Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଏ ବର୍ଷ ୨୮ ହଜାର ରୋଗୀ ପାଇଲେ ମାଗଣା ଚିକିତ୍ସା
ବିଶେଷ ଖବର

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଏ ବର୍ଷ ୨୮ ହଜାର ରୋଗୀ ପାଇଲେ ମାଗଣା ଚିକିତ୍ସା

December 21, 2022No Comments3 Mins Read
Share Facebook Twitter LinkedIn Email WhatsApp Copy Link
BSKY
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଏ ବର୍ଷ ୨୮ ହଜାର ରୋଗୀ ପାଇଲେ ମାଗଣା ଚିକିତ୍ସା

ଭୁବନେଶ୍ୱର: ସୁସ୍ଥ ଓଡ଼ିଶା-ସୁଖୀ ଓଡ଼ିଶା’’ର ସଫଳ ରୂପାୟନ ଦିଗରେ ଅନ୍ୟଏକ ବଡ଼ ପଦକ୍ଷେପ ସ୍ୱରୂପ ରାଜ୍ୟ ସରକାର ଓଡ଼ିଶା ବାହାରେ ଥିବା ୧୦୩ ଟି ସୁପର ସ୍ପେସାଲିଟି ହସ୍ପିଟାଲ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(ବି.ଏସ୍.କେ.ୱାଇ) ଅନ୍ତର୍ଭୁକ୍ତ କରିଛନ୍ତି ।

ଓଡ଼ିଶା ହେଲ୍ଥ୍ ଆସୁରାନ୍ସ୍ ସୋସାଇଟି ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡାକ୍ତର ବୃନ୍ଦା ଡ଼ି.ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବି.ଏସ୍.କେ.ୱାଇ ସମ୍ବନ୍ଧିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହା ଜଣାପଡ଼ିଛି ।

ସୋସାଇଟି ସଭାକକ୍ଷରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ଯୁଗ୍ମ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶୁଭାନନ୍ଦ ମହାପାତ୍ର ବି.ଏସ୍.କେ.ୱାଇ କାର୍ଯ୍ୟନ୍ୱୟନ ସମ୍ବନ୍ଧିତ ବିଭିନ୍ନ ଦିଗ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ ।

ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ଅଗ୍ରଗତିର ସମୀକ୍ଷାକରି ଡାକ୍ତର ବୃନ୍ଦା ଡି. ତାଲିକା ଅନ୍ତର୍ଭୁକ୍ତ ହସ୍-ପିଟାଲ୍ମାନେ ଚିକିତ୍ସା ବାବଦରେ ଦେଇଥିବା ବିଲ୍ ଗୁଡ଼ିକର ପୈଠ ନିର୍ଦ୍ଧାରିତ ସମୟ ମଧ୍ୟରେ ନିଶ୍ଚିତ କରାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଅନ ଲାଇନରେ ଆସୁଥିବା ବିଲ୍ଗୁଡ଼ିକୁ ଦୈନନ୍ଦିନ ଭିତ୍ତିରେ ନିରୀକ୍ଷଣ କରି ପୈଠ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ସେ ନୋଡାଲ୍ ଅଫିସର ମାନଙ୍କୁ ପରାମର୍ଶ ଦେଇଥିଲେ ।

୧୦୩ ଟି ସୁପର ସ୍ପେସାଲିଟି ହସ୍ପିଟାଲକୁ ବିଏସକେୱାଇ ରେ ତାଲିକା ଭୁକ୍ତ

ସମୀକ୍ଷାରୁ ଜଣାପଡ଼ିଥିଲା ଯେ ଚଳିତବର୍ଷ ନଭେମ୍ବର ଶେଷ ସୁଦ୍ଧା ରାଜ୍ୟବାହାରେ ଥିବା ଉଚ୍ଚମାନର ୧୦୩ ଟି ସୁପର ସ୍ପେସାଲିଟି ହସ୍ପିଟାଲକୁ ବି.ଏସ୍.କେ.ୱାଇ ତାଲିକା ଅନ୍ତର୍ଭୁକ୍ତ କାଯାଇଛି ।

