Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିପର୍ଯ୍ୟୟ ମୁକାବିଲା ପାଇଁ ରିଲାଏନ୍ସ ଫାଉଣ୍ଡେସନ ତରଫରୁ ଆରମ୍ଭ ହେଲା ପଦକ୍ଷେପ

ଭୁବନେଶ୍ୱର: ବିଶ୍ୱ ପରିବେଶ ଦିବସ ୨୦୨୩ ଅବ୍ୟବହିତ ପୂର୍ବରୁ ଓଡ଼ିଶାର ଚାରିଟି ବିପର୍ଯ୍ୟୟ ପ୍ରବଣ ଜିଲ୍ଲାରେ ବିପର୍ଯ୍ୟୟ ଜନିତ ବିପଦ ହ୍ରାସ କରିବା ପାଇଁ ପ୍ରକୃତି ଭିତିକ ସମାଧାନ (ଏନ୍‌ବିଏସ୍‌)ର ପ୍ରସାର ନିମନ୍ତେ ରିଲାଏନ୍ସ ଫାଉଣ୍ଡେସନର ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ ଅଧୀନରେ ବିବିଧ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।

ଜୁନ୍ ୧ରୁ ଆରମ୍ଭ ହୋଇଥିବା ଏହି ଦୁଇ ସପ୍ତାହବ୍ୟାପୀ ବିଶିଷ୍ଟ ଅଭିଯାନର ଅଂଶ ଭାବେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବୃକ୍ଷରୋପଣ ଓ ହେନ୍ତାଳବଣର ସଂରକ୍ଷଣ ବିଷୟରେ ସଚେତନତା ବଢ଼ାଇବା ଲାଗି କର୍ମଶାଳାମାନ ଆୟୋଜନ କରାଯାଉଛି। ଏପର୍ଯ୍ୟନ୍ତ ଅନୁଷ୍ଠିତ ହୋଇସାରିଥିବା ଏହି କର୍ମଶାଳାଗୁଡ଼ିକରେ ଜଗତସିଂହପୁର ଓ ବାଲେଶ୍ୱର ଜିଲ୍ଲାର ସ୍କୁଲ ଛାତ୍ରଛାତ୍ରୀ, ଗୋଷ୍ଠୀ ସଦସ୍ୟଙ୍କ ସମେତ ପିଆର୍‌ଆଇ ସଦସ୍ୟ, ସ୍ଥାନୀୟ ଯୁବ ସ୍ୱେଚ୍ଛାସେବୀ, ଆପଦା ମିତ୍ର, ବାତ୍ୟା ଆଶ୍ରୟ ସ୍ଥଳ ପରିଚାଳନା କମିଟିର ସଦସ୍ୟ ଓ ଏସ୍‌ଏଚ୍‌ଜିଗୁଡ଼ିକର ନେତୃବୃନ୍ଦ ଯୋଗ ଦେଇଥିଲେ।

ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ୍‌ର ସାହାଡାବେଦୀ ତଥା ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ୍‌ର ଖରାସାହାପୁର ଓ କବୀରପୁର ଗ୍ରାମରେ ଅନୁ୍‌ଷ୍ଠିତ କର୍ମଶାଳାରେ ୧୦୦ରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ। ଚାରି ବିପର୍ଯ୍ୟୟ ପ୍ରବଣ ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ଓ ଗଞ୍ଜାମରେ ସମାନ ଧରଣର କାର୍ଯ୍ୟକ୍ରମ ଆୟୋଜନ କରିବା ଯୋଜନା ରହିଛି ।

ଏହି ବିପର୍ଯ୍ୟୟ ପ୍ରବଣ ଜିଲ୍ଲାଗୁଡ଼ିକରେ ଥିବା ପାଂଚଟି ଉଚ୍ଚ ବିପଦସଙ୍କୁଳ ଗ୍ରାମରେ ହେନ୍ତାଳ ରୋପଣ (ବିଶେଷ କରି ରିଜୋଫୋରା, କାଣ୍ଡେଲିଆ କାଣ୍ଡେଲ ଓ ବ୍ରୁଗୁଏରା ଗାଇମ୍ନୋରିଜା ପ୍ରଜାତି) ଏବଂ ଫଳ ଧାରି ବୃକ୍ଷ ଓ ଜଙ୍ଗଲ ବୃକ୍ଷ ରୋପଣ କରାଯିବାର ଯୋଜନା ରହିଛି । ୨୦୨୩ ଜୁନ୍ ୫, ବିଶ୍ୱ ପରିବେଶ ଦିବସରୁ ଏହି ହେନ୍ତାଳ ଓ ବୃକ୍ଷ ରୋପଣ ଆରମ୍ଭ ହେବା ସହ ଫାଉଣ୍ଡେସନ ପକ୍ଷରୁ ୫୧,୦୦୦ ହେନ୍ତାଳ (ହାଇପୋକୋଟାଇଲ) ରୋପଣ କରାଯିବ।

ବାଲେଶ୍ୱରର ବାହାନଗା ବ୍ଲକ୍‌ର ଖରାସାହାପୁର, ଭଦ୍ରକର ବାସୁଦେବପୁର ବ୍ଲକ୍‌ର ମୋହନପୁର, ଜଗତସିଂହପୁରର ଏରସମା ବ୍ଲକ୍‌ର ସାହାଡାବେଦୀ ଓ ଗଞ୍ଜାମର ଚିକିଟି ବ୍ଲକ୍‌ର ପତିସୁନାପୁର ଗ୍ରାମରେ ଏହି ବୃକ୍ଷରୋପଣ କରାଯିବ। ଏହି ବୃକ୍ଷରୋପଣ କାର୍ଯ୍ୟ ୨୦୨୩ ଜୁନ୍ ୫ରୁ ୧୫ ମଧ୍ୟରେ ହେବ। ଏଥିସହିତ, ଓଡ଼ିଶାର ବାଲେଶ୍ୱର ଜିଲ୍ଲାର କବୀରପୁର ଓ ଖରାସାହାପୁର ସମେତ ଭଦ୍ରକ ଜିଲ୍ଲାର ମୂଳଡିହ ଗ୍ରାମରେ ଫଳ ଧାରି ବୃକ୍ଷ ଓ ଜଙ୍ଗଲ ଗଛ ରୋପଣ କରିବାର ଯୋଜନା ରହିଛି।

ସ୍ଥାନୀୟ ବାସିନ୍ଦା ଓ ସ୍ୱେଚ୍ଛାସେବୀଙ୍କ ସମେତ ବାଲେଶ୍ୱରର ଭୂମିପୂତ୍ର ସେବା ପ୍ରତିଷ୍ଠାନ ଓ ରୁରାଲ୍ ଡେଭେଲପ୍‌ମେଂଟ୍ ସେଂଟର, ଜଗତସିଂହପୁରର ଦୋଳଗୋବିନ୍ଦ ଯୁବ କ୍ଲବ୍ ଓ ଗଂଜାମର ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସୋସାଇଟି ଭଳି ସଂଗଠନ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ବିଶ୍ୱ ପରିବେଶ ଦିବସ, ୨୦୨୩ରେ ଆଠଟି ରାଜ୍ୟର ୨୦ଟି ବିପର୍ଯ୍ୟୟ ପ୍ରବଣ ଜିଲ୍ଲାର ବିଭିନ୍ନ ସ୍ଥାନରେ ରିଲାଏନ୍ସ ଫାଉଣ୍ଡେସନର ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ ଅଧିନରେ ଏହି ଧରଣର ବିବିଧ କାର୍ଯ୍ୟକ୍ରମ ଆୟୋଜନ କରିବାର ଯୋଜନା ପ୍ରସ୍ତୁତ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ସେଣ୍ଡାଇ ଫ୍ରେମ୍‌ୱର୍କ ୨୦୧୫-୨୦୩୦ ର ସହନଶୀଳତା ବିଷୟ ଅନୁସାରେ ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ବର୍ତମାନ ପ୍ରକୃତି-ଭିତିକ ସମାଧାନ (ଏନ୍‌ବିଏସ୍‌) ଉପରେ ଗୁରୁତ୍ୱାରୋପ କରାଯାଉଛି । ସେହି ଅନୁସାରେ ଛାତ୍ରଛାତ୍ରୀ ଓ ଗୋଷ୍ଠୀ ସଦସ୍ୟମାନଙ୍କ ମଧ୍ୟରେ ସଚେତନତା ବଢ଼ାଇବା ଓ ସେମାନଙ୍କୁ ସଚେତନ କରିବା ଲାଗି ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଲକ୍ଷ୍ୟ ରଖାଯାଇଛି।

