Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»BREAKING: ଆସନ୍ତାକାଲି ଓଡିଶାରେ ଆରମ୍ଭ ହେବ ୫ଜି ସେବା, ରାଷ୍ଟ୍ରପତିଙ୍କ ଗାଁରେ ପ୍ରସ୍ତୁତି ଶେଷ
ଜାତୀୟ ଖବର

BREAKING: ଆସନ୍ତାକାଲି ଓଡିଶାରେ ଆରମ୍ଭ ହେବ ୫ଜି ସେବା, ରାଷ୍ଟ୍ରପତିଙ୍କ ଗାଁରେ ପ୍ରସ୍ତୁତି ଶେଷ

September 30, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଆସନ୍ତାକାଲି ଓଡିଶାରେ ବହୁ ପ୍ରତୀକ୍ଷିତ ୫ଜି ସେବାର ଶୁଭାରମ୍ଭ ହେବ। ପ୍ରଥମେ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଗାଁ ସ୍କୁଲରେ ଏହି ସେବା ଲାଗୁ କରାଯିବ। ସେଥିପାଇଁ ରିଲାଏନ୍ସ ଜିଓ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁରର ପାହଡପୁର ଗାଁ ସ୍କୁଲ ଏସଏଲଏସ ମେମୋରିୟାଲ ଆବାସିକ ସ୍କୁଲରେ ଏହା ଆରମ୍ଭ ହେବ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ସ୍କୁଲକୁ ୨୦୧୬ ମସିହାରେ ପ୍ରତିଷ୍ଠା କରିଥିଲେ। ପରଲୋକଗତ ତାଙ୍କ ସ୍ବାମୀ ଏବଂ ପୁତ୍ରଙ୍କ ସ୍ମତି ଉଦ୍ଦେଶ୍ୟରେ ରାଷ୍ଟ୍ରପତି ମୁର୍ମୁ ଏହାକୁ ପ୍ରତିଷ୍ଠା କରିଛନ୍ତି। ରାଷ୍ଟ୍ରପତି ମୁର୍ମୁ ପ୍ରତିବର୍ଷ ତାଙ୍କ ସ୍ବାମୀ ଏବଂ ପୁତ୍ରଙ୍କ ଜନ୍ମ ଏବଂ ମୃତ୍ୟୁ ବାର୍ଷିକୀରେ ଏହି ସ୍କୁଲ ଯାଆନ୍ତି। ଏହିପରି ଏକ ସ୍ମୃତି ଜଡିତ ଥିବା ସ୍କୁଲରେ ଏହି ୫ଜି ସେବା ଆରମ୍ଭ କରିବା ପାଇଁ ଭାରତ ସରକାର ନିଷ୍ପତି କରିଛନ୍ତି।

ଆସନ୍ତାକାଲି ଏହି ୫ଜି ସେବା ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସ୍କୁଲ ପିଲାଙ୍କ ସହିତ କଥା ହେବେ। ଏଥିପାଇଁ ରିଲାଏନ୍ସ ଜିଓ ତରଫରୁ ସ୍କୁଲରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେହିପରି ସ୍କୁଲ ତରଫରୁ ଛାତ୍ରଛାତ୍ରୀଙ୍କୁ ଏକାଠି କରି ପ୍ରଧାନମନ୍ତ୍ରୀଙ୍କ ସହିତ କିପରି କଥାବାର୍ତ୍ତା ହେବେ ସେ ନେଇ ପ୍ରସ୍ତୁତି ମଧ୍ୟ କରାଯାଇଛି।

