Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଭାରତ-ଚୀନ ସୈନିକଙ୍କ ମଧ୍ୟରେ ସଂଘର୍ଷ ମାମଲା: ସଂସଦରେ ବିବୃତ୍ତି ରଖିଲେ ପ୍ରତିରକ୍ଷା ମନ୍ତ୍ରୀ
ବିଶେଷ ଖବର

ଭାରତ-ଚୀନ ସୈନିକଙ୍କ ମଧ୍ୟରେ ସଂଘର୍ଷ ମାମଲା: ସଂସଦରେ ବିବୃତ୍ତି ରଖିଲେ ପ୍ରତିରକ୍ଷା ମନ୍ତ୍ରୀ

December 13, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶର ସୀମାବର୍ତ୍ତୀ ତାୱାଙ୍ଗ କ୍ଷେତ୍ରରେ ଡିସେମ୍ବର ୯, ୨୦୨୨ ଦିନ ଘଟିଥିବା ଘଟଣା ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରୀ ଆଜି ସଂସଦରେ ବକ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି ଯେ, ଡିସେମ୍ବର ୯ ତାରିଖ ପିଏଲଏ ସୈନ୍ୟ ତାୱାଙ୍ଗ କ୍ଷେତ୍ରର ୟାଙ୍ଗସେରେ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରେ ଧସେଇ ପଶି ଏକତରଫା ଭାବେ ସ୍ଥିତାବସ୍ଥା ପରିବର୍ତ୍ତନ କରିବାକୁ ଚେଷ୍ଟା କଲେ। ଚୀନର ଏହି ପଦକ୍ଷେପକୁ ଆମ ସୈନ୍ୟ ଦୃଢ ବିରୋଧ କଲେ। ଏପରି ମୁହାଁମୁହିଁ ସ୍ଥିତିରେ ଭାରତୀୟ ସେନା ପିଏଲଏର ସାହସିକତା ସହ ମୁକାବିଲା କରି ଆମ ଭୂଖଣ୍ଡ ମଧ୍ୟକୁ ସେମାନଙ୍କ ପ୍ରବେଶ ଉଦ୍ୟମ ପଣ୍ଡ କରିବା ଫଳରେ ସେମାନେ ନିଜ ପୋଷ୍ଟକୁ ଲେଉଟିବାକୁ ବାଧ୍ୟ ହେଲେ। ଏହି ସଂଘର୍ଷ ଯୋଗୁଁ ଉଭୟପକ୍ଷର କେତେକ ଯବାନ ଆହତ ହେଲେ। ମୁଁ ଗୃହକୁ ଜଣାଇବାକୁ ଚାହେଁ ଯେ, ଏଥିରେ କେହି ହେଲେ ଆମ ପକ୍ଷରୁ ମୃତ କିମ୍ବା ଗୁରୁତର ଆହତ ହୋଇନାହାଁନ୍ତି।

ଭାରତୀୟ ସାମରିକ କମାଣ୍ଡରମାନଙ୍କ ସମୟୋଚିତ ହସ୍ତକ୍ଷେପ ଯୋଗୁଁ ପିଏଲଏ ସୈନ୍ୟମାନେ ନିଜ ସ୍ଥାନକୁ ଫେରିଯାଇଥିଲେ। ଘଟଣା ଘଟିବା ପରେ ପରେ ସେ ଅଞ୍ଚଳର ସ୍ଥାନୀୟ କମାଣ୍ଡର ତାଙ୍କ ପ୍ରତିପକ୍ଷଙ୍କ ସହ ୧୧ ଡିସେମ୍ବର ୨୦୨୨ ଦିନ ବୈଠକରେ ଏଭଳି କାର୍ଯ୍ୟରୁ ବିରତ ରହି ସୀମାରେ ଶାନ୍ତି ଓ ସ୍ଥିରତା ରକ୍ଷା କରିବାକୁ କହିଥିଲେ। କୂଟନୀତିକ ସ୍ତରରେ ମଧ୍ୟ ଚୀନ ପକ୍ଷକୁ ଘଟଣା ସମ୍ପର୍କରେ ଅବଗତ କରାଯାଇଛି। ମୁଁ ଗୃହକୁ ପ୍ରତିଶ୍ରୁତି ଦେବାକୁ ଚାହୁଁଛି ଯେ ଆମର ସୁରକ୍ଷା ବଳ ଭୂଖଣ୍ଡର ଅଖଣ୍ଡତା ରକ୍ଷା ପାଇଁ ଅଙ୍ଗୀକାରବଦ୍ଧ ଓ ଏ ଦିଗରେ ଯେକୌଣସି ଆକ୍ରମଣକୁ ପ୍ରତିହତ କରିବାରେ ସକ୍ଷମ। ମୋ ବିଶ୍ୱାସ ଯେ ସମଗ୍ର ଗୃହ ଆମ ସୈନ୍ୟମାନଙ୍କ ସମର୍ଥନରେ ଠିଆ ହେବ।

ଅରୁଣାଚଳ ପ୍ରଦେଶ ତାୱାଙ୍ଗ ସଂସଦ
Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ICC ଟି-୨୦ ରାଙ୍କିଙ୍ଗରେ କ’ଣ ପରିବର୍ତ୍ତନ ଆସିଛି?: ଦେଖନ୍ତୁ ଶ୍ରେଷ୍ଠ ୧୦ ଦଳ

July 12, 2026

ସାର୍ଟ ବୋତାମରେ ତିନି ରଥ ନିର୍ମାଣ କରି ଚର୍ଚ୍ଚାରେ ପିପିଲିର ଯୁବ ଶିଳ୍ପୀ ଅକ୍ଷୟ ମହାପାତ୍ର

July 12, 2026
Latest News

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.