Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କେଭଡ଼ିଆ ଠାରେ ରାଷ୍ଟ୍ରୀୟ ଏକତା ଦିବସ ସମାରୋହରେ ଯୋଗଦେଲେ ପ୍ରଧାନମନ୍ତ୍ରୀ
ବିଶେଷ ଖବର

କେଭଡ଼ିଆ ଠାରେ ରାଷ୍ଟ୍ରୀୟ ଏକତା ଦିବସ ସମାରୋହରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

October 31, 2022No Comments6 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସର୍ଦ୍ଦାର ପଟେଲଙ୍କ ଏକତାର ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ରାଷ୍ଟ୍ରୀୟ ଏକତା ଦିବସ ସମ୍ପର୍କିତ କାର୍ଯ୍ୟକ୍ରମଗୁଡ଼ିକରେ ଆଜି (୩୧-୧୦-୨୦୨୨) ଅଂଶଗ୍ରହଣ କରିଛନ୍ତି।

ଆରମ୍ଭରୁ ପ୍ରଧାନମନ୍ତ୍ରୀ ଗତକାଲି ମୋରବୀ ଠାରେ ଘଟିଥିବା ଦୁର୍ଘଟଣାର ମୃତାହତ ବ୍ୟକ୍ତିମାନଙ୍କ ଲାଗି ଗଭୀର ଦୁଃଖ ପ୍ରକାଶ କରିଥିଲେ। ସେ କହିଥିଲେ ସେ କେଭଡ଼ିଆରେ ଥିଲେ ମଧ୍ୟ ମନ ତାଙ୍କର ଗତକାଲି ମୋରବୀ ଦୁର୍ଘଟଣାର ମୃତାହତମାନଙ୍କ ଠାରେ ରହିଛି। “ଗୋଟେ ପଟରେ ହୃଦୟ ଦୁଃଖ ଭାରରେ ଭାଙ୍ଗିପଡୁଥିବା ବେଳେ, ଅନ୍ୟପଟେ କର୍ମ ଓ କର୍ତ୍ତବ୍ୟ ରହିଛି ବୋଲି ସେ କହିଥିଲେ। କର୍ତ୍ତବ୍ୟ ଓ ଦାୟିତ୍ୱ ତାଙ୍କୁ ରାଷ୍ଟ୍ରୀୟ ଏକତା ଦିବସ ପାଇଁ ଏଠାକୁ ନେଇ ଆସିଛି। ପ୍ରଧାନମନ୍ତ୍ରୀ ଗତକାଲିର ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହ ସରକାର ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ପରିବାର ସହ ସବୁବେଳେ ରହିଛି” ବୋଲି ପ୍ରତିଶ୍ରୁତି ଦେଇଥିଲେ। ରାଜ୍ୟ ସରକାର ଉଦ୍ଧାର କାର୍ଯ୍ୟ ଚଳାଇଥିବା ବେଳେ କେନ୍ଦ୍ର ସରକାର ସମସ୍ତ ସମ୍ଭାବ୍ୟ ସହାୟତା ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ଜଣାଇଥିଲେ ଯେ ଏନଡିଆରଏଫ ଜଳ ସେନା ଓ ବାୟୁ ସେନା ସହ ଉଦ୍ଧାର କାର୍ଯ୍ୟରେ ଲାଗିଥିବା ବେଳେ, ଆହତ ଲୋକମାନଙ୍କ ଚିକିତ୍ସା ନିମନ୍ତେ ହସ୍ପିଟାଲଗୁଡ଼ିକୁ ସମସ୍ତ ସହାୟତା ଦିଆଯାଇଛି। ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଗୁଜରାଟ ମୁଖ୍ୟମନ୍ତ୍ରୀ ଘଟଣାସ୍ଥଳରେ ପହଂଚି ଏଥିରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ବେଳେ, ଘଟଣାର ତଦନ୍ତ ନିମନ୍ତେ ଏକ କମିଟି ଗଠନ କରାଯାଇଥିଲା। ଉଦ୍ଧାର କାର୍ଯ୍ୟରେ କୌଣସି ବ୍ୟତିକ୍ରମ ହେବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଏଭଳି ଦାରୁଣ ପରିସ୍ଥିତି ଯୋଗୁ ଘଟଣାର ସାଂସ୍କୃତିକ କାର୍ଯ୍ୟକ୍ରମକୁ ରଦ୍ଦ କରାଯାଇଛି।

