ଶିକ୍ଷଣ ପରିପୂରଣ କାର୍ଯ୍ୟକ୍ରମର ମଧ୍ୟବର୍ତ୍ତୀକାଳୀନ ଆକଳନ ଆରମ୍ଭ

Published: Nov 17, 2022, 10:19 pm IST

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବଙ୍କ ପତ୍ର ସଂଖ୍ୟା ୧୩୧୧୫ ତା. ୧୭.୧୦.୨୦୨୨ ରିଖ ଅନୁଯାୟୀ ଶିକ୍ଷଣ ପରିପୂରଣ କାଯ୍ୟକ୍ରମର ସଫଳ ପରିଚାଳନା ନିମନ୍ତେ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି କାଯ୍ୟକ୍ରମ ଚଳିତ ମାସ ୧୧ ତାରିଖଠାରୁ ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟମାନଙ୍କରେ ଆରମ୍ଭ କରାଯାଇଛି।

ଏହି କାଯ୍ୟକ୍ରମ ତୃତୀୟରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ । ୫୦ଟି କାର୍ଯ୍ୟ ଦିବସ ସମ୍ବଳିତ ଏହି କାର୍ଯ୍ୟକ୍ରମରେ ଗଣିତ, ଇଂରାଜୀ, ବିଜ୍ଞାନ ଏବଂ ଓଡିଆ (କେବଳ ତୃତୀୟ ଶ୍ରେଣୀ ପାଇଁ) ବିଷୟର ଅଭ୍ୟାସ କାର୍ଯ୍ୟ ପୁସ୍ତିକା ଛାତ୍ରଛାତ୍ରୀମାନଙ୍କୁ ଯୋଗାଇ ଦିଆଯାଇଛି । ଏଥି ନିମନ୍ତେ ଦିବସ ଅନୁଯାୟୀ କାର୍ଯ୍ୟସୂଚୀ ଶିକ୍ଷକମାନଙ୍କୁ ତାଲିମ ପଦାନ କରାଯାଇଛି । ଏହା ପୂର୍ବରୁ ଛାତ୍ରଛାତ୍ରୀମାନଙ୍କର ପ୍ରାରମ୍ଭିକ ମାନ ନିର୍ଦ୍ଧାରଣ ((Baseline
Assessment)) କରାଯାଇଛି ।

ଏହା ଏକ ସମୟଭିତ୍ତିକ କାର୍ଯ୍ୟକ୍ରମ ହୋଇଥିବାରୁ ଛାତ୍ରଛାତ୍ରୀମାନଙ୍କର ଶତପ୍ରତିଶତ ଉପସ୍ଥାନ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ସମସ୍ତ ଜିଲ୍ଲାପାଳମାନଙ୍କୁ ଅନୁରୋଧ କରାଯାଇଛି । ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ଉଦ୍ଦେଶ୍ୟରେ ରାଜ୍ୟ, ଜିଲ୍ଲା, ବ୍ଲକ ଓ କ୍ଲଷ୍ଟର ସ୍ତରରେ ତଦାରଖ ପାଇଁ ମନୋନୀତ ସଂସ୍ଥା ଦ୍ୱାରା Web Portal ଏବଂ Mobile App ର ବ୍ୟବହାର କରାଯାଉଛି । ଏହାର ସଠିକ ବ୍ୟବହାର ନିମନ୍ତେ ଜିଲ୍ଲା ସ୍ତରର ଅଧିକାରୀ ତଥା ସଂଯୋଜକମାନଙ୍କୁ ତାଲିମ ଦିିଆଯାଇଛି ।

ଅଭିଭାବକ ଓ ବିଦ୍ୟାଳୟ ପରିଚାଳନା କମିଟିର ((SMC) ସଦସ୍ୟମାନଙ୍କ ଅବଗତି ନିମନ୍ତେ PTA ଏବଂ SMC ବୈଠକର ଆଝୟାଜନ କରିବାକୁ ପରାମର୍ଶ ଦିିଆଯାଇଛି । ଏହି କାର୍ଯ୍ୟକ୍ରମର ଅଗ୍ରଗତି ଜିଲ୍ଲା ସ୍ତରର DRM ବୈଠକରେ ଆଲୋଚନା ପାଇଁ ନିର୍ଦ୍ଦେଶ ଦିିଆଯାଇଛି । ଏହି କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀମାନଙ୍କ ପାଇଁ ମଧ୍ୟବର୍ତ୍ତୀକାଳୀନ ଆକଳନ ((Mid Term)) ଏବଂ ଅନ୍ତିମକାଳୀନ ଆକଳନ ((End Term Assessment) କରିବା ପାଇଁ ବ୍ୟବସ୍ଥା କରାଯାଇଛି ।

ମଧ୍ୟବର୍ତ୍ତୀକାଳୀନ ଆକଳନ ((Mid Term Assessment) ତା. ୧୭.୧୧.୨୨ ରିଖଠାରୁ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟମାନଙ୍କରେ ଆରମ୍ଭ କରାଯାଇଛି । ଏହି ଆକଳନ ତା. ୧୯.୧୧.୨୨ ରିଖ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟମାନଙ୍କରେ କରାଯିବା ପାଇଁ ବିଭାଗ ତରଫରୁ ନିର୍ଦ୍ଦେଶ ଦିଆଯାଇଛି ।

Related posts