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ମୋବାଇଲ କଂଗ୍ରେସରେ ଯୋଗ ଦେବେ। ନୂଆଦିଲ୍ଲୀର ପ୍ରଗତୀ ମଇଦାନରେ ହେବାକୁ ଥିବା ଏହି କଂଗ୍ରେସରେ ସେ ଦେଶର ବିଭିନ୍ନ ସହରରେ ୫ଜି ସେବାର ଶୁଭାରମ୍ଭ କରିବେ। ଏହି ନୂଆ ସେବା ମାଧ୍ୟମରେ ପ୍ରଧାନମନ୍ତ୍ରୀ ବିଭିନ୍ନ ଲୋକଙ୍କ ସହିତ କଥା ମଧ୍ୟ ହେବେ। ସେଥିପାଇଁ ୫ଜି ସେବା ପ୍ରଦାନକାରୀ କଂପାନୀ ତରଫରୁ ବନ୍ଦୋବସ୍ତ କରାଯାଇଛି।

ତେବେ ଏହି ସେବା କେବଳ ସେହି ସ୍କୁଲ ମଧ୍ୟରେ ସୀମିତ ରଖାଯାଇଛି। ସାଧାରଣ ଲୋକେ ବର୍ତ୍ତମାନ ଏହି ସେବା ପାଇପାରିବେ ନାହିଁ। ଆସନ୍ତା ଦୀପାବଳିରେ ରାଜ୍ୟର ବିଭିନ୍ନ ସହରରେ ଏହି ସେବା ସାଧାରଣ ଲୋକଙ୍କୁ ପ୍ରଦାନ କରାଯିବ ବୋଲି ଜଣାପଡିଛି।

5ଜି ସେବା ଓଡିଶାରେ 5ଜି ସେବା ଜିଓ ରିଲାଏନ୍ସ ରାଷ୍ଟ୍ରପତିଙ୍କ ଗାଁ ରିଲାଏନ୍ସ ଜିଓ
Share. Facebook Twitter LinkedIn Email WhatsApp Copy Link

Related Posts

କନ୍ଧମାଳରେ ଆପଦପ୍ରବଣ କିଶୋରମାନଙ୍କୁ ସଶକ୍ତ କରିବା ପାଇଁ ସର୍ଭାଇଭର୍‍ ନେଟୱର୍କ କାର୍ଯ୍ୟକ୍ରମ

March 27, 2026

ଭାରତୀୟ ଭାଷା ସଂସ୍ଥାନ ପରିଦର୍ଶନ ସହ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀକୁ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

March 27, 2026

ପଶ୍ଚିମ ଏସିଆ ଘଟଣାବଳୀକୁ ଦୃଷ୍ଟିରେ ରଖି ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କିତ ଅପଡେଟ୍

March 27, 2026

‘ଓଡ଼ିଶା ପୌର ନିୟମାବଳୀ, ୧୯୫୩’ରେ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କଲେ ରାଜ୍ୟ ସରକାର

March 27, 2026
Latest News

କନ୍ଧମାଳରେ ଆପଦପ୍ରବଣ କିଶୋରମାନଙ୍କୁ ସଶକ୍ତ କରିବା ପାଇଁ ସର୍ଭାଇଭର୍‍ ନେଟୱର୍କ କାର୍ଯ୍ୟକ୍ରମ

March 27, 2026

ଭାରତୀୟ ଭାଷା ସଂସ୍ଥାନ ପରିଦର୍ଶନ ସହ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀକୁ ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ

March 27, 2026

ପଶ୍ଚିମ ଏସିଆ ଘଟଣାବଳୀକୁ ଦୃଷ୍ଟିରେ ରଖି ପ୍ରମୁଖ କ୍ଷେତ୍ରଗୁଡ଼ିକ ସମ୍ପର୍କିତ ଅପଡେଟ୍

March 27, 2026

‘ଓଡ଼ିଶା ପୌର ନିୟମାବଳୀ, ୧୯୫୩’ରେ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କଲେ ରାଜ୍ୟ ସରକାର

March 27, 2026

ଆଜି ମାର୍ଚ୍ଚ ୨୭ ତାରିଖ ଶୁକ୍ରବାରର ସକାଳୁ ଏହି ରାଶିଗୁଡିକର ଖୋଲିଲା ଭାଗ୍ୟ

March 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.