Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»‘Zee Media’ କୁ ଲାଗିଲା ଧକ୍କା, ସାମ୍ବାଦିକଙ୍କ ବିରୋଧରେ ମାମଲାକୁ କୋର୍ଟର ପ୍ରତ୍ୟାଖାନ
ଜାତୀୟ ଖବର

‘Zee Media’ କୁ ଲାଗିଲା ଧକ୍କା, ସାମ୍ବାଦିକଙ୍କ ବିରୋଧରେ ମାମଲାକୁ କୋର୍ଟର ପ୍ରତ୍ୟାଖାନ

November 23, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
'Zee Media' କୁ ଲାଗିଲା ଧକ୍କା, ସାମ୍ବାଦିକଙ୍କ ବିରୋଧରେ ମାମଲାକୁ କୋର୍ଟର ପ୍ରତ୍ୟାଖାନ

ନୂଆଦିଲ୍ଲୀ: ଜୀ ମିଡିଆ କର୍ପୋରେସନ୍ ଲିମିଟେଡ୍ ବା ZMCL ଦ୍ବାରା ଦାଖଲ ହୋଇଥିବା ଏକ ମାମଲାରେ ଦିଲ୍ଲୀ ହାଇକୋର୍ଟ ସାମ୍ବାଦିକ ପଲ୍କି ଶର୍ମା ଉପାଧ୍ୟାୟଙ୍କ ସପକ୍ଷରେ ରାୟ ପ୍ରଦାନ କରିଛନ୍ତି। ସେ କୌଣସି ଚ୍ୟାନେଲରେ କାମ କରି ପାରିବେ ନାହିଁ ବୋଲି ଜୀ ମିଡିଆ ତରଫରୁ ଯେଉଁ ଆବେଦନ କରାଯାଇଥିଲା ତାହାକୁ କୋର୍ଟ ପ୍ରତ୍ୟାଖାନ କରିଦେଇଛନ୍ତି। ତାଙ୍କୁ ଚାକିରୀରୁ ବାହାର କରିବା ପାଇଁ କୌଣସି ନିର୍ଦ୍ଦେଶ ଦିଆଯାଇ ପାରିବ ନାହିଁ ବୋଲି କୋର୍ଟ ରୋକଠୋକ କହିଛନ୍ତି।

ଦାଖଲ ହୋଇଥିବା ମକଦ୍ଦମାରେ ଜୀ ମିଡିଆ ଦାବି କରିଥିଲା ଯେ ଜୀ ର WION ଚ୍ୟାନେଲର ପୂର୍ବତନ ପରିଚାଳନା ସମ୍ପାଦକ ପଲ୍କି ଶର୍ମା ଉପାଧ୍ୟାୟ ଇସ୍ତଫା ବେଳେ କଂପାନୀର ବାଧ୍ୟତାମୂଳକ ନୋଟିସ ନୀତି ଏବଂ non-compete clause କୁ ଉଲ୍ଲଂଘନ କରିଛନ୍ତି। ଏଥିସହିତ ସେ  ‘ଗୋପନୀୟ ସୂଚନା’ ନିତିକୁ ଉଲ୍ଲଘଂନ କରିଛନ୍ତି। ଯାହାଫଳରେ ସେ ଜୀ ମିଡିଆର ପ୍ରତିଯୋଗୀ ଚ୍ୟାନେଲର ଲାଭ ପାଇଁ ବ୍ୟବହାର କରିବେ।

ଉପାଧ୍ୟାୟ ସେପ୍ଟେମ୍ବର ୨୦୨୨ ରେ ଜୀ ରୁ ଇସ୍ତଫା ଦେଇ ପରବର୍ତ୍ତୀ ସମୟରେ ନେଟୱର୍କ ୧୮ ବ୍ରଡକାଷ୍ଟ ଲିମିଟେଡର ପରିଚାଳନା ସମ୍ପାଦକ ଭାବେ ଯୋଗ ଦେଇଛନ୍ତି। ହେଲେ ସେ କଂପାନୀ ଇସ୍ତଫା ନିତିକୁ ଅବଲମ୍ବନ କରି ନାହାଁନ୍ତି କହି ଜୀ ମିଡିଆ କୋର୍ଟର ଦ୍ବାରସ୍ଥ ହୋଇଥିଲା। ଏହି ଆଧାରରେ ପଲ୍କିଙ୍କୁ ନ୍ୟୁଜ ୧୮ ଚାକିରିରୁ ବାହାର କରିବା କିମ୍ବା ସେଠାରେ ଚାକିରୀ ଜାରି ନ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଜୀ ଆବେଦନ କରିଥିଲା।

