Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭାରତ ଏବଂ ଇଜିପ୍‌ଟ ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ କାଇରୋରେ ଦ୍ବିପାକ୍ଷିକ ଆଲୋଚନା
ବିଶେଷ ଖବର

ଭାରତ ଏବଂ ଇଜିପ୍‌ଟ ପ୍ରତିରକ୍ଷା ମନ୍ତ୍ରୀଙ୍କ ମଧ୍ୟରେ କାଇରୋରେ ଦ୍ବିପାକ୍ଷିକ ଆଲୋଚନା

September 20, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ୧୯, ସେପ୍ଟେମ୍ବର ୨୦୨୨ ରେ କାଇରୋରେ ଇଜିପ୍‌ଟର ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ୍ ମହମ୍ମଦ ଜାକିଙ୍କ ସହିତ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି। ରାଜନାଥ ସିଂ ବର୍ତ୍ତମାନ ଇଜିପ୍‌ଟ ଗସ୍ତରେ ରହିଛନ୍ତି। ତାଙ୍କୁ ଦ୍ବିପାକ୍ଷିକ ଆଲୋଚନା ଆରମ୍ଭ ହେବା ପୂର୍ବରୁ କାଇରୋ ସ୍ଥିତ ପ୍ରତିରକ୍ଷା ମନ୍ତ୍ରଣାଳୟରେ ସେରିମୋନିଆଲ୍ ଗାର୍ଡ଼ ଅଫ୍ ଅନର ପ୍ରଦାନ କରାଯାଇଛି। ବୈଠକ ସମୟରେ ଉଭୟ ପକ୍ଷ ପ୍ରତିରକ୍ଷା ସମ୍ପର୍କକୁ ମଜବୁତ୍ କରିବା ଦିଗରେ ମିଳିତ ସୈନ୍ୟାଭ୍ୟାସ ବଢ଼ାଇବା ଏବଂ ପ୍ରଶିକ୍ଷଣ, ବିଶେଷ କରି ଆତଙ୍କବାଦ ବିରୋଧୀ କାର୍ଯ୍ୟକଳାପ କ୍ଷେତ୍ରରେ ପ୍ରଶିକ୍ଷଣ ପାଇଁ ସୈନ୍ୟକର୍ମୀମାନଙ୍କର ଆଦାନ ପ୍ରଦାନ ଉପରେ ସହମତି ପ୍ରକାଶ କରିଛନ୍ତି।

ଉଭୟ ମନ୍ତ୍ରୀ ଭାରତ ଏବଂ ଇଜିପ୍‌ଟର ରକ୍ଷା ଉଦ୍ୟୋଗ ମଧ୍ୟରେ ନିର୍ଦ୍ଦିଷ୍ଟ ସମୟ ଅବଧିରେ ସହଯୋଗ ବଢ଼ାଇବା ପାଇଁ ପ୍ରସ୍ତାବ ଉପରେ ଧ୍ୟାନ ପ୍ରଦାନ କରିବା ଉପରେ ସହମତି ପ୍ରଦାନ କରିଛନ୍ତି। ସେମାନେ କ୍ଷେତ୍ରୀୟ ସୁରକ୍ଷା ଉପରେ ବିଚାରର ଆଦାନ ପ୍ରଦାନ କରିଛନ୍ତି ତଥା ବିଶ୍ବରେ ଶାନ୍ତି ଏବଂ ସ୍ଥିରତା ବଜାୟ ରଖିବାରେ ଭାରତ ତଥା ଇଜିପ୍‌ଟର ଯୋଗାଦାନକୁ ରେଖାଙ୍କିତ କରିଛନ୍ତି। ଉଭୟ ପକ୍ଷ ଏହି ବିଷୟ ଉପରେ ଖୁସି ପ୍ରକାଶ କରିଛନ୍ତି ଯେ କୋଭିଡ୍ ୧୯ ମହାମାରୀ ସତ୍ତ୍ବେ ଗତ ବର୍ଷ ସମୟରେ ଉଭୟ ଦେଶ ମଧ୍ୟରେ ରକ୍ଷା କାର୍ଯ୍ୟକାରୀତା ଓ ଆଦାନ-ପ୍ରଦାନର ଗତି ତୀବ୍ର ରହିଛି।