ଏଗୁଡ଼ିକ ମଧ୍ୟରେ ତାମିଲନାଡୁର ଖ୍ରୀଷ୍ଟିଆନ୍ ମେଡ଼ିକାଲ କଲେଜ, ବେଙ୍ଗାଲୁରୁର ଶ୍ରୀ ଶଙ୍କରା କ୍ୟାନ୍ସର ଫାଉଣ୍ଡେସନ୍, କଲିକତାର ଟାଟା ମେଡିକାଲ୍ ସେଣ୍ଟର, ଭାଇଜାକ୍ ଓ ସଙ୍ଗୁରରେ ଥିବା ହୋମି ବାବା କ୍ୟାନ୍ସର ପ୍ରତିଷ୍ଠାନ, ବାରଣାସୀର ଏଚ୍. ବି. କ୍ୟାନ୍ସର ହସ୍ପିଟାଲ୍ ଏବଂ ମହାନାନା ପଣ୍ଡିତ ମଦନ ମୋହନ ମାଲବ୍ୟ କର୍କଟ କେନ୍ଦ୍ର, ମୁମ୍ବାଇ ସ୍ଥିତ ଟାଟା ମେମୋରିଆଲ୍ ହସ୍ପିଟାଲ୍ ଏବଂ କର୍କଟ ଚିକିତ୍ସା ଗବେଷଣଶ ଓ ଶିକ୍ଷାର ଉତ୍କର୍ଷ କେନ୍ଦ୍ର ହସ୍ପିଟାଲ୍ ଆଦି ଅନ୍ତର୍ଭୁକ୍ତ ।

ଚେନ୍ନାଇ, ଦିଲ୍ଲୀ, ଡେହେରାଡୁନ୍, ଭାସୀ, ବେଙ୍ଗାଲୁରୁ, ମୁମ୍ବାଇ, କୋଲକାତା, ଅମ୍ରିତସର, ଫରିଦାବାଦ୍, ଗୁର୍ଗାଁଓ, ଯାଜପୁର, ନଇଡା, ଲୁଧିଆନା, ନୂଆଦିଲ୍ଲୀ, ପଞ୍ଜାବ ଆଦି ସ୍ଥାନରେ ପ୍ରତିଷ୍ଠିତ ଫୋର୍ଟିସ୍ ଗ୍ରୁପ୍ ର ୨୪ଟି ହସ୍ପିଟାଲ୍କୁ ମଧ୍ୟ ତାଲିକା ଅନ୍ତର୍ଭୁକ୍ତ କରାଯାଇଛି ।
ସେହିପରି ବେଙ୍ଗାଲୁରୁ ମୁମ୍ବାଇ, ରାୟପୁର, କୋଲକାତା ଏବଂ ଜାମ୍ସେଦ୍ପୁର ରେ ଥିବା ନାରାୟଣ ହୃଦୟାଳୟର ୭ଟି ସୁପର ସ୍ପେସାଲିଟି ହାର୍ଟ ହସ୍ପିଟାଲ୍ କୁ ଚଳିତବର୍ଷ ତାଲିକା ଅନ୍ତର୍ଭୁକ୍ତ କରାଯାଇଛି ।

ଓ.ଏସ୍.ଟି.ଏଫ୍ ଗ୍ରୁପ୍ ର ୧୩ ଟି ହସ୍ପିଟାଲ୍ ମଧ୍ୟ ବି.ଏସ୍.କେ.ୱାଇ ଅନ୍ତର୍ଭୁକ୍ତ ହୋଇଛନ୍ତି । ସେମଧ୍ୟରୁ ବିଶାଖାପାଟନାମରେ ୭ଟି, ରାୟପୁରରେ ୩ଟି ଏବଂ ସୁରାଟରେ ୩ଟି ହସ୍ପିଟାଲ୍ କାର୍ଯ୍ୟକରୁଛି ।

ଏହାଛଡ଼ା ବିଶାଖାପାଟନମ୍ର ଏ.ଏନ୍.ହସ୍ପିଟାଲ୍, କୁଇନ୍ସ୍ ଆର୍.ଏନ୍.ଆଇ. ହସ୍ପିଟାଲ୍, ସାଗର ଦୁର୍ଗା ହସ୍ପିଟାଲ୍, ବିଜେଥା ହସ୍ପିଟାଲ୍, ଏମ୍.ବି.ମଲ୍ଟି ସ୍ପେସାଲିଟି ହସ୍ପିଟାଲ୍, କିମ୍ସ୍ ଆଇକନ୍ ହସ୍ପିଟାଲ୍, ଜେ.ଜି ହସ୍ପିଟାଲ୍, ଜିଗ୍ଲିସ ଆଣ୍ଡ ଓମନି ମହିଳା ଓ ଶିଶୁ ହସ୍ପିଟାଲ୍, ଗୀତମ୍ ଭେଷଜ ବିଜ୍ଞାନ ପ୍ରତିଷ୍ଠାନ, ଆୟୁଷ୍ମାନ୍ ହସ୍ପିଟାଲ୍ ଏବଂ ମେଡିକଭର ହସ୍ପିଟାଲ୍ ଆଦିକୁ ବି.ଏସ୍.କେ.ୱାଇ ତାଲିକାଭୁକ୍ତ କରାଯାଇଛି ।

ସେହିପରି ରାୟପୁରସ୍ଥିତ ୨୧ ଟି ସୁପର ସ୍ପେସାଲିଟି ହସ୍ପିଟାଲ୍, ସୁରାଟସ୍ଥିତ ୨ ଟି, ଶିରକାକୁଲମର ୨ଟି, କୋଲକାତାର ୧ଟି, ମଦୁରାଇର ୧ ଟି, ହାଇଦ୍ରାବାଦର ୧ଟି, ଛତିଶଗଡ଼ର ୧ଟି, ରାଇଗଡ଼ର ୧ ଟି, ଦ୍ୱାରକାନଗରର ବଟି, ବିଜୟାନଗରମର ୨ ଟି ସୁପର ସ୍ପେସାଲିଟି ହସ୍ପିଟାଲକୁ ତାଲିକା ଭୁକ୍ତ କରାଯାଇଛି ।

ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଚଳିତ ବର୍ଷ ନଭେମ୍ବର ମାସରେ ଏହିସବୁ ହସ୍ପିଟାଲ୍ରେ ୪୫୦୦ ଜଣ ଓଡ଼ିଆ ଲୋକ ଦେୟ ମୁକ୍ତ ଚିକିତ୍ସା ପାଇଛନ୍ତି । ଏଥିପାଇଁ ରାଜ୍ୟସରକାର ୧୧.୨୬ କୋଟି ଟଙ୍କାର ବିଲ୍ ପୈଠ କରିଛନ୍ତି । ଜନୁଆରୀ ରୁ ନଭେମ୍ବର ମାସ ମଧ୍ୟରେ ସମୁଦାୟ ୨୮,୦୦୦ ଓଡ଼ିଆଙ୍କର ବାହାର ରାଜ୍ୟର ହସ୍ପିଟାଲ୍ ମାନଙ୍କରେ ମାଗଣା ଚିକିତ୍ସା ବାବଦରେ ରାଜ୍ୟ ସରକାର ପ୍ରାୟ ୩୯ କୋଟି ଟଙ୍କାର ବିଲ୍ ପୈଠ କରିଛନ୍ତି ବୋଲି ସୋସାଇଟିର ଆର୍ଥିକ ଯୁଗ୍ମ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅରବିନ୍ଦ ରାଉତରାୟ ଜଣାଇଥିଲେ ।