ବିଶ୍ୱ ପରିବେଶ ଦିବସରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମଗୁଡ଼ିକରେ ସାମିଲ ରହିଛି ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ। ଏହି ଅଭିଯାନଗୁଡ଼ିକର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ଜୈବବିବିଧତାରେ ଉନ୍ନତି, ମୃତିକା କ୍ଷୟକୁ ରୋକିବା ଏବଂ ଏହି ଉଚ୍ଚ ସମ୍ବେଦନଶୀଳ ଅଂଚଳରେ ପ୍ରବଳ ବେଗର ପବନରୁ ଗୋଷ୍ଠୀକୁ ସୁରକ୍ଷା ପ୍ରଦାନ କରିବା ଲାଗି ଜୈବ-ସୁରକ୍ଷା ବଳୟ ସ୍ଥାପନ କରିବା।

ଆନ୍ତର୍ଜାତିକ ବିପର୍ଯ୍ୟୟ ଡାଟାବେସ୍ (ଇଏମ୍‌ଡିଏଟି) ଅନୁସାରେ ୧୯୭୦ରୁ ୨୦୧୯ ମଧ୍ୟରେ ଭାରତରେ ଘଟିଥିବା ପ୍ରାୟ ୮୬% ବିପର୍ଯ୍ୟୟ ଘଟଣା ଓ ୯୮% ବିପର୍ଯ୍ୟୟ କ୍ଷୟକ୍ଷତିର କାରଣ ହେଉଛି ଜଳୀୟ-ପାଣିପାଗ ଜନିତ ଅତି ପ୍ରବଳ ମାତ୍ରାର ବିପର୍ଯ୍ୟୟ ଘଟଣା। ଜଳବାୟୁ ପରିବର୍ତନ, ଜୀବଜଗତର ଅବକ୍ଷୟ, ଓ ଅନୁପଯୁକ୍ତ ଜମି ବ୍ୟବହାର ଯୋଜନା ଯୋଗୁଁ ଏହି ଧାରା ଆଗକୁ ଜାରି ରହିବ ଏବଂ ଆହୁରି ତ୍ୱରାନ୍ୱିତ ହେବ ବୋଲି ଆଶଙ୍କା କରାଯାଉଛି।

ବର୍ଦ୍ଧିତ ପ୍ରମାଣରୁ ଏହା ପ୍ରତିୟମାନ ହେଉଛି ଯେ ପ୍ରାକୃତିକ ଆର୍ଦ୍ରଭୂମିର ଦ୍ରୁତ ଅବକ୍ଷୟ ସମେତ ଜୀବନଜଗତ ଅବକ୍ଷୟ ହେଉଛି ଜଳ-ସମ୍ପର୍କିତ ବିପଦକୁ ବଢ଼ାଇବାର ଏକ ପ୍ରମୁଖ କାରଣ। ଫଳ ସ୍ୱରୂପ, ପ୍ରକୃତି ଭିତିକ ସମାଧାନ ଭଳି ବିପର୍ଯ୍ୟୟ ବିପଦ ହ୍ରାସ (ଡିଆରଆର) ରଣନୀତି ସାମାଜିକ ବିକାଶ ଲକ୍ଷ୍ୟ ପ୍ରତି ମହତ୍ୱପୂର୍ଣ୍ଣ ଯୋଗଦାନ ପ୍ରଦାନ କରିବା ସହିତ ବ୍ୟକ୍ତିବିଶେଷଙ୍କ କଲ୍ୟାଣ ଓ ପରିବେଶ ସହନଶୀଳତାକୁ ସୁନିଶ୍ଚିତ କରିବ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଲଦାଖର ପାଙ୍ଗ୍‌ଓଙ୍ଗ୍ ହ୍ରଦ ନିକଟରେ ଜିଓର ୪ଜି ମୋବାଇଲ୍ ସେବାର ଶୁଭାରମ୍ଭ

ମୁମ୍ବାଇ : ବହୁ କ୍ଷେତ୍ରରେ ପ୍ରଥମ ତାଲିକାକୁ ଆହୁରି ଆଗକୁ ବଢ଼ାଇ ରିଲାଏନ୍ସ ଜିଓ ପକ୍ଷରୁ ଲଦାଖର ପାଙ୍ଗଓଙ୍ଗ୍ ହ୍ରଦନିକଟସ୍ଥ ସ୍ପାଙ୍ଗ୍‌ମିକ୍ ଗ୍ରାମରେ ୪ଜି ଭଏସ୍ ଓ ଡାଟା ସେବାର ଶୁଭାରମ୍ଭ କରାଯାଇଛି ଓ ଏହି ଅଂଚଳ ଓ ଆଖପାଖରେ ୪ଜି ମୋବାଇଲ୍ ସଂଯୋଗ ପ୍ରଦାନ କରିବାରେ ଏହା ହେଉଛି ଦେଶର ପ୍ରଥମ ମୋବାଇଲ୍ ଅପରେଟର।

ପାଙ୍ଗ୍‌ଓଙ୍ଗ୍ ହ୍ରଦ ନିକଟସ୍ଥ ସ୍ପାଙ୍ଗମିକ୍ ଗ୍ରାମରେ ଜିଓ ମୋବାଇଲ୍ ଟାୱାରକୁ ଲଦାଖର ମାନ୍ୟବର ସାଂସଦ ଶ୍ରୀ ଜମୟାଙ୍ଗ୍ ସେରିଙ୍ଗ ନାମଗୟାଲ୍ ଉଦଘାଟନ କରିଛନ୍ତି। ପାଙ୍ଗଓଙ୍ଗ୍ ହ୍ରଦ ହେଉଛି ଲଦାଖର ଏକ ସବୁଠୁ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ ଓ ପ୍ରତିବର୍ଷ ଏଠାକୁ ଭାରତ ଓ ବିଶ୍ୱର ବିଭିନ୍ନ ପ୍ରାନ୍ତର ହଜାର ହଜାର ପର୍ଯ୍ୟଟକ ଆକର୍ଷିତ ହୋଇଆସିଥାନ୍ତି।  

ଏହି ଅବସରରେ ସାଂସଦ ଶ୍ରୀ ଜାମ୍‌ୟାଙ୍ଗ୍ ସେରିଙ୍ଗ୍ ନାମଗୟାଲ୍ ଏହି ଅଂଚଳର ଲୋକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଓ ଆଶ୍ୱାସନା ଦେଇଛନ୍ତି ଯେ ଏହି ଉଦଘାଟନ ସହିତ ଲୋକମାନଙ୍କର ଦୀର୍ଘଦିନରୁ ଅପୂରଣୀୟ ହୋଇ ରହିଥିବା ଦାବି ଜିଓ ଦ୍ୱାରା ପୂରଣ ହୋଇଛି। ଏହି ଶୁଭାରମ୍ଭ ଏହି ଅଂଚଳର ପର୍ଯ୍ୟଟକ ଓ ସେନାକୁ ନିରବଚ୍ଛିନ୍ନ ସଂଯୋଗ ପ୍ରଦାନ କରିବା ବ୍ୟତୀତ ଏହି ଅଂଚଳର ଅର୍ଥନୀତିକୁ ମଧ୍ୟ ଦୃଢ଼ କରିବ।

ପ୍ରତ୍ୟକଙ୍କୁ ଡିଜିଟାଲ୍ ଜଗତ ସହ ଯୋଡ଼ିବା ଏବଂ ବହୁ ଉପାୟରେ ସମାଜକୁ ସଶକ୍ତ କରିବାର ଯେଉଁ ଲକ୍ଷ୍ୟ ରହିଛି ସେହି ଆଧାରରେ ଜିଓ ନିରନ୍ତର ଭାବେ ଏହାର ନେଟ୍‌ୱର୍କକୁ ସମ୍ପ୍ରସାରିତ ଓ ଉନ୍ନତ କରୁଛି । ଅତ୍ୟଧିକ କଠିନ ପଥ ଓ ଖରାପ ପାଣିପାଗ ସ୍ଥିତି ଭଳି ଆହ୍ୱାନକୁ ଅତିକ୍ରମ କରି ମାସ ମାସ ଧରି ଦେଶର ଅନ୍ୟ ପ୍ରାନ୍ତଠାରୁ ବିଚ୍ଛିନ୍ନ ରହୁଥିବା ଏହି ଅଂଚଳର ଲୋକମାନେ ଯେଭଳି ଯୋଗାଯୋଗରେ ରହିପାରିବେ ତାହାକୁ ନିଶ୍ଚିତ କରିବା ଲାଗି ଜିଓର ଟିମ୍ ଏହି କେନ୍ଦ୍ର ଶାସିତ ଅଂଚଳର ଦୁର୍ଗମ ସ୍ଥାନକୁ ପହଂଚିବା ଲାଗି ଏହାର ଉଦ୍ୟମ ଜାରି ରଖିଛି।