ଇଜିପ୍‌ଟର ରାଷ୍ଟ୍ରପତି ଆବଦେଲ୍ ଫତାହ-ଅଲ୍ –ସିସି ଙ୍କ ସହିତ ରକ୍ଷା ମନ୍ତ୍ରୀ ରାଜନାଥ ସିଂ ଙ୍କ ସାକ୍ଷାତ ପରେ ଉଭୟ ରକ୍ଷା ମନ୍ତ୍ରୀ ଦ୍ବିପାକ୍ଷୀୟ ସହଯୋଗ ବିଷୟରେ ସୁରକ୍ଷା ଏବଂ ରକ୍ଷା ପକ୍ଷର ବୃଦ୍ଧି ଉପରେ ସହମତି ବ୍ୟକ୍ତ କରିଛନ୍ତି। ଉଭୟ ରକ୍ଷା ମନ୍ତ୍ରୀ ରକ୍ଷା କ୍ଷେତ୍ରରେ ସହଯୋଗ ପାଇଁ ବୁଝାମଣା ରାଜିନାମା ଉପରେ ସ୍ବାକ୍ଷର କରିଛନ୍ତି। ଏହି ବୁଝାମଣା ରାଜିନାମା ପାରସ୍ପରିକ ହିତର ସମସ୍ତ କ୍ଷେତ୍ରରେ ରକ୍ଷା ସହଯୋଗ ବଢ଼ାଇବାର ମାର୍ଗକୁ ପ୍ରଶସ୍ତ କରିବ।

ରାଜନାଥ ସିଂ ଭାରତ-ଆଫ୍ରିକା ରକ୍ଷା ସମ୍ବାଦ ଏବଂ ଆଇଓଆର ରକ୍ଷା ମନ୍ତ୍ରୀମାନଙ୍କର ସମ୍ମିଳନୀରେ ଭାଗ ନେବା ପାଇଁ ଇଜିପ୍ଟ ସମକକ୍ଷଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଛନ୍ତି। ଏହି କାର୍ଯ୍ୟକ୍ରମ ୧୨ଶ ଡେଫ୍‌ ଏକ୍ସପୋର ଭାଗ ରୂପେ ଗୁଜରାଟର ଗାନ୍ଧୀନଗରରେ ୧୮-୨୨ ଅକ୍ଟୋବର ୨୦୨୨ ମଧ୍ୟରେ ଆୟୋଜିତ ହେବ।

ଦିନ ବ୍ୟାପି ନିଜର କାର୍ଯ୍ୟକ୍ରମ ସମୟରେ ରକ୍ଷା ମନ୍ତ୍ରୀ କାଇରୋରେ ଅଜ୍ଞାତ ସୈନ୍ୟ ସ୍ମାରକ ଏବଂ କାଇରୋର ପୂର୍ବ ରାଷ୍ଟ୍ରପତି ଅନୱର-ଅଲ-ସାଦାତ୍ ଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଛନ୍ତି।

କାଇରୋ ପ୍ରତିରକ୍ଷା ମନ୍ତ୍ରୀ ଭାରତ ରାଜନାଥ ସିଂ
Share. Facebook Twitter LinkedIn Email WhatsApp Copy Link

Related Posts

କାଠଯୋଡି ସେତୁ ଟେଣ୍ଡର ବିବାଦକୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ

April 5, 2026

ଚିଲିକାରେ ପଣ୍ତିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬, ଯୋଗ ଦେଲେ ଆଇନ ମନ୍ତ୍ରୀ

April 5, 2026

ରାଜ୍ୟ କ୍ୟାବିନେଟର ବଡ ନିଷ୍ପତି, ମେଡିକାଲ ଇଂଜିନିୟରିଂ ନାମଲେଖାରେ ପଛୁଆ ବର୍ଗକୁ ମିଳିବ ସଂରକ୍ଷଣ

April 5, 2026

ପଶ୍ଚିମ ଏସିଆର ପରିସ୍ଥିତି ନେଇ ପ୍ରମୁଖ କ୍ଷେତ୍ରଗୁଡ଼ିକ ଉପରେ ଅପଡେଟ୍

April 5, 2026
Latest News

ସଡ଼କ ଦୁର୍ଘଟଣାରେ ପିତା ମୃତ: ପୁଅ ଗୁରୁତର

April 5, 2026

କାଠଯୋଡି ସେତୁ ଟେଣ୍ଡର ବିବାଦକୁ ନେଇ ସରକାରଙ୍କୁ ଘେରିଲା କଂଗ୍ରେସ

April 5, 2026

ଚିଲିକାରେ ପଣ୍ତିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ୨୦୨୬, ଯୋଗ ଦେଲେ ଆଇନ ମନ୍ତ୍ରୀ

April 5, 2026

ବାଣପୁର କୋର୍ଟର ଉନ୍ନତି ପାଇଁ ଆଇନ ମନ୍ତ୍ରୀଙ୍କ ସହ ଆଲୋଚନା କଲେ ଓକିଲ ସଂଘର ନୂତନ ସଭାପତି

April 5, 2026

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.