Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

BREAKING: ଆସନ୍ତାକାଲି ଓଡିଶାରେ ଆରମ୍ଭ ହେବ ୫ଜି ସେବା, ରାଷ୍ଟ୍ରପତିଙ୍କ ଗାଁରେ ପ୍ରସ୍ତୁତି ଶେଷ

ଭୁବନେଶ୍ବର: ଆସନ୍ତାକାଲି ଓଡିଶାରେ ବହୁ ପ୍ରତୀକ୍ଷିତ ୫ଜି ସେବାର ଶୁଭାରମ୍ଭ ହେବ। ପ୍ରଥମେ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଗାଁ ସ୍କୁଲରେ ଏହି ସେବା ଲାଗୁ କରାଯିବ। ସେଥିପାଇଁ ରିଲାଏନ୍ସ ଜିଓ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁରର ପାହଡପୁର ଗାଁ ସ୍କୁଲ ଏସଏଲଏସ ମେମୋରିୟାଲ ଆବାସିକ ସ୍କୁଲରେ ଏହା ଆରମ୍ଭ ହେବ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ସ୍କୁଲକୁ ୨୦୧୬ ମସିହାରେ ପ୍ରତିଷ୍ଠା କରିଥିଲେ। ପରଲୋକଗତ ତାଙ୍କ ସ୍ବାମୀ ଏବଂ ପୁତ୍ରଙ୍କ ସ୍ମତି ଉଦ୍ଦେଶ୍ୟରେ ରାଷ୍ଟ୍ରପତି ମୁର୍ମୁ ଏହାକୁ ପ୍ରତିଷ୍ଠା କରିଛନ୍ତି। ରାଷ୍ଟ୍ରପତି ମୁର୍ମୁ ପ୍ରତିବର୍ଷ ତାଙ୍କ ସ୍ବାମୀ ଏବଂ ପୁତ୍ରଙ୍କ ଜନ୍ମ ଏବଂ ମୃତ୍ୟୁ ବାର୍ଷିକୀରେ ଏହି ସ୍କୁଲ ଯାଆନ୍ତି। ଏହିପରି ଏକ ସ୍ମୃତି ଜଡିତ ଥିବା ସ୍କୁଲରେ ଏହି ୫ଜି ସେବା ଆରମ୍ଭ କରିବା ପାଇଁ ଭାରତ ସରକାର ନିଷ୍ପତି କରିଛନ୍ତି।

ଆସନ୍ତାକାଲି ଏହି ୫ଜି ସେବା ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସ୍କୁଲ ପିଲାଙ୍କ ସହିତ କଥା ହେବେ। ଏଥିପାଇଁ ରିଲାଏନ୍ସ ଜିଓ ତରଫରୁ ସ୍କୁଲରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସେହିପରି ସ୍କୁଲ ତରଫରୁ ଛାତ୍ରଛାତ୍ରୀଙ୍କୁ ଏକାଠି କରି ପ୍ରଧାନମନ୍ତ୍ରୀଙ୍କ ସହିତ କିପରି କଥାବାର୍ତ୍ତା ହେବେ ସେ ନେଇ ପ୍ରସ୍ତୁତି ମଧ୍ୟ କରାଯାଇଛି।

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ମୋବାଇଲ କଂଗ୍ରେସରେ ଯୋଗ ଦେବେ। ନୂଆଦିଲ୍ଲୀର ପ୍ରଗତୀ ମଇଦାନରେ ହେବାକୁ ଥିବା ଏହି କଂଗ୍ରେସରେ ସେ ଦେଶର ବିଭିନ୍ନ ସହରରେ ୫ଜି ସେବାର ଶୁଭାରମ୍ଭ କରିବେ। ଏହି ନୂଆ ସେବା ମାଧ୍ୟମରେ ପ୍ରଧାନମନ୍ତ୍ରୀ ବିଭିନ୍ନ ଲୋକଙ୍କ ସହିତ କଥା ମଧ୍ୟ ହେବେ। ସେଥିପାଇଁ ୫ଜି ସେବା ପ୍ରଦାନକାରୀ କଂପାନୀ ତରଫରୁ ବନ୍ଦୋବସ୍ତ କରାଯାଇଛି।

ତେବେ ଏହି ସେବା କେବଳ ସେହି ସ୍କୁଲ ମଧ୍ୟରେ ସୀମିତ ରଖାଯାଇଛି। ସାଧାରଣ ଲୋକେ ବର୍ତ୍ତମାନ ଏହି ସେବା ପାଇପାରିବେ ନାହିଁ। ଆସନ୍ତା ଦୀପାବଳିରେ ରାଜ୍ୟର ବିଭିନ୍ନ ସହରରେ ଏହି ସେବା ସାଧାରଣ ଲୋକଙ୍କୁ ପ୍ରଦାନ କରାଯିବ ବୋଲି ଜଣାପଡିଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଏଥର ହ୍ୱାଟସ୍‌ଆପ୍‌ରେ ମଧ୍ୟ ଜିଓମାର୍ଟର କରିପାରିବେ କାରବାର, ମୁକେଶ ଆମ୍ବାନୀ କଲେ ଘୋଷଣା

ମୁମ୍ବାଇ/ ଭୁବନେଶ୍ୱର: ମେଟା ଓ ଜିଓ ପ୍ଲାଟଫର୍ମସ୍ ପକ୍ଷରୁ ଗତକାଲି ହ୍ୱାଟସ୍‌ଆପ୍‌ରେ ପ୍ରଥମ ଧରଣର ଏଣ୍ଡ୍‌-ଟୁ-ଏଣ୍ଡ୍ ସପିଙ୍ଗ୍ ଅନୁଭୂତିର ଶୁଭାରମ୍ଭ ବିଷୟରେ ଘୋଷଣା କରାଯାଇଛି, ଯେଉଁଥିରେ ଗ୍ରାହକମାନେ ସେମାନଙ୍କ ହ୍ୱାଟସ୍‌ଆପ୍ ଚାଟ୍‌ରେ ରହି ଜିଓମାର୍ଟରେ ସପିଙ୍ଗ କରିପାରିବେ ।

