Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ଚୀନକୁ ଉଚିତ ଜବାବ ଦେଇଛନ୍ତି ଭାରତୀୟ ସେନା, ରାଜନାଥ ସିଂ
ଅନ୍ତରାଷ୍ଟ୍ରୀୟ

ଚୀନକୁ ଉଚିତ ଜବାବ ଦେଇଛନ୍ତି ଭାରତୀୟ ସେନା, ରାଜନାଥ ସିଂ

December 13, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
Rajnath Singh

ନୂଆଦିଲ୍ଲୀ :  ଚୀନ ସୀମାରେ ପରିସ୍ଥିତି ସମ୍ପର୍କରେ ସଂସଦକୁ ସୂଚନା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ସେ କହିଛନ୍ତି, ଗତ ଡିସେମ୍ବର ୯ ତାରିଖରେ ତୱାଙ୍ଗ ଅଞ୍ଚଳରେ ଅନୁପ୍ରବେଶ ଉଦ୍ୟମ କରିଥିଲା ଚୀନର ଡ୍ରାଗନ ସେନା। ଏଲଏସିରେ ସୀମାରେଖା ପରିବର୍ତ୍ତନ କରିବାକୁ ସେମାନେ ପ୍ରୟାସ କରିଥିଲା ।

କିନ୍ତୁ ଭାରତୀୟ ବୀର ଯବାନଙ୍କ ସାହସିକତା ଆଗରେ ହାର ମାନି ପଛଘୁଞ୍ଚା ଦେଇଥିଲା ଡ୍ରାଗନ ବାହିନୀ। ଭାରତୀୟ ଯବାନ ଦୃଢତାର ସହ ମୁକାବିଲା କରି ଡ୍ରାଗନବାହିନୀକୁ ପଛକୁ ହଟିବାକୁ ବାଧ୍ୟ କରିଛନ୍ତି ବୋଲି ଗୃହକୁ ସୂଚନା ଦେଇଛନ୍ତି ରାଜନାଥ।

ଏହି ସମୟରେ ଉଭୟ ଦେଶର ସେନା ଯବାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଉଭୟ ଦେଶର ଯବାନ ଏଥିରେ ଆହତ ହୋଇଥିଲେ । ତେବେ କୌଣସି ଭାରତୀୟ ଯବାନ ସହିଦ ହୋଇନାହାନ୍ତି କି ଏଥିରେ କେହି ଗୁରୁତର ମଧ୍ୟ ହୋଇନାହାନ୍ତି । ତେବେ ଏହି ଘଟଣା ପରେ କୂଟନୈତିକ ସ୍ତରରେ ଆଲୋଚନା ଆରମ୍ଭ ହୋଇଛି । ଏକ ଫ୍ଲାଗ ମିଟିଂ ଜରିଆରେ ଏହି ଘଟଣା ଉପରେ ଆଲୋଚନା ହୋଇଛି ।

ଅରୁଣାଚଳ ପ୍ରଦେଶର ତାୱାଙ୍ଗରେ ଭାରତୀୟ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ହୋଇଥିବା ଏହି ସଂଘର୍ଷକୁ ନେଇ ସଂସଦରେ ବିରୋଧୀ ଦଳର ହଙ୍ଗାମା କରିଛନ୍ତି। ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ରଖନ୍ତୁ ବୋଲି ବିରୋଧୀ ଦାବୀ କରିଛନ୍ତି।ଏହି ହଟ୍ଟଗୋଳ ଭିତରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଲୋକସଭାରେ ଏବଂ ରାଜ୍ୟସଭାରେ ନିଜର ବିବୃତ୍ତି ରଖିଛନ୍ତି।

China India lac ଚୀନ ସୀମା ରାଜନାଥ ସିଂ
Share. Facebook Twitter LinkedIn Email WhatsApp Copy Link

Related Posts

IPL 2026 କାର୍ଯ୍ୟସୂଚୀ ସମ୍ପର୍କରେ ବଡ଼ ଅପଡେଟ୍: ଏହି ଦିନ ଘୋଷଣା ହେବ ତାରିଖ

February 24, 2026

କେରଳ ଏବେ ‘କେରଳମ’ ଭାବରେ ପରିଚିତ ହେବ: ନୂତନ ନାମକୁ ମୋଦି କ୍ୟାବିନେଟ୍ ର ମଞ୍ଜୁରୀ

February 24, 2026

ବିନା ଛୁଞ୍ଚିରେ ଦିଆଯିବ ଇଞ୍ଜେକ୍ସନ, ଓଡିଶା ଷ୍ଟାର୍ଟଅପ କୁ ମିଳିଲା ପେଣ୍ଟଟ

February 24, 2026

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026
Latest News

ନାକଟିଦେଉଳରେ ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିରାକରଣ ସଚେତନତା ସଭା

February 24, 2026

IPL 2026 କାର୍ଯ୍ୟସୂଚୀ ସମ୍ପର୍କରେ ବଡ଼ ଅପଡେଟ୍: ଏହି ଦିନ ଘୋଷଣା ହେବ ତାରିଖ

February 24, 2026

ମାର୍ଚ୍ଚ ୧ ତାରିଖ ସନ୍ଧ୍ୟା ୬:୩୦ରୁ ଟିଭି ପ୍ରିମିୟମରେ ଦେଖନ୍ତୁ ସୁପରହିଟ୍ ଚଳଚ୍ଚିତ୍ର ‘ଚନ୍ଦ୍ରବଂଶୀ’

February 24, 2026

ଓଡିଶାର ସବୁଠାରୁ ବଡ ଓ ଫ୍ଲାଗସିପ୍ ରିଆଲିଟି ଶୋ‘ ରଜ କୁଇନ୍’: ଆସନ୍ତା ୨୮ରୁ ବିଭିନ୍ନ ସହରରେ ଅଡିସନ୍

February 24, 2026

କେରଳ ଏବେ ‘କେରଳମ’ ଭାବରେ ପରିଚିତ ହେବ: ନୂତନ ନାମକୁ ମୋଦି କ୍ୟାବିନେଟ୍ ର ମଞ୍ଜୁରୀ

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.