Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଦୀର୍ଘ ଦିନର ଅସୁସ୍ଥତା ପରେ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ଦେହାନ୍ତ
ଜାତୀୟ ଖବର

ଦୀର୍ଘ ଦିନର ଅସୁସ୍ଥତା ପରେ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ଦେହାନ୍ତ

October 10, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ସମାଜବାଦୀ ପାର୍ଟିର ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବଙ୍କ ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ଆଜି ଦେହାନ୍ତ ହୋଇଯାଇଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ଅକ୍ଟୋବର ୧ ତାରିଖରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ମୁଲାୟମ ସିଂଙ୍କ ମୃତ୍ୟୁ ପରେ ସମାଜବାଦି ପରିବାରରେ ଶୋକର ଲହରୀ ଖେଳିଯାଇଛି।

ଗୁରୁଗ୍ରାମର ମେଦାନ୍ତା ହସ୍ପିଟାଲରେ ଡାକ୍ତରଙ୍କ ଏକ ପ୍ୟାନେଲ ମୁଲାୟମ ସିଂ ଯାଦବଙ୍କ ଚିକିତ୍ସା କରୁଥିଲେ। ତାଙ୍କୁ ଅଗଷ୍ଟ ୨୨ ତାରିଖରେ ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳ ୮.୧୬ରେ ମୁଲାୟମ ସିଂ ଯାଦବ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।

ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାର ସୂଚନା ପାଇ ପୁଅ ଅଖିଳେଶ ଯାଦବ, ଭାଇ ଶିବପାଲ ଯାଦବ ଏବଂ ବୋହୂ ଅପର୍ଣ୍ଣ ଯାଦବ ଦିଲ୍ଲୀ ଯାଇଥିଲେ। ଉଲ୍ଲେଖ ଯୋଗ୍ୟ ଯେ, ତିନିମାସ ପୂର୍ବେ ତାଙ୍କ ପତ୍ନୀ ସାଧନା ଗୁପ୍ତାଙ୍କର ମଧ୍ୟ ଦେହାନ୍ତ ହୋଇଥିଲା।

୫୫ ବର୍ଷରୁ ଅଧିକ ସମୟ ଧରି ରାଜନୀତିରେ ସକ୍ରିୟ ଥିବା ମୁଲାୟମ ସିଂ ଯାଦବ ନଭେମ୍ବର ୨୨ ତାରିଖ ୧୯୩୯ ରେ ଇଟୱା ଜିଲ୍ଲାର ସେଫଇରେ ଜନ୍ମଗ୍ରହଣ କରିଥିଲେ। ସେ ରାଜନୀତି ବିଜ୍ଞାନରେ ଏମ କରିଥିଲେ। ସେ ୟୁପିରେ ଜସୱନ୍ତ ନଗରରୁ ବିଧାୟକ ଭାବରେ ନିର୍ବାଚିତ ହେବା ପରେ ୧୯୬୭ ମସିହାରେ ପ୍ରଥମ ଥର ପାଇଁ ବିଧାନସଭାରେ ପହଞ୍ଚିଥିଲେ ଏବଂ ତା’ପରେ ସେ ନିଜ ରାଜନୈତିକ କ୍ୟାରିଅରକୁ ଆଉ ପଛକୁ ଚାହିଁ ନଥିଲେ। ସେ ଆଠ ଥର ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ ଏବଂ ସାତଥର ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ୧୯୯୬ରେ, ସେ ୟୁନାଇଟେଡ୍ ଫ୍ରଣ୍ଟ ମିଳିତ ସରକାରରେ ପ୍ରତିରକ୍ଷା ମନ୍ତ୍ରୀ ହେବାର ସୁଯୋଗ ମଧ୍ୟ ପାଇଥିଲେ।

