Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପଦ୍ମପୁର ଉପନିର୍ବାଚନ: କେନ୍ଦ୍ରର ଆୟକର ଚଢାଉ ବନାମ ରାଜ୍ୟର ଜିଏସଟି ଚଢାଉ
ଜାତୀୟ ଖବର

ପଦ୍ମପୁର ଉପନିର୍ବାଚନ: କେନ୍ଦ୍ରର ଆୟକର ଚଢାଉ ବନାମ ରାଜ୍ୟର ଜିଏସଟି ଚଢାଉ

November 28, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
Padampur Byelection
ପଦ୍ମପୁର ଉପନିର୍ବାଚନ: କେନ୍ଦ୍ରର ଆୟକର ଚଢାଉ ବନାମ ରାଜ୍ୟର ଜିଏସଟି ଚଢାଉ

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ଯେତିକି ପାଖେଇବାରେ ଲାଗିଛି, ରାଜ୍ୟ ରାଜନୀତି ସେତିକି ସରଗରମ ହେବାରେ ଲାଗିଛି। ଏହି ଉପନିର୍ବାଚନ ଆରମ୍ଭ ହେବା ଦିନରୁ ଉଭୟ ବିଜେଡି ଓ ବିଜେପି ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେବାରେ ଲାଗିଛନ୍ତି। ଯାହା ପ୍ରଚାର ଶେଷ ନ ହେବା ପର୍ଯ୍ୟନ୍ତ ଏହି ଅଭିଯୋଗର ଅନ୍ତ ହେବ ନାହିଁ।

ତେବେ ବର୍ତ୍ତମାନ ଯେଉଁ ସରଗରମ ପ୍ରସଂଗ ରହିଛି ତାହା ହେଉଛି କେନ୍ଦ୍ର ସରକାରଙ୍କ ଆୟକର ଚଢାଉ ବନାମ ରାଜ୍ୟ ସରକାରଙ୍କ ଜିଏସଟି ଚଢାଉ। ଆଜି ଏହି ଦୁଇ ପ୍ରସଂଗ ରାଜ୍ୟ ରାଜନୀତିକୁ ବେଶ ଚଳଚଞ୍ଚଳ କରିଦେଇଛି। ଆଜି ସକାଳେ ହଠାତ ପଦ୍ମପୁର ଉପନିର୍ବାଚନ ପ୍ରଚାର ଚାଲିଥିବା ବେଳେ କେନ୍ଦ୍ର ସରକାରଙ୍କ ଆୟକର ବିଭାଗ ସଜାଗ ହୋଇଉଠିଥିଲା।

ସକାଳୁ ସକାଳୁ ଆୟକର ବିଭାଗ ତିନି ଜଣ ବିଜେଡି ନେତାଙ୍କ ଘରେ ଚଢାଉ କରିଥିଲା। ସେମାନେ ହେଲେ ବହିଦାରପଡ଼ାର ମହମ୍ମଦ ସାଜିଦ, ସାହୁପଡ଼ାର ମାନଭଞ୍ଜନ ସାହୁ ଏବଂ ବଡ଼ପଡ଼ାର ଗଜୁ ଅଗ୍ରୱାଲ। ଏଥିରେ ସଶସ୍ତ୍ର ବଳ ଉପସ୍ଥିତିରେ ଏହି ଚଢ଼ାଉ କରାଯାଇଥିଲା। ପଦ୍ମପୁରରେ ରାଜନୈତିକ ସରଗରମ ବେଳେ ଆୟକର ବିଭାଗର ଏପରି ଚଢାଉକୁ ବିଭିନ୍ନ ମହଲରେ ସନ୍ଦେହ ସୃଷ୍ଟି ହୋଇଛି। ବିଜେଡି ଅଭିଯୋଗ କରିଥିଲା ଯେ, ବିଜେପି ହାରିଯିବା ଭୟରେ କେନ୍ଦ୍ରୀୟ ସଂସ୍ଥାକୁ ଲଗାଇ ଏପରି କରିଛି।

