Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଲଦାଖର ପାଙ୍ଗ୍‌ଓଙ୍ଗ୍ ହ୍ରଦ ନିକଟରେ ଜିଓର ୪ଜି ମୋବାଇଲ୍ ସେବାର ଶୁଭାରମ୍ଭ
ଜାତୀୟ ଖବର

ଲଦାଖର ପାଙ୍ଗ୍‌ଓଙ୍ଗ୍ ହ୍ରଦ ନିକଟରେ ଜିଓର ୪ଜି ମୋବାଇଲ୍ ସେବାର ଶୁଭାରମ୍ଭ

June 8, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଲଦାଖର ପାଙ୍ଗ୍‌ଓଙ୍ଗ୍ ହ୍ରଦ ନିକଟରେ ଜିଓର ୪ଜି ମୋବାଇଲ୍ ସେବାର ଶୁଭାରମ୍ଭ

ମୁମ୍ବାଇ : ବହୁ କ୍ଷେତ୍ରରେ ପ୍ରଥମ ତାଲିକାକୁ ଆହୁରି ଆଗକୁ ବଢ଼ାଇ ରିଲାଏନ୍ସ ଜିଓ ପକ୍ଷରୁ ଲଦାଖର ପାଙ୍ଗଓଙ୍ଗ୍ ହ୍ରଦନିକଟସ୍ଥ ସ୍ପାଙ୍ଗ୍‌ମିକ୍ ଗ୍ରାମରେ ୪ଜି ଭଏସ୍ ଓ ଡାଟା ସେବାର ଶୁଭାରମ୍ଭ କରାଯାଇଛି ଓ ଏହି ଅଂଚଳ ଓ ଆଖପାଖରେ ୪ଜି ମୋବାଇଲ୍ ସଂଯୋଗ ପ୍ରଦାନ କରିବାରେ ଏହା ହେଉଛି ଦେଶର ପ୍ରଥମ ମୋବାଇଲ୍ ଅପରେଟର।

ପାଙ୍ଗ୍‌ଓଙ୍ଗ୍ ହ୍ରଦ ନିକଟସ୍ଥ ସ୍ପାଙ୍ଗମିକ୍ ଗ୍ରାମରେ ଜିଓ ମୋବାଇଲ୍ ଟାୱାରକୁ ଲଦାଖର ମାନ୍ୟବର ସାଂସଦ ଶ୍ରୀ ଜମୟାଙ୍ଗ୍ ସେରିଙ୍ଗ ନାମଗୟାଲ୍ ଉଦଘାଟନ କରିଛନ୍ତି। ପାଙ୍ଗଓଙ୍ଗ୍ ହ୍ରଦ ହେଉଛି ଲଦାଖର ଏକ ସବୁଠୁ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ ଓ ପ୍ରତିବର୍ଷ ଏଠାକୁ ଭାରତ ଓ ବିଶ୍ୱର ବିଭିନ୍ନ ପ୍ରାନ୍ତର ହଜାର ହଜାର ପର୍ଯ୍ୟଟକ ଆକର୍ଷିତ ହୋଇଆସିଥାନ୍ତି।  

ଏହି ଅବସରରେ ସାଂସଦ ଶ୍ରୀ ଜାମ୍‌ୟାଙ୍ଗ୍ ସେରିଙ୍ଗ୍ ନାମଗୟାଲ୍ ଏହି ଅଂଚଳର ଲୋକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଓ ଆଶ୍ୱାସନା ଦେଇଛନ୍ତି ଯେ ଏହି ଉଦଘାଟନ ସହିତ ଲୋକମାନଙ୍କର ଦୀର୍ଘଦିନରୁ ଅପୂରଣୀୟ ହୋଇ ରହିଥିବା ଦାବି ଜିଓ ଦ୍ୱାରା ପୂରଣ ହୋଇଛି। ଏହି ଶୁଭାରମ୍ଭ ଏହି ଅଂଚଳର ପର୍ଯ୍ୟଟକ ଓ ସେନାକୁ ନିରବଚ୍ଛିନ୍ନ ସଂଯୋଗ ପ୍ରଦାନ କରିବା ବ୍ୟତୀତ ଏହି ଅଂଚଳର ଅର୍ଥନୀତିକୁ ମଧ୍ୟ ଦୃଢ଼ କରିବ।

ପ୍ରତ୍ୟକଙ୍କୁ ଡିଜିଟାଲ୍ ଜଗତ ସହ ଯୋଡ଼ିବା ଏବଂ ବହୁ ଉପାୟରେ ସମାଜକୁ ସଶକ୍ତ କରିବାର ଯେଉଁ ଲକ୍ଷ୍ୟ ରହିଛି ସେହି ଆଧାରରେ ଜିଓ ନିରନ୍ତର ଭାବେ ଏହାର ନେଟ୍‌ୱର୍କକୁ ସମ୍ପ୍ରସାରିତ ଓ ଉନ୍ନତ କରୁଛି । ଅତ୍ୟଧିକ କଠିନ ପଥ ଓ ଖରାପ ପାଣିପାଗ ସ୍ଥିତି ଭଳି ଆହ୍ୱାନକୁ ଅତିକ୍ରମ କରି ମାସ ମାସ ଧରି ଦେଶର ଅନ୍ୟ ପ୍ରାନ୍ତଠାରୁ ବିଚ୍ଛିନ୍ନ ରହୁଥିବା ଏହି ଅଂଚଳର ଲୋକମାନେ ଯେଭଳି ଯୋଗାଯୋଗରେ ରହିପାରିବେ ତାହାକୁ ନିଶ୍ଚିତ କରିବା ଲାଗି ଜିଓର ଟିମ୍ ଏହି କେନ୍ଦ୍ର ଶାସିତ ଅଂଚଳର ଦୁର୍ଗମ ସ୍ଥାନକୁ ପହଂଚିବା ଲାଗି ଏହାର ଉଦ୍ୟମ ଜାରି ରଖିଛି।

ମେ’ ମାସରେ ଜିଓ ପକ୍ଷରୁ କାଲ୍‌ସି ବ୍ଲକ୍‌ର କାଂଜି, ଉରବିସ୍ ଓ ହନୁପଟ୍ଟା ଗ୍ରାମ ଓ ଦିସ୍‌କିଟ୍ ବ୍ଲକ୍‌ର ଚୁଙ୍ଗଲୁଙ୍ଗ୍‌ଖା ଗ୍ରାମରେ ଏହାର ସେବାର ଶୁଭାରମ୍ଭ କରାଯାଇଛି । ଏହି ଅଂଚଳର କାରଗିଲ୍‌, ଜାନ୍‌ସକାର ଓ ଡେମ୍‌ଚୋକ୍ ଭଳି ଅଂଚଳରେ ଜିଓର ଜିଓ ସେବା ପୂର୍ବରୁ ଉପଲବ୍ଧ ରହିଛି। ଲେହ ସହରରେ ଜିଓ ପକ୍ଷରୁ ଜିଓଫାଇବର୍ ବ୍ରଡବ୍ୟାଣ୍ଡ୍ ସେବା ପ୍ରଦାନ କରାଯାଉଛି।

JIO Reliance ଜିଓ ଜିଓ ରିଲାଏନ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ICC ଟି-୨୦ ରାଙ୍କିଙ୍ଗରେ କ’ଣ ପରିବର୍ତ୍ତନ ଆସିଛି?: ଦେଖନ୍ତୁ ଶ୍ରେଷ୍ଠ ୧୦ ଦଳ

July 12, 2026
Latest News

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.