Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆରମ୍ଭ ହେବ ତିନିଟି ନୂଆ ଡ୍ରାଇଭିଂ ତାଲିମ ଓ ଗବେଷଣା ଅନୁଷ୍ଠାନ, ଦିଆଯିବ ମାଗଣା ଆବାସିକ ତାଲିମ
ଜାତୀୟ ଖବର

ଆରମ୍ଭ ହେବ ତିନିଟି ନୂଆ ଡ୍ରାଇଭିଂ ତାଲିମ ଓ ଗବେଷଣା ଅନୁଷ୍ଠାନ, ଦିଆଯିବ ମାଗଣା ଆବାସିକ ତାଲିମ

October 20, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଆରମ୍ଭ ହେବ ତିନିଟି ନୂଆ ଡ୍ରାଇଭିଂ ତାଲିମ ଓ ଗବେଷଣା ଅନୁଷ୍ଠାନ, ଦିଆଯିବ ମାଗଣା ଆବାସିକ ତାଲିମ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଚାଲିଥିବା ‘ସ୍କିଲ୍ଡ୍ ଇନ୍ ଓଡ଼ିଶା’ ଅଭିଯାନର ଅନ୍ୟ ଏକ ସଂପ୍ରସାରିତ ପଦକ୍ଷେପ ଭାବେ ଇତି ମଧ୍ୟରେ ସୁନ୍ଦରଗଡ଼, ବ୍ରହ୍ମପୁର ଏବଂ କେନ୍ଦୁଝରଠାରେ ନୂଆ ତିନିଟି ଡ୍ରାଇଭିଂ ତାଲିମ ଏବଂ ଗବେଷଣା ଅନୁଷ୍ଠାନ ନିର୍ମାଣ ପୂର୍ଣ୍ଣାଙ୍ଗ ହୋଇଛି।

ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହା ଜଣାପଡିଛି। ରାଜ୍ୟ ଲୋକସେବା ଭବନ ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ନୂଆ ଅନୁଷ୍ଠାନ ଗୁଡିକର ପରିଚାଳନା ସମ୍ବନ୍ଧିତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ।

ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଅଗ୍ରଗତିର ସମୀକ୍ଷା କରି ଚଳିତ ବର୍ଷ ଶେଷସୁଦ୍ଧା ତିନିଟିଯାକ ଅନୁଷ୍ଠାନକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ପାଇଁ ଶ୍ରୀ ମହାପାତ୍ର ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅନୁଷ୍ଠାନଗୁଡିକର ପରିଚାଳନା ନିମନ୍ତେ ପରିବହନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ସୋସାଇଟି ଗଠନ କରାଯିବ।

ଏହି ସୋସାଇଟି ଦ୍ୱାରା ସରକାରୀ ଘରୋଇ ସହଭାଗିତା (ପି.ପି.ପି.ମୋଡ୍) ନିୟାମକ ଅନୁସାରେ ଅନୁଷ୍ଠାନ ଗୁଡିକ ପରିଚାଳିତ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା । ପ୍ରତି ଅନୁଷ୍ଠାନରେ ତାଲିମ ଗାଡି, ଡୁଆଲ୍ କଣ୍ଟେ୍ଲ ଡ୍ରାଇଭିଂ ଡିଭାଇସ୍, ସିମୁଲେଟର, ଓ୍ୱାର୍କସପ୍ ଯନ୍ତ୍ରପାତି ଓ ତାଲିମ ଉପକରଣ ଆଦି ପାଇଁ ପ୍ରାୟ ୨.୬୭ କୋଟି ଟଙ୍କା ସୋସାଇଟିଙ୍କୁ ଯୋଗାଇ ଦିଆଯିବ। ଅନ୍ୟାନ୍ୟ ପରିଚାଳନା ଖର୍ଚ୍ଚ ଘରୋଇ ଭାଗିଦାର ସଂସ୍ଥା କରିବେ।

