Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆଜି ଅନୁଗୁଳରେ ବିଜେପି ବିଜେଡି ଧମକା, ଏକା ମୁଖ୍ୟମନ୍ତ୍ରୀ ନବୀନ ବନାମ ତିନି କେନ୍ଦ୍ରମନ୍ତ୍ରୀ
ବିଶେଷ ଖବର

ଆଜି ଅନୁଗୁଳରେ ବିଜେପି ବିଜେଡି ଧମକା, ଏକା ମୁଖ୍ୟମନ୍ତ୍ରୀ ନବୀନ ବନାମ ତିନି କେନ୍ଦ୍ରମନ୍ତ୍ରୀ

December 29, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
Anugul in Naveen
ଆଜି ଅନୁଗୁଳରେ ବିଜେପି ବିଜେଡି ଧମକା, ଏକା ମୁଖ୍ୟମନ୍ତ୍ରୀ ନବୀନ ବନାମ ତିନି କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ବର: ଆଜି ଅନୁଗୁଳ ଜିଲ୍ଲାରେ ରାଜନୀତିରେ ହେବ ଏକ ଧମକା। କାରଣ ଆଜି ଅନୁଗୁଳରେ ବିଜେଡି ତାହାର ପାୱାର ସୋ କରୁଛି। ସେହିପରି ବିଜେପି ତରଫରୁ ତିନି କେନ୍ଦ୍ରମନ୍ତ୍ରୀ ମଧ୍ୟ ଆଜି ଅନୁଗୁଳରେ ସଭା କରୁଛନ୍ତି। ଯାହାକୁ ନେଇ ଆଜି ରାଜ୍ୟ ରାଜନୀତିରେ ସୃଷ୍ଟି ହୋଇଛି ଏକ କମ୍ପନ।

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁଗୁଳ ଗସ୍ତ କରି ସେଠାରେ ସେଠାରେ ସେ ଏକ ଜନସଭାକୁ ସମ୍ବୋଧନ କରିବା ସହିତ ୧୮୦୫ କୋଟି ଟଙ୍କାର ମୋଟ ୨୩ଟି ପ୍ରକଳ୍ପର ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ସେହିପରି ମହିଳା ଏସ୍‌ଏଚ୍‌ଜିମାନଙ୍କୁ ମୋଟ ୨୪୨ କୋଟି ଟଙ୍କାର ଋଣ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଛି।

ସେହିପରି ଆଜି ୩ ଜଣ କେନ୍ଦ୍ରମନ୍ତ୍ରୀ ଜିଲ୍ଲାକୁ ଆସୁଛନ୍ତି। ସ୍ଥାନୀୟ ନେତା ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଆସିବେ। ସେମାନେ ଅନୁଗୁଳରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ସେଠାରେ ସେ ତାଳଚେର ବଳରାମ ଦେଇ ଅନୁଗୁଳ ପର୍ଯ୍ୟନ୍ତ ନୂତନ ରେଳପଥ ଉଦ୍‌ଘାଟନ ଏବଂ ସମ୍ବଲପୁର-ସାଲିମାର ଏକ୍ସପ୍ରେସ୍‌ ଟ୍ରେନ୍‌ର ଶୁଭାରମ୍ଭ କରିବେ।

ଏହାକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ ହୋଇପଡିଛି। କାରଣ ଉଭୟ ଦଳ ସେଠାରେ ଏପରି ପାୱାର ସୋ କରିବା ନିଶ୍ଚିତ ଭାବେ ନିର୍ବାଚନ ପ୍ରଚାର ଛଡା ଆଉ କିଛି ନୁହେଁ। ଧର୍ମେନ୍ଦ୍ର ପ୍ରଧାନ ତାଳଚେରରୁ ପ୍ରାର୍ଥୀ ହେବେ। ସେଥିପାଇଁ ସେ ସହି ଜିଲ୍ଲାକୁ ବାରମ୍ବାର ଗସ୍ତ କରି ନିଜର ପତିୟାରା ଦେଖାଇବାକୁ ଚାହାଁନ୍ତି। ହେଲେ ତାହାକୁ ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ମଧ୍ୟ ଅନୁରୂପ ପ୍ରସ୍ତୁତି କରିଛି।

ଅନୁଗୁଳ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ମଧ୍ୟ କମିଲା ସୁନା ଏବଂ ରୂପାର ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ କେତେ?

April 13, 2026

ଚୀନ୍ ଏବଂ ଆମେରିକାକୁ ପଛରେ ପକାଇବ ଭାରତର ଅଟୋ ଶିଳ୍ପ: ନୀତିନ୍ ