Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ନିଖିଳ ଭାରତ ସମବାୟ ସପ୍ତାହ ଉପଲକ୍ଷେ ମୁଖ୍ୟମନ୍ତ୍ରୀ କହିଲେ ଏପରି କଥା
ଜାତୀୟ ଖବର

ନିଖିଳ ଭାରତ ସମବାୟ ସପ୍ତାହ ଉପଲକ୍ଷେ ମୁଖ୍ୟମନ୍ତ୍ରୀ କହିଲେ ଏପରି କଥା

November 15, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
ନିଖିଳ ଭାରତ ସମବାୟ ସପ୍ତାହ ଉପଲକ୍ଷେ ମୁଖ୍ୟମନ୍ତ୍ରୀ କହିଲେ ଏପରି କଥା

ଭୁବନେଶ୍ୱର :  ୬୯ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନର ଦ୍ୱିତୀୟ ଦିବସରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଭିଡ଼ିଓ ବାର୍ତ୍ତା ଯୋଗେ ରାଜ୍ୟର ସମବାୟ ଆନ୍ଦୋଳନକୁ ଅଧିକ ସଶକ୍ତ କରିବା ଜରୁରୀ ବୋଲି କହିଛନ୍ତି। ସେ କହିଛନ୍ତି ଯେ କୃଷି ଅର୍ଥନୀତିର ମୁଖ୍ୟ ଆଧାର। କୃଷିର ଉନ୍ନତି ନିମନ୍ତେ ସମବାୟର ଭୂମିକା ମହତ୍ତ୍ୱପୂର୍ଣ୍ଣ।

ପ୍ରାଥମିକ କୃଷିଋଣ ସମବାୟ ସମତିକୁ ଅନ୍‌ଲାଇନ୍‌ କରାଯାଇ କୋର ବ୍ୟାଙ୍କିଂ ସହିତ ସଂଯୋଗୀକରଣ କ୍ଷେତ୍ରରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ। ରାଜ୍ୟରେ ଯୋଗାଇ ଦିଆଯାଇଥିବା କୃଷି ଋଣର ୬୦ ପ୍ରତିଶତ ସମବାୟ ବ୍ୟାଙ୍କ ଓ ସମିତି ଜରିଆରେ ପ୍ରଦାନ କରାଯାଉଛି। କେନ୍ଦ୍ରରେ ଏହା ମାତ୍ର ୧୭ ପ୍ରତିଶତ। ସମବାୟ ଆନ୍ଦୋଳନ ସଶକ୍ତ ହେଲେ ରାଜ୍ୟର ଅର୍ଥନୈତିକ ବିକାଶ ଆଶାନୁରୂପ ହୋଇପାରିବ ବୋଲି ସେ ଉଲ୍ଲେଖ କରିଛନ୍ତି।
ଅର୍ଥନୈତିକ ଉତ୍‌ଥାନ ପାଇଁ ଗୋଷ୍ଠୀ ସହଯୋଗ ଜରୁରୀ। ଏହି ମିଳିତ ସହଯୋଗରୁ ହିଁ ସମବାୟର ସୃଷ୍ଟି। ସମବାୟ ଆର୍ଥିକ ଉନ୍ନତିର ଜନକ।

ଗରିବ ଚାଷୀଭାଇ ଓ ଅନ୍ୟ ବୃତ୍ତିକୁ ଆଦରି ନେଇଥିବା ସଂପ୍ରଦାୟଗୁଡ଼ିକର ଦୁଃଖଦୁର୍ଦ୍ଦଶା ଦୂର କରିବା କ୍ଷେତ୍ରରେ ସମବାୟର ଆବଶ୍ୟକତା ପ୍ରାକ୍‌ ସ୍ୱାଧୀନତା ବେଳରୁ ଜାତିର ପିତା ମହାତ୍ମା ଗାନ୍ଧୀ, କୁଳବୃଦ୍ଧ ମଧୁସୂଦନଙ୍କ ଭଳି ମହାମନିଷୀମାନେ ଉପଲବ୍‌ଧି କରିଥିଲେ। ସମ୍ପ୍ରତି ରାଜ୍ୟ ଅର୍ଥନୀତିର ମୁଖ୍ୟସ୍ରୋତରେ ସମବାୟ ଏକ ମାଇଲ ଖୁଣ୍ଟ ରୂପେ ସାବ୍ୟସ୍ତ ହୋଇ ପାରିଛି ବୋଲି କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଅରବିନ୍ଦ ପାଢୀ ପ୍ରକାଶ କରିଛନ୍ତି।

