Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସଦୈବ ଅଟଳ: ଯାହାଙ୍କ ନିରବତା ଥିଲା ଶବ୍ଦଠାରୁ ଅଧିକ ଶକ୍ତିଶାଳୀ
ବିଶେଷ ଖବର

ସଦୈବ ଅଟଳ: ଯାହାଙ୍କ ନିରବତା ଥିଲା ଶବ୍ଦଠାରୁ ଅଧିକ ଶକ୍ତିଶାଳୀ

December 25, 2022No Comments4 Mins Read
Share Facebook Twitter LinkedIn Email WhatsApp Copy Link

ପୂର୍ଣ୍ଣଚନ୍ଦ୍ର ମଲ୍ଲିକ

ଅଟଳ ବିହାରୀ ବାଜପେୟୀ ଦେଶ, ଜାତି ଓ ସମାଜ ପାଇଁ ଏକ ସମର୍ପିତ ବ୍ୟକ୍ତିତ୍ୱ। ଏକାଧାରରେ ଜଣେ ସୃଜନଧର୍ମୀ କବି, ଉଚ୍ଚକୋଟୀର ସ୍ତମ୍ଭକାର, ପ୍ରଜ୍ଞାଦୀପ୍ତବାଗ୍ମୀ, ଜାତୀୟବାଦୀ ସାଂସଦ, ସର୍ବୋତ୍ତମ ଶାସକ ଓ ଜାତିପ୍ରାଣ ରାଷ୍ଟ୍ରନାୟକ। ଛାତ୍ରାବସ୍ଥାରେ ୧୯୩୯ରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଜଣେ ସ୍ୱୟଂସେବକ ଭାବେ ଯୋଗଦେଇଥିଲେ। ୧୯୪୦-୪୪ ଭିତରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରଶିକ୍ଷଣ ନେବାପରେ ୧୯୪୭ରେ ଜଣେ ପୂର୍ଣ୍ଣକାଳୀନ ପ୍ରଚାରକଭାବେ କାର୍ଯ୍ୟାରମ୍ଭ କରିଥିଲେ।

୧୯୪୨ରେ ଭାରତ ଛାଡ ଆନ୍ଦୋଳନରେ ଯୋଗଦେଇ ମାତ୍ର ଅଠର ବର୍ଷ ବୟସରେ ତାଙ୍କ ବଡଭାଇ ପ୍ରେମ କୁମାରଙ୍କ ସହିତ ସ୍ୱାଧୀନତା ଆନ୍ଦୋଳନରେ ଯୋଗଦେଇ କାରାବରଣ କରିଥିଲେ। ୧୯୫୧ରେ ଭାରତୀୟ ଜନସଂଘର ପ୍ରତିଷ୍ଠାତା ସଭାପତି ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଅନୁରୋଧ କ୍ରମେ ଗୁରୁଜୀ ମାଧବ ସଦାଶିବ ଗୋଲୱାଲ କରଙ୍କ ନିର୍ଦ୍ଦେଶକ୍ରମେ ସଂଘ କାର୍ଯ୍ୟରୁ ବିରତ ହୋଇ ପ୍ରତ୍ୟକ୍ଷ ରାଜନୀତିରେ ଯୋଗଦେଇଥିଲେ। ତାଙ୍କୁ ଭାରତୀୟ ଜନସଂଘର ରାଷ୍ଟ୍ରୀୟ ସଂପାଦକ ଦାୟିତ୍ୱ ଅର୍ପଣ କରାଯାଇଥିଲା। ୧୯୫୭ରେ ୩୩ବର୍ଷ ବୟସରେ ବଳରାମପୁର ଲୋକସଭା ଆସନରୁ ପ୍ରଥମ ଥର ପାଇଁ ସେ ନିର୍ବାଚିତ ହୋଇଥିଲେ। ଦୀର୍ଘ ୫୦ ବର୍ଷ ଧରି ସେ ସଂସଦର ସଦସ୍ୟ ଥିଲେ।