ସାରା ବିଶ୍ୱରେ ପ୍ରଥମ ଭାବେ ହ୍ୱାଟସ୍‌ଆପ୍‌ରେ ଜିଓମାର୍ଟ ସେବା ଜରିଆରେ ପୂର୍ବରୁ କେବେ ଅନଲାଇନ୍‌ରେ ସପିଙ୍ଗ୍ କରିନଥିବା ଗ୍ରାହକଙ୍କ ସମେତ ସମସ୍ତ ଭାରତୀୟ ଜିଓମାର୍ଟର ସମଗ୍ର ଗ୍ରୋସରି କାଟ୍‌ଲଗ୍‌କୁ ବ୍ରାଉଜ୍ କରିପାରିବେ, କାର୍ଟରେ ସାମଗ୍ରୀ ଯୋଡ଼ିପାରିବେ ଏବଂ କିଣାକିଣି ପ୍ରକ୍ରିୟାକୁ ଶେଷ କରିବା ଲାଗି ପେମେଂଟ୍ (ଦେୟ ପ୍ରଦାନ) ମଧ୍ୟ କରିପାରିବେ-ଏସବୁ କାମ ପାଇଁ ସେମାନଙ୍କୁ ହ୍ୱାଟସ୍‌ଆପ୍ ଚାଟ୍ ଛାଡ଼ିଯିବାକୁ ପଡ଼ିବନି ।

ଏକ ଫେସବୁକ୍ ପୋଷ୍ଟ୍ ଜରିଆରେ ମେଟାର ପ୍ରତିଷ୍ଠାତା ଓ ସିଇଓ ମାର୍କ ଜୁକରବର୍ଗ କହିଛନ୍ତି ଯେ, “ଭାରତରେ ଜିଓମାର୍ଟ ସହିତ ଆମର ସହଯୋଗିତାର ଶୁଭାରମ୍ଭକୁ ନେଇ ଉତ୍ସାହିତ ଅଛୁ । ହ୍ୱାଟସ୍‌ଆପ୍‌ରେ ଏହା ହେଉଛି ଆମର ଏଣ୍ଡ୍‌-ଟୁ-ଏଣ୍ଡ୍ ସପିଙ୍ଗ୍ ଅନୁଭୂତି ଯାହା ଜରିଆରେ ଲୋକମାନେ ସେମାନଙ୍କ ଚାଟ୍‌ରେ ରହି ଜିଓମାର୍ଟରୁ ଏବେ ଗ୍ରୋସରି ସପିଙ୍ଗ୍ କରିପାରିବେ । ଏଭଳି ବାସ୍ତବ ଧାରା ଓ ଚାଟ୍ ଭିତିକ ଅନୁଭୂତିକୁ ନେଇ ପ୍ରସ୍ତୁତ ବ୍ୟବସାୟ ମେସେଜିଂ ସୁବିଧା ଆଗାମୀ ଦିନରେ ଲୋକଙ୍କ ଦ୍ୱାରା ଓ ବ୍ୟବସାୟ ଯୋଗାଯୋଗ ପାଇଁ ବିଶେଷ ଭାବେ ଆଦୃତ ହେବ ।’’

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନି କହିଛନ୍ତି ଯେ, “ଆମର ଲକ୍ଷ୍ୟ ହେଉଛି ବିଶ୍ୱର ଅଗ୍ରଣୀ ଡିଜିଟାଲ୍ ସମାଜ ଭାବେ ଭାରତକୁ ଆଗକୁ ବଢ଼ାଇବା । ଯେତେବେଳେ ୨୦୨୦ରେ ଜିଓ ପ୍ଲାଟଫର୍ମସ୍ ଓ ମେଟାର ସହଯୋଗିତା ବିଷୟରେ ଘୋଷଣା କରାଯାଇଥିଲା ସେହି ସମୟରେ ମାର୍କ ଓ ମୁଁ ଅଧିକ ଲୋକ ଓ ବ୍ୟବସାୟକୁ ଅନଲାଇନ୍ ପର୍ଯ୍ୟନ୍ତ ଆଣିବା ଏବଂ ପ୍ରତି ଭାରତୀୟଙ୍କ ଦୈନନ୍ଦିନ ଜୀବନରେ ଅଧିକ ସୁବିଧା ପ୍ରଦାନ କରିବା ଲାଗି ବାସ୍ତବ ଅଭିନବ ସମାଧାନ ସୃଷ୍ଟି କରିବାର ସମାନ ଲକ୍ଷ୍ୟ ରଖିଥିଲୁ ।

ଅଭିନବ ଗ୍ରାହକ ଅନୁଭୂତିର ଏକ ଉଦାହରଣ ହେଉଛି ଯେ ହ୍ୱାଟସ୍‌ଆପ୍‌ରେ ଜିଓମାର୍ଟ ଏବଂ ଏହି ପ୍ରଥମ ଧରଣର ଏଣ୍ଡ୍‌-ଟୁ-ଏଣ୍ଡ୍ ସପିଙ୍ଗ୍ ଅନୁଭୂତି ବିକଶିତ କରିଥିବାରୁ ଆମେ ଗର୍ବିତ ମନେ କରୁଛୁ । କୋଟି କୋଟି ଭାରତୀୟଙ୍କୁ ଅନ୍‌ଲାଇନ୍ ସପିଙ୍ଗ୍‌ର ସରଳ ଓ ସହଜ ଉପାୟ ପ୍ରଦାନ କରିବା ଲାଗି ଆମର ରହିଥିବା ପ୍ରତିବଦ୍ଧତାକୁ ହ୍ୱାଟସ୍‌ଆପ୍‌ରେ ଜିଓମାର୍ଟ ଅନୁଭୂତି ଆହୁରି ଆଗକୁ ବଢ଼ାଇବ ।’’

ଭାରତର ଡିଜିଟାଲ୍ ରୂପାନ୍ତରଣକୁ ତ୍ୱରାନ୍ୱିତ କରିବା ଏବଂ ଦେଶରେ ଅର୍ଥନୈତିକ ଅଭିବୃଦ୍ଧିକୁ ଆଗକୁ ବଢ଼ାଇବା ଓ ସାଧାରଣ ଲୋକ ତଥା ବ୍ୟବସାୟମାନଙ୍କୁ ନୂଆ ଉପାୟରେ ଯୋଡ଼ି ହେବା ଲାଗି ସବୁ ପ୍ରକାର ସୁଯୋଗ ପ୍ରଦାନ କରିବା ଲାଗି ମେଟା ଓ ଜିଓ ପ୍ଲାଟଫର୍ମସ୍ ମଧ୍ୟରେ ସ୍ଥାପନ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ସହଯୋଗିତାର ଅଂଶ ହେଉଛି ଆଜିର ଏହି ଶୁଭାରମ୍ଭ ।

ହ୍ୱାଟସ୍‌ଆପ୍‌ରେ ଜିଓମାର୍ଟ ଅନୁଭୂତି ସାରା ଦେଶରେ କୋଟି କୋଟି ବ୍ୟବସାୟମାନକୁ ସେମାନଙ୍କ ଗ୍ରାହକମାନଙ୍କ ସହ ଯୋଡ଼ି ହେବାର ଉପାୟଗୁଡ଼ିକରେ ବୈପ୍ଳବିକ ପରିବର୍ତନ ଆଣିବ ଏବଂ ଲୋକମାନଙ୍କ ସପିଙ୍ଗ୍ ଅନୁଭୂତିରେ ଅତୁଳନୀୟ ସରଳତା ଓ ସୁବିଧା ପ୍ରଦାନ କରିବ ।

ହ୍ୱାଟସ୍‌ଆପ୍‌ରେ ଜିଓ ନମ୍ବର (+୯୧-୭୯୭୭୦୭୯୭୭୦)ରେ ସରଳ ଭାବେ ଇଂରାଜିରେ “ଐସ’ ଲେଖି ପଠାଇ ଗ୍ରାହକମାନେ ହ୍ୱାଟସ୍‌ଆପ୍ ଜରିଆରେ ଜିଓମାର୍ଟରେ ସପିଙ୍ଗ୍ ଆରମ୍ଭ କରିପାରିବେ ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଆଜି ରିଲାଏନ୍ସ କଂପାନୀ ଅଧ୍ୟକ୍ଷ ମୁକେଶ ଆମ୍ବାନୀ 5ଜିକୁ ନେଇ କଲେ ଏକ ବଡ ଘୋଷଣା

ମୁମ୍ବାଇ: ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (RIL) ର 45 ତମ ବାର୍ଷିକ ସାଧାରଣ ସଭାରେ  ଅଂଶୀଦାରମାନଙ୍କୁ କଂପାନୀ ଅଧ୍ୟକ୍ଷ ମୁକେଶ ଆମ୍ବାନୀ ସମ୍ବୋଧିତ କରିଛନ୍ତି। ଏହି ବୈଠକରେ ସେ ଆସନ୍ତା ଦୀପାବଳୀରେ 5ଜି ସେବା ଆରମ୍ଭ ହେବ ବୋଲି ଘୋଷଣା କରିଛନ୍ତି। ଏଥିସହିତ ସେ କହିଛନ୍ତି ଯେ, 5ଜିକୁ ନେଇ ରିଲାଏନ୍ସ ବିଶ୍ବରେ ସବୁଠାରୁ ବଡ ଯୋଜନା ପ୍ରସ୍ତୁତ କରିଛି।

ଏହି ବୈଠକରେ ହୋଇଥିବା ନୂତନ ଘୋଷଣାଗୁଡିକ ହେଲା…

1- ଆସନ୍ତା ଦୀପାବଳୀ ଦିନ ଦେଶରେ 5ଜି ସେବା ଆରମ୍ଭ ହେବ ବୋଲି ମୁକେଶ ଆମ୍ବାନୀ ଘୋଷଣା କରିଛନ୍ତି।

2- ମୁକେଶ ଅମ୍ବାନୀ ଦାବି କରିଛନ୍ତି ଯେ ରିଲାଏନ୍ସ ଭାରତରେ 2 ଲକ୍ଷ 23 ହଜାର ନୂତନ ଚାକିରୀ ସୃଷ୍ଟି କରିପାରିଛି।

3- 5G ନେଟୱାର୍କ ସ୍ଥାପନ ପାଇଁ 2000 ବିଲିୟନ ଟଙ୍କା ବିନିଯୋଗ କରାଯିବ ବୋଲି  ରିଲାଏନ୍ସ ଘୋଷଣା କରିଛି।

4- ଜିଓ ଫାଇବର ବର୍ତ୍ତମାନ ଦେଶରେ 1.1 ମିଲିୟନ କିଲୋମିଟର ପର୍ଯ୍ୟନ୍ତ ବିସ୍ତାର କରାଯାଇଛି।

5- ଜିଓ 5G ର ବ୍ରଡବ୍ୟାଣ୍ଡ ବେଗ ପ୍ରତି ସେକେଣ୍ଡରେ 1 ଗିଗାବାଇଟ ରହିବ, ଯାହାକି ଏହା ଅନ୍ୟ ନେଟୱାର୍କ ଅପେକ୍ଷା ତୀବ୍ରତର ହେବ।

6- ଅତ୍ୟାଧୁନିକ ଜ୍ଞାନ କୈଶଳ ଏବଂ କ୍ଲାଉଡ୍ ଡାଟା ପାଇଁ ଜିଓ ମେଟା, ଗୁଗୁଲ୍, ମାଇକ୍ରୋସଫ୍ଟ ଏବଂ ଇଣ୍ଟେଲ ସହିତ ଅଂଶୀଦାର ହେବେ। 

7- ଜିଓ ଭାରତକୁ ଡାଟା ଚାଳିତ ଅର୍ଥନୀତି କରିବ ବୋଲି ମୁକେଶ ଅମ୍ବାନୀ ଦାବି କରିଛନ୍ତି। 

8- 2021 ମସିହାରେ, RIL 750 ବିଲିୟନ ଟଙ୍କା ବଜେଟ୍ ସହିତ ସବୁଜ ଶକ୍ତି କ୍ଷେତ୍ରକୁ ପ୍ରବେଶ କରିଥିଲା ​। 

9- 2020 ରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘୋଷଣା ଥିଲା କମ୍ପାନୀରେ ସଂଖ୍ୟାଲଘୁ ନିବେଶକ ଭାବରେ ଗୁଗୁଲର ପ୍ରବେଶ।

10- ଜିଓ ବୁକ୍ ଲାପଟପ୍ ଆରମ୍ଭ ହୋଇନାହିଁ।

11- ସମୁଦାୟ ଗ୍ୟାସ ଉତ୍ପାଦନରେ ଭାରତର 30% କୃଷ୍ଣ ଗୋଦାବରୀ ଧୀରୁଭାଇ -6 ପ୍ରକଳ୍ପ ହେବ।

12- ଅତ୍ୟାଧୁନିକ 5G ଗ୍ରହଣ ପାଇଁ ଜିଓ କ୍ୱାଲକମ୍ ସହିତ ସହଯୋଗ ହାସଲ କରିଛି। କ୍ୱାଲକମ୍ ର କ୍ରିଷ୍ଟିଆନୋ ଆମନ୍ ମୁକେଶ ଅମ୍ବାନୀଙ୍କ ସହ ଏହି ବୈଠକରେ ଥିଲେ।

13- କ୍ରିଷ୍ଟିଆନୋ ଆମନ୍ କହିଛନ୍ତି ଯେ ବ୍ରଡବ୍ୟାଣ୍ଡ ପରି ଫାଇବର ଅଭିଜ୍ଞତାକୁ ସକ୍ଷମ କରିବା ପାଇଁ mmWave 5G ର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ହେବ। ସେ ଆହୁରି ମଧ୍ୟ କହିଛନ୍ତି ଯେ 5G ସେବା ଆରମ୍ଭ ଏକ ପ୍ରମୁଖ ପ୍ରାଥମିକତା।

14- ବେଙ୍ଗାଲୁରୁ ଦିଲ୍ଲୀ, ଗାନ୍ଧିନଗର, ଚଣ୍ଡିଗଡ଼, ଅହମ୍ମଦାବାଦ, ଗୁରୁଗ୍ରାମ, ମୁମ୍ବାଇ, ପୁଣେ, ହାଇଦ୍ରାବାଦ, ଚେନ୍ନାଇ, ଜାମନଗର, କୋଲକାତା, ଏବଂ ଲକ୍ଷ୍ନୌ ଭଳି 13 ଟି ପ୍ରମୁଖ ସହରରେ 5G ନେଟୱାର୍କ ପ୍ରଥମେ ଆରମ୍ଭ କରାଯିବ।

ଏହି ବୈଠକ ସଂପର୍କରେ ଯେଉଁମାନେ ଅଧିକ ଜାଣିବାକୁ ଚାହୁଁଛନ୍ତି ସେମାନେ ଜିଓ ଫେସବୁକ ପେଜ, ଜିଓ ଟୁଇଟର, ଜିଓ ୟୁଟ୍ୟୁବ ଚ୍ୟାନେଲକୁ ଲଗ ଅନ କରି ଜାଣିପାରିବେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଲଦାଖର ପାଙ୍ଗ୍‌ଓଙ୍ଗ୍ ହ୍ରଦ ନିକଟରେ ଜିଓର ୪ଜି ମୋବାଇଲ୍ ସେବାର ଶୁଭାରମ୍ଭ

ମୁମ୍ବାଇ : ବହୁ କ୍ଷେତ୍ରରେ ପ୍ରଥମ ତାଲିକାକୁ ଆହୁରି ଆଗକୁ ବଢ଼ାଇ ରିଲାଏନ୍ସ ଜିଓ ପକ୍ଷରୁ ଲଦାଖର ପାଙ୍ଗଓଙ୍ଗ୍ ହ୍ରଦନିକଟସ୍ଥ ସ୍ପାଙ୍ଗ୍‌ମିକ୍ ଗ୍ରାମରେ ୪ଜି ଭଏସ୍ ଓ ଡାଟା ସେବାର ଶୁଭାରମ୍ଭ କରାଯାଇଛି ଓ ଏହି ଅଂଚଳ ଓ ଆଖପାଖରେ ୪ଜି ମୋବାଇଲ୍ ସଂଯୋଗ ପ୍ରଦାନ କରିବାରେ ଏହା ହେଉଛି ଦେଶର ପ୍ରଥମ ମୋବାଇଲ୍ ଅପରେଟର।