୬୯ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନର ଦ୍ୱିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃଷି ସଚିବ ଶ୍ରୀ ଅରବିନ୍ଦ ପାଢୀ କହିଲେ ଯେ ଆଧୁନିକ ଯୁଗରେ ସମବାୟର ପରିସର ଅତ୍ୟନ୍ତ ବ୍ୟାପ୍ତ। ଜୀବନର ପ୍ରତ୍ୟେକ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସାଧିତ ପାଇଁ ଆଜି ସମବାୟ ସମିତିମାନ ପ୍ରତିଷ୍ଠା ହୋଇସାରିଛି । ଉପଭୋକ୍ତାମାନଙ୍କ ପାଇଁ ଖାଉଟି ସମବାୟ ସମିତିମାନ ଗଠିତ ହୋଇଛି। କୃଷି କ୍ଷେତ୍ରରେ ଉନ୍ନତି ପାଇଁ କୃଷି ଋଣ ସମିତିମାନ ଗଠିତ ହୋଇଛି । ଚାଷୀଭାଇମାନଙ୍କ ଆର୍ଥିକ ସହାୟତା ପ୍ରଦାନ କ୍ଷେତ୍ରରେ ସେଗୁଡ଼ିକର ଅବଦାନ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ବିଶେଷ କରି ଗ୍ରାମାଞ୍ଚଳରେ ସମବାୟ ଅର୍ଥନୈତିକ ଉତ୍‌ଥାନର ମୁଖ୍ୟ ମାଧ୍ୟମ ହୋଇପାରିଛି।

ଅର୍ଥନୈତିକ ବୈଷମ୍ୟ ପରି ଗୁରୁତର ସମସ୍ୟାସବୁର ସମାଧାନ ପାଇଁ ସମବାୟ ହିଁ ସହଜ ପନ୍ଥା । ଗ୍ରାମାଞ୍ଚଳ ତଥା ସହରାଞ୍ଚଳରେ ଋଣ ପ୍ରଦାନ, କୃଷି ଉତ୍ପାଦନ, ଶସ୍ୟ ମହଜୁଦ, ସୁଷମ ବଣ୍ଟନ, ରାସାୟନିକ ସାର ବିପଣନ, ଖାଉଟୀ କଲ୍ୟାଣ, ମତ୍ସ୍ୟଚାଷ, ଶ୍ରମ, ଗୃହନିର୍ମାଣ, ଦୁU ଉତ୍ପାଦନ, ଗୋ-କୁକୁଟ ପାଳନ ଆଦି ବହୁମୁଖୀ କାର୍ଯ୍ୟ କ୍ଷେତ୍ରରେ ସମବାୟ ତାହାର ଭୂମିକାକୁ ପ୍ରତିପାଦିତ କରିପାରିଛି । ଆମ ସମାଜର ଦୁର୍ବଳ ଓ ଅବହେଳିତ ଶ୍ରେଣୀମାନଙ୍କ ପ୍ରଗତି ନିମନ୍ତେ ସମବାୟ ଏକ ପାଶୁପତ ଅସ୍ତ୍ର ସଦୃଶ ।