ଏପରିକି ୧୯୯୮ରେ ମଧ୍ୟ ଶ୍ରୀ ବାଜପେୟୀ ଲୋକସଭାକୁ ୯ଥର ଓ ରାଜ୍ୟସଭାକୁ ୨ଥର ନିର୍ବାଚିତ ହୋଇ ସଂସଦରେ ସର୍ବ ବୃହତ୍ତମ ଦଳରୂପେ ଉଭା ହୋଇ ପୁଣିଥରେ ପ୍ରଧାନମନ୍ତ୍ରୀ ହୋଇଥିବା ବେଳେ ଏଆଇଡିଏମଙ୍କ ସମର୍ଥନ ପ୍ରତ୍ୟାହାର କରିବାରୁ ତାଙ୍କୁ ଅନାସ୍ଥା ପ୍ରସ୍ତାବର ସମ୍ମୁଖୀନ ହେବାକୁ ପଡିଲା ଓ ସେ ପ୍ରଧାନମନ୍ତ୍ରୀ ପଦରୁ ଇସପ୍ତା ଦେଲେ। ଏହି ସମୟରେ କାରଗିଲ୍ ଯୁଦ୍ଧ ହୋଇଥିଲା ଏବଂ ଯୁଦ୍ଧପରେ ୨୦୦୦ ମସିହାର ସାଧାରଣ ନିର୍ବାଚନରେ ଏନଡିଏ ପୂର୍ଣ୍ଣ ବହୁମତ ପାଇଁ ବାଜପେୟୀ ତୃତୀୟଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ଏହି ପଦରେ ସମୁଦାୟ ୬ବର୍ଷ ୬୪ ଦିନ ରହି ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥିଲେ।

ବାଜପେୟୀ ପ୍ରଧାନମନ୍ତ୍ରୀ ହେବାବେଳେ ତାଙ୍କ ସମ୍ମୁଖରେ ସବୁଠାରୁ ବଡ ଆହ୍ୱାନ ଥିଲା ଅର୍ଥନୈତିକ ବିକାଶ। ତେଣୁ ନରସିଂହ ରାଓ ଆରମ୍ଭ କରିଥିବା ଅର୍ଥନୈତିକ ସଂସ୍କାରକୁ ସେ ସଂପ୍ରାସାରିତ କରିବା ସହିତ ବିଭିନ୍ନ କ୍ଷେତ୍ରରେ ବିଦେଶୀ ପୁଞ୍ଜି ନିବେଶ ନିମନ୍ତେ ଅଧିକ ସୁଯୋଗ ସୃଷ୍ଟି କରିଥିଲେ। ଜାତୀୟ ରାଜପଥ ଉନ୍ନୟନ ପ୍ରକ୍ରିୟା, ସୂର୍ଣ୍ଣିମ ଚର୍ତୁଭୁଜ ଓ ପ୍ରଧାନମନ୍ତ୍ରୀ ସଡକ ଯୋଜନା ତାଙ୍କର ଭାରତକୁ ସବୁଠାରୁ ବଡ ଅବଦାନ। ଭାରତର ପ୍ରମୁଖ ଚାରୋଟି ମହାନଗରୀ-ଦିଲ୍ଲୀ, କଲିକତା, ଚେନ୍ନାଇ, ମୁମ୍ବାଇକୁ ପରସ୍ପର ସହିତ ଚାରି ଲେନ୍ ବିଶିଷ୍ଟ ରାଜପଥ ଦ୍ୱାରା ଯୋଡି ସେ ଏକ ଇତିହାସ ସୃଷ୍ଟି କରିଥିଲେ। ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଭାରତର ସବୁ ଗ୍ରାମକୁ ପକ୍କା ରାସ୍ତା ଦ୍ୱାରା ସଂଯୋଗ କରିବା ପାଇଁ ଏକ ଅବିଶ୍ୱାସ୍ୟ ଓ ଅକଳ୍ପନୀୟ ସ୍ୱପ୍ନ ଦେଖିଥିଲେ ଯାହା ଆଜି ବାସ୍ତବତାରେ ପରିଣତ ହୋଇଛି ଏବଂ ଭାରତବର୍ଷର ସବୁ ଗ୍ରାମ ପଞ୍ଚାୟତରେ ପକ୍କା ରାସ୍ତା ନିର୍ମିତ ହୋଇପାରିଛି ତଥା ମଣ୍ଡଳ ମୁଖ୍ୟାଳୟ ସହ ସଂଯୋଗ ସମ୍ଭବ ହୋଇଛି । ତାଙ୍କରି କାର୍ଯ୍ୟକାଳ ମଧ୍ୟରେ ସ୍ୱାଧୀନତା ଠାରୁ ୧୯୯୮ ଭିତରେ ନିର୍ମାଣ ହୋଇଥିବା ରାଜପଥର ଦୈର୍ଘ୍ୟ ଦ୍ୱିଗୁଣିତ ହୋଇପାରିଥିଲା।