ମେ’ ମାସରେ ଜିଓ ପକ୍ଷରୁ କାଲ୍‌ସି ବ୍ଲକ୍‌ର କାଂଜି, ଉରବିସ୍ ଓ ହନୁପଟ୍ଟା ଗ୍ରାମ ଓ ଦିସ୍‌କିଟ୍ ବ୍ଲକ୍‌ର ଚୁଙ୍ଗଲୁଙ୍ଗ୍‌ଖା ଗ୍ରାମରେ ଏହାର ସେବାର ଶୁଭାରମ୍ଭ କରାଯାଇଛି । ଏହି ଅଂଚଳର କାରଗିଲ୍‌, ଜାନ୍‌ସକାର ଓ ଡେମ୍‌ଚୋକ୍ ଭଳି ଅଂଚଳରେ ଜିଓର ଜିଓ ସେବା ପୂର୍ବରୁ ଉପଲବ୍ଧ ରହିଛି। ଲେହ ସହରରେ ଜିଓ ପକ୍ଷରୁ ଜିଓଫାଇବର୍ ବ୍ରଡବ୍ୟାଣ୍ଡ୍ ସେବା ପ୍ରଦାନ କରାଯାଉଛି।

Categories
ଜୀବନ ଶୈଳୀ ବିଶେଷ ଖବର ବ୍ୟବସାୟ

ରିଲାଏନ୍ସ ପକ୍ଷରୁ ହୋମ କେୟାର ବ୍ରାଣ୍ଡ ପ୍ୟୁରିକ୍ ଇନଷ୍ଟା-ସେଫ୍ ର ଶୁଭାରମ୍ଭ

ମୁମ୍ବାଇ/ଭୁବନେଶ୍ୱର, ରିଲାଏନ୍ସ୍ ର ଗ୍ରାହକ ବ୍ରାଣ୍ଡ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟକ୍ତିଗତ ସ୍ୱଚ୍ଛତା ଏବଂ ହୋମ କେୟାର ବ୍ରାଣ୍ଡ ପ୍ୟୁରିକ୍ ଇନଷ୍ଟା-ସେଫ୍ ଶୁଭାରମ୍ଭ ଘୋଷଣା କରାଯାଇଛି । ଗ୍ରାହକଙ୍କ ମଧ୍ୟରେ ସ୍ୱଚ୍ଛତା ଏବଂ ନିରାପତ୍ତା ପାଇଁ ବର୍ଦ୍ଧିତ ଆବଶ୍ୟକତାକୁ ପୁରଣ କରିବା ପାଇଁ ପ୍ୟୁରିକ୍ ଇନଷ୍ଟା-ସେଫ୍ ର ବ୍ୟକ୍ତିଗତ ସ୍ୱଚ୍ଛତା ଏବଂ ଘର ଡ଼ିଜ-ଇନଫେକଟାଣ୍ଟ ର ବ୍ୟାପକ ଉତ୍ପାଦ ସମ୍ଭାର ପ୍ରସ୍ତୁତ କରାଯାଇଛି ।

କର୍ପୁର, ନିମ୍ବ ଏବଂ ହଳଦୀ ଭଳି ପ୍ରାକୃତିକ ଉପାଦାନଗୁଡ଼ିକର ଉତ୍ତମତାର ସମାହାର ପ୍ୟୁରିକ୍ ଇନଷ୍ଟା-ସେଫ୍ ଉତ୍ପାଦଗୁଡିକ ସେନ୍ସୋରିଆଲ୍ ଏବଂ ସୁଗନ୍ଧ ମାଧ୍ୟମରେ ନୂତନ ଭାବରେ ନିରାପତ୍ତା ଅନୁଭବ ପ୍ରଦାନ କରିଥାଏ । ଏହାର ଅନନ୍ୟ ‘ତତକ୍ଷଣାତ୍ କାର‌୍ୟ୍ୟ’ ବା ଇନଷ୍ଟଣ୍ଟ ଆକ୍ସନ ସୂତ୍ର ତୁରନ୍ତ ଜୀବାଣୁ ଓ ଭୁତାଣୁ ବିରୁଦ୍ଧରେ କାର‌୍ୟ୍ୟ କରିବା ଆରମ୍ଭ କରି ସ୍ୱଚ୍ଛତା ଓ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇଥାଏ ।

ପ୍ୟୁରିକ୍ ଇନଷ୍ଟା-ସେଫ୍ ର ବିସ୍ତୃତ ଉତ୍ପାଦ ସମ୍ଭାର ମଧ୍ୟରେ ରହିଛି ବ୍ୟକ୍ତିଗତ ସ୍ୱଚ୍ଛତା ଉତ୍ପାଦ ଯଥା ଜୀବାଣୁ ସୁରକ୍ଷା ସାବୁନ, ହ୍ୟାଣ୍ଡୱାସ୍, ହ୍ୟାଣ୍ଡ ସାନିଟାଇଜର, ସାୱାର ଜେଲ୍ ଏବଂ ସୁରକ୍ଷା ୱାଇପ୍ ଇତ୍ୟାଦି । ହୋମ ଡିଜ-ଇନଫେକସନ୍ ପାଇଁ, ପ୍ୟୁରିକ୍ ରେଞ୍ଜ୍ ମଧ୍ୟରେ ରହିଛି ଡିଜ-ଇନଫେକ୍ଟାଣ୍ଟ ସ୍ପ୍ରେ, ବହୁମୁଖୀ ଡିଜ-ଇନଫେକ୍ଟାଣ୍ଟ ଏବଂ ଆଣ୍ଟିସେପ୍ଟିକ୍ ଲିକ୍ୱିଡ୍, ପନିପରିବା ୱାଶିଂ ଲିକ୍ୱିଡ୍ ଇତ୍ୟାଦି ।

ଦେଶର ସମସ୍ତ ରିଲାଏନ୍ସ ରିଟେଲ ଗ୍ରୋସରୀ ଷ୍ଟୋରଗୁଡିକରେ ପ୍ୟୁରିକ୍ ଇନଷ୍ଟା-ସେଫ୍ ଉତ୍ପାଦ ଉପଲବ୍ଧ । ଗ୍ରାହକମାନେ ଜିଓ ମାର୍ଟ, ନେଟମେଡ଼ସରେ ଉତ୍ପାଦ ଅର୍ଡର କରିପାରିବେ କିମ୍ବା ନିକଟସ୍ଥ ଦୋକାନରୁ କିଣି ପାରିବେ । ଏହି ଉତ୍ପାଦଗୁଡ଼ିକରେ ସ୍ୱତନ୍ତ୍ର ପ୍ରାରମ୍ଭିକ ଅଫର୍ ମଧ୍ୟ ଉପଲବ୍ଧ ।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଏପ୍ରିଲ୍‌ରେ ଜିଓ ଯୋଡ଼ିଛି ଅଢେଇ ଲକ୍ଷ ନୂଆ ଗ୍ରାହକ, ୫୦ ହଜାର ଟପିଲା ଜିଓ ଫାଇବର ଗ୍ରାହକ ସଂଖ୍ୟା

ଭୁବନେଶ୍ୱର: ଓଡ଼ିଶାର ସବୁଠୁ ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ଏହାର ଆଧିପତ୍ୟ ବଜାୟ ରଖି ୨୦୨୧ ଏପ୍ରିଲ୍ ମାସରେ ରାଜ୍ୟରେ ସର୍ବାଧିକ ୨.୬୯ ଲକ୍ଷ ନୂଆ ଗ୍ରାହକ ଯୋଡ଼ିଥିିବା ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି । ଏହା ସହିତ, ଦ୍ରୁତ ଗତିରେ ସମ୍ପ୍ରସାରିତ ହେଉଥିବା ଜିଓର ହାଇ-ସ୍ପିଡ୍ ବ୍ରଡବ୍ୟାଣ୍ଡ୍ ସେବା ଜିଓଫାଇବର୍‌ର ଗ୍ରାହକ ସଂଖ୍ୟା ଓଡ଼ିଶାରେ ୫୦,୦୦୦ ମାଇଲଖୁଂଟ ଅତିକ୍ରମ କରିବା ସହ ରାଜ୍ୟରେ ମୋଟ ଜିଓଫାଇବର ଗ୍ରାହକ ସଂଖ୍ୟା ୨୦୨୧ ଏପ୍ରିଲ୍ ୩୦ ସୁଦ୍ଧା ୫୪,୦୫୮ରେ ପହଂଚିଥିବା ଟ୍ରାଇ ପକ୍ଷରୁ ପ୍ରକାଶ କରାଯାଇଥିବା ଓୟାରଲାଇନ୍ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି ।

ଟ୍ରାଇ ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟ ଅନୁଯାୟୀ, ରିଲାଏନ୍ସ ଜିଓ ଓଡିଶାରେ ପ୍ରାୟ ୧.୪୬ କୋଟି ମୋବାଇଲ୍ ଗ୍ରାହକ ସହିତ ରାଜ୍ୟରେ ଟେଲିକମ୍ କ୍ଷେତ୍ରରେ ୪୨% ରୁ ଅଧିକ ଗ୍ରାହକ ବଜାର ଅଂଶ ହାସଲ କରିଛି । ୨୦୨୧ ଏପ୍ରିଲ୍ ମାସରେ ରିଲାଏନ୍ସ ଜିଓ ଓଡ଼ିଶାରେ ସର୍ବାଧିକ ୨,୬୯,୦୮୨ ନୂଆ ମୋବାଇଲ୍ ଗ୍ରାହକ ଯୋଡ଼ିଥିବା ବେଳେ, ଭାରତୀ ଏୟାରଟେଲ୍ ୧୬,୫୧୩ ନୂଆ ଗ୍ରାହକ ଯୋଡିଛି । ତେବେ ଏହି ମାସରେ ବିଏସଏନଏଲ ୮୪,୬୪୦ ଗ୍ରାହକ ହରାଇଥିବା ବେଳେ ଭୋଡାଫୋନ୍ ଆଇଡିଆ ୪୯,୭୦୭ ଗ୍ରାହକ ହରାଇଥିବା ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି ।

ଜିଓ ପକ୍ଷରୁ ଉଲ୍ଲେଖନୀୟ ଗ୍ରାହକ ଯୋଡ଼ାଯାଇଥିବାରୁ ଓଡ଼ିଶାରେ ମୋଟ୍ ମୋବାଇଲ୍ ଗ୍ରାହକ ସଂଖ୍ୟା ୧.୫୧ ଲକ୍ଷ ବୃଦ୍ଧି ପାଇ ପ୍ରାୟ ଏପ୍ରିଲ୍ ଶେଷ ସୁଦ୍ଧା ୩.୪୫ କୋଟିରେ ପହଂଚିଛି ।
ଜାତୀୟ ସ୍ତରରେ ମଧ୍ୟ ଏପ୍ରିଲ୍ ମାସରେ ରିଲାଏନ୍ସ ଜିଓ ସର୍ବାଧିକ ୪୭.୫୬ ଲକ୍ଷ ନୂଆ ଗ୍ରାହକ ଯୋଡ଼ିଥିବା ବେଳେ ଏୟାରଟେଲ୍ ଏହି ମାସରେ ପ୍ରାୟ ୫ ଲକ୍ଷ ଗ୍ରାହକ ଯୋଡ଼ିଛି । ସମାନ ସମୟରେ ଉଭୟ ଭୋଡାଫୋନ୍ ଆଇଡିଆ ଓ ବିଏସ୍‌ଏନ୍‌ଏଲ୍ ଲକ୍ଷ ଲକ୍ଷ ସଂଖ୍ୟକ ଗ୍ରାହକ ହରାଇଛନ୍ତି । ଏପ୍ରିଲ୍ ମାସରେ ଭୋଡାଫୋନ୍ ଆଇଡିଆ ୧୮ ଲକ୍ଷ ଗ୍ରାହକ ହରାଇଥିବା ବେଳେ ବିଏସଏନଏଲ୍ ୧୩ ଲକ୍ଷରୁ ଅଧିକ ଗ୍ରାହକ ହରାଇଥିବା ଟ୍ରାଇ ତଥ୍ୟରୁ ଜଣାପଡ଼ିଛି ।

ଏଥିସହିତ ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଓୟାରଲାଇନ୍ (ଫିକ୍ସଡ୍ ଲାଇନ୍‌) ଗ୍ରାହକ ତଥ୍ୟରୁ ଜଣାପଡ଼ିଛି ଯେ ଏକ ଉଲ୍ଲେଖନୀୟ ସଫଳତା ଭାବେ ରିଲାଏନ୍ସ ଜିଓର ଫାଇବର୍ ଭିତିକ ହାଇ-ସ୍ପିଡ୍ ବ୍ରଡବ୍ୟାଣ୍ଡ୍ ସେବା ଜିଓଫାଇବର୍‌ର ଗ୍ରାହକ ସଂଖ୍ୟା ଓଡ଼ିଶାରେ ୨୦୨୧ ଏପ୍ରିଲ୍ ୩୦ ସୁଦ୍ଧା ୫୦,୦୦୦ ମାଇଲଖୁଂଟ ଅତିକ୍ରମ କରି ୫୪,୦୫୮ରେ ପହଂଚିଛି, ଯାହା ଏହାକୁ ରାଜ୍ୟର ଅଗ୍ରଣୀ ଫାଇବର ବ୍ରଡବ୍ୟାଣ୍ଡ୍ ସେବା ପ୍ରଦାନକାରୀରେ ପରିଣତ କରିଛି । ଦ୍ରୁତ ଗତିରେ ସମ୍ପ୍ରସାରିତ ହେଉଥିବା ଜିଓଫାଇବର୍ ହାଇସ୍ପିଡ୍ ବ୍ରଡବ୍ୟାଣ୍ଡ୍ ସେବା ରାଜ୍ୟର ୨୬ଟି ପ୍ରମୁଖ ସହର ଓ ନଗରର ପ୍ରମୁଖ ଅଂଚଳଗୁଡ଼ିକରେ ଉପଲବ୍ଧ ହୋଇସାରିଛିି ଏବଂ ଦ୍ରୁତ ଗତିରେ ଅନ୍ୟ ସହର ଓ ନଗରଗୁଡ଼ିକୁ ସମ୍ପ୍ରସାରିତ ହେଉଛି ।

ଉଲ୍ଲେଖଯୋଗ୍ୟ ଯେ, ସର୍ବାଧିକ ସଂଖ୍ୟକ ମୋବାଇଲ୍ ଗ୍ରାହକ ଏବଂ ରାଜ୍ୟର ଟେଲିକମ୍ କ୍ଷେତ୍ରର ମୋଟ ରାଜସ୍ୱରେ ୫୦ ପ୍ରତିଶତରୁ ଅଧିକ ବଜାର ଅଂଶ ସହ ରିଲାଏନ୍ସ ଜିଓ ହେଉଛି ଓଡ଼ିଶାରେ ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ । ଏହାର ସର୍ବବୃହତ ୪ଜି ନେଟ୍‌ୱର୍କ, ଅପହଂଚ ଅଂଚଳରେ ଦ୍ରୁତ ଗତିରେ ନେଟ୍‌ୱର୍କ ସଂପ୍ରସାରଣ ଏବଂ ସାରା ରାଜ୍ୟରେ ସୁଲଭ ମୂଲ୍ୟରେ ନିରବଚ୍ଛିନ୍ନ ହାଇ-ସ୍ପିଡ୍ ଇଟଂରନେଟ୍ ଉପଲବ୍ଧ କରି ରିଲାଏନ୍ସ ଜିଓ ବିଗତ କିଛି ବର୍ଷ ଧରିି ନିରନ୍ତର ଭାବେ ପ୍ରତି ମାସରେ ସର୍ବାଧିକ ସଂଖ୍ୟକ ନୂଆ ଗ୍ରାହକ ଯୋଡ଼ୁଛି ।

ନିକଟରେ ହୋଇଥିବା ସ୍ପେକ୍ଟ୍ରମ ନିଲାମରେ ହାସଲ କରିଥିବା ଅତିରିକ୍ତ ୨୦ ମେଗାହର୍ଜ ସ୍ପେକ୍ଟ୍ରମ୍‌କୁ ଜିଓ ସଫଳତାର ସହିତ ସାରା ଓଡ଼ିଶାରେ ମୂତୟନ କରି ରାଜ୍ୟରେ ଇଂଟରନେଟ୍ ବେଗ ଓ ଗ୍ରାହକ ଅନୁଭୂତିକୁ ଆହୁରି ଅଧିକ ସମୃଦ୍ଧ କରିଛି । ଏହା ଘରୁ କାମ କରୁଥିବା (ୱାର୍କ ଫ୍ରମ୍ ହୋମ୍‌) ପ୍ରଫେସନାଲ୍ ଏବଂ ଅନ୍‌ଲାଇନ୍‌ରେ ପାଠ ପଢୁଥିବା ଛୀତ୍ରଛାତ୍ରୀଙ୍କ ପାଇଁ ବେଶ୍ ସହାୟକ ହୋଇଛି ।