ରାଜ୍ୟ ସମବାୟର ସଫଳତା ସମ୍ପର୍କରେ ଉଲ୍ଲେଖ କରି ସେ କହିଲେ ଯେ ସମବାୟ ବ୍ୟାଙ୍କ ଓ ସମିତି ମାଧ୍ୟମରେ ୨୦୨୧-୨୨ ଆର୍ଥିକ ବର୍ଷରେ ୧୦୧୨୭ ଜଣ ହିତାଧିକାରୀମାନଙ୍କୁ ୧୪୪ କୋଟି ୩୨ କୋଟି ଟଙ୍କାର ମଧ୍ୟମ ଓ ଦୀର୍ଘ ମିଆଦି କୃଷିଋଣ ଯୋଗାଇ ଦିଆଯାଇଛି। ରାଜ୍ୟ ସରକାରଙ୍କ ସୁଧ ରିହାତି ଯୋଜନାରେ ବିନା ସୁଧରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଏବଂ ତଦୁଦ୍ଧ୍ୱର୍ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାତ୍ର ୨% ସୁଧ ହାରରେ କୃଷି ଋଣ ବ୍ୟବସ୍ଥା କରାଯାଇଛି । ୨୦୨୦-୨୧ରେ ସମବାୟ ବ୍ୟାଙ୍କ ଓ ସମିତି ମାଧ୍ୟମରେ ମିଶନଶକ୍ତି ଅନ୍ତର୍ଭୁକ୍ତ ୧୩୭୪୦ଟି ଏସ୍‌ଏଚ୍‌ଜିଙ୍କୁ ୨୨୦ କୋଟି ୧୪ ଲକ୍ଷ ଟଙ୍କାର ଋଣ ପ୍ରଦାନ କରାଯାଇଛି । ୨୦୨୧ ଖରିଫ ବର୍ଷରେ ୨୬୬୮୬୮୧ଟି ଆବେଦନ ବାବଦକୁ ଚାଷୀମାନଙ୍କୁ ଅଦ୍ୟାବଧି ୯୫୯ କୋଟି ଟଙ୍କା ଫସଲ ବୀମା ପ୍ରଦାନ କରାଯାାଇଛି ।

ସମାଜର ଅର୍ଦ୍ଧାଧିକ ମହିଳା ଓ ଯୁବକମାନଙ୍କୁ ସମବାୟ ଆନ୍ଦୋଳନରେ ସାମିଲ କରି ଏକ ସଶକ୍ତ ସମବାୟ ଆନ୍ଦୋଳନର ବାସ୍ତବ ରୂପାୟନ ପାଇଁ ଆମେ ଅଙ୍ଗୀକାରବଦ୍ଧ ହେବା ଜରୁରୀ । ଏଥି ନିମନ୍ତେ ସମବାୟ ଆନ୍ଦୋଳନକୁ ଅଧିକରୁ ଅଧିକ ଶକ୍ତିଶାଳୀ କରିବା ପାଇଁ ସମବାୟ ଶିକ୍ଷା, ତାଲିମ, ପ୍ରଚାର ଓ ପ୍ରସାର ଏବଂ ଆଲୋଚନାଚକ୍ର ଭଳି କାର୍ଯ୍ୟକ୍ରମ କରାଯାଉଥିବା ବାସ୍ତବିକ୍‌ ଅଭିନନ୍ଦନୀୟ। ୬୯ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନ ଅବସରରେ ରାଜ୍ୟବାସୀଙ୍କ ସାମାଜିକ ଓ ଆର୍ଥିକ ଉତ୍‌ଥାନ ପାଇଁ ସମବାୟ ପ୍ରତିବଦ୍ଧ ହେଉ ବୋଲି ପ୍ରମୁଖ ଶାସନ ସଚିବ ଶ୍ରୀ ଅରବିନ୍ଦ ପାଢୀ ଆହ୍ୱାନ ଦେଇଥିଲେ ।

ନାବାର୍ଡ ଆଞ୍ଚଳିକ କାର୍ଯ୍ୟାଳୟ, ଓଡ଼ିଶାର ମୁଖ୍ୟ ମହା ପ୍ରବନ୍ଧକ ଶ୍ରୀ ସି. ଉଦୟ ଭାସ୍କର ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ରାଜ୍ୟର ଅର୍ଥନୈତିକ ପ୍ରଗତି ଓ ସମବାୟର ବିକାଶ ଦିଗରେ ନାବାର୍ଡ ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ଦେଇ ଆସିଛି ବୋଲି କହିଥିଲେ । ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୀବ କୁମାର ଚଢ଼ା କହିଲେ ଯେ ରାଜ୍ୟରେ ୧୩୦୦ ନୂତନ ପ୍ରାଥମିକ ସମବାୟ ସମିତି ପ୍ରତିଷ୍ଠା କରାଯାଉଛି। ଏହି ପଦକ୍ଷେପ ମଧ୍ୟମ, କ୍ଷୁଦ୍ର ଓ ଭୂମିହୀନ ଚାଷୀଙ୍କ ପାଇଁ କଲ୍ୟାଣକାରୀ ସାବ୍ୟସ୍ତ ହେବ। ନୂତନ ରାଜ୍ୟ ସମବାୟ ନୀତି ପ୍ରଣୟନ ପରେ ରାଜ୍ୟର ସମବାୟ ଆନ୍ଦୋଳନରେ ଏକ ବ୍ୟାପକ ଉନ୍ନତି ପରିଲକ୍ଷିତ ହେବ ବୋଲି ସେ ମତବ୍ୟକ୍ତ କରିଥିଲେ।

ସମବାୟ ବିଭାଗର ଅତିରିକ୍ତ ଶାସନ ସଚିବ ଶ୍ରୀମତୀ ରେଣୁପ୍ରଭା ନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଓଡ଼ିଶା ରାଜ୍ୟ ପଣ୍ୟାଗାର ନିଗମର ପରିଚାଳନା ନିର୍ଦ୍ଦେଶକ ଡ. ଗଣେଶ୍ୱର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ପୂର୍ବରୁ ଅତିଥିମାନେ ଉତ୍କଳ ମଣ୍ଡପ ପରିସରରେ ଥିବା ବୟନିକା, ଉତ୍କଳିକା, ସମ୍ବଲପୁରୀ ବସ୍ତ୍ରାଳୟ, ଇଫ୍‌କୋ, ମାର୍କଫେଡ୍‌, ଓମ୍‌ଫେଡ୍‌, ଓପୋଲୋଫେଡ୍‌, ସେରିଫେଡ୍‌ ଆଦି ଷ୍ଟଲଗୁଡ଼ିକୁ ବୁଲି ଦେଖିଥିଲେ। ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

ଅରବିନ୍ଦ ପାଢୀ ନବୀନ ପଟ୍ଟନାୟକ ନିଖିଳ ଭାରତ ସମବାୟ ସପ୍ତାହ ପାଳନ
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025
Latest News

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ କାର୍ଯ୍ୟକ୍ରମ ସମୀକ୍ଷା: ପ୍ରଥମ ପର୍ଯ୍ୟାୟରେ ନିର୍ମାଣ ହେବ ୮୩୫ ସ୍କୁଲ

August 5, 2025

ଜୀ ସାର୍ଥକରେ ଅଗଷ୍ଟ ୧୦ ସନ୍ଧ୍ୟା ୬.୩୦ରେ ଦେଖନ୍ତୁ ଓଡ଼ିଆ ଫିଲ୍ମ ‘ପାରି କରିବେ ଭୋଳାଶଙ୍କର ୪’

August 4, 2025

୩୩ ସିଭିଲ ଜଜଙ୍କୁ ଶପଥ ପାଠ କରାଇଲେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି

August 4, 2025

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ

August 4, 2025

ଓଭାଲ ଟେଷ୍ଟରେ ଭାରତର ଚମତ୍କାର ବିଜୟ ପରେ କାହିଁକି କ୍ଷମା ମାଗିଲେ କଂଗ୍ରେସ ସାଂସଦ ଶଶି ଥରୁର?

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.