Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀ ନୂତନ ନିଯୁକ୍ତଙ୍କୁ ବାଣ୍ଟିଲେ ପ୍ରାୟ ୭୧୦୦୦ ନିଯୁକ୍ତିପତ୍ର
ବିଶେଷ ଖବର

ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀ ନୂତନ ନିଯୁକ୍ତଙ୍କୁ ବାଣ୍ଟିଲେ ପ୍ରାୟ ୭୧୦୦୦ ନିଯୁକ୍ତିପତ୍ର

November 22, 2022No Comments5 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆଭାସୀ ମାଧ୍ୟମରେ ଆୟୋଜିତ ରୋଜଗାର ମେଳାରେ ପ୍ରାୟ ୭୧୦୦୦ ନବନିଯୁକ୍ତିଙ୍କୁ ନିଯୁକ୍ତିପତ୍ର ବାଣ୍ଟିଛନ୍ତି। ଏହି ରୋଜଗାର ମେଳା ଏକ ଉତ୍‌ପ୍ରେରକ ଭାବେ କର୍ମନିଯୁକ୍ତି  ବୃଦ୍ଧି କରିବା ସହ ଜାତୀୟ ବିକାଶରେ ଯୁବାଗୋଷ୍ଠୀଙ୍କୁ  ସିଧାସଳଖ ସେମାନଙ୍କ ଅବଦାନ ନିମନ୍ତେ ସଶକ୍ତ କରିବ।

ପୂର୍ବରୁ ଅକ୍ଟୋବର ମାସରେ ରୋଜଗାର ମେଳା ଅଧୀନରେ ନବନିଯୁକ୍ତଙ୍କୁ ୭୫ହଜାର ନିଯୁକ୍ତିପତ୍ର  ପ୍ରଦାନ କରାଯାଇଥିଲା।

ସମବେତ ନିଯୁକ୍ତିଧାରୀଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତର ୪୫ରୁ ଅଧିକ ସହରରେ ୭୧ହଜାରରୁ ଅଧିକ ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି। ଏହା ଅନେକ ପରିବାର ନିମନ୍ତେ ହସଖୁସିର ନୂତନ ଯୁଗ ଆରମ୍ଭ କରିବ। ଧନତରାସ ଦିନ କେନ୍ଦ୍ର ସରକାର ୭୫ହଜାର ଯୁବକଯୁବତୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। “ଆଜିର ରୋଜଗାର ମେଳା ଏକ ପ୍ରମାଣ ଯେ କେନ୍ଦ୍ର ସରକାର ଦେଶର ଯୁବ ସମାଜକୁ ମିଶନ ମୋଡରେ ରୋଜଗାର ସୁଯୋଗ ପ୍ରଦାନ କରୁଛନ୍ତି”  ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ମାସକ ପୂର୍ବରୁ ଆରମ୍ଭ କରାଯାଇଥିବା ରୋଜଗାର ମେଳାର ଅବତାରଣାର କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଅନେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସମୟେ ସମୟେ ଏପରି ରୋଜଗାର ମେଳାମାନ ଆୟୋଜନ କରିବେ। ମହାରାଷ୍ଟ୍ର, ଉତ୍ତରପ୍ରଦେଶ, ଗୁଜରାଟ,ଜମ୍ମୁ ଓ କଶ୍ମୀର, ଲଦାଖ, ଆଣ୍ଡାମାନ ଏବଂ ନିକୋବାର, ଲାକ୍ଷାଦ୍ୱୀପ, ଦାମନ ଓ ଡିଉ, ଦାଦ୍ରା ଓ ନଗର ହାବେଳୀ ଏବଂ ଚଣ୍ଡୀଗଡର ସରକାରଗଣ ହଜାର ହଜାର ଯୁବକ-ଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରି ଥିବାରୁ ସେ ସନ୍ତୋଷ ପ୍ରକଟ କରିଥିଲେ। ଅଳ୍ପଦିନ ମଧ୍ୟରେ ଗୋଆ ଓ ତ୍ରିପୁରା ଏପରି ନିଯୁକ୍ତି ମେଳା ଆରମ୍ଭ କରିବେ ବୋଲି ସେ କହିଥିଲେ। ଏପରି ବିଶାଳ ପଦକ୍ଷେପର ଶ୍ରେୟ ପ୍ରଧାନମନ୍ତ୍ରୀ ଡବଲ ଇଞ୍ଜିନ ସରକାରକୁ ଦେବା ସହ ଭାରତର ଯୁବଶକ୍ତିକୁ ସଶସ୍ତ୍ର କରିବା ପାଇଁ ଏଭଳି ନିଯୁକ୍ତି ମେଳା ସମୟେ ସମୟେ ଆୟୋଜି ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯୁବଶକ୍ତି ହେଉଛି ଦେଶର ସବୁଠାରୁ ବଡ ବଳ। କେନ୍ଦ୍ର ସରକାର ସେମାନଙ୍କ ମେଧା ଓ ଶକ୍ତିକୁ ଦେଶ ଗଠନରେ ଉପଯୋଗ କରିବା ପାଇଁ ସର୍ବୋଚ୍ଚ ପ୍ରାଥମିକତା ଦେଉଛନ୍ତି। ସେ ନୂତନ ଜନ ସେବକଙ୍କୁ ସ୍ୱାଗତ ଓ ଅଭିନନ୍ଦନ ଜଣାଇଥିଲେ। ସେମାନେ ଏକ ସ୍ୱତନ୍ତ୍ର ସମୟ କାଳ ଅର୍ଥାତ୍ ଅମୃତକାଳରେ ଏହି ପ୍ରକାର ଗୁରୁଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି ବୋଲି ଶ୍ରୀ ମୋଦୀ ସେମାନଙ୍କୁ ସ୍ମରଣ କରାଇ ଦେଇଥିଲେ। ଅମୃତ କାଳ ମଧ୍ୟରେ ଭାରତ ଏକ ଉନ୍ନତ ରାଷ୍ଟ୍ରରେ ପରିଣତ ହେବାକୁ ନେଇଥିବା ସଂକଳ୍ପ ଉପରେ ସେ ଆଲୋକପାତ କରିଥିଲେ। କେନ୍ଦ୍ର ସରକାରଙ୍କ ପ୍ରତିନିଧି ହିସାବରେ ସେମାନେ ନିଜର ଭୂମିକା ଓ କର୍ତ୍ତବ୍ୟକୁ ବିସ୍ତୃତଭାବେ ବୁଝିବା ଉଚିତ ଓ ସବୁବେଳେ କର୍ତ୍ତବ୍ୟ ସମ୍ପାଦନ କରିବାକୁ ସାମର୍ଥ୍ୟ ବୃଦ୍ଧି କରିବାକୁ ଶ୍ରୀ ମୋଦୀ ସେମାନଙ୍କୁ କହିଥିଲେ।

