Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ବାତ୍ୟା ବେଳେ ୨୦ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କଲା ଭାରତୀୟ ତଟରକ୍ଷୀ ବାହିନୀ
ଅନ୍ତରାଷ୍ଟ୍ରୀୟ

ବାତ୍ୟା ବେଳେ ୨୦ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କଲା ଭାରତୀୟ ତଟରକ୍ଷୀ ବାହିନୀ

October 26, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାତ୍ୟା ବେଳେ ୨୦ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କଲା ଭାରତୀୟ ତଟରକ୍ଷୀ ବାହିନୀ

ନୂଆଦିଲ୍ଲୀ: ସମୁଦ୍ରରେ ଫସି ରହିଥିବା ୨୦ ଜଣ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛି ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି) । ଅକ୍ଟୋବର ୨୫ ତାରିଖରେ ଭାରତ-ବାଂଲାଦେଶ ଅନ୍ତର୍ଜାତୀୟ ସାମୁଦ୍ରିକ ସୀମା (ଆଇଏମବିଏଲ) ନିକଟରୁ ଏହି ମତ୍ସ୍ୟଜୀବୀମାନଙ୍କୁ ଉଦ୍ଧାର କରାଯାଇଛି ।

ଏକ ସୁଗମ ସମନ୍ବିତ ସନ୍ଧାନ ଓ ଉଦ୍ଧାର କାର‌୍ୟ୍ୟ ସମ୍ପାଦନ କରି ଆଇସିଜି ସେମାନଙ୍କର ଜୀବନ ରକ୍ଷା କରିଛି । ‘‘ସିତ୍ରାଙ୍ଗ’’ ବାତ୍ୟା ପରେ ଭାରତୀୟ ତଟରକ୍ଷୀ ବାହିନୀର ଡୋର୍ଣ୍ଣିୟର ଏୟାରକ୍ରାଫ୍ଟ ସମୁଦ୍ରରେ ବୁଡ଼ିଯାଇଥିବା ମତ୍ସ୍ୟଜୀବୀମାନଙ୍କ ଡଙ୍ଗାକୁ ଦେଖିପାରିଥିଲା। ଏହାପରେ ସନ୍ଧାନ ଓ ଉଦ୍ଧାର (ଏସଏଆର) ଟିମକୁ ଖବର ଦିଆଯାଇଥିଲା। ଏହି ଟିମ୍ ତ୍ବରିତ ପଦକ୍ଷେପ ନେଇ ମତ୍ସ୍ୟଜୀବୀମାନଙ୍କୁ ଉଦ୍ଧାର କରିଥିଲା ଏବଂ ପରେ ସେମାନଙ୍କୁ ବାଂଲାଦେଶ ତଟରକ୍ଷୀ ବାହିନୀକୁ ହସ୍ତାନ୍ତର କରାଯାଇଥିଲା।

‘‘ସିତ୍ରାଙ୍ଗ’’ ବାତ୍ୟା ସ୍ଥଳଭାଗ ଛୁଇଁବା ପରେ ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳର ସ୍ଥିତି ଅନୁଧ୍ୟାନ କରିବା ସହିତ ବାତ୍ୟା ଦ୍ବାରା ପ୍ରଭାବିତ ନାବିକମାନଙ୍କୁ ସହାୟତା ଯୋଗାଇ ଦେବା ଉଦ୍ଦେଶ୍ୟରେ ଭାରତୀୟ ତଟରକ୍ଷୀ ବାହିନୀର ଡୋର୍ଣ୍ଣିୟର ବିମାନ ଉଡ଼ାଣ ଆରମ୍ଭ କରିଥିଲା। ନିରୀକ୍ଷଣ ସମୟରେ, ଅନ୍ତର୍ଜାତୀୟ ସାମୁଦ୍ରିକ ସୀମା ଠାରୁ ୯୦ ନଟିକାଲ ମାଇଲ ଦୂରରେ ଏକ ନୌକା ବୁଡ଼ିଯାଇଥିବା ଦେଖାଯାଇଥିଲା। ସେଥିରେ ଥିବା ୨୦ ଜଣ ମତ୍ସ୍ୟଜୀବୀ ଗଭୀର ସମୁଦ୍ରରେ ଫସି ରହିଥିଲେ ।