ଆଧୂନିକ ଜ୍ଞାନ କୌଶଳ ସହ ଉଚ୍ଚମାନର ତାଲିମ ଦେବା ଏବଂ ତାଲିମ ପରେ ଯୁବକ ଯୁବତୀମାନଙ୍କୁ ଡ୍ରାଇଭିଂ ଲାଇସେନ୍ସ୍ ପ୍ରଦାନ ନିଶ୍ଚିତ କରାଇବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ।

ବୈଠକର ଆଲୋଚନାରୁ ଜଣାପଡିଥିଲା ଯେ ବର୍ତ୍ତମାନ ଯାଜପୁର ଜିଲ୍ଲାର ଛତିଆସ୍ଥିତ ଗୋଟିଏ ଅନୁଷ୍ଠାନ ପି.ପି.ପି.ମୋଡ୍ରେ ସଫଳତାର ସହ କାର୍ଯ୍ୟକରୁଛି । ଅଶୋକ ଲେଲ୍ୟାଣ୍ଡ କଂପାନୀ ଏହା ପରିଚାଳନା କରୁଛନ୍ତି । ଏହି ନୂଆ ଅନୁଷ୍ଠାନକୁ ମିଶାଇଲେ ୪ ଟି ଉଚ୍ଚମାନର ଅନୁଷ୍ଠାନ ପି.ପି.ପି.ମୋର୍ଡରେ ପରିଚାଳିତ ହେବ ।

ବର୍ତ୍ତମାନ ଛତିଆ ସ୍ଥିତ ଅନୁଷ୍ଠାନ ୧୫୦ ସିଟ୍ ବିଶିଷ୍ଟ ଅଛି । ନବ ନିର୍ମିତ କେନ୍ଦୁଝର ଅନୁଷ୍ଠାନ ୧୩୪ ସିଟ୍, ସୁନ୍ଦରଗଡ ୧୫୦ ସିଟ୍, ଏବଂ ବ୍ରହ୍ମପୁର ୧୪୦ ସିଟ୍ ବିଶିଷ୍ଟ ହେବ । ଏହିସବୁ ଅନୁଷ୍ଠାନରେ ଉଭୟ ଛୋଟ ଏବଂ ବଡ ଗାଡି (ଏଲ୍.ଏମ୍.ଭି. ଏବଂ ଏଚ୍.ଏମ୍.ଭି.) ଡ୍ରାଇଭିଂ ତାଲିମ ଦିଆଯିବ । ବଡ ଗାଡି ପାଇଁ ତାଲିମ ଅବଧି ୩୦ ଦିନ ଏବଂ ଛୋଟ ଗାଡି ପାଇଁ ତାଲିମ ଅବଧି ୨୧ ଦିନ ହେବ।

ଏ କ୍ଷେତ୍ରରେ ବିଶେଷ ଅଭିଜ୍ଞତା ଓ ଦକ୍ଷତା ଥିବା ଅଶୋକ ଲେ ଲ୍ୟାଣ୍ଡ ସଂସ୍ଥା ସହଭାଗୀ ଭାବେ ଅନୁଷ୍ଠାନ ଗୁଡିକର ଦୈନନ୍ଦିନ ପରିଚାଳନା କରିବେ । ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସୁଥିବା ଯୁବକ ଯୁବତୀମାନଙ୍କୁ ଏସବୁ ଅନୁଷ୍ଠାନରେ ମାଗଣା ଆବାସିକ ତାଲିମ ଦିଆଯିବ। ତାଲିମ କାଳରେ ସେମାନଙ୍କର ରହିବା, ଖାଇବା ଖର୍ଚ୍ଚ ସରକାରଙ୍କ ତରଫରୁ ବହନ କରାଯିବ ବୋଲି ନିଷ୍ପତି ହୋଇଛି।