ପାଙ୍ଗ୍‌ଓଙ୍ଗ୍ ହ୍ରଦ ନିକଟସ୍ଥ ସ୍ପାଙ୍ଗମିକ୍ ଗ୍ରାମରେ ଜିଓ ମୋବାଇଲ୍ ଟାୱାରକୁ ଲଦାଖର ମାନ୍ୟବର ସାଂସଦ ଶ୍ରୀ ଜମୟାଙ୍ଗ୍ ସେରିଙ୍ଗ ନାମଗୟାଲ୍ ଉଦଘାଟନ କରିଛନ୍ତି। ପାଙ୍ଗଓଙ୍ଗ୍ ହ୍ରଦ ହେଉଛି ଲଦାଖର ଏକ ସବୁଠୁ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ ଓ ପ୍ରତିବର୍ଷ ଏଠାକୁ ଭାରତ ଓ ବିଶ୍ୱର ବିଭିନ୍ନ ପ୍ରାନ୍ତର ହଜାର ହଜାର ପର୍ଯ୍ୟଟକ ଆକର୍ଷିତ ହୋଇଆସିଥାନ୍ତି।  

ଏହି ଅବସରରେ ସାଂସଦ ଶ୍ରୀ ଜାମ୍‌ୟାଙ୍ଗ୍ ସେରିଙ୍ଗ୍ ନାମଗୟାଲ୍ ଏହି ଅଂଚଳର ଲୋକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଓ ଆଶ୍ୱାସନା ଦେଇଛନ୍ତି ଯେ ଏହି ଉଦଘାଟନ ସହିତ ଲୋକମାନଙ୍କର ଦୀର୍ଘଦିନରୁ ଅପୂରଣୀୟ ହୋଇ ରହିଥିବା ଦାବି ଜିଓ ଦ୍ୱାରା ପୂରଣ ହୋଇଛି। ଏହି ଶୁଭାରମ୍ଭ ଏହି ଅଂଚଳର ପର୍ଯ୍ୟଟକ ଓ ସେନାକୁ ନିରବଚ୍ଛିନ୍ନ ସଂଯୋଗ ପ୍ରଦାନ କରିବା ବ୍ୟତୀତ ଏହି ଅଂଚଳର ଅର୍ଥନୀତିକୁ ମଧ୍ୟ ଦୃଢ଼ କରିବ।

ପ୍ରତ୍ୟକଙ୍କୁ ଡିଜିଟାଲ୍ ଜଗତ ସହ ଯୋଡ଼ିବା ଏବଂ ବହୁ ଉପାୟରେ ସମାଜକୁ ସଶକ୍ତ କରିବାର ଯେଉଁ ଲକ୍ଷ୍ୟ ରହିଛି ସେହି ଆଧାରରେ ଜିଓ ନିରନ୍ତର ଭାବେ ଏହାର ନେଟ୍‌ୱର୍କକୁ ସମ୍ପ୍ରସାରିତ ଓ ଉନ୍ନତ କରୁଛି । ଅତ୍ୟଧିକ କଠିନ ପଥ ଓ ଖରାପ ପାଣିପାଗ ସ୍ଥିତି ଭଳି ଆହ୍ୱାନକୁ ଅତିକ୍ରମ କରି ମାସ ମାସ ଧରି ଦେଶର ଅନ୍ୟ ପ୍ରାନ୍ତଠାରୁ ବିଚ୍ଛିନ୍ନ ରହୁଥିବା ଏହି ଅଂଚଳର ଲୋକମାନେ ଯେଭଳି ଯୋଗାଯୋଗରେ ରହିପାରିବେ ତାହାକୁ ନିଶ୍ଚିତ କରିବା ଲାଗି ଜିଓର ଟିମ୍ ଏହି କେନ୍ଦ୍ର ଶାସିତ ଅଂଚଳର ଦୁର୍ଗମ ସ୍ଥାନକୁ ପହଂଚିବା ଲାଗି ଏହାର ଉଦ୍ୟମ ଜାରି ରଖିଛି।

ମେ’ ମାସରେ ଜିଓ ପକ୍ଷରୁ କାଲ୍‌ସି ବ୍ଲକ୍‌ର କାଂଜି, ଉରବିସ୍ ଓ ହନୁପଟ୍ଟା ଗ୍ରାମ ଓ ଦିସ୍‌କିଟ୍ ବ୍ଲକ୍‌ର ଚୁଙ୍ଗଲୁଙ୍ଗ୍‌ଖା ଗ୍ରାମରେ ଏହାର ସେବାର ଶୁଭାରମ୍ଭ କରାଯାଇଛି । ଏହି ଅଂଚଳର କାରଗିଲ୍‌, ଜାନ୍‌ସକାର ଓ ଡେମ୍‌ଚୋକ୍ ଭଳି ଅଂଚଳରେ ଜିଓର ଜିଓ ସେବା ପୂର୍ବରୁ ଉପଲବ୍ଧ ରହିଛି। ଲେହ ସହରରେ ଜିଓ ପକ୍ଷରୁ ଜିଓଫାଇବର୍ ବ୍ରଡବ୍ୟାଣ୍ଡ୍ ସେବା ପ୍ରଦାନ କରାଯାଉଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ସବୁଜ ଶକ୍ତି ବ୍ୟବସାୟରେ ରିଲାଏନ୍ସ କଂପାନୀ, ଗାଁ ଛାତରେ ଲଗାଇବେ ସୌର ପ୍ୟାନେଲ, ଆମ୍ବାନୀଙ୍କ ଘୋଷଣା

