Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ୟୁଟ୍ୟୁବରେ ମିଥ୍ୟା ସୂଚନା ପ୍ରବାହ ଉପରେ ଭାରତ ସରକାରଙ୍କ କାର୍ଯ୍ୟାନୁଷ୍ଠାନ
ବିଶେଷ ଖବର

ୟୁଟ୍ୟୁବରେ ମିଥ୍ୟା ସୂଚନା ପ୍ରବାହ ଉପରେ ଭାରତ ସରକାରଙ୍କ କାର୍ଯ୍ୟାନୁଷ୍ଠାନ

December 20, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପିଆଇବି ଫ୍ୟାକ୍ଟ ଚେକ ୟୁନିଟ (ଏଫସିୟୁ), ୪୦ରୁ ଅଧିକ ସିରିଜ ଫ୍ୟାକ୍ଟ-ଚେକ ଦ୍ୱାରା ଭାରତରେ ମିଥ୍ୟା ଖବର ପ୍ରସାରଣ କରିଥିବା ୩ଟି ୟୁଟ୍ୟୁବ ଚ୍ୟାନେଲର ପର୍ଦ୍ଦାଫାସ କରିଛି। ଏହି ୟୁଟ୍ୟୁବ ଚ୍ୟାନେଲଗୁଡ଼ିକର ପାଖାପାଖି ୩୩ ଲକ୍ଷ ଉପଭୋକ୍ତା ଥିଲେ ଏବଂ ଏଗୁଡ଼ିକର ମିଥ୍ୟା ଖବର ସମ୍ପର୍କିତ ଭିଡ଼ିଓ ଗୁଡିକୁ ୩୦ କୋଟିରୁ ଅଧିକ ଥର ଦେଖାଯାଇଥିଲା।

ପ୍ରଥମ ଥର ପାଇଁ ସୋସିଆଲ ମିଡିଆରେ ମିଥ୍ୟା ଖବର ଉପରେ ବ୍ୟକ୍ତିଗତ ପୋଷ୍ଟଗୁଡ଼ିକୁ ଦୃଷ୍ଟିରେ ରଖି ପିଆଇବି ତମାମ ୟୁଟ୍ୟୁବ ଚ୍ୟାନେଲଗୁଡ଼ିକର ଖୁଲାସା କରିଛି। ପିଆଇବି ଦ୍ୱାରା ଫ୍ୟାକ୍ଟ-ଚେକ ହୋଇଥିବା ୟୁଟ୍ୟୁବ ଚ୍ୟାନେଲଗୁଡ଼ିକର ବିବରଣୀ ନିମ୍ନରେ ଦିଆଗଲା:

ଏହି ୟୁଟ୍ୟୁବ ଚ୍ୟାନେଲଗୁଡ଼ିକ ଭାରତର ସୁପ୍ରିମକୋର୍ଟ, ମାନନୀୟ ପ୍ରଧାନ ବିଚାରପତି, ସରକାରୀ ସ୍କିମ, ଇଲେକ୍ଟ୍ରୋନିକ ଭୋଟିଂ ମେସିନ (ଇଭିଏମ), କୃଷି ଋଣ ଛାଡ଼ ଇତ୍ୟାଦି ଅନେକ ମିଥ୍ୟା ଖବର ବାବଦରେ ମିଛ ଏବଂ ସମ୍ବେଦନାତ୍ମକ ଦାବି ପ୍ରସାରଣ କରିଥାନ୍ତି। ଉଦାହରଣ ସ୍ୱରୂପ, ସୁପ୍ରିମକୋର୍ଟ ରାୟ ଦେଇଛନ୍ତି ଯେ ଭବିଷ୍ୟତର ନିର୍ବାଚନ ବାଲଟ ପେପରରେ ସମ୍ପାଦନ କରାଯିବ; ବ୍ୟାଙ୍କ ଆକାଉଣ୍ଟ, ଆଧାର କାର୍ଡ ଏବଂ ପାନ କାର୍ଡ ଥିବା ଲୋକଙ୍କୁ ସରକାର ଟଙ୍କା ଦେଉଛନ୍ତି; ଇଭିଏମ ନିଷେଧ ଇତ୍ୟାଦି।