ଆଜି ଆରମ୍ଭ ହୋଇଥିବା କର୍ମଯୋଗୀ ଭାରତ ପ୍ରଯୁକ୍ତି ମଞ୍ଚ ଉପରେ ଆଲୋକପାତ କରି ସରକାରୀ କର୍ମଚାରୀଙ୍କ ନିମନ୍ତେ ଅନେକ ଅନଲାଇନ ପାଠ୍ୟକ୍ରମ ଉପଲବ୍ଧ ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଥିଲେ। ସରକାରୀ କର୍ମଚାରୀଙ୍କ ନିମନ୍ତେ ପ୍ରସ୍ତୁତ ସ୍ୱତନ୍ତ୍ର ପାଠ୍ୟକ୍ରମ କର୍ମଯୋଗୁ ପ୍ରାରମ୍ଭ ଉପରେ ଗୁରୁତ୍ୱାଆରୋପ କରି ନବନିଯୁକ୍ତିମାନଙ୍କୁ ଏହାକୁ ଅମୂଳଚୂଳ ପାଠ କରିବାକୁ ପରାମର୍ଶ ଦେଇଥିଲେ। ଏଥିରେ ଥିବା ସୁବିଧା ଉପରେ ସୂଚନା ଦେଇ ପ୍ରଧାନମନ୍ତ୍ରୀଏହା ସେମାନଙ୍କ କୌଶଳ ବିକାଶର ଏକ ବିରାଟ ଉତ୍ସ ହେବା ସହ ଭବିଷ୍ୟତରେ ସେମାନଙ୍କୁ ସାହାଯ୍ୟ କରିବ ବୋଲି କହିଥିଲେ।