ରୋଗୀ ଏବଂ ତାଙ୍କର ନିକଟ ସଂପର୍କୀୟ ମାନଙ୍କଠାରୁ ମିଳିଥିବା ମତାମତରୁ ଜଣାପଡ଼ିଛି ଯେ ପ୍ରାୟ ୯୮ % ଭାଗ ରୋଗୀଙ୍କୁ ଏହିସବୁ ହସ୍ପିଟାଲ୍ରେ ନିୟୋଜିତ ସ୍ୱାସ୍ଥ୍ୟ ସହାୟକମାନେ ସିଧାସଳଖ ସାହାଯ୍ୟ କରିଥିଲେ । ପ୍ରାୟ ୯୮% ରୋଗୀ ଏହି ମାଗଣା ଓ ଉତ୍ତମ ମାନର ଚିକିତ୍ସା ପାଇଁ ସନ୍ତୋଷ ପ୍ରକାଶ କରି ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ ।

BSKY ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ
Share. Facebook Twitter LinkedIn Email WhatsApp Copy Link

Related Posts

ବିକେପିପିଇଆର୍ ପ୍ରକଳ୍ପ ପ୍ରସ୍ତାବକୁ ରାଜ୍ୟସ୍ତରୀୟ କମିଟିର ଅନୁମୋଦନ

August 3, 2026

ଏମ୍ସ ଭୁବନେଶ୍ୱରର ଚମକ “ଅଙ୍ଗ ପ୍ରତିରୋପଣରେ ଉଦୀୟମାନ ସରକାରୀ ପ୍ରତିଷ୍ଠାନ” ଭାବରେ ସମ୍ମାନିତ

August 3, 2026

ବନ୍ୟା ସହାୟତା ଘୋଷଣା, ପ୍ରଥମ ପର୍ଯ୍ୟାୟରେ ୧୧୦ କୋଟି ଟଙ୍କା, ଜାଣନ୍ତୁ କାହାକୁ ଦିଆଯିବ କେତେ 

August 3, 2026

ଓଡିଶା ରାଜନୀତିର ଭୀଷ୍ମ ପିତାମହ ବିଶ୍ବଭୂଷଣ ହରିଚନ୍ଦନଙ୍କ ୯୩ ତମ ଜନ୍ମଦିବସ ପାଳିତ

August 3, 2026
Latest News

ବାଙ୍କିପୁର ସମେତ ଦୁଇ ଆସନରେ ପରାଜୟ ପରେ ଆସିଲା ବିଜେପିର ପ୍ରଥମ ପ୍ରତିକ୍ରିୟା

August 3, 2026

ପେଟ୍ରୋଲ ଓ ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ୍ ଟ୍ୟାକ୍ସ, ଘରୋଇ ଦର ଅପରିବର୍ତ୍ତିତ

August 3, 2026

ବିକେପିପିଇଆର୍ ପ୍ରକଳ୍ପ ପ୍ରସ୍ତାବକୁ ରାଜ୍ୟସ୍ତରୀୟ କମିଟିର ଅନୁମୋଦନ

August 3, 2026

ଏମ୍ସ ଭୁବନେଶ୍ୱରର ଚମକ “ଅଙ୍ଗ ପ୍ରତିରୋପଣରେ ଉଦୀୟମାନ ସରକାରୀ ପ୍ରତିଷ୍ଠାନ” ଭାବରେ ସମ୍ମାନିତ

August 3, 2026

ବନ୍ୟା ସହାୟତା ଘୋଷଣା, ପ୍ରଥମ ପର୍ଯ୍ୟାୟରେ ୧୧୦ କୋଟି ଟଙ୍କା, ଜାଣନ୍ତୁ କାହାକୁ ଦିଆଯିବ କେତେ 

August 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.