Categories
ଅନ୍ତରାଷ୍ଟ୍ରୀୟ ଜାତୀୟ ଖବର ବିଶେଷ ଖବର ବ୍ୟବସାୟ

ଧକ୍କା ଖାଇଲା ଆମାଜନ୍, ଫ୍ୟୁଚର ଗ୍ରୁପକୁ କିଣିବ ରିଲାଏନ୍ସ, ୨୪ହଜାର ୭ ଶହ ୧୩ କୋଟିର କାରବାର

ମୁମ୍ବାଇ/ଭୁବନେଶ୍ବର, ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ ବା ସେବି, ଫ୍ୟୁଚର ଗ୍ରୁପ୍‌ର ବ୍ୟବସାୟିକ ସମ୍ପତ୍ତି ରିଲାଏନ୍ସକୁ ବିକ୍ରି ପ୍ରକ୍ରିୟାକୁ ଅନୁମୋଦନ ପ୍ରଦାନ କରିଛି । ଏହାଦ୍ୱାରା ଆମାଜନ୍‌କୁ ଶକ୍ତ ଧକ୍କା ଲାଗିଛି । ୨୪,୭୧୩ କୋଟି ଟଙ୍କାର ଏହି କାରବାରକୁ ସେବିର ମଞ୍ଜୁରି ମିଳିବା ଦ୍ୱାରା ରିଲାଏନ୍ସ ଓ ଫ୍ୟୁଚର ଗ୍ରୁପ୍‌କୁ ବଡ ଆଶ୍ୱସ୍ତି ମିଳିଛି ।

ଆମେରିକୀୟ ଇ-କମର୍ସ କମ୍ପାନୀ ଆମାଜନ୍ ରିଲାଏନ୍ସ-ଫ୍ୟୁଚର କାରବାରକୁ ଲଗାତର ବିରୋଧ କରିଆସୁଛି । ଏହି କାରବାର ବିରୋଧରେ ଆମାଜନ୍ ପକ୍ଷରୁ ସେବି, ଷ୍ଟକ ଏକ୍ସଚେଞ୍ଜ ଏବଂ ଅନ୍ୟ ନିୟାମକ ସଂସ୍ଥାକୁ ବାରମ୍ବାର ପତ୍ର ଲେଖାଯାଇଥିଲା । ଉକ୍ତ ପତ୍ରରେ ରିଲାଏନ୍ସ-ଫ୍ୟୁଚର କାରବାରକୁ ଅନୁମତି ପ୍ରଦାନ ନକରିବାକୁ ଆମାଜନ୍ ଅନୁରୋଧ କରିଥିଲା। ଆମାଜନ୍‌ର ଉକ୍ତ ଅନୁରୋଧକୁ ଅଣଦେଖା କରି ସେବି କିଛି ସର୍ତ୍ତ ସହିତ ଏହି କାରବାରକୁ ମଞ୍ଜୁରି ପ୍ରଦାନ କରିଛି ।

ଭାରତୀୟ ପ୍ରତିସ୍ପର୍ଦ୍ଧା ଆୟୋଗ (ସିସିଆଇ) ପୂର୍ବରୁ ଏହି କାରବାରକୁ ମଞ୍ଜୁରି ପ୍ରଦାନ କରିସାରିଛି । ଏବେ ସେବିର ମଞ୍ଜୁରି ମିଳିବା ପରେ ଏହି କାରବାର ସମ୍ପୂର୍ଣ୍ଣ ହେବା ପାଇଁ କେବଳ ଏନସିଏଲଟିର ମଞ୍ଜୁରି ମିଳିବା ବାକି ରହିଛି । ଏହି କାରବାର ସମ୍ପର୍କରେ ଫ୍ୟୁଚର ଏବଂ ରିଲାଏନ୍ସର ସମସ୍ତ ଅଂଶୀଦାରମାନଙ୍କୁ ସମ୍ପୂର୍ଣ୍ଣ ତଥ୍ୟ ଅବଗତ କରାଇବାକୁ ସେବି ନିର୍ଦ୍ଦେଶ ଦେଇଛି । ଫ୍ୟୁଚର-ରିଲାଏନ୍ସ ଗ୍ରୁପ୍‌ର ଏହି କାରବାରକୁ ସେବିର ଅନୁମତି ଅଦାଲତରେ ଚାଲିଥିବା ମାମଲାଗୁଡିକର ଫଳାଫଳ ଉପରେ ନିର୍ଭର କରିବ ।

ଫ୍ୟୁଚରର କମ୍ପାନୀ ବୋର୍ଡ ତାହାର ସମ୍ପତ୍ତି ରିଲାଏନ୍ସ ରିଟେଲକୁ ୨୪,୭୧୩ କୋଟି ଟଙ୍କାରେ ବିକ୍ରି କରିବା ପ୍ରସ୍ତାବକୁ ମଞ୍ଜୁରି ଦେଇଥିଲା, ଯାହାକୁ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଡିସେମ୍ବର ୨୧ରେ ଦେଇଥିବା ଆଦେଶରେ ବୈଧ ବୋଲି କହିଥିଲେ । ମାନ୍ୟବର ଉଚ୍ଚ ନ୍ୟାୟାଳୟ ଫ୍ୟୁଚର ରିଟେଲ ଏବଂ ରିଲାଏନ୍ସ ରିଟେଲ ମଧ୍ୟରେ କାରବାରକୁ ପ୍ରାଥମିକ ଦୃଷ୍ଟିରୁ ଆଇନତଃ ଠିକ୍ ବୋଲି ଦର୍ଶାଇଥିଲେ ।

ଆମାଜନ୍ ୨୦୧୯ରେ ଫ୍ୟୁଚର ଗ୍ରୁପ୍‌ର ଅଣପଂଜିକୃତ ସହଯୋଗୀ କମ୍ପାନୀ ଫ୍ୟୁଚର କୁପନ୍‌ର ୪୯% ଅଂଶ କ୍ରୟ କରିଥିଲା । ଉକ୍ତ କାରବାରରେ ଏକ ସର୍ତ୍ତ ରଖାଯାଇଥିଲା ଯେ ଅନ୍ୟ କୌଣସି କମ୍ପାନୀ ସହିତ କାରବାର କରିବା ପୂର୍ବରୁ ଫ୍ୟୁଚରକୁ ପ୍ରଥମେ ତାହା ଆମାଜନ୍‌କୁ ଜଣାଇବାକୁ ହେବ । ଆମାଜନ୍ ବାରଣ କଲେ ଫ୍ୟୁଚର ଅନ୍ୟ କୌଣସି କମ୍ପାନୀକୁ ହୋଲ୍‌ଡିଂ ବିକ୍ରି କରିପାରିବ ନାହିଁ ।

ଫ୍ୟୁଚର ସହିତ ହୋଇଥିବା ଏହି ଚୁକ୍ତିରେ ଆମାଜନ୍ ମୋଟ ତିନିଟି ବୁଝାମଣା କରିଥିଲା ଯାହା ଉପରେ ଦିଲ୍ଲୀ ହାଇକୋର୍ଟ ଏଫ୍‌ଡିଆଇ ନୀତି ତର୍ଜମା କରି କହିଥିଲେ ଯେ ଏହି ରାଜିନାମା ଫ୍ୟୁଚର ରିଟେଲ ଉପରେ ନିୟନ୍ତ୍ରଣ ଜାହିର କରିବା ଉଦ୍ଦେଶ୍ୟରେ ବ୍ୟବହାର କରିବାକୁ ହୋଇଥିବା ମନେହେଉଛି ଏବଂ ଏହା ସରକାରଙ୍କର ବିନା ଅନୁମୋଦନରେ କରାଯାଇଛି, ଯାହା ଫେମା-ଏଫଡିଆଇ ନିୟମର ବିରୁଦ୍ଧାଚରଣ କରୁଛି ।

ଫ୍ୟୁଚର-ରିଲାଏନ୍ସ ଚୁକ୍ତି ବିରୁଦ୍ଧରେ ଆମାଜନ୍ ସିଙ୍ଗାପୁର ଇଣ୍ଟରନ୍ୟାସନାଲ ଆର୍ବିଟ୍ରେସନ ସେଣ୍ଟରରେ ଯାଚିକା ଦାଏର କରିଥିଲା । ଆର୍ବିଟ୍ରେସନ ସେଣ୍ଟର ଗତବର୍ଷ ଅକ୍ଟୋବର ୨୫ରେ ଫ୍ୟୁଚର-ରିଲାଏନ୍ସ ଚୁକ୍ତି ଉପରେ ସାମୟିକ ରହିତାଦେଶ ଜାରି କରିଥିଲେ, କିନ୍ତୁ ଆର୍ବିଟ୍ରେସନ ସେଣ୍ଟରର ରାୟ ତାହା ପାଇଁ ପ୍ରଯୁଜ୍ୟ ନୁହେଁ ବୋଲି ଫ୍ୟୁଚର୍ ଗ୍ରୁପ୍ ପକ୍ଷରୁ ପ୍ରକାଶ କରାଯାଇଥିଲା ।

ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ସହଯୋଗୀ କମ୍ପାନୀ ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ (ଆରଆରଭିଏଲ୍‌) ୨୦୨୦ ଅଗଷ୍ଟରେ ଫ୍ୟୁଚର ଗ୍ରୁପ୍‌ର ରିଟେଲ ଏବଂ ହୋଲ୍‌ସେଲ ବ୍ୟବସାୟ ତଥା ଲଜିଷ୍ଟିକ୍ସ ଓ ଓୟାରହାଉସିଂ ବ୍ୟବସାୟ ଅଧିଗ୍ରହଣ କରିବା ନେଇ ଘୋଷଣା କରିଥିଲା । ୨୪,୭୧୩ କୋଟି ଟଙ୍କାରେ ଚୂଡାନ୍ତ ହୋଇଥିବା ଏହି ଚୁକ୍ତି ପରେ ଫ୍ୟୁଚର ଗ୍ରୁପର ୪୨୦ ସହରରେ ବିସ୍ତାରିତ ଭାବେ ରହିଥିବା ୧୮୦୦ରୁ ଅଧିକ ଷ୍ଟୋର ରିଲାଏନ୍ସ ନିୟନ୍ତ୍ରଣକୁ ଆସିବାର ଥିଲା ।

Categories
ବିଶେଷ ଖବର ବ୍ୟକ୍ତିତ୍ୱ ବ୍ୟବସାୟ

ସମାଲୋଚନା ପରେ କୃଷି ବିଲ ଉପରେ ସଫେଇ ଦେଲା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍, କଣ କହିଲେ ଜାଣନ୍ତୁ

ମୁମ୍ବାଇ/ଭୁବନେଶ୍ବର, କୃଷି ବିଲ୍‌କୁ ନେଇ ଚାଲିଥିବା ବିବାଦ ଓ ବିତର୍କ ମଧ୍ୟରେ କେତେକ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ସେମାନଙ୍କ ନିଜର ଲାଭ ଓ ଫାଇଦା ନିମନ୍ତେ ଅଯଥାରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ଓ ଏହାର ସହଯୋଗୀ କମ୍ପାନୀଗୁଡିକ ବିପକ୍ଷରେ ଚଳାଇଥିବା ମିଥ୍ୟା ଅପପ୍ରଚାର ପରିପ୍ରେକ୍ଷୀରେ କମ୍ପାନୀ ପକ୍ଷରୁ ତାହାର ସହଯୋଗୀ କମ୍ପାନୀ ରିଲାଏନ୍ସ ଜିଓ ଇନ୍‌ଫୋକମ୍ ଲିମିଟେଡ (ଆରଜେଆଇଏଲ) ଜରିଆରେ ପଞ୍ଜାବ ଓ ହରିଆଣା ହାଇକୋର୍ଟରେ ଏକ ପିଟିସନ ଦାଏର କରାଯାଇଛି ।

ଏହି ପିଟିସନ ମାଧ୍ୟମରେ ସରକାରୀ କତୃପକ୍ଷଙ୍କ ତୁରନ୍ତ ହସ୍ତକ୍ଷେପ ଦ୍ୱାରା ଅସାମାଜିକ ତତ୍ୱଙ୍କ ଦ୍ୱାରା ବେଆଇନ୍ ଭାବେ ଜାରି ରହିଥିବା ଟାୱାର ଓ ସମ୍ପତ୍ତି ଭଙ୍ଗାରୁଜା ତଥା ହିଂସାତ୍ମକ କାର‌୍ୟ୍ୟକଳାପ ଉପରେ ପୂର୍ଣ୍ଣରୁପେ ରୋକ ଲଗାଇବାକୁ ଉଲ୍ଲେଖ କରାଯାଇଛି । ଆଜି ଏହା ଉପରେ ଶୁଣାଣି କରି ମାନ୍ୟବର ହାଇକୋର୍ଟ ନୋଟିସ୍ ଅଫ୍ ମୋସନ୍ ନିମନ୍ତେ ଜାନୁଆରୀ ୮ ତାରିଖ ନିଧାର‌୍ୟ୍ୟ କରିଛିନ୍ତି ।

ଏହି ପିଟିସନ୍‌ରେ ରିଲାଏନ୍ସ ପକ୍ଷରୁ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କ ଅପପ୍ରଚାର ତଥା ଭ୍ରାନ୍ତ ସୂଚନାର ବାସ୍ତବ ତଥ୍ୟ ପ୍ରଦାନ କରାଯାଇ ଜନସାଧାରଣ ଏବଂ ଗଣମାଧ୍ୟମଗୁଡିକ ସଠିକ ତଥ୍ୟ ସମ୍ପର୍କରେ ଅବଗତ ହେବା ଏବଂ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଗୁଡିକ ସେମାନଙ୍କ ନିଜର ଲାଭ ଓ ଫାଇଦା ନିମନ୍ତେ ଚଳାଇଥିବା ଅପପ୍ରଚାର ତଥା ଭ୍ରାନ୍ତ ସୂଚନାରେ ଭ୍ରମିତ ନହେବାକୁ ନିବେଦନ କରାଯାଇଛି ।

ଏ ସମ୍ପର୍କରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଲିମିଟେଡ ପକ୍ଷରୁ କୁହାଯାଇଛି ଯେ ରିଲାଏନ୍ସ ରିଟେଲ ଲିମିଟେଡ (ଆରଆରଏଲ), ରିଲାଏନ୍ସ ଜିଓ ଇନ୍‌ଫୋକମ ଲିମିଟେଡ (ଆରଜେଆଇଏଲ) ଅଥବା ମୂଳ କମ୍ପାନୀର ଅନ୍ୟକୌଣସି ସହଯୋଗୀ କମ୍ପାନୀ ଅତୀତରେ କୌଣସି ପ୍ରକାର ‘କର୍ପୋରେଟ’ ଅଥବା ‘କଂଟ୍ରାକ୍ଟ ଫାର୍ମିଂ’ ବା ଚୁକ୍ତିଭିତିକ ଚାଷ କରିନାହାନ୍ତି ଏବଂ ଏହି ବ୍ୟବସାୟରେ ଆଗାମୀ ଦିନରେ ପ୍ରବେଶ କରିବାର ଏହାର କୌଣସି ଯୋଜନା ଆଦୈା ନାହିଁ।

ସେହିଭଳି ‘କର୍ପୋରେଟ’ ଅଥବା ‘କଂଟ୍ରାକ୍ଟ ଫାର୍ମିଂ’ ପାଇଁ ରିଲାଏନ୍ସ ଅଥବା ମୂଳ କମ୍ପାନୀର କୌଣସି ସହଯୋଗୀ କମ୍ପାନୀ ପଞ୍ଜାବ, ହରିଆଣା କିମ୍ବା ଭାରତର ଅନ୍ୟ କୌଣସି ସ୍ଥାନରେ ପ୍ରତ୍ୟକ୍ଷ ଅଥବା ପରୋକ୍ଷ ଭାବରେ କୌଣସି ଚାଷୋପଯୋଗୀ ଜମି କ୍ରୟ କରିନାହାନ୍ତି । ତାହା କରିବାକୁ ମଧ୍ୟ ଏହାର ଆଦୌ କୌଣସି ଯୋଜନା ନାହିଁ ।

ରିଲାଏନ୍ସ ରିଟେଲ ଭାରତରେ ସଂଗଠିତ ରିଟେଲ ବ୍ୟବସାୟ କ୍ଷେତ୍ରରେ ଏକ ଅତୁଳନୀୟ ତଥା ଅଗ୍ରଣୀ ସଂସ୍ଥା । ଏହା ସବୁ ପ୍ରକାରର ସାମଗ୍ରୀ ଯେପରିକି ଖାଦ୍ୟଶସ୍ୟ, ପ୍ରମୁଖ ଭୋଜନ, ଫଳ ଓ ପନିପରିବା, ଦୈନନ୍ଦିନ ବ୍ୟବହାର‌୍ୟ୍ୟ ସାମଗ୍ରୀ, ପୋଷାକ, ଔଷଧ, ଦେଶରେ ସ୍ୱାଧୀନ ନିର୍ମାତାଙ୍କ ଦ୍ୱାରା ପ୍ରସ୍ତୁତ ଏବଂ ଯୋଗାଣକାରୀଙ୍କ ଦ୍ୱାରା ଉପଲବ୍ଧ ବିଭିନ୍ନ ବ୍ରାଣ୍ଡ୍‌ର ଇଲେକ୍‌ଟ୍ରୋନିକ୍ସ ସାମଗ୍ରୀ ଆଦି ସମସ୍ତ ବର୍ଗର ଉତ୍ପାଦଗୁଡିକର ଖୁଚୁରା ବିକ୍ରୟ କରୁଛି।