ବୈଶ୍ୱିକ ମହାମାରୀ ଓ ଯୁଦ୍ଧ ଯୋଗୁଁ ବିଶ୍ୱସ୍ତରରେ ଯୁବ ସମାଜ ପାଇଁ ସୃଷ୍ଟି ହୋଇଥିବା ଜଟିଳତା ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ କହିଥିଲେ। ବର୍ତ୍ତମାନର କଷ୍ଟକର ସମୟରେ ମଧ୍ୟ ଭାରତର ଅଭିବୃଦ୍ଧି ଗତି ସମ୍ପର୍କରେ ବିଶେଷଜ୍ଞ ମାନେ ବେଶ୍ ଆଶାବାଦୀ। ବିଶେଷଜ୍ଞଙ୍କ ମତରେ ଭାରତ ସେବା କ୍ଷେତ୍ରରେ ଏକ ପ୍ରମୁଖ ଶକ୍ତି ହୋଇଥିବାବେଳେ ନିର୍ମାଣ କ୍ଷେତ୍ରରେ ଏହା ବୈଶ୍ୱିକ କେନ୍ଦ୍ର ହେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ପିଏଲଆଇ ଭଳି ପଦକ୍ଷେପ ଏ କ୍ଷେତ୍ରରେ ଏକ ବିରାଟ ଭୂମିକା ଗ୍ରହଣ କରିବ। ଏଥିରେ ଯୁବଗୋଷ୍ଠୀ ଓ କୁଶଳୀ ମାନବସମ୍ବଳ ହିଁ ଏହାର ମୂଳଦୁଆ ଭାବେ କାର୍ଯ୍ୟ କରିବେ। ପିଏଲଆଇ ଯୋଜନା କେବଳ ୬୦ଲକ୍ଷ ନିଯୁକ୍ତି ସୃଷ୍ଟି କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ମେକ୍ ଇନ୍ ଇଣ୍ଡିଆ, ଭୋକାଲ ଫର ଲୋକାଲ, ଟେକିଂ ଗ୍ଲୋବାଲ, ଗ୍ଲୋବାଲ ନିଯୁକ୍ତି ଓ ଆତ୍ମନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି  ବୋଲି ସେ କହିଥିଲେ। ଉଭୟ ସରକାରୀ ଓ ଘରୋଇ କ୍ଷେତ୍ରରେ ନିଯୁକ୍ତି ସମ୍ଭାବନା ନିରବଚ୍ଛିନ୍ନ୍ ଭାବେ ବୃଦ୍ଧି ପାଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଯୁବକ-ଯୁବତୀମାନଙ୍କ ନିମନ୍ତେ ଏହି ସୁଯୋଗ ସେମାନଙ୍କ ନିଜସ୍ୱ ସହର ଓ ଗ୍ରାମରେ ଉପଲବ୍ଧ ହେଉଛି। ଏହା ସେମାନଙ୍କୁ ବାହାରକୁ ପଳାୟନ କରିବାର ବାଧ୍ୟବାଧ୍ୟକତା ହ୍ରାସ କରିବା ସହ ସେମାନେ ନିଜ ଅଞ୍ଚଳର ବିକାଶରେ ଭୂମିକା ଗ୍ରହଣ କରିପାରିବେ” ବୋଲି ସେ କହିଥିଲେ।

କିପରି ନୂତନ ସୁଯୋଗ ଷ୍ଟାର୍ଟଅପ୍‌ରୁ ଆରମ୍ଭ କରି ଆତ୍ମନିଯୁକ୍ତି ଓ ମହାକାଶଠାରୁ ଡ୍ରୋନ ପର୍ଯ୍ୟନ୍ତ ଲମ୍ବିଛି ବୋଲି ସେ କହିଥିଲେ। ୮୦,୦୦୦ ଷ୍ଟାର୍ଟ-ଅପ୍ ଦେଶର ଯୁବକ-ଯୁବତୀମାନଙ୍କୁ ସେମାନଙ୍କ ମେଧା ପ୍ରଦର୍ଶନ ପାଇଁ ସୁଯୋଗ ଦେଇଛନ୍ତି । ଡ୍ରୋନ ଆଜିକାଲି ଔଷଧ, କୀଟନାଶକ, ସ୍ୱାମୀତ୍ୱ ଯୋଜନାରେ ମାନଚିତ୍ର ଅଙ୍କନ ଓ ପ୍ରତିରକ୍ଷା କ୍ଷେତ୍ରରେ ବହୁଳ ଭାବେ ପ୍ରୟୋଗ କରାଯାଉଛି। ଏହା ଯୁବଗୋଷ୍ଠୀ ପାଇଁ ନୂତନ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରୁଛି। କିଛିଦିନ ଆଗରୁ ଭାରତର ପ୍ରଥମ ଘରୋଇ ମହାକାଶ ରକେଟ ପ୍ରକ୍ଷେପଣ ବିଷୟ ସ୍ମରଣ କରି ପ୍ରଧାନମନ୍ତ୍ରୀ ଏହାକୁ ଘରୋଇ କ୍ଷେତ୍ର ପାଇଁ ଉନ୍ମୁକ୍ତ କରିବା ସହ କିପରି ନିଯୁକ୍ତି ସୁଯୋଗ ସୃଷ୍ଟି ହେଉଛି ତା’ର ପ୍ରଶଂସା କରିଥିଲେ। ସେ ମଧ୍ୟ ୩୫ କୋଟିରୁ ଅଧିକ ମୁଦ୍ରାଋଣ ମଞ୍ଜୁର ହୋଇଥିବା ବିଷୟରେ ଅବତାରଣା କରିଥିଲେ। ଗବେଷଣା ଓ ନବୋନ୍ମେଷ କ୍ଷେତ୍ରରେ ହୋଇଥିବା ଅଗ୍ରଗତି ଯୋଗୁଁ ଦେଶରେ କିପରି ନୂତନ ନିଯୁକ୍ତି ସୁଯୋଗ ବୃଦ୍ଧି ହୋଇଛି ତାହା ସେ ପ୍ରକାଶ କରିଥିଲେ।