ମୁମ୍ବାଇ, ରିଲାଏନ୍ସ ଏହାର ଶକ୍ତି ବ୍ୟବସାୟର ଚେହେରା ବଦଳାଇବାକୁ ଯାଉଛି। ଆଜି ରିଲାଏନ୍ସର ବାର୍ଷିକ ସାଧାରଣ ସଭାରେ ଏହାର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଏହିପରି ବଡ ଘୋଷଣା କରିଛନ୍ତି। ସବୁଜ ଶକ୍ତି କ୍ଷେତ୍ରରେ ରିଲାଏନ୍ସ ଏକାସାଙ୍ଗରେ ବହୁ ବୃହତ ପ୍ରକଳ୍ପ ପ୍ରତିଷ୍ଠା କରିବ ବୋଲି ଘୋଷଣା କରିଛନ୍ତି।

ଏଥିପାଇଁ ରିଲାଏନ୍ସ, ଗୁଜୁରାଟର ଜାମନଗରରେ 5000 ଏକର ପରିମିତ ଜମିରେ ଧୀରୁଭାଇ ଅମ୍ବାନୀ ଗ୍ରୀନ୍ ଏନର୍ଜି ଗିଗା କମ୍ପ୍ଲେକ୍ସ ନିର୍ମାଣ କରିବ। ଆଗାମୀ 3 ବର୍ଷରେ ରିଲାଏନ୍ସ ନବୀକରଣ ଯୋଗ୍ୟ ଶକ୍ତି ଇକୋସିଷ୍ଟମ ପାଇଁ 75000 କୋଟି ଟଙ୍କା ବିନିଯୋଗ କରିବ ବୋଲି ମୁକେଶ ଘୋଷଣା କରିଛନ୍ତି।

ସବୁଜ ଶକ୍ତିର ମେଗା ଯୋଜନାରେ ତିନୋଟି ପ୍ରମୁଖ ଅଂଶ ଅଛି। ପ୍ରଥମ ଭାଗରେ ଚାରୋଟି ଗିଗା କାରଖାନା ନିର୍ମାଣ ହେବ, ଯାହା ନୂତନ ଶକ୍ତି ଇକୋସିଷ୍ଟମର ସମସ୍ତ ପ୍ରମୁଖ ଯନ୍ତ୍ରାଂଶ ଉତ୍ପାଦନ କରିବ। ଏଥି ମଧ୍ୟରୁ ଗୋଟିଏ ସୌର ଶକ୍ତି ପାଇଁ ହେବ। ଯାହା ସୌର ଫୋଟୋଭୋଲ୍ଟିକ୍ ମଡ୍ୟୁଲ୍ ତିଆରି କରିବ। ଦ୍ୱିତୀୟରେ, ଶକ୍ତି ସଂରକ୍ଷଣ କିମ୍ବା ସଂରକ୍ଷଣ ପାଇଁ କମ୍ପାନୀ।

ଏହା ଏକ ଅତ୍ୟାଧୁନିକ ଶକ୍ତି ସଂରକ୍ଷଣ ବ୍ୟାଟେରୀ ଉତ୍ପାଦନ କାରଖାନା ମଧ୍ୟ ସ୍ଥାପନ କରିବ। ତୃତୀୟରେ ସବୁଜ ହାଇଡ୍ରୋଜେନ ଉତ୍ପାଦନ ପାଇଁ ଏକ ଇଲେକ୍ଟ୍ରୋଲାଇଜର କାରଖାନା ପ୍ରତିଷ୍ଠା ହେବ। ଚତୁର୍ଥ କମ୍ପାନୀ ହାଇଡ୍ରୋଜେନକୁ ଶକ୍ତିରେ ପରିଣତ କରିବା ପାଇଁ ଏକ ଇନ୍ଧନ ସେଲ କାରଖାନା ନିର୍ମାଣ କରିବ।

ପ୍ରଧାନମନ୍ତ୍ରୀ ମୋଦୀ 2030 ସୁଦ୍ଧା ଦେଶ ସମ୍ମୁଖରେ 450 GW  ଅକ୍ଷୟ ଶକ୍ତି ଉତ୍ପାଦନ କରିବାର ଲକ୍ଷ୍ୟ ରଖିଛନ୍ତି। ଏହାକୁ ନେଇ ଅମ୍ବାନୀ କହିଛନ୍ତି ଯେ ରିଲାଏନ୍ସ 2030 ସୁଦ୍ଧା 100GW ସୌର ଶକ୍ତି ଉତ୍ପାଦନ କରିବ। ସେହିପରି ଗ୍ରାମ ଛାତ ଉପର ମଧ୍ୟ ସୌର ଶକ୍ତି ଉତ୍ପାଦନ କରାଯିବ। ଗ୍ରାମଗୁଡିକରେ ସୌର ଶକ୍ତି ଉତ୍ପାଦନ ଗ୍ରାମୀଣ ଅର୍ଥନୀତିକୁ ବୃଦ୍ଧି କରିବ ବୋଲି ଆମ୍ବାନୀ କହିଛନ୍ତି। ରିଲାଏନ୍ସ ସୌର ଶକ୍ତିକୁ ସୁଲଭ କରିବା ପାଇଁ ଦୁନିଆର ସର୍ବନିମ୍ନ ସୌର ମଡ୍ୟୁଲଗୁଡିକର ଉପଯୋଗ କରିବ।