ଏହା କୃଷକମାନଙ୍କ ନିକଟରୁ ସିଧାସଳଖ କୌଣସି ଖାଦ୍ୟଶସ୍ୟ କ୍ରୟ କରେନାହିଁ । ଏହା କଦାପି ଲାଭ ପାଇଁ କୃଷକମାନଙ୍କ ନିକଟରୁ ଉତ୍ପାଦ ସଂଗ୍ରହ ନିମନ୍ତେ ଦୀର୍ଘସୂତ୍ରୀ ଚୁକ୍ତି କରିନାହିଁ କିମ୍ବା ଏହାର ଯୋଗାଣକାରୀମାନେ (ସପ୍ଲାୟର୍ସ) କୃଷକଙ୍କ ନିକଟରୁ ଉପଯୁକ୍ତ ମୂଲ୍ୟଠାରୁ କମ୍ ମୂଲ୍ୟରେ ଖରିଦ କରିବାକୁ କେବେ ଚାହିଁନାହିଁ କିମ୍ବା ଆଗକୁ ଏହା କଦାପି କରିବ ନାହିଁ ।

ରିଲାଏନ୍ସ ପକ୍ଷରୁ କୁହାଯାଇଛି ଯେ ୧୩୦ କୋଟି ଭାରତୀୟଙ୍କର ‘ଅନ୍ନ ଦାତା’ ଭାରତୀୟ କୃଷକଙ୍କ ପ୍ରତି ଏହାର ପ୍ରଗାଢ ସମ୍ମାନ ରହିଛି ଏବଂ ସେମାନଙ୍କ ପ୍ରତି ଏହା ଅତ୍ୟନ୍ତ କୃତଜ୍ଞ । ରିଲାଏନ୍ସ ଏବଂ ଏହାର ସହଯୋଗୀ କମ୍ପାନୀଗୁଡିକ କୃଷକମାନଙ୍କୁ ସମୃଦ୍ଧ ଏବଂ ସଶକ୍ତ କରିବାକୁ ସମସ୍ତ ପ୍ରୟାସ କରିବାକୁ ପ୍ରତିବଦ୍ଧ ଅଟନ୍ତି । ସେମାନଙ୍କ ସେବାର ଗ୍ରାହକ ଭାବରେ ଏହା ସହଭାଗି ସମୃଦ୍ଧି, ଅନ୍ତର୍ଭୁକ୍ତି ବିକାଶ ଏବଂ ଏକ ନ୍ୟାୟସଂଗତ ନୂତନ ଭାରତ ଗଠନ ପାଇଁ ଭାରତୀୟ କୃଷକମାନଙ୍କ ସହିତ ଏକ ସୁଦୃଢ ଏବଂ ସମାନ ସହଭାଗି ବ୍ୟବସ୍ଥା ଗଢିତୋଳିବାରେ ବିଶ୍ୱାସ କରେ ।

ଭାରତୀୟ କୃଷକମାନେ ନିଜର ଅତୁଳନୀୟ କଠିନ ପରିଶ୍ରମ, ଅଭିନବ ଉଦ୍ୟମ ଏବଂ ଉତ୍ସର୍ଗୀକୃତ ଭାବରେ ଯାହା ଉତ୍ପାଦନ କରନ୍ତି ତାହାପାଇଁ ଉଚିତ ଏବଂ ଲାଭଜନକ ମୂଲ୍ୟ ପାଇବା ଦିଗରେ ସେମାନଙ୍କର ଆଶା ଆକାଂକ୍ଷା ସହିତ ରିଲାଏନ୍ସ ଓ ଏହାର ସହଯୋଗୀ କମ୍ପାନୀଗୁଡିକ ପୂର୍ଣ୍ଣ ସହଭାଗୀ ଓ ସମର୍ଥନ କରୁଛନ୍ତି ।

ରିଲାଏନ୍ସ ସେମାନଙ୍କ ଆୟରେ ସ୍ଥାୟୀ ଭାବରେ ଉଲ୍ଲେଖଯୋଗ୍ୟ ବୃଦ୍ଧି ଚାହୁଁଛି ଏବଂ ଏହି ଲକ୍ଷ୍ୟ ହାସଲ ନିମନ୍ତେ କାର‌୍ୟ୍ୟକରିବାକୁ ନିଜର ପ୍ରତିଶ୍ରୁତିବଦ୍ଧତା ଜଣାଉଛି । ବାସ୍ତବରେ ଏହା ନିଜର ଯୋଗାଣକାରୀମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସ୍‌ପି) ଅଥବା ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଓ କାର‌୍ୟ୍ୟକାରୀ କରାଯାଉଥିବା ସେହିଭଳି କୌଣସି ବ୍ୟବସ୍ଥା ଯାହାଦ୍ୱାରା କୃଷିଜାତ ସାମଗ୍ରୀ ପାଇଁ ଉଚିତ ମୂଲ୍ୟ ପ୍ରଦାନ ନିଶ୍ଚିତ ହେଉଥିବ, ତାହା କଡାକଡି ଭାବରେ ଅନୁପାଳନ କରିବାକୁ ଗୁରୁତ୍ୱ ଦେଉଛି ।

ଭାରତୀୟ କୃଷକଙ୍କ ସ୍ୱାର୍ଥ ପ୍ରତି ଆଂଚ ଆଣିବା ତ ଦୂରର କଥା, ରିଲାଏନ୍ସ ବାସ୍ତବରେ ସେମାନଙ୍କୁ ଏବଂ ସାମଗ୍ରିକ ଭାବରେ ଭାରତୀୟ ଜନସାଧାରଣଙ୍କ ପାଇଁ ବ୍ୟାପକ ଫାଇଦା ଆଣିଦେଇଛି । ରିଲାଏନ୍ସ ରିଟେଲ ବିପୁଳ ପୁଞ୍ଜିନିବେଶ ଏବଂ ବିଶ୍ୱମାନର ପ୍ରଯୁକ୍ତି ପରିଚାଳିତ ଯୋଗାଣ ଶୃଙ୍ଖଳ (ସପ୍ଲାଇ ଚେନ୍‌) ଜରିଆରେ ଭାରତର ସର୍ବବୃହତ ସଂଗଠିତ ରିଟେଲ୍ ବ୍ୟବସାୟ ସ୍ଥାପନ କରିଛି, ଯାହା ଉଭୟ ଭାରତୀୟ କୃଷକ ଏବଂ ଉପଭୋକ୍ତାଙ୍କୁ ଉଲ୍ଲେଖନୀୟ ଲାଭ ଆଣିଦେଇଛି ।

ଜିଓର ସଂପୂର୍ଣ୍ଣ ୪ଜି ନେଟୱର୍କ ଭାରତର ପ୍ରତ୍ୟେକ ଗ୍ରାମକୁ ବିଶ୍ୱର ଯେକୌଣସି ସ୍ଥାନ ତୁଳନାରେ ସବୁଠାରୁ ସୁହାଇଲା ଭଳି ମୂଲ୍ୟରେ ବିଶ୍ୱଶ୍ରେଣୀର ଡାଟା ସଂଯୋଗ ଯୋଗାଇଦେଉଛି, ଏବଂ ଏହାଦ୍ୱାରା କୋଟି କୋଟି ଭାରତୀୟ କୃଷକଙ୍କ ପାଇଁ ଡିଜିଟାଲ ବିପ୍ଳବର ଫାଇଦା ଆଣିଦେଉଛି । ସାଂପ୍ରତିକ କୋଭିଡ-୧୯ ମହାମାରୀ ସମୟରେ ଜିଓର ନେଟୱର୍କ ଭାରତର ଗ୍ରାମାଂଚଳ ଓ ସହରାଂଚଳରେ କୋଟି କୋଟି କୃଷକ ଓ ଅନ୍ୟ ଜନସାଧାରଣଙ୍କ ପାଇଁ ଜୀବନରେଖା ସାବ୍ୟସ୍ତ ହୋଇଛି ।

ଏହା କୃଷକ, ବ୍ୟବସାୟୀ ଏବଂ ଉପଭୋକ୍ତାଙ୍କୁ ଡିଜିଟାଲ ବ୍ୟବସ୍ଥାରେ ସାମିଲ୍ ହେବାରେ ସହାୟକ ହୋଇଛି । ଏହା କାର‌୍ୟ୍ୟରତ ପ୍ରଫେସନାଲଙ୍କୁ ଘରେ ରହି କାମ କରିବା ଏବଂ ଛାତ୍ରଛାତ୍ରୀଙ୍କୁ ନିଜ ଘରେ ରହି ଶିକ୍ଷା ଆହରଣ କରିବାରେ ସକ୍ଷମ କରାଇଛି । ଏହା ଶିକ୍ଷକ ଶିକ୍ଷୟିତ୍ରୀ, ଡାକ୍ତର, ରୋଗୀ, ଅଦାଲତ, ବିଭିନ୍ନ ସରକାରୀ ଓ ଘରୋଇ ଦପ୍ତର, ଶିଳ୍ପ ସଂସ୍ଥା ଏବଂ ଦାତବ୍ୟ ଅନୁଷ୍ଠାନଗୁଡିକୁ ସହାୟକ ହୋଇପାରିଛି । ଜରୁରୀକାଳୀନ, ଜଟିଳ ଏବଂ ଜୀବନରକ୍ଷାକାରୀ ସେବା ଯୋଗାଣ କ୍ଷେତ୍ରରେ କାର‌୍ୟ୍ୟରତ ଲୋକଙ୍କୁ ନିରବଚ୍ଛିନ୍ନ ସେବା ଯୋଗାଇଛି ।

