରିଥିଲେ। ସେହି ବାଲୁକା କଳାରେ ସୁଦର୍ଶନ 740ଟି ଗୋଲାପ ଫୁଲରେ ବ୍ୟବହାର କରିଥିଲେ। ଯାହା କଳାତ୍ମକ ଦୃଷ୍ଟିରୁ ବେଶ ଆକର୍ଷଣୀୟ ହୋଇପାରିଥିଲା।

Related posts