Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଫସଲ ବୀମା ନେଇ କୃଷିମନ୍ତ୍ରୀଙ୍କୁ ପାଠ ପଢାଇ ଦେଲେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ
ଜାତୀୟ ଖବର

ଫସଲ ବୀମା ନେଇ କୃଷିମନ୍ତ୍ରୀଙ୍କୁ ପାଠ ପଢାଇ ଦେଲେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ

November 28, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଫସଲ ବୀମା ନେଇ କୃଷିମନ୍ତ୍ରୀଙ୍କୁ ପାଠ ପଢାଇ ଦେଲେ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ

ଭୁବନେଶ୍ବର: ପ୍ରଥମ ଥର ପାଇଁ ଓଡିଶା ଉପନିର୍ବାଚନ ପ୍ରଚାରରେ ଆସିଥିଲେ ଦୁଇ ଜଣ କେନ୍ଦ୍ରମନ୍ତ୍ରୀ। ରେଳମନ୍ତ୍ରୀ ଅଶ୍ବନୀ ବୈଷ୍ଣବ ଏବଂ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ପଦ୍ମପୁରରେ ଏକ ବିଶାଳ ଜନସାମାଗମକୁ ଉଦବୋଧନ ଦେଇଛନ୍ତି। ତେବେ ଉଭୟ ଭୋଟ ଭିକ୍ଷା ଅପେକ୍ଷା ବିଜେଡି ସରକାର କିପରି ଭୁଲ କରିଛି ତାହା ବଖାଣି ଥିଲେ।

ପୂର୍ବରୁ ପଦ୍ମପୁରକୁ ରେଳ ଲାଇନ ଏବଂ ସେମାନଙ୍କୁ ଫସଲ ବୀମା ଦେବା ନେଇ ଉଭୟ ବିଜେଡି ଓ ବିଜେପି ମଧ୍ୟରେ ଚାଲିଛି ଛକାପଞ୍ଚା। ତାହାର ଏକ ବିସ୍ତୁତ ତଥ୍ୟ ଦେବା ପାଇଁ ଉଭୟ ମନ୍ତ୍ରୀଙ୍କୁ ପଦ୍ମପୁର ଉପନିର୍ବାଚନରେ ଛିଡା କରାଯାଇଥିଲା। ହେଲେ ଉଭୟ ମନ୍ତ୍ରୀ ବିଜେଡି ସରକାରଙ୍କୁ ଯେଉଁ ସବୁ ପ୍ରଶ୍ନ ପଚାରିଥିଲେ ତାହାକୁ ବାଏଁ ବାଏଁ ଉଡାଇ ଦେଲେ ବିଜେଡି ନେତା ତଥା ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ।

କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର– ବିଜେଡି ସରକାର ଫସଲ ବୀମା ନେଇ କେନ୍ଦ୍ର ସରକାରଙ୍କୁ ଦୋଷାରୋପ କରିବାରେ ଲାଗିଛନ୍ତି। ବର୍ତ୍ତମାନ କେନ୍ଦ୍ର ସରକାର ସମସ୍ତ ବୀମା ରାଶି ଜମା କରିସାରିଛନ୍ତି। ହେଲେ ରାଜ୍ୟ ସରକାର ଚାଷୀଙ୍କୁ କାହିଁକି ବୀମା ଟଙ୍କା ଦେଉ ନାହାଁନ୍ତି ?

ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ- କୃଷିମନ୍ତ୍ରୀ କିପରି ବିଭ୍ରାନ୍ତକର ତଥ୍ୟ ଦେଉଛନ୍ତା ତାହା ଆମକୁ ଆଶ୍ଚର୍ଯ୍ୟ କରୁଛି। କାରଣ ଚାଷୀଙ୍କ ବୀମା ରାଶି ସଂପୃକ୍ତି ବୀମା କଂପାନୀ ପ୍ରଦାନ କରିଥାଏ। ହେଲେ ତୋମାର କିପରି କହୁଛନ୍ତି ଯେ, କେନ୍ଦ୍ର ସରକାର ଟଙ୍କା ଜମା କଲେ। ସାଧାରଣତଃ ବୀମା ପାଇଁ ଚାଷୀ ପ୍ରିମିୟମ ଦେଇଥାଏ। ଏହାପରେ କ୍ଷତି ପୂରଣ ରାଶି ବୀମା କଂପାନୀ ଦେବ। ହେଲେ କେନ୍ଦ୍ର ସରକାର କିପରି ଟଙ୍କା ଜମା କଲେ ତାହା ଆଶ୍ଚର୍ଯ୍ୟ କରିଛି।

କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର- ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ରାଜ୍ୟ ସରକାର ବୀମା କମ୍ପାନୀମାନଙ୍କୁ ଚୟନ କରନ୍ତି, ସେମାନଙ୍କର ସହିତ ଚୁକ୍ତି କରନ୍ତି । ଫସଲ କ୍ଷୟକ୍ଷତି ରିପୋର୍ଟ ବି ରାଜ୍ୟ ସରକାର କରିଥାଆନ୍ତି । ସାରା ଦେଶରେ ଫସଲ ବୀମା ଯୋଜନାରେ ଚାଷୀମାନେ କ୍ଷୟକ୍ଷତି ପାଇଁ ବୀମା ରାଶି ପାଇପାରୁଛନ୍ତି । ହେଲେ ଓଡିଶାରେ କାହିଁକି ମିଳିପାରୁନଥିଲା । କାରଣ ଏଠାରେ ରାଜ୍ୟ ସରକାର ବୀମା କମ୍ପାନୀମାନଙ୍କ ସହିତ ମିଶି ଚାଷିମାନଙ୍କ ସ୍ୱାର୍ଥ୍ୟ ବିରୋଧରେ କାମ କରୁଥିଲେ।

ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ- ତୋମାର କୃଷିମନ୍ତ୍ରୀ ଅଛନ୍ତି ସେ ସବୁ ଜାଣିଛନ୍ତି, ହେଲେ ଭୋଟ ପାଇବା ପାଇଁ ଲୋକଙ୍କୁ ଭୁଲ ତଥ୍ୟ ପ୍ରଦାନ କରୁଛନ୍ତି। ବୀମା କଂପାନୀ କଥାରେ କେନ୍ଦ୍ରମନ୍ତ୍ରୀ ଯାହା କହିଲେ ତାହା ସଂପର୍ଣ୍ଣ ମିଛ। କାରଣ ବୀମା କଂପାନୀକୁ ରାଜ୍ୟ ସରକାର ଚୟନ କରନ୍ତି ନାହିଁ। ବୀମା କଂପାନୀଗୁଡିର ତାଲିକା କେନ୍ଦ୍ର ସରକାର ପଠାନ୍ତି। ସେଥିରୁ ରାଜ୍ୟ ସରକାର କେଉଁ ସ୍ଥାନ ପାଇଁ କେଉଁ କଂପାନୀ ଉପଯୁକ୍ତ ତାହା ବାଛନ୍ତି। ରାଜ୍ୟ ସରକାର କୌଣସି ବୀମା କଂପାନୀକୁ ନେଇପାରିବ ନାହିଁ। ହେଲେ କୃଷିମନ୍ତ୍ରୀ ସବୁ ଜାଣି ନ ଜାଣିବା ପରି କଥା କହିଛନ୍ତି।

ପଦ୍ମପୁର ଉପନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026
Latest News

ଶିକ୍ଷକ ସମାଜ ପ୍ରତି ସରକାରଙ୍କର ବୈମାତୃକ ମନୋଭାବ: ସମନ୍ୱୟ ସମିତି

August 22, 2026

୬୨,୫୦୦ କୋଟିର ମୋବାଇଲ ଉତ୍ପାଦନ ଯୋଜନାର ବିଜ୍ଞପ୍ତି ପ୍ରକାଶ କଲେ ସରକାର

August 22, 2026

ଚିନିର ବର୍ଦ୍ଧିତ ମୂଲ୍ୟ ନିୟନ୍ତ୍ରଣ ଏବଂ ପର୍ଯ୍ୟାପ୍ତ ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପଦକ୍ଷେପ

August 22, 2026

ସିଲିଗୁଡ଼ିରେ ତିନୋଟି ନୂତନ ଆଇନ ଉପରେ ଆୟୋଜିତ ପ୍ରଦର୍ଶନୀକୁ ଉଦ୍‌ଘାଟନ କଲେ ଗୃହମନ୍ତ୍ରୀ

August 22, 2026

ବେଲଗୁଣ୍ଠାରେ ମାନବିକତା: ହଜିଯାଇଥିବା ୨ ଭରି ସୁନା ମଙ୍ଗଳସୂତ୍ର ଫେରାଇଲେ ଔଷଧ ଦୋକାନୀ

August 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.