ଏହି ମତ୍ସ୍ୟଜୀବୀମାନେ ବୁଡ଼ିଯାଇଥିବା ମାଛଧରା ନୌକାର ଭାସମାନ ସାମଗ୍ରୀ ଓ ଅନ୍ୟାନ୍ୟ ବର୍ଜ୍ୟ ସାମଗ୍ରୀ ଧରି ସମୁଦ୍ରରେ ପହଁରୁଥିଲେ । ସେମାନଙ୍କୁ ଦେଖି ଭାରତୀୟ ତଟରକ୍ଷୀ ବାହିନୀର ଯବାନମାନେ ଡୋର୍ଣ୍ଣିଅର ବିମାନରୁ ଲାଇଫ ରାଫ୍ଟ ବା ଜରୁରିକାଳୀନ ସ୍ଥିତିରେ ସମୁଦ୍ରରେ ଉପଯୋଗ କରାଯାଉଥିବା ଜୀବନ ରକ୍ଷାକାରୀ ଡଙ୍ଗା ପକାଇଥିଲେ ଏବଂ ମତ୍ସ୍ୟଜୀବୀମାନେ ସେହି ଡଙ୍ଗାରେ ନବସିବା ପର‌୍ୟ୍ୟନ୍ତ ସେଠାରେ ଅପେକ୍ଷା କରି ରହିଥିଲେ।

ଏହି ସମୟରେ ‘‘ନାନତା ଭୁମ’’ ନାମକ ବାଣିଜ୍ୟିକ ଜାହାଜ ସେହି ଅଞ୍ଚଳ ଦେଇ ଯାଉଥିଲା। ଜାହାଜଟି ମାଲେସିଆର କ୍ଲାଙ୍ଗ ବନ୍ଦରରୁ କୋଲକାତା ଅଭିମୁଖେ ଯାତ୍ରା କରୁଥିଲା। ଭାରତୀୟ ତଟରକ୍ଷୀ ବାହିନୀ ଏହି ଜାହାଜକୁ ଦିଗ ପରିବର୍ତ୍ତନ ଲାଗି ନିର୍ଦ୍ଦେଶ ଦେଇଥିଲା ଏବଂ ଲାଇଫ ରାଫ୍ଟରୁ ୨୦ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବାକୁ କହିଥିଲା।

ଏଥିସହିତ ଭାରତୀୟ ତଟରକ୍ଷୀ ବାହିନୀର ବିଜୟା, ବରଦ ଏବଂ ସି-୪୨୬ ଜାହାଜର ଦିଗ ପରିବର୍ତ୍ତନ କରାଯାଇ ଉଦ୍ଧାର ଏବଂ ନିରୀକ୍ଷଣ କାର‌୍ୟ୍ୟରେ ନିୟୋଜିତ କରାଯାଇଥିଲା। ଶେଷରେ ୨୦ ଜଣ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କୁ ଭାରତୀୟ ତଟରକ୍ଷୀ ବାହିନୀର ବିଜୟା ଜାହାଜକୁ ନିଆଯାଇଥିଲା। ଭାରତୀୟ ତଟରକ୍ଷୀ ବାହିନୀର ଚିକିତ୍ସା ଅଧିକାରୀ ସବୁ ମତ୍ସ୍ୟଜୀବୀମାନଙ୍କର ସ୍ବାସ୍ଥ୍ୟ ଯାଞ୍ଚ କରିଥିଲେ। ଏହାପରେ ସେମାନଙ୍କୁ ବାଂଲାଦେଶ ତଟରକ୍ଷୀ ବାହିନୀକୁ ହସ୍ତାନ୍ତର କରାଯାଇଥିଲା। ଭାରତୀୟ ତଟରକ୍ଷୀ ବାହିନୀ ଏବଂ ବାଂଲାଦେଶ ତଟରକ୍ଷୀ ବାହିନୀ ମଧ୍ୟରେ ହୋଇଥିବା ଏକ ରାଜିନାମା ଅନୁଯାୟୀ ଏହାକୁ କାର‌୍ୟ୍ୟକାରୀ କରାଯାଇଥିଲା।