ସୂର୍ଯ୍ୟ ଭଗବାନଙ୍କୁ ନମସ୍କାର କରି ମୁକେଶ ଅମ୍ବାନୀ କହିଛନ୍ତି ଯେ ସୂର୍ଯ୍ୟ ଅସୀମିତ ଶକ୍ତି ଉତ୍ପାଦନ କରନ୍ତି। ଯଦି ଆମେ ସୌର ଶକ୍ତି ବ୍ୟବହାର କରିବାରେ ସକ୍ଷମ, ତେବେ ଭାରତ ପାରଂପାରିକ ବା ଜୀବାଷ୍ଣୁ ଇନ୍ଧନ ଆମଦାନୀକାରୀଙ୍କଠାରୁ ନିର୍ମଳ ସୌର ଶକ୍ତି ରପ୍ତାନି ଦେଶ ହୋଇପାରେ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଓଡିଶାରୁ ମୋବାଇଲ ଗ୍ରାହକ ସଫା କରୁଛି ଜିଓ, ଗତ ୬ ମାସରେ ପ୍ରାୟ ୧୨ ଲକ୍ଷ ନୂଆ ଗ୍ରାହକ ଟାଣିନେଲା

ଭୁବନେଶ୍ୱର: ଓଡ଼ିଶାରେ ରିଲାଏନ୍ସ ଜିଓ ୨୦୨୦ର ପ୍ରଥମ ଛଅ ମାସରେ ପ୍ରାୟ ୧୨ଲକ୍ଷ ନୂଆ ମୋବାଇଲ ଗ୍ରାହକ ଯୋଡିଛି। ଭାରତୀୟ ଦୂରସଂଚାର ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ସଦ୍ୟ ପ୍ରକାଶିତ ଦୂରସଂଚାର ଗ୍ରାହକ ତଥ୍ୟରୁ ଏହା ଜଣାପଡିଛି । ଅନ୍ୟମାନଙ୍କ ମଧ୍ୟରେ ଭାରତୀ ଏୟାରଟେଲ ଏହି ସମୟରେ ରାଜ୍ୟରେ ପ୍ରାୟ ୧୦ଲକ୍ଷ ଗ୍ରାହକ ହରାଇଥିବାବେଳେ ଭୋଡାଫୋନ ଆଇଡିଆ ଏହି ଛଅ ମାସରେ ପ୍ରାୟ ୬ଲକ୍ଷ ଗ୍ରାହକ ହରାଇଥିବା ଟ୍ରାଇ ତଥ୍ୟରେ ପ୍ରକାଶ କରାଯାଇଛି । ଜିଓ ବ୍ୟତୀତ ରାଷ୍ଟ୍ରାୟତ୍ତ ବିଏସଏନଏଲ ଏକମାତ୍ର ସେବା ଯୋଗାଣକାରୀ ଭାବରେ ଗ୍ରାହକ ଯୋଗ କରିଛି ଏବଂ ଏହା ଉକ୍ତ ସମୟ ମଧ୍ୟରେ ରାଜ୍ୟରେ ୩.୩ ଲକ୍ଷ ନୂଆ ଗ୍ରାହକ ଯୋଡିଛିି ।

୨୦୨୦ ଜୁନ୍ ମାସ ନିମନ୍ତେ ଟ୍ରାଇ ପକ୍ଷରୁ ସଦ୍ୟ ପ୍ରକାଶିତ ଦୂରସଂଚାର ଗ୍ରାହକ ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓ ରାଜ୍ୟରେ ଜୁନ୍ ମାସରେ ୨.୨୧ ଲକ୍ଷ ଗ୍ରାହକ ଯୋଗ କରିଥିବାବେଳେ ତାହା ପଛକୁ ବିଏସଏନଏଲ ୫୩,୯୦୪ ଗ୍ରାହକ ଯୋଗ କରିଛି । ଉଭୟ ଭାରତୀ ଏୟାରଟେଲ ଏବଂ ଭୋଡାଫୋନ୍ ଏହି ମାସରେ ଲକ୍ଷାଧିକ ଗ୍ରାହକ ହରାଇଛନ୍ତି । ଚଳିତ ବର୍ଷ ଜୁନ୍ ମାସରେ ଏୟାରଟେଲ୍ ଓଡିଶାରେ ୨.୧୭ ଲକ୍ଷରୁ ଅଧିକ ଗ୍ରାହକ ହରାଇଥିବାବେଳେ ଭୋଡାଫୋନ ଆଇଡିଆ ୧.୧୯ ଲକ୍ଷ ଗ୍ରାହକ ହରାଇଥିବା ଟ୍ରାଇ ପକ୍ଷରୁ ପ୍ରକାଶିତ ତଥ୍ୟରୁ ଜଣାପଡିଛି । ସେହିଭଳି ଜୁନ୍ ମାସରେ ରାଜ୍ୟରେ ମୋଟ ମୋବାଇଲ ଗ୍ରାହକ ସଂଖ୍ୟା ୬୧,୬୯୩ ହ୍ରାସପାଇଛି ।