କର୍ମ ନିପୁଣତା ଓ ସଚ୍ଚୋଟତା ଦୃଷ୍ଟିରୁ ଓଡ଼ିଶା ତାଲିମ ପ୍ରାପ୍ତ ଓଡ଼ିଆ ଡ୍ରାଇଭରମାନଙ୍କର ଦେଶର ବିଭିନ୍ନ ରାଜ୍ୟରେ ବିଶେଷ ଚାହିଦା ରହିଛି ବୋଲି ବୈଠକରେ ଉପସ୍ଥିତ ପରିବହନ କମିଶନର ଶ୍ରୀ ଅରୁଣ ବୋଥ୍ରା କହିଥିଲେ । ତାଲିମ ପ୍ରାପ୍ତ ଯୁବକ ଯୁବତୀମାନଙ୍କ ନିଯୁକ୍ତି ନିମନ୍ତେ ଉପଯୁକ୍ତ ପରାମର୍ଶ ଏବଂ ସହାୟତା ଦେବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ।

ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୀବ ଚୋପ୍ରା, ବାଣିଜ୍ୟ ଓ ପରିବହନ ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ବିଶାଳ କୁମାର ଦେବ, ପରିବହନ କମିଶନର ଶ୍ରୀ ଅରୁଣ କୁମାର ବୋଥ୍ରା, ଭୁବନେଶ୍ୱରସ୍ଥିତ ସରକାରୀ ଡ୍ରାଇଭିଂ ତାଲିମ ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀ ପ୍ରଦୀପ କୁମାର ମହାନ୍ତିଙ୍କ ସମେତ ବାଣିଜ୍ୟ ଓ ପରିବହନ ବିଭାଗ ଏବଂ ଅଶୋକ ଲେ ଲ୍ୟାଣ୍ଡର ବରିଷ୍ଠ ପଦାଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୁରେଶ ମହାପାତ୍ର
Share. Facebook Twitter LinkedIn Email WhatsApp Copy Link

Related Posts

ଏର୍ଣ୍ଣାକୁଲମ୍‌ରେ ୧୧ ହଜାର କୋଟିର ବିକାଶ ପ୍ରକଳ୍ପର ଉଦଘାଟନ ଓ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

March 12, 2026

ଉତ୍ତରାଖଣ୍ଡ ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

March 12, 2026

‘ଜଳ ମହୋତ୍ସବ ୨୦୨୬’କୁ ସମ୍ବୋଧିତ କଲେ ରାଷ୍ଟ୍ରପତି

March 12, 2026

ଆଜି ମାର୍ଚ୍ଚ ୧୨ ରେ ଚାରୋଟି ରାଶି ପାଇଁ ରହିଛି ଅନୁକୂଳ ବାତାବରଣ, ଜାଣନ୍ତୁ ଗୁରୁବାର ରାଶିଫଳ

March 12, 2026
Latest News

ଏର୍ଣ୍ଣାକୁଲମ୍‌ରେ ୧୧ ହଜାର କୋଟିର ବିକାଶ ପ୍ରକଳ୍ପର ଉଦଘାଟନ ଓ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ

March 12, 2026

ଉତ୍ତରାଖଣ୍ଡ ରାଜ୍ୟପାଳଙ୍କୁ ଭେଟିଲେ ଓଡ଼ିଶା ଗଣମାଧ୍ୟମ ପ୍ରତିନିଧି ଦଳ

March 12, 2026

‘ଜଳ ମହୋତ୍ସବ ୨୦୨୬’କୁ ସମ୍ବୋଧିତ କଲେ ରାଷ୍ଟ୍ରପତି

March 12, 2026

ଆଜି ମାର୍ଚ୍ଚ ୧୨ ରେ ଚାରୋଟି ରାଶି ପାଇଁ ରହିଛି ଅନୁକୂଳ ବାତାବରଣ, ଜାଣନ୍ତୁ ଗୁରୁବାର ରାଶିଫଳ

March 12, 2026

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.