ଉପାଧ୍ୟାୟଙ୍କ ଆଇନ ପରାମର୍ଶଦାତା ସୈଫ ମହମ୍ମଦ ଏବଂ ଅନିଲ ସାପ୍ରା ଜୀ କୋର୍ଟରେ ଏପରି ଅପିଲକୁ ବିରୋଧ କରିଥିଲେ। ସେମାନେ ଯୁକ୍ତି ବାଢିଥିଲେ ଯେ ଏହି ମକଦ୍ଦମା ଆଦୌ ବିଚାର ଯୋଗ୍ୟ ନୁହେଁ। ସେମାନେ କୋର୍ଟଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ସେମାନଙ୍କର ମହକିଲଙ୍କର କୌଣସି ଗୋପନୀୟତା ଉଲ୍ଲଂଘନ କରିବାର ଉଦ୍ଦେଶ୍ୟ ନାହିଁ।  ଏହି ପରିପ୍ରେକ୍ଷୀରେ ଜୀ ଦ୍ବାରା ଆଗତ ଏହି ମାମଲା ସଂପୂର୍ଣ୍ଣ ଭିତ୍ତିହୀନ।

କୋର୍ଟ ‘ଜୀ ମିଡିଆ’ର ଓକିଲ ଜୟ ବସୁଙ୍କ ଯୁକ୍ତିରେ କୌଣସି ସକରାତ୍ମକ ତଥ୍ୟ ପାଇ ପାରିଲେ ନାହିଁ। ଫଳରେ ଉପାଧ୍ୟାୟଙ୍କୁ ଅନ୍ୟ କୌଣସି ଚ୍ୟାନେଲରେ କାମ କରିବାକୁ ବାରଣ କରାଯାଇପାରିବ ନାହିଁ ବୋଲି କୋର୍ଟ ରାୟରେ ଜଣାଇ ଦେଲେ।

Zee Media ଜୀ ମିଡିଆ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତକୁ ବଡ ଆଶ୍ୱସ୍ତି: ହର୍ମୁଜ୍ ପ୍ରଣାଳୀରେ ଦୁଇଟି LPG ଟ୍ୟାଙ୍କର ଆସିବାକୁ ଅନୁମତି ଦେଲା ଇରାନ

March 14, 2026

ଆଜି ମାର୍ଚ୍ଚ ୧୪ ଶନିବାରରେ ଏହି ରାଶିର ଭାଗ୍ୟରେ ଯାହା ଘଟିବ ଜାଣିଲେ ହେବେ ଆଶ୍ଚର୍ଯ୍ୟ

March 14, 2026

୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୧୯୧୩ କୋଟିର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର

March 13, 2026

ଯୁଦ୍ଧ ଯୋଗୁଁ ବିମାନ ଭଡ଼ା ବୃଦ୍ଧି କଲା ଇଣ୍ଡିଗୋ: ଆଜି ରାତି ୧୨ ଟା ପରେ ଲାଗୁ, ଜାଣନ୍ତୁ ନୂତନ ଦର

March 13, 2026
Latest News

ଭାରତକୁ ବଡ ଆଶ୍ୱସ୍ତି: ହର୍ମୁଜ୍ ପ୍ରଣାଳୀରେ ଦୁଇଟି LPG ଟ୍ୟାଙ୍କର ଆସିବାକୁ ଅନୁମତି ଦେଲା ଇରାନ

March 14, 2026

ଆଜି ମାର୍ଚ୍ଚ ୧୪ ଶନିବାରରେ ଏହି ରାଶିର ଭାଗ୍ୟରେ ଯାହା ଘଟିବ ଜାଣିଲେ ହେବେ ଆଶ୍ଚର୍ଯ୍ୟ

March 14, 2026

ବ୍ୟକ୍ତି, ସମାଜ ଓ ଜାତିର ଭବିଷ୍ୟତ ଗଢ଼ିବାରେ ଶିକ୍ଷା ମୁଖ୍ୟ ଭୂମିକା ନିଭାଏ: ରାଜ୍ୟପାଳ

March 13, 2026

ଅବହେଳିତ ଅବସ୍ଥାରେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷାକର୍ମଚାରୀ: ସମନ୍ୱୟ ସମିତି

March 13, 2026

୬ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ୧୯୧୩ କୋଟିର ଅତିରିକ୍ତ କେନ୍ଦ୍ରୀୟ ସହାୟତା ମଞ୍ଜୁର

March 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.