୨୦୨୨ର ଏକତା ଦିବସର ମହତ୍ତ୍ୱ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଏଇ ବର୍ଷ ଆମେ ସମ୍ବିଧାନର ୭୫ ବର୍ଷ ସମ୍ପୂର୍ଣ୍ଣ କରି ନୂତନ ସଂକଳ୍ପ ସହ ଆଗେଇ ଚାଲୁଛୁ। ପରିବାର, ସମାଜ ବା ଦେଶ ଏକତା ପ୍ରତ୍ୟେକ ସ୍ତରରେ ଆବଶ୍ୟକ। ଦେଶରେ ୭୫ ହଜାର ଏକତା ଦୌଡ଼ ଅନୁଷ୍ଠିତ ହୋଇ ଏହି ଭାବନା ପ୍ରଦର୍ଶିତ ହୋଇଛି। ସମଗ୍ର ଦେଶ ସର୍ଦ୍ଦାର ପଟେଲଙ୍କ ଦୃଢ଼ ସଂକଳ୍ପରୁ ପ୍ରେରଣା ପାଇଛି । ପ୍ରତ୍ୟେକ ନାଗରିକ ଦେଶର ଏକତା ପାଇଁ ଶପଥ ଗ୍ରହଣ କରିବା ସହ ପଞ୍ଚପ୍ରାଣକୁ ଉଜ୍ଜୀବୀତ କରୁଛନ୍ତି” ବୋଲି ସେ କହିଥିଲେ।