ବାଜପେୟୀ ‘ଶକ୍ତି ସେ ଶାନ୍ତି’ ନୀତିରେ ବିଶ୍ୱାସ କରୁଥିଲେ। ଆମେରିକା ଓ ରୁଷ ଭଳି ବୃହତମ ଦେଶମାନେ ନିଜର ସାମରିକ ଶକ୍ତି ଦ୍ୱାରା ଆର୍ନ୍ତଜାତିକ କ୍ଷେତ୍ରରେ ଶାନ୍ତି ପ୍ରତିଷ୍ଠା ନୀତି ଗ୍ରହଣ କରିଥିଲେ। ସେହିଭଳି ଭାରତ ଶକ୍ତିଶାଳୀ ହେବା ଦ୍ୱାରାହିଁ ପଡୋଶୀ ରାଷ୍ଟ୍ରମାନଙ୍କ ସହିତ ଶାନ୍ତି ପ୍ରତିଷ୍ଠା କରିବାକୁ ସକ୍ଷମ ହେବ ବୋଲି ସେ ବିଶ୍ୱାସ କରୁଥିଲେ। ତେଣୁ ୧୯୯୮ ମେ ମାସରେ ରାଜସ୍ଥାନର ପୋଖରାନରେ ସେ ପରମାଣୁ ପରୀକ୍ଷଣ କରିଥିଲେ।

ବୈଦେଶିକ ନୀତିରେ ଯଥା ସମ୍ଭବ ଉନ୍ନତି ଘଟାଇ ସେ ଚୀନ୍ ସହିତ କୁଟନୈତିକ ବୁଝାମଣା କରିବା ସହିତ ବାଣିଜ୍ୟ କ୍ଷେତ୍ରରେ ଦୃଢ ସମ୍ପର୍କ ସ୍ଥାପନ କରିବାକୁ ସମର୍ଥ ହୋଇଛନ୍ତି। ଚୀନ ସିକିମକୁ ଭାରତର ଅଙ୍ଗ-ରାଜ୍ୟରୂପେ ସ୍ୱୀକୃତି ଦେଇଛି। ସେହିପରି ଇସ୍ରାଏଲ୍ ସହିତ ମଧ୍ୟ ପ୍ରତିରକ୍ଷା କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ରାଜିନାମା କରିବାକୁ ସେ ସମର୍ଥ ହୋଇଥିଲେ। ଏହାଦ୍ୱାରା ଆତଙ୍କବାଦ ବିରୁଦ୍ଧରେ ଲଢିବା ପାଇଁ ପାରସ୍ପରିକ ସହଯୋଗ ଓ ବିଭିନ୍ନ ଜ୍ଞାନ କୈାଶଳରେ ହସ୍ତାନ୍ତର ସମ୍ଭବ ହୋଇପାରିଥିଲା। ପୋଖରାନ୍ ଠାରେ ପରମାଣୁ ପରୀକ୍ଷଣ କରିବାରୁ ଆମେରିକା ଓ ତାହାର ସହଯୋଗୀ ରାଷ୍ଟ୍ରମାନେ ଭାରତ ଭାରତ ବିରୁଦ୍ଧରେ ଅର୍ଥନୈତିକ ବାସନ୍ଦ ଜାରି କରିଥିଲେ ମଧ୍ୟ ତାଙ୍କରି କାର୍ଯ୍ୟକାଳ ଭିତରେ ଦୀର୍ଘ ୧୪ ମାସ ପରେ ଆମେରିକା ସମ୍ପର୍କରେ ଉନ୍ନତି ଘଟିଥିଲା। ୨୦୦୧ ସେପ୍ଟେମ୍ବର ୧୧ ତାରିଖରେ ଆମେରିକା ଉପରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ, ତାଲିବାନ ଓ ଅଲକାଇଦା ବିରୁଦ୍ଧରେ ଭାରତ ଆମେରିକାର  ଏକ ବଡ ସହଯୋଗୀ ରାଷ୍ଟ୍ରରୂପେ ଆମେରିକାକୁ ବିଭିନ୍ନ ଲକ୍ଷ୍ୟ ସାଧନ ଦିଗରେ ସହାୟତା ପ୍ରଦାନ କରିବାକୁ ସମର୍ଥ ହୋଇଥିଲା।

୧୯୯୯ରେ ସମସ୍ତ ପ୍ରକାର ଦ୍ୱିପାକ୍ଷିକ ସମ୍ପକେ ଉଲଂଘନ କରି ମୁସାରଫଙ୍କ ନିର୍ଦ୍ଦେଶକ୍ରମେ କାରଗିଲ୍ କ୍ଷେତ୍ରରେ ପାକିସ୍ଥାନୀ ସୈନ୍ୟମାନେ ନିୟନ୍ତ୍ରଣ ରେଖା ଅତିକ୍ରମ କରି ଭାରତର ଅଞ୍ଚଳକୁ ଦଖଲକୁ ନେଇଥିଲେ। ଶାନ୍ତିପ୍ରିୟ ବାଜପେୟୀ ଏହାର କଠୋର ଜବାବ୍ ଦେଇ ଅପେରେସନ୍ ବିଜୟ ଆରମ୍ଭ କରି ପାକିସ୍ଥାନର ସୈନ୍ୟମାନଙ୍କୁ ପୁଣି ପଛକୁ ହଟାଇ ନିୟନ୍ତ୍ରଣ ରେଖାଠାରେ ଭାରତର ବିଜୟ ପତାକା ଉଡାଇଥିଲେ।