Categories
ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ରାଜ୍ୟରେ ‘ଜିଓ’ର ବିଜୟ ଅଭିଯାନ ଜାରି, ଏପ୍ରିଲରେ ଯୋଡ଼ିଲା ୭୨ ହଜାରରୁ ଅଧିକ ଗ୍ରାହକ, କିଏ ଖସିଲା ଜାଣନ୍ତୁ

ଭୁବନେଶ୍ୱର: ଓଡ଼ିଶାର ପସନ୍ଦର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବେ ନିଜର ଜୟଯାତ୍ରା ଜାରି ରଖି ୨୦୨୦ ଏପ୍ରିଲରେ ରିଲାଏନ୍ସ ଜିଓ ରାଜ୍ୟରେ ୭୨,୦୦୦ରୁ ଅଧିକ ନୂଆ ଗ୍ରାହକ ଯୋଡ଼ିଥିବା ଭାରତୀୟ ଟେଲିକମ ନିୟାମକ ପ୍ରାଧିକରଣ (ଟ୍ରାଇ) ପକ୍ଷରୁ ପ୍ରକାଶ କରାଯାଇଥିବା ସଦ୍ୟତମ ଟେଲିକମ୍ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି ।

ସର୍ବାଧିକ ସଂଖ୍ୟକ ମୋବାଇଲ ଗ୍ରାହକଙ୍କ ସହ ରାଜ୍ୟ ମୋବାଇଲ ବଜାର ଅଂଶର ସିଂହଭାଗ ଅଧିକାର କରିଥିବା ରିଲାଏନ୍ସ ଜିଓ ଏଥିସହିତ ଏହାର ନେତୃôତ୍ୱ ସ୍ଥିତିକୁ ଆହୁରି ସୁଦୃଢ଼ କରିଛି । ଟ୍ରାଇ ପକ୍ଷରୁ ନିକଟରେ ଜାରି କରାଯାଇଥିବା ଟେଲିକମ୍ ଗ୍ରାହକ ତଥ୍ୟ ଅନୁଯାୟୀ ରିଲାଏନ୍ସ ଜିଓ ରାଜ୍ୟରେ ଏକ କୋଟି ପଚିଶ ଲକ୍ଷ ସତାଅଶୀ ହଜାର ପାଞ୍ଚଶହ ସତାଅଶୀ (୧,୨୫,୮୭,୫୮୭) ମୋବାଇଲ ଗ୍ରାହକ ହାସଲ କରିବା ସହ ୩୮ ପ୍ରତିଶତରୁ ଅଧିକ ଗ୍ରାହକ ବଜାର ଅଂଶ ଦଖଲ କରିଛି । ସମ୍ପୂର୍ଣ୍ଣ ୪ଜି ନେଟୱର୍କ, ବିସ୍ତୃତ ଅଂଚଳରେ ଜିଓ ୪ଜି ନେଟୱର୍କର ଦ୍ରୁତ ସଂପ୍ରସାରଣ ଓ ଓଡ଼ିଶାର କୋଣ ଅନୁକୋଣରେ ଦ୍ରୁତ ଗତିର ୪ଜି ଇଟଂରନେଟ ସେବା ପ୍ରଦାନ ବଳରେ ରାଜ୍ୟରେ ଜିଓର ଗ୍ରାହକ ସଂଖ୍ୟା ନିରନ୍ତର ଭାବେ ଓ ଦ୍ରୁତ ଗତିରେ ବୃଦ୍ଧି ପାଉଛି ।

ଅନ୍ୟ ସେବା ପ୍ରଦାନକାରୀଗୁଡ଼ିକଙ୍କ ମଧ୍ୟରୁ ଭାରତୀ ଏୟାରଟେଲ ଏପ୍ରିଲ୍ ମାସରେ ଓଡିଶାରେ ୨.୨୫ ଲକ୍ଷ ଗ୍ରାହକ ହରାଇଥିବା ବେଳେ ଏହା ପଛକୁ ଭୋଡାଫୋନ ଆଇଡିଆ ମଧ୍ୟ ଏହି ମାସରେ ୭୫,୦୦୦ରୁ ଅଧିକ ମୋବାଇଲ ଗ୍ରାହକଙ୍କୁ ହରାଇଥିବା ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ଉପଭୋକ୍ତା ତଥ୍ୟରୁ ଜଣାପଡ଼ିଛି । ଜିଓ ବ୍ୟତୀତ, ବିଏସଏନଏଲ ଏହି ସମୟରେ ରାଜ୍ୟରେ ପ୍ରାୟ ୨୦,୦୦୦ ନୂଆ ଗ୍ରାହକ ଯୋଡ଼ିଛି । ଏପ୍ରିଲ୍‌ରେ ଓଡ଼ିଶାରେ ମୋଟ ଉପରେ ମୋବାଇଲ ଗ୍ରାହକଙ୍କ ସଂଖ୍ୟାରେ ପ୍ରାୟ ୨ ଲକ୍ଷ ହ୍ରାସ ଘଟି ୨୦୨୦ ଏପ୍ରିଲ ୩୦ ସୁଦ୍ଧା ମୋବାଇଲ ଗ୍ରାହକ ସଂଖ୍ୟା ୩.୩୧ କୋଟିକୁ ହ୍ରାସ ପାଇଥିବା ବେଳେ ଟେଲି ସାନ୍ଧ୍ରତା ୭୫.୯୬କୁ ହ୍ରାସ ପାଇଛି ।

ଜାତୀୟ ସ୍ତରରେ ମଧ୍ୟ ଏକମାତ୍ର ସେବା ପ୍ରଦାନକାରୀ ଭାବେ ରିଲାଏନ୍ସ ଜିଓ ୨୦୨୦ ଏପ୍ରିଲରେ ନୂତନ ଗ୍ରାହକ ଯୋଡିଛି । ଏହି ମାସରେ ଲକ୍‌ଡାଉନ୍ ସତ୍ତ୍ୱେ ଜିଓ ୧୫.୭୫ ଲକ୍ଷ ଗ୍ରାହକ ଯୋଡ଼ିଥିବା ଓ ଅନ୍ୟ ଅପରେଟରମାନେ ଲକ୍ଷାଧିକ ଗ୍ରାହକ ହରାଇଛନ୍ତି । ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ଗ୍ରାହକ ତଥ୍ୟ ଅନୁଯାୟୀ, ଏୟାରଟେଲ ଏହି ମାସରେ ସାରା ଦେଶରେ ୫୨.୭ ଲକ୍ଷ ଗ୍ରାହକ ହରାଇଥିବା ବେଳେ ଏହା ପଛକୁ ଭୋଡାଫୋନ ଆଇଡିଆ ୪୫.୧୬ ଲକ୍ଷ ଓ ବିଏସନଏନଏଲ ଏହି ସମୟରେ ୨୦,୦୦୦ରୁ ଅଧିକ ଗ୍ରାହକ ହରାଇଛି।

ଉଲ୍ଲେଖଯୋଗ୍ୟ ଯେ, ରିଲାଏନ୍ସ ଜିଓ ଓଡ଼ିଶାର ସବୁଠୁ ପସନ୍ଦର ଡିଜିଟାଲ ସେବା ପ୍ରଦାନକାରୀ ହୋଇ ରହିବା ସହ ପ୍ରତି ମାସରେ ସର୍ବାଧିକ ସଂଖ୍ୟକ ନୂତନ ଗ୍ରାହକ ଯୋଡ଼ୁଥିବା ବେଳେ ଅନ୍ୟମାନେ ବିପୁଳ ସଂଖ୍ୟକ ଗ୍ରାହକ ହରାଉଛନ୍ତି । ୨୦୧୯ ଡିସେମ୍ବରରେ ଓଡ଼ିଶାରେ ଏକ ନମ୍ବର ସ୍ଥାନ ହାସଲ କରିବା ପରେ ରିଲାଏନ୍ସ ଜିଓ ୨୦୨୦ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ୭ ଲକ୍ଷରୁ ଅଧିକ ନୂତନ ଗ୍ରାହକ ଯୋଡ଼ିଥିବା ବେଳେ ସେହି ସମାନ ସମୟରେ ଭାରତୀ ଏୟାରଟେଲ ଓ ଭୋଡାଫୋନ ଆଇଡିଆ ମିଳିତ ଭାବରେ ପ୍ରାୟ ୬ ଲକ୍ଷ ଗ୍ରାହକ ହରାଇଥିଲେ ।