Cyclone Alert: ବାତ୍ୟା ପାଇଁ ସାତୋଟି ଜିଲ୍ଲା ସତର୍କ ରହିବାକୁ ନିର୍ଦ୍ଦେଶ ଦେଲେ ଏସଆରସି

Published: Oct 19, 2022, 5:01 pm IST

ଭୁବନେଶ୍ବର: ବାତ୍ୟା ସମ୍ଭାବନା ରହିଥିବାରୁ ବର୍ତ୍ତମାନ ରାଜ୍ୟ ସାତୋଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ କରାଇଛନ୍ତି ଏସଆରସି। ଏକ ଜରୁରୀ ମେସେଜ ମାଧ୍ୟମରେ ଏହି ସାତୋଟି ଜିଲ୍ଲାପାଳ ବର୍ତ୍ତମାନ ପାଇଁ ସତର୍କ ରହିବାକୁ କୁହାଯାଇଛି। ସେହି ଜିଲ୍ଲାଗୁଡିକ ହେଲା ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ଭଦ୍ରକ, କେନ୍ଦ୍ରାପଡା ଓ ବାଲେଶ୍ୱର ଜିଲ୍ଲା।

ଏହି ଚିଠିରେ କୁହାଯାଇଛି ଯେ, ବର୍ତ୍ତମାନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ବାତ୍ୟା ହେବାର ସମ୍ଭାବନା ରହିଛି। ଏ ନେଇ ଭାରତୀୟ ପାଣିପାଗ ବିଭାଗ ଆଗୁଆ ସତର୍କ କରାଇଛନ୍ତି। ସେଥିପାଇଁ ଏହି ସାତୋଟି ଜିଲ୍ଲାର ଜିଲ୍ଲାପାଳ ଆଗୁଆ ପ୍ରସ୍ତୁତି କରିବା ପାଇଁ ଏହି ଚିଠିରେ ଉଲ୍ଲେଖ କରାଯାଇଛି।

ଏଥିସହିତ ଏହି ଚିଠି ଜରିଆରେ ନିର୍ଦ୍ଧିଷ୍ଠ ଭାବେ କୁହାଯାଇଛି ଯେ, 22 ଏବଂ 23 ତାରିଖରେ ମତ୍ସ୍ୟଜୀବିମାନେ ସମୁଦ୍ର ଭିତରକୁ ନ ଯିବା ପାଇଁ ପରାମର୍ଶ ଦେବେ। କାରଣ 22 ଅକ୍ଟୋବରରେ ସମୁଦ୍ରର ଜଳପତ୍ତନ ଅଶାନ୍ତ ରହିବ। ଫଳରେ ମତ୍ସ୍ୟଜୀବିମାନେ ଏହି ସମୟରେ ସମୁଦ୍ର ଭିତରକୁ ନ ଯିବା ପାଇଁ ପ୍ରବର୍ତ୍ତାଇବେ।

ଯେଉଁ ମତ୍ୟଜୀବିମାନେ ବର୍ତ୍ତମାନ ଗଭୀର ସମୁଦ୍ର ଭିତରେ ଅଛନ୍ତି ସେମାନେ ତୁରନ୍ତ 22 ତାରିଖ ପୂର୍ବରୁ ଫେରି ଆସିବା ପାଇଁ ମଧ୍ୟ ବନ୍ଦୋବସ୍ତ କରନ୍ତୁ ବୋଲି ଜିଲ୍ଲାପାଳଙ୍କୁ ଏହି ଚିଠିରେ ଅବଗତ କରାଇଛି। କାରଣ ପୂର୍ବରୁ ବାତ୍ୟା ସମୟରେ ଗଂଜାମ ଜିଲ୍ଲାର କେତେକ ମତ୍ସ୍ୟଜୀବୀ ସମୁଦ୍ର ଭିତରେ ଫସି ରହିଥିଲେ। ସେମାନଙ୍କୁ ଏୟାର ଲିଫ୍ଟ ମାଧ୍ୟମରେ କୂଳକୁ ଅଣାଯାଇଥିଲା।

Related posts