
କଟକ : ଆଜି ସାରା ରାଜ୍ୟରେ ଲଗାତର ବର୍ଷା ଲାଗି ରହିଛି। ହେଲେ ଏହି ବର୍ଷାରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫ଟି ସଚିବ ଭି କେ ପାଣ୍ଡିୟାନ ଉନ୍ନୟନ କାର୍ଯ୍ୟ ତଦାରଖ କରିଛନ୍ତି।ସେ ଏକ ରେନକୋଟ ପିନ୍ଧି ବର୍ଷାରେ ଭିଜି ଲୋକ କଲ୍ୟାଣ କାର୍ଯ୍ୟ ତଦାରଖ କରିଛନ୍ତି।

ଆଜି ସକାଳୁ ପାଣ୍ଡିୟାନ ପ୍ରଥମେ କଟକର ଏସସିବି ମେଡିକାଲ କଲେଜର କାର୍ଯ୍ୟ ଅନୁଧ୍ୟାନ କରିଥିଲେ। ଏହାପରେ ତାଳଦଣ୍ଡା କେନାଲ କାମ ତଦାରଖ କରିଛନ୍ତି। ଶେଷରେ ସେ ଛତ୍ରବଜାରରେ ପରିବା ବ୍ୟବସାୟୀଙ୍କ ହେଉଥିବା ପିଣ୍ଢି ବୁଲି ଦେଖିଥିଲେ।
ଏହି ଗସ୍ତକାଳରେ ଭି.କେ ପାଣ୍ଡିଆନଙ୍କ ସହ ସିଡିଏ ଚେୟାରମ୍ୟାନ ଅନୀଲ ସାମଲ, କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ସିଏମସି କମିଶନର ନିଖିଲ ପୱନ କଲ୍ୟାଣ ଓ ଡିସିପି ପିନାକ ମିଶ୍ରଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
Tags: V K Pandiyan, ଭି.କେ ପାଣ୍ଡିୟାନ