ମୁଲାୟମ ସିଂ ଯାଦବଙ୍କ ରାଜନୈତିକ କ୍ୟାରିୟର ଅତ୍ୟନ୍ତ ଚମତ୍କାର ହୋଇଛି। ୧୯୭୭ ମସିହାରେ ସେ ଜନତା ପାର୍ଟିରୁ ପ୍ରଥମ ଥର ପାଇଁ ୟୁପି ମନ୍ତ୍ରୀ ହୋଇଥିବାବେଳେ ୧୯୮୯ ରେ ସେ ପ୍ରଥମ ଥର ପାଇଁ ୟୁପିର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହା ପରେ, ୧୯୯୩ ଏବଂ ତାପରେ ୨୦୦୩ରେ ସେ ଦ୍ୱିତୀୟ ଏବଂ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀପଦବୀ ଦଖଲ କଲେ। ମୁଲାୟମ ସିଂ ୧୯୯୨ ରେ ସମାଜବାଦି ପାର୍ଟି ପ୍ରତିଷ୍ଠା କରିଥିଲେ ଏବଂ ୧୯୯୩ ରେ ବିଏସପି ସହିତ ସରକାର ଗଠନ କରିଥିଲେ। ତାଙ୍କ ପୁଅ ଅଖିଳେଶ ଯାଦବ ସମାଜବାଦି ଦଳର ସଭାପତି ଭାବରେ ନିର୍ବାଚିତ ହେବା ପରେ ସେ ଏହାର ପୃଷ୍ଠପୋଷକଙ୍କ ଦାୟିତ୍ଵ ତୁଲାଉଥିଲେ। ମୁଲାୟମ ସିଂ ଯାଦବ ବର୍ତ୍ତମାନ ଲୋକସଭାରେ ମେନପୁରୀ ଆସନରୁ ପ୍ରତିନିଧିତ୍ୱ କରୁଥିଲେ।

ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂ ଯାଦବ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଜାରି ହେବ ନାହିଁ NEET PG 2026 ଆଡମିଟ୍ କାର୍ଡ: ବଦଳିଲା ତାରିଖ

August 24, 2026

‘୧୦ ବର୍ଷ ପଛକୁ ଚାଲିଯିବ ତାମିଲନାଡୁ’: ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଆନ୍ନାମଲାଇଙ୍କ ଚେତାବନୀ

August 24, 2026

ପଡ଼ିଆରେ ଲଢ଼େଇ ପାଇଁ ଯଶସ୍ୱୀ ଜୟସ୍ୱାଲଙ୍କୁ ଦଣ୍ଡ: ଫର୍ଣ୍ଣାଣ୍ଡୋଙ୍କୁ ମଧ୍ୟ ଜରିମାନା କଲା ଆଇସିସି 

August 24, 2026

ନୋଟିସ ପରେ ତୁରନ୍ତ କରନ୍ତୁ PNG ସଂଯୋଗ ପାଇଁ ଆବେଦନ: ନଚେତ ବନ୍ଦ ହେବ LPG ଯୋଗାଣ

August 24, 2026
Latest News

ପୃଥ୍ୱୀରାଜ ହରିଚନ୍ଦନଙ୍କ ଉପସ୍ଥିତିରେ ବିଜେପି ରେ ଯୋଗଦେଲେ ଅନେକ ବିଜେଡି କର୍ମକର୍ତ୍ତା

August 24, 2026

ଆଜି ଜାରି ହେବ ନାହିଁ NEET PG 2026 ଆଡମିଟ୍ କାର୍ଡ: ବଦଳିଲା ତାରିଖ

August 24, 2026

ପ୍ରତିଷ୍ଠିତ ସାହିତ୍ୟିକ ତଥା ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ଉପସଭାପତି ଗିରି ଦଣ୍ଡସେନାଙ୍କ ପରଲୋକ

August 24, 2026

ଦେବୋତ୍ତର ଆଇନ ୧୯୫୧ରେ ଆବଶ୍ୟକ ସଂଶୋଧନ ନେଇ ଉଚ୍ଚସ୍ତରୀୟ ବୈଠକ

August 24, 2026

ବାଣପୁର ବ୍ଲକରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.