ପ୍ରଧାନମନ୍ତ୍ରୀ ନବନିଯୁକ୍ତି ମାନଙ୍କ ନୂତନ ସୁଯୋଗଗୁଡିକର ସଦ୍‌ବ୍ୟବହାର କରିବାକୁ ନିବେଦନ କରିଥିଲେ। ସେ କହିଥିଲେ ଯେ ଏହି ନିଯୁକ୍ତି କେବଳ ମାତ୍ର ପ୍ରବେଶ ଓ ଏହା ସେମାନଙ୍କ ପାଇଁ ଅଭିବୃଦ୍ଧିର ବିଶାଳପଥ ଉନ୍ମୁକ୍ତ କରିଛି ଓ ଏଥିପାଇଁ ହକ୍‌ଦାର ପ୍ରାର୍ଥୀ ଭଳି ଅଭିଜ୍ଞତାଓ ନିଜର ବରିଷ୍ଠ ସହକର୍ମୀଙ୍କଠାରୁ ଶିଖିବାକୁ ସେ ପରାମର୍ଶ ଦେଇଥିଲେ। ନଜର ଅଭିଜ୍ଞତାକୁ ଅନ୍ୟମାନଙ୍କ ସହ ସେୟାର କରି କହିଥିଲେ ଯେ କେବେ ମଧ ନିଜ ଭିତରେ ଥିବା ଆତ୍ମାରୂପୀ ଛାତ୍ରକୁ ଧ୍ୱଂସ ହେବାକୁ ଦିଅନାହିଁ। ପ୍ରଧାନମନ୍ତ୍ରୀ ନବନିଯୁକ୍ତିଙ୍କୁ ସେମାନଙ୍କ ଅଭିଜ୍ଞତା ଅନଲାଇନରେ ସେୟାର କରି କର୍ମଯୋଗୀ ଭାରତ ପ୍ଲାଟଫର୍ମ ସମ୍ପର୍କରେ ଫିଡବ୍ୟାଙ୍କ ଦେଇ ଏହାକୁ ଉନ୍ନତ କରିବା ନେଇ ପରାମର୍ଶ ଦେଇଥିଲେ। “ଆମେ ଭାରତକୁ ଉନ୍ନତ ରାଷ୍ଟ୍ରକରି ଗଢି ତୋଲିବା ରାସ୍ତାରେ ଅଛୁଁ। ଏହି ଲକ୍ଷ୍ୟ ନେଇ ଚାଲନ୍ତୁ ଆଗେଇଯିବା” କହି ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟ ଶେଷ କରିଥିଲେ।

ପୃଷ୍ଠଭୂମି- କର୍ମନିଯୁକ୍ତି ସୃଷ୍ଟିକୁ ସର୍ବୋଚ୍ଚ  ଅଗ୍ରାଧିକାର ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଅଙ୍ଗୀକାରବଦ୍ଧତାର ନିଦର୍ଶନ ହେଉଛି ରୋଜଗାର ମେଳା। ରୋଜଗାର ମେଳା ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ ଅନୁପ୍ରେରିତ କରିବା ତଥା ଯୁବଗୋଷ୍ଠୀଙ୍କୁ ସଶକ୍ତ କରିବା ସହ ଜାତୀୟ ବିକାଶରେ ସେମାନଙ୍କ ପ୍ରତ୍ୟକ୍ଷ ଅଂଶୀଦାରୀତା ସୁନିଶ୍ଚିତ କରିବ। ନୂତନ ଭାବେ ପ୍ରବର୍ତ୍ତିତ ରୋଜଗାର ମେଳା ଜରିଆରେ ଗତ ଅକ୍ଟୋବର ମାସରେ ୭୫ହଜାର ନିଯୁକ୍ତିପତ୍ର ପ୍ରଦାନ କରାଯାଇଥିଲା।

(ଗୁଜରାଟ ଓ ହିମାଚଳ ପ୍ରଦେଶ) ଛାଡି ଦେଶର ୪୫ଟି ସ୍ଥାନରେ ନିଯୁକ୍ତିପତ୍ରର ନକଲ ସିଧାସଳଖ ପ୍ରଦାନ କରାଯିବ। ଆଗରୁ ପୂରଣ କରାଯାଇଥିବା ପଦବୀଗୁଡିକ ସହ ଶିକ୍ଷକ, ଶିକ୍ଷକ, ଅଧ୍ୟାପକ, ସେବିକା, ସେବିକା ଅଧିକାରୀ, ଡାକ୍ତର, ଫର୍ମାସିଷ୍ଟି, ରେଡିଓଗ୍ରାଫର ଓ ଅନ୍ୟାନ୍ୟ ବୈଷୟିକ ଓ ପାରା ମେଡିକାଲ କର୍ମଚାରୀ ପଦବୀ ମଧ୍ୟ ପୂରଣ କରାଯିବ। ସିଏପିଏଫର ବିଭିନ୍ନ  ପଦବୀ ଗୃହମନ୍ତ୍ରଣାଳୟ ଜରିଆରେ ପୂରଣ କରାଯାଇଛି।

ପ୍ରଧାନମନ୍ତ୍ରୀ ମଧ୍ୟ କର୍ମଯୋଗ ପ୍ରାରମ୍ଭ ମୋଡୁଲ ଶୁଭାରମ୍ଭ କରିଛନ୍ତି। ନୂତନ କର୍ମଚାରୀମାନଙ୍କ ନିମନ୍ତେ ଏହା ଏକ ଅନଲାଇନ ପାଠ୍ୟକ୍ରମ ସରକାରଙ୍କ ବିଭିନ୍ନ ବିଭାଗ ଦ୍ୱାରା ପରିଚାଳିତ ହେଉଛି। ଏଥିରେ ସରକାରୀ କର୍ମଚାରୀଙ୍କ ନିମନ୍ତେ ଆଚାର ସଂହିତା, କର୍ମସ୍ଥଳୀର ନୈତିକତା, ସଂହତି,  ମାନବ ସମ୍ବଳ ନୀତି ବ୍ୟତୀତ ସେମାନଙ୍କ ନୂତନ ଭୂମିକା ନେଇ ମାର୍ଗଦର୍ଶିକାମାନ ରହିଛି। ଏହା ଛଡା କୌଶଳ ବିକାଶ ନେଇ ସେମାନେ  igotkarmayogi.gov.in ଜରିଆରେ ଜାଣିବା ପାଇଁ ପର୍ଯ୍ୟାନ୍ତ ସୁଯୋଗ ପାଇବେ।

Share. Facebook Twitter LinkedIn Email WhatsApp Copy Link

Related Posts

କେରଳ ଏବେ ‘କେରଳମ’ ଭାବରେ ପରିଚିତ ହେବ: ନୂତନ ନାମକୁ ମୋଦି କ୍ୟାବିନେଟ୍ ର ମଞ୍ଜୁରୀ

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026
Latest News

ଜିଏମଆରସିର ଗିଫ୍ଟ ସିଟି-ଶାହପୁର ମେଟ୍ରୋ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରୀ

February 24, 2026

କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ‘ଦ ଟିଚର୍ ଆପ୍ ୨.୦’ର ଶୁଭାରମ୍ଭ

February 24, 2026

ବିଏସଏନଏଲ ଏବଂ ଟିଡବ୍ଲୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର

February 24, 2026

୨୦୨୬-୨୭ ଋତୁ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ୟାବିନେଟ ମଞ୍ଜୁରି

February 24, 2026

ଶ୍ରୀନଗର ଅନ୍ତର୍ଜାତୀୟ ବିମାନବନ୍ଦରରେ ସିଭିଲ୍ ଏନକ୍ଲେଭ୍ ସମ୍ପ୍ରସାରଣକୁ କ୍ୟାବିନେଟ୍ ମଞ୍ଜୁରି

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.