Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଶାନ୍ତି ଚାହୁଁଥିବା ଦେଶ, ଆତଙ୍କବାଦକୁ ପ୍ରାୟୋଜିତ କରେ ନାହିଁ’: ଜାତିସଂଘରେ ପାକିସ୍ତାନକୁ କଡା ଜବାବ ଦେଲା ଭାରତ
ବିଶେଷ ଖବର

ଶାନ୍ତି ଚାହୁଁଥିବା ଦେଶ, ଆତଙ୍କବାଦକୁ ପ୍ରାୟୋଜିତ କରେ ନାହିଁ’: ଜାତିସଂଘରେ ପାକିସ୍ତାନକୁ କଡା ଜବାବ ଦେଲା ଭାରତ

September 24, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ) ର ୭୭ତମ ଅଧିବେଶନରେ ଶୁକ୍ରବାର ଦିନ ଭାରତ ବିରୋଧୀ ବିବୃତ୍ତି ଦେଇଥିବାରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କୁ ଭାରତ ସମାଲୋଚନା କରିଛି। ମିଳିତ ଜାତିସଂଘରେ ଭାରତୀୟ ମିଶନର ପ୍ରଥମ ସଚିବ ମିଜିଟୋ ଭିନିଟୋ କାଶ୍ମୀର ପ୍ରସଙ୍ଗରେ ଶେହବାଜ ସରିଫଙ୍କ ଦାବିକୁ ଖଣ୍ଡନ କରିଛନ୍ତି ଏବଂ ଇସଲାମାବାଦକୁ ସୀମା ଆତଙ୍କବାଦ ସହ ଜଡିତ ଥିବା ଅଭିଯୋଗ କରିଛନ୍ତି।

ଭିନିଟୋ କହିଛନ୍ତି ଯେ, “ଦୁଃଖର ବିଷୟ ଯେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାରତ ବିରୁଦ୍ଧରେ ମିଥ୍ୟା ଅଭିଯୋଗ ଆଣିବା ପାଇଁ ଏହି ସମ୍ମାନଜନକ ସଭାର ମଞ୍ଚକୁ ଚୟନ କରିଛନ୍ତି। ଯାହାକୁ ଦୁନିଆ ଗ୍ରହଣ କରେ ନାହିଁ। ”

ଆତଙ୍କବାଦୀ ଡାୱଡ ଇବ୍ରାହିମଙ୍କ ବିଷୟରେ ଏକ ସ୍ପଷ୍ଟ ସୂଚନା ଦେଇ ସେ କହିଛନ୍ତି ଯେ, ଶାନ୍ତି ଚାହୁଁଥିବା ଦେଶ କେବେ ୧୯୯୩ ମୁମ୍ବାଇ ବିସ୍ଫୋରଣରେ ଦୋଷୀମାନଙ୍କୁ ଆଶ୍ରୟ ଦେବ ନାହିଁ।

ଆତଙ୍କବାଦ, ଶତ୍ରୁତା ଏବଂ ହିଂସା ମୁକ୍ତ ପରିବେଶରେ ପାକିସ୍ତାନ ସହ ସାଧାରଣ ପଡୋଶୀ ସମ୍ପର୍କ ଖୋଜୁଛି ବୋଲି ଭିନିଟୋ ଦୃଢତାର ସହ ଦୋହରାଇଛନ୍ତି।

ନିକଟରେ ପାକିସ୍ତାନରେ ହିନ୍ଦୁ, ଶିଖ ଏବଂ ଖ୍ରୀଷ୍ଟିଆନ ପରିବାରର ଝିଅମାନଙ୍କୁ ଅପହରଣ ଏବଂ ବିବାହର ଘଟଣା ସମ୍ପର୍କରେ ଉଲ୍ଲେଖ କରି ଭାରତ କହିଛି ଯେ ଏହା ବିଡମ୍ବନାର ବିଷୟ ଯେ, ଯେଉଁ ଦେଶ ଅଳ୍ପସଂଖ୍ୟଙ୍କ ଅଧିକାରକୁ ଗମ୍ଭୀର ଉଲ୍ଲଂଘନ କରିଛି, ସେ ବିଶ୍ୱ ସ୍ତରରେ ଅଳ୍ପସଂଖ୍ୟକ ବିଷୟରେ କହୁଛି।

ଆତଙ୍କବାଦ ଜାତିସଂଘ ପାକିସ୍ତାନ ଭାରତ
Share. Facebook Twitter LinkedIn Email WhatsApp Copy Link

Related Posts

ବିଶ୍ୱ ସଂକଟର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀଙ୍କ ନିବେଦନ ପରେ ୪୦ରୁ ଅଧିକ ଦେଶ ଶକ୍ତି ସଞ୍ଚୟ ପାଇଁ ନେଲେ ପଦକ୍ଷେପ

May 12, 2026

ମାତୃତ୍ଵ ଲାଭ ପରେ ପୁଣି ଥରେ କର୍ମକ୍ଷେତ୍ରକୁ ଫେରିବା ପାଇଁ ମହିଳାଙ୍କୁ ସଶକ୍ତ କରିଛି ଜିଓ

May 12, 2026

ଜୁଲାଇ ପହିଲାରୁ ଭିବି – ଜି ରାମ ଜି ଆଇନ୍

May 12, 2026

ସୁନା ମୂଲ୍ୟରେ ସବୁଠାରୁ ବଡ଼ ହ୍ରାସ କେବେ ଘଟିଥିଲା ? ଜାଣନ୍ତୁ ସୁନାର ମୂଲ୍ୟ ହ୍ରାସର ଇତିହାସ ବିଷୟରେ

May 12, 2026
Latest News

ଆଜି ମଇ ୧୩ ତାରିଖରେ ଏହି ସାତୋଟି ରାଶି ପାଇଁ ରହିଛି ଅନୁକୂଳ ପରିବେଶ

May 13, 2026

ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ବଡ ଘୋଷଣା

May 12, 2026

ରଣପୁରରେ ଦୁଇ ଶିକ୍ଷକ-ଶିକ୍ଷୟତ୍ରୀଙ୍କ ପରଲୋକ: ଶିକ୍ଷା ମହଲରେ ଶୋକର ଛାୟା

May 12, 2026

ନିଟ୍‌-ୟୁଜି ୨୦୨୬ ପରୀକ୍ଷା ବାତିଲକୁ ନେଇ ସରକାରଙ୍କୁ ସମାଲୋଚନା କଲେ ନବୀନ

May 12, 2026

ଯୁବକକୁ ଗୋଡ଼ାଇ ଗୋଡ଼ାଇ ମରଣାନ୍ତକ ଆକ୍ରମଣ

May 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.