Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଜଷ୍ଟିସ୍ ଚନ୍ଦ୍ରଚୁଡ ହେବେ ଦେଶର ୫୦ ତମ ପ୍ରଧାନ ବିଚାରପତି: କେନ୍ଦ୍ରକୁ ସୁପାରିଶ କଲେ ସିଜେଆଇ ୟୁୟୁ ଲଲିତ
ବିଶେଷ ଖବର

ଜଷ୍ଟିସ୍ ଚନ୍ଦ୍ରଚୁଡ ହେବେ ଦେଶର ୫୦ ତମ ପ୍ରଧାନ ବିଚାରପତି: କେନ୍ଦ୍ରକୁ ସୁପାରିଶ କଲେ ସିଜେଆଇ ୟୁୟୁ ଲଲିତ

October 11, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଜଷ୍ଟିସ ଧନଞ୍ଜୟ ଯଶୱନ୍ତ ଚନ୍ଦ୍ରଚୁଡ ଦେଶର ୫୦ ତମ ପ୍ରଧାନ ବିଚାରପତି ହେବେ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଉଦୟ ଉମେଶ ଲଲିତ ତାଙ୍କ ଉତ୍ତରାଧିକାରୀ ଭାବରେ କେନ୍ଦ୍ର ସରକାରଙ୍କୁ ଜଷ୍ଟିସ ଚନ୍ଦ୍ରଚୁଡଙ୍କ ନାମ ପଠାଇଛନ୍ତି। ନଭେମ୍ବର ୯ ତାରିଖରେ ଚନ୍ଦ୍ରଚୁଡ ପ୍ରଧାନ ବିଚାରପତି ହେବେ। ତାଙ୍କର କାର୍ଯ୍ୟକାଳ ୧୦ ନଭେମ୍ବର ୨୦୨୪ ପର୍ଯ୍ୟନ୍ତ ରହିବ।

ଅକ୍ଟୋବର ୭ ତାରିଖରେ ଆଇନ ମନ୍ତ୍ରୀ କିରେନ ରିଜିଜୁ ସିଜେଆଇ ଲଲିତଙ୍କୁ ଏକ ଚିଠି ଲେଖି ତାଙ୍କ ଉତ୍ତରାଧିକାରୀଙ୍କ ନାମ ଦେବାକୁ ଅନୁରୋଧ କରିଥିଲେ। ଆଜି ସେ ତାଙ୍କ ଉତ୍ତରାଧିକାରୀଙ୍କ ନାମ ଘୋଷଣା କରିଛନ୍ତି। ସମସ୍ତ ବିଚାରପତିଙ୍କ ସହ ସାକ୍ଷାତ ପରେ ସିଜେଆଇ ୟୁୟୁ ଲଲିତ ଏହି ନାମ କେନ୍ଦ୍ର ସରକାରଙ୍କୁ ପଠାଇଛନ୍ତି।

ଜଷ୍ଟିସ୍ ଲଲିତ ହେଉଛନ୍ତି ଦ୍ୱିତୀୟ ସିଜେଆଇ, ଯିଏକି ବାରରୁ ସୁପ୍ରିମକୋର୍ଟକୁ ସିଧାସଳଖ ଉନ୍ନୀତ ହେବେ। ତାଙ୍କ ପୂର୍ବରୁ ଜଷ୍ଟିସ୍ ଏସ୍.ଏମ୍ ସିକ୍ରି, ଯିଏ ଜାନୁଆରୀ ୧୯୭୧ରେ ୧୩ ତମ ସିଜେଆଇ ହୋଇଥିଲେ। ଜଷ୍ଟିସ ଲଲିତଙ୍କ ପିତା ଜଷ୍ଟିସ ୟୁ.ଆର ଲଲିତ ମଧ୍ୟ ଜଣେ ବରିଷ୍ଠ ଓକିଲ ତଥା ବମ୍ବେ ହାଇକୋର୍ଟର ଅତିରିକ୍ତ ବିଚାରପତି ଥିଲେ।

ଯଶବନ୍ତ ଚନ୍ଦ୍ରଚୂଡ କିଏ?:

ନଭେମ୍ବର ୧୧ ତାରିଖ ୧୯୫୯ ରେ ଜନ୍ମ ହୋଇଥିବା ଜଷ୍ଟିସ ଧନଞ୍ଜୟ ଯଶୱନ୍ତ ଚନ୍ଦ୍ରଚୁଡ ସୁପ୍ରିମକୋର୍ଟର ବର୍ତ୍ତମାନର ବିଚାରପତି ଅଛନ୍ତି। ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଏଲଏଲବି କରିଛନ୍ତି। ସେ ଅଷ୍ଟ୍ରେଲିୟା ନ୍ୟାସନାଲ ୟୁନିଭରସିଟି, ହାର୍ଭାର୍ଡ ଲ ସ୍କୁଲ ଏବଂ ଅନେକ ବିଦେଶୀ ଆଇନ ବିଦ୍ୟାଳୟରେ ଅଧ୍ୟାପନା କରିଛନ୍ତି। ୧୯୯୮ରେ ବମ୍ବେ ହାଇକୋର୍ଟ ତାଙ୍କୁ ସିନିୟର ଆଡଭୋକେଟ୍ ଭାବରେ ମନୋନୀତ କରିଥିଲେ।

ଉଦୟ ଉମେଶ ଲଲିତ ପ୍ରଧାନ ବିଚାରପତି ସୁପ୍ରିମକୋର୍ଟ
Share. Facebook Twitter LinkedIn Email WhatsApp Copy Link

Related Posts

ଚଳଚ୍ଚିତ୍ର ନିର୍ଦ୍ଦେଶକ ଏସ୍.କେ. ମୁରଲୀଧରନ୍‌ଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ଓଲିଉଡ୍ ଜଗତରେ ଶୋକର ଛାୟା

October 5, 2026

ଏବେ ନୂଆ ରୂପରେ କଳିଙ୍ଗ ଷ୍ଟୁଡ଼ିଓ, ସ୍ୱତନ୍ତ୍ର ଆର୍କାଇଭ୍‌ ଓ ମ୍ୟୁଜିୟମର ଶୁଭାରମ୍ଭ

October 5, 2026

ଖୁବ୍‌ଶୀଘ୍ର ଏସ୍‌ଆଇ ପରୀକ୍ଷା, ଆସନ୍ତା ସପ୍ତାହରେ ବିଧିବଦ୍ଧ ବିଜ୍ଞପ୍ତି

October 5, 2026

୨୦୨୬ ଚିକିତ୍ସା ବିଜ୍ଞାନ ପାଇଁ ନୋବେଲ ପୁରସ୍କାର ବିଜେତା ଘୋଷଣା

October 5, 2026
Latest News

ଆଜି ଅକ୍ଟୋବର ୬ ତାରିଖରେ ସତର୍କ ରୁହନ୍ତୁ ଏହି ରାଶିର ବ୍ୟକ୍ତି

October 6, 2026

‘ଭୋଟ ଚୋରି’ ଅଭିଯୋଗକୁ ନେଇ ତୀବ୍ର ହେବ ରାଜନୀତି, ମଇଦାନକୁ ଓହ୍ଲାଇବ କଂଗ୍ରେସ

October 5, 2026

ଚଳଚ୍ଚିତ୍ର ନିର୍ଦ୍ଦେଶକ ଏସ୍.କେ. ମୁରଲୀଧରନ୍‌ଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ଓଲିଉଡ୍ ଜଗତରେ ଶୋକର ଛାୟା

October 5, 2026

ବାଣପୁର ସ୍ଥିତ ବରବରା ଜଙ୍ଗଲରୁ ନର କଙ୍କାଳ ଉଦ୍ଧାର: ହତ୍ୟା ସନ୍ଦେହ!

October 5, 2026

ଏବେ ନୂଆ ରୂପରେ କଳିଙ୍ଗ ଷ୍ଟୁଡ଼ିଓ, ସ୍ୱତନ୍ତ୍ର ଆର୍କାଇଭ୍‌ ଓ ମ୍ୟୁଜିୟମର ଶୁଭାରମ୍ଭ

October 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.