Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ବାଲି ଠାରେ ଜି-୨୦ ଶିଖର ସମ୍ମିଳନୀର ଉଦଯାପନୀ ଅଧିବେଶନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ମୋଦୀ
ଅନ୍ତରାଷ୍ଟ୍ରୀୟ

ବାଲି ଠାରେ ଜି-୨୦ ଶିଖର ସମ୍ମିଳନୀର ଉଦଯାପନୀ ଅଧିବେଶନକୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ମୋଦୀ

November 16, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବାଲିଠାରେ ଚାଲିଥିବା ଜି-୨୦ ଶିଖର ସମ୍ମିଳନୀର ଆଜି ଉଦଯାପନୀ ଦିବସ। ଏହି ଅବସରରେ ଜି-୨୦ ଶିଖର ସମ୍ମିଳନୀର ଉଦଯାପନୀ ଅଧିବେଶନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିଛନ୍ତି। ପଢନ୍ତୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସଂପୂର୍ଣ୍ଣ ଭାଷଣ…

ମହାମହିମଗଣ,

ମୁଁ ପୁଣି ଥରେ ନିଜର ବନ୍ଧୁ ରାଷ୍ଟ୍ରପତି ଜୋକୋଭିଙ୍କୁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି। ସେ ଏହି କଠିନ ସମୟରେ ଜି-୨୦ ରାଷ୍ଟ୍ର ସମୂହକୁ କୁଶଳୀ ନେତୃତ୍ବ ପ୍ରଦାନ କରିଛନ୍ତି। ଆହୁରି ଆଜି ମୁଁ ଜି-୨୦ ସମୂହକୁ ବାଲି ଘୋଷଣାନାମାର ଅନୁମୋଦନ ପାଇଁ ଅଭିନନ୍ଦନ ଜଣାଉଛି। ଭାରତ ନିଜ ଜି-୨୦ ଅଧ୍ୟକ୍ଷତା ସମୟରେ ଇଣ୍ଡୋନେସିଆର ପ୍ରଶଂସନୀୟ ପଦକ୍ଷେପକୁ ଆଗକୁ ବଢ଼ାଇବା ଲାଗି ପ୍ରୟାସ କରିବ। ଏହି ପବିତ୍ର ଦ୍ବୀପ ବାଲିରୁ ଆମେ ଜି-୨୦ର ଅଧ୍ୟକ୍ଷତା ଗ୍ରହଣ କରିବା ଭାରତ ପାଇଁ ଅତ୍ୟନ୍ତ ଶୁଭ ସଂଯୋଗ। ଭାରତ ଏବଂ ବାଲି ମଧ୍ୟରେ ଅତି ପ୍ରାଚୀନ ସମ୍ପର୍କ ରହିଛି।

ମହାମହିମଗଣ,

ଭାରତ ଜି-୨୦ର ଦାୟିତ୍ବ ଏଭଳି ଏକ ମୁହୂର୍ତ୍ତରେ ଗ୍ରହଣ କରୁଛି ଯେତେବେଳେ ସାରା ବିଶ୍ବ ଭୂ-ରାଜନୈତିକ ଉତ୍ତେଜନା, ଆର୍ଥିକ ମାନ୍ଦାବସ୍ଥା, ଖାଦ୍ୟଶସ୍ୟ ଏବଂ ଇନ୍ଧନର ବର୍ଦ୍ଧିତ ଦର ଏବଂ ମହାମାରୀର ଦୀର୍ଘକାଳୀନ ଦୁଷ୍ପ୍ରଭାବ ସହ ଏକ ସମୟରେ ସଂଘର୍ଷ କରୁଛି। ଏଭଳି ଏକ ସମୟରେ ବିଶ୍ବ ଜି-୨୦ ଆଡ଼କୁ ଆଶାପୂର୍ଣ୍ଣ ଦୃଷ୍ଟିରେ ଚାହିଁଛି। ଆଜି ମୁଁ ଏହି ଆଶ୍ବାସନା ଦେବାକୁ ଚାହୁଁଛି ଯେ ଭାରତର ଜି-୨୦ ଅଧ୍ୟକ୍ଷତା ସମାବେଶୀ, ଆକାଂକ୍ଷୀ, ନିର୍ଣ୍ଣାୟକ ଏବଂ କାର୍ଯ୍ୟାନୁଷ୍ଠାନ ଆଧାରିତ ହେବ।

ମହାମହିମଗଣ,

ଆସନ୍ତା ବର୍ଷ ଆମେ ଏହି ପ୍ରୟାସ କରିବୁ ଯେ ଜି-୨୦ ନୂଆ ବିଚାରର ପରିକଳ୍ପନା ଲାଗି, ଆହୁରି ଅଧିକ ସାମୁହିକ କାର୍ଯ୍ୟାନୁଷ୍ଠାନକୁ ତ୍ବରାନ୍ବିତ କରିବା ଲାଗି, ଏକ ଗ୍ଲୋବାଲ ପ୍ରାଇମ ମୁଭର ଭାବେ କାମ କରିବ। ପ୍ରାକୃତିକ ସମ୍ବଳ ଉପରେ ମାଲିକାନା ମନୋଭାବ ଆଜି ସଂଘର୍ଷକୁ ଜନ୍ମ ଦେଉଛି। ଏହା ହିଁ ପରିବେଶ ଦୁର୍ଦ୍ଦଶାର ମୁଖ୍ୟ କାରଣ ପାଲଟିଛି। ପୃଥିବୀର ସୁରକ୍ଷିତ ଭବିଷ୍ୟତ ଲାଗି, ଟ୍ରଷ୍ଟିଶିପ ବା ସଂରକ୍ଷକ ଭାବନା ରହିବା ଏକମାତ୍ର ସମାଧାନ ଅଟେ। ଏଥିରେ ଲାଇଫ୍‌ ବା ‘ଲାଇଫଷ୍ଟାଇଟ୍‌ ଫର ଏନଭାୟରନମେଣ୍ଟ’ (ପରିବେଶ ପାଇଁ ଜୀବନଶୈଳୀ) ଅଭିଯାନ ଏକ ବଡ଼ ଯୋଗଦାନ ଦେଇପାରିବ। ଏହାର ଉଦ୍ଦେଶ୍ୟ ହେଉଛି ଦୀର୍ଘସ୍ଥାୟୀ ଜୀବନଶୈଳୀକୁ ଏକ ଜନ-ଆନ୍ଦୋଳନରେ ପରିଣତ କରିବା।

ମହାମହିମଗଣ,

ଆଜିର ଆବଶ୍ୟକତା ହେଉଛି ବିକାଶର ଲାଭ ସର୍ବ-ସ୍ପର୍ଶୀ ଏବଂ ସର୍ବ-ସମାବେଶୀ ହେଉ। ଆମକୁ କରୁଣା ଏବଂ ଏକାତ୍ମତା ଭାବନା ନେଇ ପ୍ରତ୍ୟେକ ଲୋକଙ୍କ ନିକଟରେ ବିକାଶର ଲାଭ ପହଞ୍ଚାଇବାକୁ ହେବ। ବିଶ୍ବର ବିକାଶ ମହିଳାଙ୍କ ଭାଗିଦାରୀ ବିନା ଅସମ୍ଭବ । ଆମକୁ ନିଜ ଜି-୨୦ ଏଜେଣ୍ଟରେ ମହିଳାଙ୍କ ନେତୃତ୍ବାଧୀନ ବିକାଶ ଉପରେ ପ୍ରାଥମିକତା ବଜାୟ ରଖିବାକୁ ହେବ। ଶାନ୍ତି ଓ ସୁରକ୍ଷା ବିନା ଆମର ଆଗାମୀ ପିଢ଼ି ଆର୍ଥିକ ବିକାଶ କିମ୍ବା ପ୍ରଯୁକ୍ତି ନବୋନ୍ମେଷର ଲାଭ ଗ୍ରହଣ କରିପାରିବ ନାହିଁ। ଜି-୨୦କୁ ଶାନ୍ତି ଏବଂ ସୌହାର୍ଦ୍ଦ୍ୟର ସପକ୍ଷରେ ଏକ ଦୃଢ଼ ବାର୍ତ୍ତା ଦେବାକୁ ହେବ। ଏ ସବୁ ପ୍ରାଥମିକତା, ଭାରତର ଜି-୨୦ ଅଧ୍ୟକ୍ଷତାର ବିଷୟବସ୍ତୁ – ‘‘ଏକ ପୃଥିବୀ, ଏକ ପରିବାର, ଏକ ଭବିଷ୍ୟତ’’-ରେ ସମ୍ପୂର୍ଣ୍ଣ ଭାବେ ସମାହିତ ହୋଇ ରହିଛି।

ମହାମହିମଗଣ,

ଜି-୨୦ର ଅଧ୍ୟକ୍ଷତା ଗ୍ରହଣ କରିବା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ। ଆମେ ଆମ ଦେଶର ବିଭିନ୍ନ ସହର ଏବଂ ରାଜ୍ୟରେ, ଜି-୨୦ର ବୈଠକମାନ ଆୟୋଜନ କରିବୁ। ଆମର ଅତିଥିମାନଙ୍କୁ ଭାରତର ଅଦ୍ଭୂତ ବିବିଧତା, ସମାବେଶୀ ପରମ୍ପରା ଏବଂ ସାଂସ୍କୃତିକ ସମୃଦ୍ଧିର ସମ୍ପୂର୍ଣ୍ଣ ଅନୁଭବ ମିଳିପାରିବ। ଆମେ କାମନା କରୁଛୁ ଯେ ଆପଣମାନେ ସମସ୍ତେ ‘ମଦର ଅଫ୍‌ ଡେମୋକ୍ରେସୀ’ (ଗଣତନ୍ତ୍ରର ଜନ୍ମଦାତ୍ରୀ) ଭାରତରେ ଏହି ଅଦ୍ବିତୀୟ ଉତ୍ସବରେ ସହଭାଗୀ ହେବେ। ଆମେ ସମସ୍ତେ ମିଶି ଜି-୨୦ ସମୂହକୁ ବିଶ୍ବ ପରିବର୍ତ୍ତନର ଏକ ବାହକରେ ପରିଣତ କରିପାରିବା।

ଅନେକ ଅନେକ ଧନ୍ୟବାଦ।

ଉଦଯାପନୀ ଅଧିବେଶନ ଜି-୨୦ ଶିଖର ସମ୍ମିଳନୀ ପ୍ରଧାନମନ୍ତ୍ରୀ ମୋଦୀ ବାଲି
Share. Facebook Twitter LinkedIn Email WhatsApp Copy Link

Related Posts

ବନ୍ୟା ପରିସ୍ଥିତି ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ଚାରି ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

August 1, 2026

ବନ୍ୟା ମୁକାବିଲା ନିମନ୍ତେ କେନ୍ଦ୍ରର ୨,୧୧୭ କୋଟି ଟଙ୍କା ସହାୟତା, ଓଡ଼ିଶା ପାଇଁ ୫୦୦ କୋଟି

August 1, 2026

ମହାନଦୀ ଜଳ ବିବାଦ, ଆସନ୍ତା ଦୀପାବଳୀ ବେଳକୁ ଶୁଭ ଖବର ମିଳିବ ବୋଲି କହିଲେ ମୁଖ୍ୟମନ୍ତ୍ରୀ

August 1, 2026

ମୁଖ୍ୟମନ୍ତ୍ରୀଙ୍କ ବନ୍ୟାଞ୍ଚଳ ପରିଦର୍ଶନ, ୫ଟି ଜିଲ୍ଲାର ୧୨ରୁ ଅଧିକ ବ୍ଲକରେ ବନ୍ୟାସ୍ଥିତି ଅନୁଧ୍ୟାନ

August 1, 2026
Latest News

କ୍ୟାବିନେଟ୍ ବୈଠକ: ୬ ବିଭାଗର ୧୧ ପ୍ରସ୍ତାବକୁ ମଞ୍ଜୁରୀ

August 2, 2026

‘ବୃକ୍ଷ ହିଁ ଜୀବନ’ ପ୍ରବନ୍ଧ ପ୍ରତିଯୋଗିତା : ପରିବେଶ ସୁରକ୍ଷାର ବାର୍ତ୍ତା ଦେଲେ କୁନି ପ୍ରତିଭା

August 2, 2026

ଯୁଯୁମୁରା ଉପବଜାର ପ୍ରାଙ୍ଗଣରେ ମେଗା ରକ୍ତଦାନ ଶିବିର

August 2, 2026

ବନ୍ୟା ପ୍ରଭାବିତ ଅଞ୍ଚଳରେ ଓମ୍‌ଫେଡ୍‌ ପକ୍ଷରୁ ବ୍ୟାପକ ଗୋଖାଦ୍ୟ ବଣ୍ଟନ; ୪ ଦିନରେ ୫୦୪ ମେଟ୍ରିକ୍ ଟନ୍ ବିତରଣ, ଲକ୍ଷ୍ୟ ୧୦୦୦ ମେଟ୍ରିକ୍ ଟନ୍

August 1, 2026

ବନ୍ୟା ପରିସ୍ଥିତି ରିଲିଫ୍‌ ଓ ପୁନରୁଦ୍ଧାର କାର୍ଯ୍ୟ ତଦାରଖ ପାଇଁ ଚାରି ମନ୍ତ୍ରୀଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

August 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.