Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଶ୍ୱକୁ ନିଜର ସାମର୍ଥ୍ୟ ଦେଖାଇବା ପାଇଁ ଜି-୨୦ର ଅଧ୍ୟକ୍ଷତା ଏକ ଭଲ ସୁଯୋଗ: ପ୍ରଧାନମନ୍ତ୍ରୀ ମୋଦୀ
ବିଶେଷ ଖବର

ବିଶ୍ୱକୁ ନିଜର ସାମର୍ଥ୍ୟ ଦେଖାଇବା ପାଇଁ ଜି-୨୦ର ଅଧ୍ୟକ୍ଷତା ଏକ ଭଲ ସୁଯୋଗ: ପ୍ରଧାନମନ୍ତ୍ରୀ ମୋଦୀ

December 6, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତର ଜି-୨୦ର ଅଧ୍ୟକ୍ଷତା ସମଗ୍ର ଦେଶ ପାଇଁ, ବିଶ୍ୱକୁ ନିଜର ଶକ୍ତି ଦେଖାଇବା ପାଇଁ ଏହା ଏକ ଅନନ୍ୟ ସୁଯୋଗ। ସୋମବାର ଏଠାରେ ଏକ ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ମତ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ପର୍ଯ୍ୟଟନ ତଥା ସ୍ଥାନୀୟ ଅର୍ଥନୀତି ପାଇଁ ଭାରତର ଜି-୨୦ ଅଧ୍ୟକ୍ଷତା ବଡ଼ ସୁଯୋଗ ଆଣିଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଦଳଗତ କାର୍ଯ୍ୟ ଉପରେ ଗୁରୁତ୍ୱାରୋପ କରିଥିଲେ ଏବଂ ଜି-୨୦ର ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରିବାରେ ସମସ୍ତଙ୍କ ସହଯୋଗ ଲୋଡିଥିଲେ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଜି-୨୦ ର ଅଧ୍ୟକ୍ଷତା ଦେଶର ବିଭିନ୍ନ ଅଞ୍ଚଳର ସ୍ୱତନ୍ତ୍ରତା ଆଣିବା ସହ ପାରମ୍ପାରିକ ବଡ ମହାନଗର ବ୍ୟତୀତ ଭାରତର କିଛି ଅଂଶକୁ ପ୍ରଦର୍ଶିତ କରିବାରେ ସୁଯୋଗ ମିଳିବ। ଜି-୨୦ ର ଅଧ୍ୟକ୍ଷତା ଗ୍ରହଣ କରିବା ଉପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଆଜି ଭାରତ ପ୍ରତି ବୈଶିକ ଜିଜ୍ଞାସା ଏବଂ ଆକର୍ଷଣ ରହିଛି, ଯାହା ଏହି ଉତ୍ସବର ମହତ୍ତ୍ଵକୁ ଆହୁରି ବଢାଇଥାଏ।

ଏହି ସର୍ବାଦଳୀୟ ବୈଠକରେ ଆମ୍ ଆଦମୀ ପାର୍ଟି (ଏଏପି) ର ଅରବିନ୍ଦ କେଜ୍ରିୱାଲ, YSR କଂଗ୍ରେସର ଜଗନମୋହନ ରେଡ୍ଡୀ, କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ-ମାର୍କ୍ସବାଦୀ (ସିପିଆଇ-ଏମ) ର ସୀତାରାମ ୟେଚୁରୀ, ଡିଏମକେର ଏମ.କେ ଷ୍ଟାଲିନ, ଏନ ଚନ୍ଦ୍ରବାବୁ ନାଇଡୁଙ୍କ ସମେତ ଅନ୍ୟ ଦଳର ନେତାମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଏହି ବୈଠକରେ ଭାରତର ଜି-୨୦ ପ୍ରାଥମିକତା ବିଷୟରେ ବିସ୍ତୃତ ବିବରଣୀ ପ୍ରଦାନ କରାଯାଇଥିଲା। ଏହି ବୈଠକରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡି ଦେବ ଗୌଡା, କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂ, ଏସ ଜୟଶଙ୍କର, ପୀୟୁଷ ଗୋୟଲ, ପ୍ରହଲ୍ଲାଦ ଯୋଶୀ ଏବଂ ଭୁପେନ୍ଦ୍ର ଯାଦବ ମଧ୍ୟ ଯୋଗ ଦେଇଥିଲେ।

ଜି-୨୦ ପ୍ରଧାନମନ୍ତ୍ରୀ ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ନିଯୁକ୍ତି ସହିତ ଜଡ଼ିତ ପ୍ରୋତ୍ସାହନ ଯୋଜନା: ଚାକିରି, ଆର୍ଥିକ ଅଭିବୃଦ୍ଧି ଏବଂ ଆନୁଷ୍ଠାନିକରଣ ନିମନ୍ତେ ଏକ ପ୍ରେରକ

July 19, 2025

ବିହାରକୁ ୭୦୦୦ କୋଟିର ବିକାଶ ପ୍ରକଳ୍ପ ଭେଟି ଦେଲେ ପ୍ରଧାନମନ୍ତ୍ରୀ

July 18, 2025

ପଶ୍ଚିମବଙ୍ଗରେ ପ୍ରଧାନମନ୍ତ୍ରୀ: ଭେଟି ଦେଲେ  5,400 କୋଟିରୁ ଅଧିକ ମୂଲ୍ୟର ପ୍ରକଳ୍ପ

July 18, 2025

ନିର୍ଦ୍ଧାରିତ ମାନଦଣ୍ଡ ପୂରଣ ନ କରିବାରୁ ୨୫୮ ଟି ହସପିଟାଲର ଲାଇସେନ ବାତିଲ କଲେ ରାଜ୍ୟ ସରକାର

July 18, 2025
Latest News

ଆୟ ବହିର୍ଭୁତ ସମ୍ପତ୍ତି ମାମଲା: ପୁର୍ବତନ ଏମଭିଆଇ ଦୋଷୀ ସାବ୍ୟସ୍ତ, ଦୁଇ ବର୍ଷ ଜେଲଦଣ୍ଡ ଶୁଣାଇଲେ କୋର୍ଟ

July 19, 2025

ପୁଣି ଚାଞ୍ଚଲ୍ୟ, ନିମାପଡାର ଜଣେ ଛାତ୍ରୀଙ୍କୁ ପେଟ୍ରୋଲ ଢାଳି ଜାଳିଦେଲେ ଦୁର୍ବୁତ୍ତ, ଅବସ୍ଥା ଗୁରୁତର

July 19, 2025

ପ୍ରଥମ ତିନିମାସରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ନେଟ ଲାଭ ୩୦୭୮୩ କୋଟିକୁ ବୃଦ୍ଧି

July 19, 2025

ନଭେମ୍ବର ୨୦ରୁ ୨୮ ପର୍ଯ୍ୟନ୍ତ ଗୋଆରେ ଅନୁଷ୍ଠିତ ହେବ ଆଇଏଫଏଫଆଇର ୫୬ତମ ସଂସ୍କରଣ

July 19, 2025

ପୌର ନିର୍ବାଚନ କାହିଁକି କଲ ନାହିଁ ? ମୁଖ୍ୟ ଶାସନ ସଚିବଙ୍କୁ ନୋଟିସ ଜାରୀ କଲେ ହାଇକୋର୍ଟ

July 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.