ଏଠାରେ ସୂଚନାଯୋଗ୍ୟ ଯେ, ଭାରତୀୟ ତଟରକ୍ଷୀ ବାହିନୀ ଓଡ଼ିଶା ଏବଂ ପଶ୍ଚିମବଙ୍ଗ ସରକାରଙ୍କ ସହିତ ସମନ୍ବୟ ସ୍ଥାପନ କରି ବାତ୍ୟା/ପାଣିପାଗ ସ୍ଥିତିର ମୁକାବିଲା ପାଇଁ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଥିଲା। ଭାରତୀୟ ପାଣିପାଗ ବିଭାଗ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣବଳୟ ସୃଷ୍ଟି ହେବା ସମ୍ପର୍କରେ ସୂଚନା ଦେବା ସହିତ ସମ୍ଭାବ୍ୟ ‘ସିତ୍ରାଙ୍ଗ’ ବାତ୍ୟାକୁ ନେଇ ସତର୍କ ସୂଚନା ଜାରି କରିଥିଲା। ଏହାପରେ ଭାରତୀୟ ତଟରକ୍ଷୀ ବାହିନୀ ସତର୍କ ଓ ସଜାଗ ହୋଇ ଆଗୁଆ ପଦକ୍ଷେପ ଗ୍ରହଣ କରିଥିଲା।

ବାତ୍ୟା ମୁକାବିଲା ସମ୍ପର୍କରେ ମାର୍ଗଦର୍ଶିକାକୁ ବାଂଲାଦେଶ ତଟରକ୍ଷୀ ବାହିନୀକୁ ପ୍ରଦାନ କରାଯାଇଥିଲା। ବାତ୍ୟା ଅତିକ୍ରମ କରିବା ସମୟରେ ଭାରତୀୟ ତଟରକ୍ଷୀ ବାହିନୀ ପକ୍ଷରୁ ରାଡାର ଷ୍ଟେସନ ଏବଂ ରିମୋଟ ଅପରେଟିଂ ଷ୍ଟେସନ ମାଧ୍ୟମରେ ସତର୍କ ସୂଚନା ଦିଆଯାଉଥିଲା।

cyclone Cyclone Sitrang ଭାରତୀୟ ତଟରକ୍ଷୀ
Share. Facebook Twitter LinkedIn Email WhatsApp Copy Link

Related Posts

ଟି-୨୦ ବିଶ୍ୱକପ୍: ଇଟାଲୀର ମାତ୍ର ୯ ୱିକେଟ ପତନ ସତ୍ତ୍ୱେ ଜିତିଲା ସ୍କଟଲାଣ୍ଡ, କିନ୍ତୁ କେମିତି?

February 9, 2026

ପାକିସ୍ତାନକୁ ବଡ଼ ଝଟକା ଦେଲା ଆଇସିସି: ପ୍ରତ୍ୟାଖ୍ୟାନ କଲା ସମସ୍ତ ଦାବି

February 9, 2026

ଶରଦ ପାୱାରଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ, ପୁଣେ ହସ୍ପିଟାଲରେ ଭର୍ତ୍ତି

February 9, 2026

ପ୍ରଭୃ ଲିଙ୍ଗରାଜଙ୍କ ଜାଗର ପାଇଁ ବସିଲା ସମନ୍ବୟ ବୈଠକ, ଠିକ୍ ସମୟରେ ନୀତି କରିବାକୁ ମନ୍ତ୍ରୀଙ୍କ ପରାମର୍ଶ

February 9, 2026
Latest News

ଟି-୨୦ ବିଶ୍ୱକପ୍: ଇଟାଲୀର ମାତ୍ର ୯ ୱିକେଟ ପତନ ସତ୍ତ୍ୱେ ଜିତିଲା ସ୍କଟଲାଣ୍ଡ, କିନ୍ତୁ କେମିତି?

February 9, 2026

ପାକିସ୍ତାନକୁ ବଡ଼ ଝଟକା ଦେଲା ଆଇସିସି: ପ୍ରତ୍ୟାଖ୍ୟାନ କଲା ସମସ୍ତ ଦାବି

February 9, 2026

ଶରଦ ପାୱାରଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ, ପୁଣେ ହସ୍ପିଟାଲରେ ଭର୍ତ୍ତି

February 9, 2026

ପ୍ରଭୃ ଲିଙ୍ଗରାଜଙ୍କ ଜାଗର ପାଇଁ ବସିଲା ସମନ୍ବୟ ବୈଠକ, ଠିକ୍ ସମୟରେ ନୀତି କରିବାକୁ ମନ୍ତ୍ରୀଙ୍କ ପରାମର୍ଶ

February 9, 2026

13,000 ଟଙ୍କା ମହଙ୍ଗା ହେଲା ରୂପା: ଜାଣନ୍ତୁ ସୁନାର ମୂଲ୍ୟ

February 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.