ଏହାକୁ କାଉଣ୍ଟର ଦେବା ପାଇଁ ସଂଧ୍ୟାରେ ରାଜ୍ୟ ସରକାରଙ୍କ ଜିଏସଟି ଚଢାଉ ଆରମ୍ଭ ହୋଇଥିଲା। ରାଜ୍ୟ ସରକାରଙ୍କ ଜିଏସଟି ଟିମ ପଦ୍ମପୁରର ବିଜେପି ସହିତ ଜଡିତ କେତେକ ବ୍ୟବସାୟୀଙ୍କ ଘରେ ଚଢାଉ କରିଥିଲା। ସେମାନେ ହେଲେ ପଦ୍ମପୁରସ୍ଥିତ ଜଗଦମ୍ବା ଲୁଗା ଦୋକାନ, ମୀନାକ୍ଷୀ ଜୁଏଲେରୀ, ପାଇକମାଲ ନୃସିଂହ ପେଟ୍ରୋଲ ପମ୍ପ, ପାଇକମାଲ ନୃସିଂହନାଥ ମେଡିକାଲ, ଝାରବନ୍ଧରେ ଥିବା କିଛି ବ୍ୟବସାୟ ପ୍ରତିଷ୍ଠାନରେ ଆଦି ପ୍ରମୁଖ ସ୍ଥାନରେ ଚଢ଼ଉ ହୋଇଥିଲା।

ପ୍ରଥମେ କେନ୍ଦ୍ରର ବିଜେପି ସରକାରଙ୍କ ତରଫରୁ ଚଢାଉ ପରେ ଏହାକୁ କାଉଣ୍ଟର ପାଇଁ ବିଜେଡି ଅଣ୍ଟା ଭିଡି ପଦକ୍ଷେପ ନେଇଥିଲା। ହେଲେ ଏଥିରେ ଉଭୟ ଦଳର ବ୍ୟବସାୟୀମାନେ ବଳି ପଡିଥିଲେ। ଯାହାକୁ ନେଇ ପଦ୍ମପୁର ବ୍ୟବସାୟୀ ସଂଘ ଏହାକୁ ବିରୋଧ କରିଛି। ତେବେ ପଦ୍ମପୁର ଉପନିର୍ବାଚନରେ ଯେପରି ପରିସ୍ଥିତି ଉପୁଜିଛି ତାହା ବର୍ତ୍ତମାନ ସାଧାରଣରେ ବେଶ୍ ଚର୍ଚ୍ଚା ଚାଲିଛି। ରାଜନୀତିର ସ୍ତର କେଉଁଠି ପହଞ୍ଚିଲାଣି ତାହା ବର୍ତ୍ତମାନ ସମସ୍ତଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି।

Padampur Byelection
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେଡିର କଡା ପଦକ୍ଷେପ, ବ୍ଲକ ଅଧ୍ୟକ୍ଷଙ୍କୁ କରାଗଲା ନିଲମ୍ବନ

May 30, 2026

Kalahandi Septic Tank Tragedy: ଓଡିଶା ସରକାରଙ୍କୁ ନୋଟିସ କଲେ ଏନଏଚଆରସି

May 30, 2026

ମେ ୨୮ ସୁଦ୍ଧା ପ୍ରାୟ ୬୦,୪୦୦ ପିଏନଜି ଗ୍ରାହକଙ୍କ ଏଲପିଜି ସଂଯୋଗ ପ୍ରତ୍ୟାହାର

May 30, 2026

ହର୍ମୁଜରୁ ଅବରୋଧ ହଟିଲେ ଭାରତରେ ଶସ୍ତା ହେବ କି ତୈଳ ଦର?: ଜାଣନ୍ତୁ କେଉଁଠି ସମସ୍ୟା

May 30, 2026
Latest News

ବିଜେଡିର କଡା ପଦକ୍ଷେପ, ବ୍ଲକ ଅଧ୍ୟକ୍ଷଙ୍କୁ କରାଗଲା ନିଲମ୍ବନ

May 30, 2026

ମସ୍ତିଷ୍କକୁ ନଷ୍ଟ କରୁଛି ମୋବାଇଲ୍ ଫୋନ୍ ନିଶା: କମ କରନ୍ତୁ ସ୍କ୍ରିନ ଟାଇମ

May 30, 2026

Kalahandi Septic Tank Tragedy: ଓଡିଶା ସରକାରଙ୍କୁ ନୋଟିସ କଲେ ଏନଏଚଆରସି

May 30, 2026

ମେ ୨୮ ସୁଦ୍ଧା ପ୍ରାୟ ୬୦,୪୦୦ ପିଏନଜି ଗ୍ରାହକଙ୍କ ଏଲପିଜି ସଂଯୋଗ ପ୍ରତ୍ୟାହାର

May 30, 2026

ହର୍ମୁଜରୁ ଅବରୋଧ ହଟିଲେ ଭାରତରେ ଶସ୍ତା ହେବ କି ତୈଳ ଦର?: ଜାଣନ୍ତୁ କେଉଁଠି ସମସ୍ୟା

May 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.