ଯଦି ସର୍ଦ୍ଦାର ପଟେଲଙ୍କ ଭଳି ନେତା ଆମ ସ୍ୱାଧୀନତା ସଂଗ୍ରାମର ନେତୃତ୍ୱ ନେଇଥାନ୍ତେ ତା’ହେଲେ କ’ଣ ହୋଇଥାନ୍ତା। ସେଭଳି ପରିସ୍ଥିତିକୁ କଳ୍ପନା କରିବା ମଧ୍ୟ କଷ୍ଟକର। ଯଦି ୫୫ଠ ଦେଶୀୟ ରାଜ୍ୟର ମିଶ୍ରଣ ହୋଇ ନଥାନ୍ତା ତା’ହେଲେ କ’ଣ ହୋଇଥାନ୍ତା? ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଥିଲେ। କ’ଣ ହୋଇଥାନ୍ତା ଯଦି ଆମର ଦେଶୀୟ ରାଜ୍ୟଗୁଡ଼ିକ ମାଆ ଭାରତୀଙ୍କ ପ୍ରତି ତ୍ୟାଗ ଓ ବିଶ୍ୱାସ ଭାବେ ବ୍ୟକ୍ତ କରିନଥାନ୍ତେ” ବୋଲି ସେ କହିଥିଲେ। “ସର୍ଦ୍ଦାର ପଟେଲଙ୍କ ଜାତୀୟ ଓ ଏକତା ଦିବସ କେବଳ କ୍ୟାଲେଣ୍ଡର ତାରିଖ ଆମ ପାଇଁ ନୁହଁ, ଏହା ଭାରତୀୟ ସାଂସ୍କୃତିକ ଶକ୍ତିର ଭବ୍ୟ ସମାରୋହ। ଭାରତ ନିମନ୍ତେ ଏକତା କେବେ ବି ଏକ ବାଧ୍ୟ ବାଧକତା ନ ଥିଲା, ଏହା ଥିଲା ଆମ ଦେଶର ବୈଶିଷ୍ଟ୍ୟ। ଏକତା ଥିଲା ଆମ ପାଇଁ ଅନନ୍ୟ” ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରି କହିଥିଲେ। ସେ କହିଥିଲେ ଯେ ଗତକାଲି ମୋରବୀ ଠାରେ ଘଟିଥିବା ଘଟଣା ନେଇ ସମଗ୍ର ଦେଶ ଏକ ହୋଇ ବାହାରି ଦେଶର ପ୍ରତ୍ୟେକ ଭାଗରୁ ପ୍ରାର୍ଥନା ଓ ସହାୟତାର ହାତ ବଢ଼ିଛି। ବୈଶ୍ୱିକ ମହାମାରୀ କାଳରେ ଏକ ଭାବପ୍ରବଣତାର ସହ ଐକ୍ୟ ‘ତାଳି-ଥାଳି’ ଠାରୁ ଔଷଧ, ରାସନ ଓ ଟିକା ପର୍ଯ୍ୟନ୍ତ ସବୁଥିରେ ଐକ୍ୟ ପ୍ରଦର୍ଶିତ ହୋଇଥିଲା। ସେହି ଏକ ପ୍ରକାର ଭାବାବେଗ ଖେଳର ସଫଳତାରେ, ପର୍ବପର୍ବାଣିରେ ଓ ଆମ ସୀମାନ୍ତ ବିପଦାପନ୍ନ ହୋଇଥିବା ବେଳେ ଆମ ସୈନିକମାନଙ୍କ ସୁରକ୍ଷା ଦେବାବେଳେ ଦେଖା ଦେଇଥାଏ। ଏସବୁ ଭାରତୀୟ ଐକ୍ୟର ଗଭୀରତାର ପ୍ରତୀକ। ଏହି ଏକତା ଶହ ଶହ ବର୍ଷ ଧରି ଆକ୍ରମଣକାରୀଙ୍କ ନିମନ୍ତେ କଣ୍ଟା ସାଜିଥିବା ବେଳେ ସେମାନେ ଭାଗ ଭାଗ କରି ଏହାକୁ ଶକ୍ତିହୀନ କରିବାକୁ ଚେଷ୍ଟା କରିଛନ୍ତି। ମାତ୍ର ଆମ ଚେତନାର ଜୀବନ୍ତ ପ୍ରବାହରେ ଏକତାର ଯେଉଁ ଅମୃତ ରହିଛି ସେଥିପାଇଁ ସେମାନଙ୍କ ଉଦ୍ୟମ ବାରମ୍ବାର ପଣ୍ଡ ହୋଇଛି। ସେ ସମସ୍ତଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇ କହିଥିଲେ ଯେ ଭାରତରେ ପ୍ରଗତି ଓ ଅଭିବୃଦ୍ଧି ନେଇ ଈର୍ଷାନ୍ୱିତ ଶକ୍ତିମାନେ ଏବେ ବି ସକ୍ରିୟ ଅଛନ୍ତି। ଜାତି, ଧର୍ମ, ଭାଷା ଓ ଇତିହାସକୁ ମଧ୍ୟ ଭାଗ ଭାଗ କରିବା ଦୃଷ୍ଟିରେ ଉପସ୍ଥାପନ କରୁଛନ୍ତି। ସେ ମଧ୍ୟ ଦାସତ୍ୱ ମାନସିକତା, ସ୍ୱାର୍ଥପରତା, ତୁଷ୍ଟୀକରଣ, ପ୍ରିୟାପ୍ରୀତି ପୋଷଣ, ଲୋଭ ଓ ଦୁର୍ନୀତି ବିରୁଦ୍ଧରେ ସତର୍କ କରାଇବା ସହ ଏହା ଦେଶକୁ ଭାଗ ଭାଗ କରି ଦୁର୍ବଳ କରିଦେବ ବୋଲି କହିଥିଲେ। “ଆମକୁ ଏକତାର ଅମୃତରେ ବିଭାଜନକାରୀ ବିଷକୁ ପ୍ରତିହତ କରିବାକୁ ହେବ” ବୋଲି କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଏକତା ଦିବସ ଅବସରରେ ସର୍ଦ୍ଦାର ସାହେବ ଦେଇଥିବା ଦାୟିତ୍ୱ ତୁଲାଇବାକୁ ମୁଁ ସଂକଳ୍ପବଦ୍ଧ”। ସେ କହିଥିଲେ ଯେ ଦେଶର ଏକତାକୁ ମଜବୁତ କରିବା ହେଉଛି ନାଗରିକମାନଙ୍କ ଦାୟିତ୍ୱ ଓ ଦେଶର ନାଗରିକଗଣ ଯଦି ଦାୟିତ୍ୱବୋଧର ସହ ସେମାନଙ୍କ କର୍ତ୍ତବ୍ୟ ସମ୍ପାଦନ କରିବେ, ତେବେ ଯାଇ ତାହା ସମ୍ଭବ । ଏହିଭଳି ଦାୟିତ୍ୱବୋଧ ଜ୍ଞାନ, ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଓ ସବକା ପ୍ରୟାସ ଏକ ବାସ୍ତବତାରେ ପରିଣତ ହେବ ଏବଂ ଭାରତ ବିକାଶ ପଥରେ ଅଗ୍ରସର ହେବ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସେ କହିଥିଲେ ଯେ ବିନା ବାଛ ବିଚାରରେ ସରକାରଙ୍କ ନୀତିର ସୁଫଳ ପ୍ରତ୍ୟେକଙ୍କ ନିକଟରେ ପହଂଚୁଛି। ଏହାର ଉଦାହରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ମାଗଣା ଟିକା ଅରୁଣାଚଳ ପ୍ରଦେଶର ସିଆଙ୍ଗରେ ସହଜରେ ଉପଲବ୍ଧ ହେଉଛି ଯେପରି ଏହା ଗୁଜରାଟର ସୁରତରେ ମିଳୁଛି। ଏମ୍ସ ଭଳି ମେଡିକାଲ ପ୍ରତିଷ୍ଠାନ ଏବେ କେବଳ ଗୋରଖପୁର ନୁହେଁ ବିଳାସପୁର, ଦରଭଙ୍ଗା, ଗୌହାଟୀ, ରାଜକୋଟ ଏବଂ ଦେଶର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଉପଲବ୍ଧ ହେବ। ସେହିପରି ପ୍ରତିରକ୍ଷା କରିଡ଼ରର ବିକାଶ କାର୍ଯ୍ୟ ପୁରା ଦମରେ କେବଳ ତାମିଲନାଡୁ ନୁହେଁ ଉତ୍ତର ପ୍ରଦେଶରେ ମଧ୍ୟ ଚାଲିଛି। ଭିନ୍ନ ଭିନ୍ନ ରାଜ୍ୟରେ ଅଲଗା ଅଲଗା ଭାଷା ସତ୍ତ୍ୱେ ସରକାରୀ ଯୋଜନା ଦେଶର ପ୍ରତ୍ୟେକ ଭାଗରେ ଧାଡ଼ିରେ ଥିବା ସର୍ବଶେଷ ହିତାଧିକାରୀଙ୍କ ନିକଟରେ ପହଂଚୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ଆମ ଦେଶରେ ଲକ୍ଷ ଲକ୍ଷ ଲୋକ କିପରି ନିଜର ମୌଳିକ ଆବଶ୍ୟକତା ମେଣ୍ଟାଇବା ପାଇଁ ଯୁଗ ଯୁଗ ଧରି ଅପେକ୍ଷା କରନ୍ତି ତା’ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଭିତ୍ତିଭୂମି ମଧ୍ୟରେ ବ୍ୟବଧାନ ଯେତେ କମ ରହିବ ଏକତା ସେତେ ମଜବୁତ ହେବ” । ଭାରତ ପୂର୍ଣ୍ଣତାର ଲକ୍ଷ ନେଇ କାର୍ଯ୍ୟ କରୁଛି, ଯେପରି ପ୍ରତ୍ୟେକ ଯୋଜନାର ସୁଫଳ ପ୍ରତ୍ୟେକ ହିତାଧିକାରୀ ନିକଟରେ ପହଂଚିବ । ପ୍ରଧାନମନ୍ତ୍ରୀ ସମସ୍ତଙ୍କ ନିମନ୍ତେ ଆବାସ, ସମସ୍ତଙ୍କ ନିମନ୍ତେ ଡିଜିଟାଲ ସଂଯୋଗୀକରଣ, ସମସ୍ତଙ୍କ ପାଇଁ ଇନ୍ଧନ ଓ ବିଦୁତ ଶକ୍ତିର ଉଦାହରଣ ଦେଇଥିଲେ । ଏକାଭଳି ସୁବିଧା ଶତ ପ୍ରତିଶତ ନାଗରିକଙ୍କ ନିକଟରେ ପଂହଚିବା ସୀମିିତ ହେଲେ ମଧ୍ୟ ଏକ ସାଧାରଣ ଲକ୍ଷ୍ୟ ସମ୍ମିଳିତ ବିକାଶ ଓ ସମ୍ମିଳିତ ପ୍ରୟାସ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଜୀବନର ସାଧାରଣ ଆବଶ୍ୟକତା ଦେଶରେ ସାଧାରଣ ବ୍ୟକ୍ତିର ବିଶ୍ୱାସର ମାଧ୍ୟମ ହୋଇଥିବା ବେଳେ ସମ୍ବିଧାନ ମଧ୍ୟ ସାଧାରଣ ଜନତାଙ୍କ ବିଶ୍ୱାସର ମାଧ୍ୟମ ଭାବେ କାର୍ଯ୍ୟ କରୁଛି । ସର୍ଦ୍ଦାର ପଟେଲଙ୍କ ଏହି ଦୂରଦୃଷ୍ଟି ଥିଲା ବୋଲି କହି ପ୍ରଧାନମନ୍ତ୍ରୀ କହିଥିଲେ ଯେ “ପ୍ରତ୍ୟେକ ଭାରତୀୟ ସମାଜ ସୁଯୋଗ ପାଇବେ ଓ ଏକ ସମାନତା ଜ୍ଞାନ ମଧ୍ୟ ରହିବ । ଆଜି ଦେଶ ଏହା ବାସ୍ତବରେ ପରିଣତ ହୋଇଥିବା ଲକ୍ଷ୍ୟ କରୁଛି ।”

ଯେଉଁ କ୍ଷେତ୍ର ଯୁଗ ଯୁଗ ଧରି ଅବହେଳିତ ହୋଇ ପଡ଼ିଥିଲା ଗତ ଆଠ ବର୍ଷ ମଧ୍ୟରେ ପ୍ରତ୍ୟେକ କ୍ଷେତ୍ରକୁ ଦେଶର ଅଗ୍ରାଧିକାର ଦିଆଯାଇଥିବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶ ଆସିବାସୀମାନଙ୍କ ଗର୍ବ ଓ ଗୌରବ ସ୍ମରଣ କରି ଆଦିବାସୀ ଦିବସ ପାଳନ ପରମ୍ପରା ଆରମ୍ଭ କରିଛି । ଏହି ପରିପ୍ରେକ୍ଷୀରେ ଦେଶର ବିଭିନ୍ନ ରାଜ୍ୟରେ ଆଦିବାସୀ ସଂଗ୍ରହାଳୟମାନ ନିର୍ମିତ ହୋଇଛି । ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ମନଘର ଧାମ ଓ ଜମ୍ବୁଘୋଡ଼ାର ଇତିହାସ ଜାଣିବାକୁ ନିବେଦନ କରିବା ସହ ବିଦେଶୀ ଆକ୍ରମଣକାରୀଙ୍କ ଦ୍ୱାରା ଅନେକ ଗଣହତ୍ୟା ପରେ ସ୍ୱାଧୀନତା ମିଳିଥିବା ବିଷୟ ପ୍ରକାଶ କରିଥିଲେ । “ତେବେ ଯାଇ ଆମେ ସ୍ୱାଧୀନତା ଓ ଐକ୍ୟତାର ମହତ୍ତ୍ୱ ବୁଝିବା” ବୋଲି କହିଥିଲେ ।

“ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକତା ନଗର କେବଳ ଭାରତ ପାଇଁ ଏକ ଆଦର୍ଶ ନଗରୀ ଭାବେ ନୁହେଁ ବରଂ ସମଗ୍ର ବିଶ୍ୱରେ ଏହାର ମହତ୍ତ୍ୱ ଅବର୍ଣ୍ଣନୀୟ । କେବଳ ଜନସାଧାରଣ ଓ ସହରର ଏକତା ଯୋଗୁ ଏହା ଏକ ଭବ୍ୟ ଓ ଦିବ୍ୟ ସ୍ଥାନ ଭାବେ ବିକଶିତ ହୋଇଛି । ଏହି ପ୍ରେରଣା ବିଶ୍ୱର ଦୀର୍ଘତମ ପ୍ରତିମୂର୍ତ୍ତି ଏକତାର ପ୍ରତିମୂର୍ତ୍ତି ଭାବେ ଆମ ଗହଣରେ ରହିଛି” ବୋଲି ଶ୍ରୀ ମୋଦୀ କହିଥିଲେ ।

ଏକତା ନଗର ବିକାଶ ମଡେଲ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ ଜନସାଧାରଣ ପରିବେଶ ଅନୁକୂଳ ମଡେଲ । ଦେଶକୁ ଏଲଇଡି ଦ୍ୱାରା ଆଲୋକିତ କରି ବିଦୁତ ସଂଚୟ ମଡେଲ, ସୌର ଶକ୍ତି ବଳରେ ଚାଳିତ ସ୍ୱଚ୍ଛ ପରିବହନ ମଡେଲ ଓ ବିଭିନ୍ନ ପ୍ରଜାତିର ପଶୁ ପକ୍ଷୀଙ୍କ ସଂରକ୍ଷଣ ବିଷୟରେ ଆଲୋଚନା କରିବେ ସେତେବେଳେ ଏହି ନଗରୀ ଚର୍ଚ୍ଚାର ପରିସରକୁ ଆସିବ । ପ୍ରଧାନମନ୍ତ୍ରୀ ଗତକାଲି ମିୟାୱାକୀ ଜଙ୍ଗଲ ଓ ବାଜରା ଉଦ୍ୟାନ ଉଦଘାଟନ ସୁଯୋଗ ପାଇଥିବା ଘଟଣାର ସ୍ମୃତିଚାରଣ କରିଥିଲେ । ଏକତା ସହ, ଏକତା ନର୍ସରୀ, ବିବିଧତାରେ ଏକତା ପ୍ରଦର୍ଶନକାରୀ ବିଶ୍ୱ ଜଙ୍ଗଲ, ଏକତା ନୌଚାଳନା, ଏକତା ରେଳ ଷ୍ଟେସନ ଇତ୍ୟାଦି ପଦକ୍ଷେପ ଜାତୀୟ ଐକ୍ୟ ମଜବୁତ କରିବା ଦିଗରେ ପ୍ରେରଣା ବୋଲି ସେ କହିଥିଲେ । ବକ୍ତବ୍ୟ ସମାପନ କରି ପ୍ରଧାନମନ୍ତ୍ରୀ ସ୍ୱାଧୀନତା ପରେ ଦେଶର ଐକ୍ୟ ରକ୍ଷାରେ ସର୍ଦ୍ଦାର ସାହେବଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ । ସର୍ଦ୍ଦାର ପଟେଲଙ୍କ ଉଦ୍ୟମ ଫଳରେ ଶହ ଶହ ବର୍ଷ ଧରି କ୍ଷମତାସୀନ ରାଜ ପରିବାର କର୍ତ୍ତବ୍ୟବୋଧ ଭାବନା ନେଇ ସେମାନଙ୍କ ଅଧିକାର ତ୍ୟାଗକରି ନୂତନ ବ୍ୟବସ୍ଥା ମଧ୍ୟରେ ଏକତା ପାଇଁ ରାଜି ହୋଇଥିଲେ । ଏହି ପ୍ରକ୍ରିୟା ସ୍ୱାଧୀନତା ପରେ ମଧ୍ୟ ବହୁଦିନ ଧରି ବିଳମ୍ବିତ ରହିଥିଲା । “ବର୍ତ୍ତମାନ କେହି ରାଜ ପରିବାରମାନଙ୍କ ଯୋଗକୁ ନେଇ ଏକତା ନଗରରେ ସେ ଉତ୍ସର୍ଗୀକୃତ ସଂଗ୍ରହାଳୟ ନିର୍ମିତ ହେବ । ଦେଶର ଏକତା ପାଇଁ ଏହି ତ୍ୟାଗର ପରମ୍ପରା ନୂତନ ପିଢ଼ିକୁ ସ୍ମରଣୀୟ ହେବ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପୃଷ୍ଠଭୂମି:

ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଦ୍ୱାରା ପ୍ରେରିତ ହୋଇ ୨୦୧୪ ମସିହାରେ ୩୧ ଅକ୍ଟୋବର ଅର୍ଥାତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଜନ୍ମବାର୍ଷିକୀକୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରିବାକୁ ସ୍ଥିର ହୋଇଥିଲା । ଦେଶର ନିରାପତ୍ତା, ଐକ୍ୟ ଓ ସଂହତିକୁ ରକ୍ଷା କରିବା ନେଇ ଆମର ସଂକଳ୍ପକୁ ମଜବୁତ କରିବା ଲକ୍ଷ୍ୟରେ ଏହା କରାଯାଇଥିଲା । ପ୍ରଧାନମନ୍ତ୍ରୀ କେଭାଡ଼ିଆସ୍ଥିତ ଏକତା ପ୍ରତିମୂର୍ତ୍ତି ନିକଟରେ ରାଷ୍ଟ୍ରୀୟ ଏକତା ଦିବସ ସମାରୋହରେ ଅଂଶଗ୍ରହଣ କରିଥିଲେ । ସମାରୋହରେ ରାଷ୍ଟ୍ରୀୟ ଏକତା ଦିବସ ପରେଡ ଆୟୋଜିତ ହୋଇଥିଲା । ଏଥିରେ ବିଏସଏଫ ଏବଂ ପାଞ୍ଚଟି ରାଜ୍ୟ ପୁଲିସ ବଳ ଯୋଗ ଦେଇଥିଲେ । ଉତ୍ତରାଞ୍ଚଳ ନିମନ୍ତେ ହରିଆଣା, ପଶ୍ଚିମାଞ୍ଚଳ ନିମନ୍ତେ ମଧ୍ୟ ପ୍ରଦେଶ, ଦକ୍ଷିଣାଞ୍ଚଳ ନିମନ୍ତେ ତେଲେଙ୍ଗାନା, ପୂର୍ବାଞ୍ଚଳ ପାଇଁ ଓଡ଼ିଶା ଓ ଉତ୍ତର-ପୂବାଞ୍ଚଳ ପାଇଁ ତ୍ରିପୁରା ପୁଲିସର ବଳ ଅଂଶଗ୍ରହଣ କରିଥିଲେ । ଏତଦବ୍ୟତୀତ ୨୦୨୨ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଅଂଶଗ୍ରହଣ କରି ପୁଲିସ କ୍ରୀଡ଼ା ପଦକ ହାସଲ କରିଥିବା ଛଅ ଜଣ କ୍ରୀଡ଼ାବିତ ମଧ୍ୟ ପରେଡରେ ଭାଗ ନେଇଥିଲେ ।

କେଭଡ଼ିଆ ନରେନ୍ଦ୍ର ମୋଦୀ ରାଷ୍ଟ୍ରୀୟ ଏକତା ଦିବସ ସର୍ଦ୍ଦାର ପଟେଲ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟସ୍ତରୀୟ ବନ ଅଧିକାରୀ ସମ୍ମିଳନୀରେ ଜଙ୍ଗଲ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡା ତାଗିଦ, କହିଲେ…

August 5, 2025

ଘୋଷଣା ହେଲା ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଏବଂ ସଦସ୍ୟାଙ୍କ ନାମ

August 5, 2025

ଘୋଷଣା ହେଲା ଓଡିଶା ମହିଳା ଆୟୋଗ ଅଧ୍ୟକ୍ଷା ଓ ସଦସ୍ୟାଙ୍କ ନାମ, ଜାଣନ୍ତୁ କାହାକୁ ଦିଆଗଲା ନିଯୁକ୍ତି

August 5, 2025

‘ଭାରତକୁ ଆଖି ଦେଖାଉଥିବା ଲୋକମାନେ ନିଜେ ରୁଷ ସହିତ ବ୍ୟବସାୟ କରୁଛନ୍ତି’: ବୈଦେଶିକ ମନ୍ତ୍ରଣାଳୟ

August 5, 2025
Latest News

ଅଗଷ୍ଟ  ୧୧ ରେ ହେବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେସନ

August 5, 2025

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ପ୍ରିୟଙ୍କା ଚତୁର୍ବେଦୀ, ବିଜେପିରେ ଯୋଗଦେବା ଉପରେ ବଢିଲା କଳ୍ପନାଜଳ୍ପନା

August 5, 2025

ରାଜ୍ୟସ୍ତରୀୟ ବନ ଅଧିକାରୀ ସମ୍ମିଳନୀରେ ଜଙ୍ଗଲ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡା ତାଗିଦ, କହିଲେ…

August 5, 2025

ଘୋଷଣା ହେଲା ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ଏବଂ ସଦସ୍ୟାଙ୍କ ନାମ

August 5, 2025

ଇତିହାସ ରଚିଲେ ଦୀପିକା ପାଦୁକୋଣ: ପଛରେ ପଡ଼ିଲେ ଏହି ହଲିଉଡ୍ ଷ୍ଟାର

August 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.