ଏହି ୟୁଟ୍ୟୁବ ଚ୍ୟାନେଲଗୁଡ଼ିକ ସେମାନଙ୍କ ଖବରଗୁଡ଼ିକୁ ଦର୍ଶକଙ୍କ ଆଖିରେ ସତ୍ୟ ଦର୍ଶାଇବା ଲାଗି ତଥା ସେଗୁଡିକୁ ବିଭ୍ରାନ୍ତ କରିବା ପାଇଁ ଟିଭି ଚ୍ୟାନେଲ ଲୋଗୋ ଏବଂ ସେମାନଙ୍କ ନ୍ୟୁଜ ଆଙ୍କରଙ୍କ ଫଟୋ ଥିବା ମିଥ୍ୟା ତଥା ସମ୍ବେଦନାତ୍ମକ ‘ଥମ୍ବନେଲ’ ବ୍ୟବହାର କରୁଥିବା ଜଣାପଡ଼ିଥିଲା। ଏହି ଚ୍ୟାନେଲଗୁଡ଼ିକ ସେମାନଙ୍କ ଭିଡିଓରେ ବିଜ୍ଞାପନ ପ୍ରଦର୍ଶନ କରୁଥିଲେ, ଏବଂ ୟୁଟ୍ୟୁବରେ ମିଥ୍ୟା ଖବରରୁ ଅର୍ଥ ଉପାର୍ଜନ କରୁଥିବା ଜଣାପଡ଼ିଥିଲା।

ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଗତ ବର୍ଷକରେ ଶହେରୁ ଅଧିକ ୟୁଟ୍ୟୁବ ଚ୍ୟାନେଲକୁ ବ୍ଲକ କରାଯିବା ପରେ ପିଆଇବି ଫ୍ୟାକ୍ଟ ଚେକ ୟୁନିଟ ଦ୍ୱାରା ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ଭାରତ ସରକାର ୟୁଟ୍ୟୁବ ଚ୍ୟାନେଲ
Share. Facebook Twitter LinkedIn Email WhatsApp Copy Link

Related Posts

କଟକ, ଖୋର୍ଦ୍ଧା, ବ୍ରହ୍ମପୁର ଓ ବାଣପୁର ସହ ୬୪ ସ୍ଥାନର ଇଂରାଜୀ ବନାନ ହେଲା ପରିବର୍ତ୍ତନ; ବାହାରିଲା ବିଜ୍ଞପ୍ତି

June 22, 2026

ଗ୍ୟାସ୍ ଲିକ୍ ଘଟଣା, ମୃତ ଓଡିଆ ପରିବାରଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

June 22, 2026

ମୁଖ୍ୟମନ୍ତ୍ରୀଙ୍କ ବଡ ନିଷ୍ପତ୍ତି, ଆଇନଜୀବୀଙ୍କ ସହାୟତା ପରିମାଣ ବୃଦ୍ଧି, ଅବସର ପରେ ମିଳିବ ରାଶି

June 22, 2026

ରାସନ ସଂଗ୍ରହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଲେ ସରକାର: ଲମ୍ବା ଧାଡ଼ିରୁ ମିଳିବ ମୁକ୍ତି

June 22, 2026
Latest News

ସୁରକ୍ଷା ପ୍ରତି ଉତ୍କୃଷ୍ଟ ସତର୍କତା ପାଇଁ ଟ୍ରାକ୍ ମେଣ୍ଟେନରଙ୍କୁ ସମ୍ମାନିତ କଲା ପୂର୍ବତଟ ରେଳପଥ

June 22, 2026

ଲକ୍ଷ୍ନୌ ଅଗ୍ନିକାଣ୍ଡ ଘଟଣାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶୋକ: କାନ୍ଦି ପକାଇଲେ ଉପମୁଖ୍ୟମନ୍ତ୍ରୀ

June 22, 2026

କଟକ, ଖୋର୍ଦ୍ଧା, ବ୍ରହ୍ମପୁର ଓ ବାଣପୁର ସହ ୬୪ ସ୍ଥାନର ଇଂରାଜୀ ବନାନ ହେଲା ପରିବର୍ତ୍ତନ; ବାହାରିଲା ବିଜ୍ଞପ୍ତି

June 22, 2026

ଲକ୍ଷ୍ନୌରେ ଭୟଙ୍କର ଅଗ୍ନିକାଣ୍ଡ: ୧୪ ଲୋକଙ୍କ ମୃତ୍ୟୁ

June 22, 2026

ଗ୍ୟାସ୍ ଲିକ୍ ଘଟଣା, ମୃତ ଓଡିଆ ପରିବାରଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

June 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.