ଜାତୀୟସ୍ତରରେ ମଧ୍ୟ ଜିଓ ଚଳିତ ବର୍ଷ ଜୁନ୍ ମାସରେ ପ୍ରାୟ ୪୫ଲକ୍ଷ ନୂଆ ଗ୍ରାହକ ଯୋଗକରିବା ସହିତ ନିଜର ୧ନମ୍ବର ସ୍ଥାନକୁ ଅଧିକ ମଜଭୁତ କରିଥିବାବେଳେ ଭୋଡାଫୋନ ଆଇଡିଆ ଏହି ମାସରେ ୪୮ଲକ୍ଷରୁ ଅଧିକ ଗ୍ରାହକ ହରାଇଛି । ବିଏସଏନଏଲ ଏହି ସମୟରେ ଦେଶରେ ୧୭ଲକ୍ଷରୁ ଅଧିକ ଗ୍ରାହକ ହରାଇଥିବାବେଳେ ଭାରତୀ ଏୟାରଟେଲ ୧୧ଲକ୍ଷରୁ ଅଧିକ ଗ୍ରାହକ ହରାଇଥିବା ଜଣାଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଜିଓ ତାହାର ସର୍ବବୃହତ ୪ଜି ନେଟୱାର୍କ, ଦ୍ରୁତ ନେଟୱାର୍କ ସଂପ୍ରସାରଣ, ଏପର‌୍ୟ୍ୟନ୍ତ ଅପହଞ୍ଚ ରହିଥିବା ଅନେକ ଅଞ୍ଚଳଗୁଡିକୁ ସଂଯୁକ୍ତ କରିବା, ଗ୍ରାହକଙ୍କୁ ସୁଲଭ ମୂଲ୍ୟରେ ଆକର୍ଷଣୀୟ ପ୍ଲାନ୍ ଏବଂ ପ୍ରତି ବର୍ଗର ଗ୍ରାହକଙ୍କ ପାଇଁ ସୁଲଭ ବ୍ୟବସ୍ଥା ବଳରେ ଉଭୟ ଓଡ଼ିଶା ଏବଂ ସମଗ୍ର ଦେଶରେ ନିରନ୍ତର ଭାବେ ଲକ୍ଷାଧିକ ନୂଆ ଗ୍ରାହକ ଯୋଗ କରିବାରେ ଲାଗିଛି । ଟେଲିକମ୍ କ୍ଷେତ୍ର ପାଇଁ ଟ୍ରାଇ ପକ୍ଷରୁ ନିକଟରେ ପ୍ରକାଶିତ ଏକ ଆର୍ଥିକ ରିପୋର୍ଟ ଅନୁଯାୟୀ ଜିଓ ରାଜ୍ୟରେ ମୋଟ ଟେଲିକମ୍ ରାଜସ୍ୱ ଆୟର ୫୦% ରୁ ଅଧିକ ହାସଲ କରି ଉଭୟ ଗ୍ରାହକ ଏବଂ ରାଜସ୍ୱ ଆୟ କ୍ଷେତ୍ରରେ ଅଗ୍ରଣୀ ସ୍ଥାନ ଅଧିକାର କରିଛି ।

ନିକଟରେ ଜିଓ ପକ୍ଷରୁ ଜିଓପୋଷ୍ଟପେଡ ପ୍ଲସ ପ୍ରଚଳନ ସମ୍ପର୍କରେ ଘୋଷଣା କରାଯାଇଥିଲା, ଯେଉଁଥିରେ ସଂଯୋଗ ନିର୍ବିଶେଷରେ ଉନ୍ନତତ୍ତର ସେବା, ମନୋରଞ୍ଜନ ଓ ଅନନ୍ୟ ଅନୁଭୂତି ପ୍ରଦାନ ସମ୍ପର୍କରେ ଉଲ୍ଲେଖ କରାଯାଇଛି । ମାତ୍ର ୩୯୯ ଟଙ୍କାରୁ ଆରମ୍ଭ ହେଉଥିବା ଏହି ପ୍ଲାନ୍‌ରେ ନିର୍ଭରଯୋଗ୍ୟ ଓ ଉଚ୍ଚ ଗୁଣମାନର ସଂଯୋଗ, ଅସୀମ ପ୍ରିମିୟମ ମନୋରଂଜନ, ତ୍ରୁଟିଶୂନ୍ୟ ଏବଂ ସୁଲଭ ଆନ୍ତର୍ଜାତିକ ରୋମିଂ, ସର୍ବାଧୁନିକ ନୂତନ ବୈଶିଷ୍ଟ୍ୟ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିବେଚିତ ଗ୍ରାହକ ଅନୁଭୂତିକୁ ଗୁରୁତ୍ୱ ଦିଆଯାଇଛି ।

ଏଥିରେ ନେଟଫ୍ଲିକ୍ସ, ଆମାଜନ ପ୍ରାଇମ ଏବଂ ଡିଜ୍‌ନି+ହଟ୍‌ଷ୍ଟାର ଭିଆଇପି ଭଳି ଶ୍ରେଷ୍ଠ ଓଟିଟି ଆପ୍‌ଗୁଡିକ ଗ୍ରାହକଙ୍କ ପାଇଁ ମାଗଣାରେ ଉପଲବ୍ଧ କରାଯାଇଛି ଏବଂ ତାହାସହିତ ଜିଓ ଆପ୍‌ସମୂହ ଜରିଆରେ ୬୫୦ରୁ ଅଧିକ ଲାଇଭ ଟିଭି ଚାନେଲ, ଭିଡିଓ କଣ୍ଟେଣ୍ଟ୍‌, ୫ କୋଟିରୁ ଉର୍ଦ୍ଧ୍ୱ ଗୀତ, ୩୦୦ରୁ ଅଧିକ ସମ୍ବାଦପତ୍ର ଏବଂ ଆହୁରି ଅନେକ କିଛି ଉପଲବ୍ଧ କରାଯାଇଛି । ଜିଓ ମଧ୍ୟ ତାହାର ଅତ୍ୟନ୍ତ ଲୋକପ୍ରିୟ ହାଇସ୍ପିଡ ଜିଓଫାଇବର ବ୍ରଡବ୍ୟାଣ୍ଡ୍ ସେବା ଓଡ଼ିଶାର ୧୫ଟି ସହରର ଗୁରୁତ୍ୱପୂର୍ଣ୍ଣ ଅର୍ଚଳଗୁଡିକରେ ଯୋଗାଇବା ଆରମ୍ଭ କରିଛି ଏବଂ ରାଜ୍ୟର ଅନ୍ୟ ସହର ଓ ନଗରଗୁଡିକୁ ଦ୍ରୁତଗତିରେ ସମ୍ପ୍ରସାରିତ କରୁଛି ।