ବିଜେପି ନେତୃତ୍ୱରେ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଏନଡିଏ ସରକାର ଦେଶର ତଫସିଲ୍ ଭୁକ୍ତ ଜାତି ଓ  ଉପଜାତି ମାନଙ୍କ ଉନ୍ନତି ପାଇଁ ଯାହା କରିଛନ୍ତି ତାହା ଅନନ୍ୟ ଓ ଅଭୂତପୂର୍ବ ତାର ସବୁଠାରୁ ବଡ ଉଦାହରଣ ହେଲା। ୧୯୯୯ରେ ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟକୁ ପୁର୍ନଗଠନ କରି ଦେଶରେ ସ୍ୱତନ୍ତ୍ରଭାବେ ଏକ ‘ଆଦିବାସୀ ଉନ୍ନୟନ ମନ୍ତ୍ରଣାଳୟ’ ଗଠନ।

ବାଜପେୟୀଙ୍କ ଆଦର୍ଶ ଓ ଗଣତନ୍ତ୍ର ପ୍ରତି ନିଷ୍ଠା ସବୁକାଳ ଲାଗି ତାଙ୍କ ଶାସନ କାଳକୁ ଭାରତବର୍ଷ ଇତିହାସରେ ଏକ ସୂର୍ଣ୍ଣିମ ଅଧ୍ୟାୟ ରୂପେ ଲିପିବଦ୍ଧ କରି ରଖିବ ଏଥିରେ ସନ୍ଦେହ ନାହିଁ। ୨୪ଟି ରାଜନୈତିକ ଦଳକୁ ନେଇ ଭାରତଭଳି ବହୁ ଭାଷିକ ଓ ବହୁମତବାଦୀ ଦେଶରେ ସେ ସ୍ୱଚ୍ଛ ଶାସନ ଦେବା ସହିତ କେତେ ଗୁଡିଏ ଐତିହାସିକ ପଦକ୍ଷେପ ନେଇ ଭାରତର ସର୍ବକାଳୀନ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ ରୂପେ ନିଜକୁ ପ୍ରତିଷ୍ଠା କରିପାରିଥିଲେ।

ଅଟଳ ବିହାରୀ ବାଜପେୟୀ ଭାରତ ଛାଡ ଆନ୍ଦୋଳନ ଭାରତ ରତ୍ନ ସଦୈବ ଅଟଳ
Share. Facebook Twitter LinkedIn Email WhatsApp Copy Link

Related Posts

କଟକରେ ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

August 3, 2026

ବନ୍ୟା ସହାୟତା ଘୋଷଣା, ପ୍ରଥମ ପର୍ଯ୍ୟାୟରେ ୧୧୦ କୋଟି ଟଙ୍କା, ଜାଣନ୍ତୁ କାହାକୁ ଦିଆଯିବ କେତେ 

August 3, 2026

Bankipur Byepoll Result: ବିଜେପି ରାଷ୍ଟ୍ରୀୟ ସଭାପତି ନୀତିନ ନବୀନଙ୍କ ଗଡରେ ଜିତିଲେ ପ୍ରଶାନ୍ତ କିଶୋର

August 3, 2026

ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବାଗତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

August 3, 2026
Latest News

ଇଗ୍ନୋରେ ନୁତନ ନାମ ଲେଖା ଓ ପୁନଃ ପଞ୍ଜିକରଣ ଅବଧି ଚଳିତ ମାସ ୧୬ ତାରିଖକୁ ବୃଦ୍ଧି

August 4, 2026

ଆଜି ଅଗଷ୍ଟ 4 ତାରିଖ ମଙ୍ଗଳବାରରେ ଏହି 7ଟି ରାଶିର ବ୍ୟକ୍ତି ହେବେ ମାଲେମାଲ୍

August 4, 2026

ଆସନ୍ତାକାଲି ଏନଡିଏର ‘ମଙ୍ଗଳ ମିଳନ’ ବୈଠକ; ସଂସଦ ରଣନୀତି ଓ ସରକାରୀ ଏଜେଣ୍ଡା ଉପରେ ହୋଇପାରେ ଆଲୋଚନା

August 3, 2026

କଟକରେ ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟ ଉଦଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

August 3, 2026

ବାଙ୍କିପୁର ସମେତ ଦୁଇ ଆସନରେ ପରାଜୟ ପରେ ଆସିଲା ବିଜେପିର ପ୍ରଥମ ପ୍ରତିକ୍ରିୟା

August 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.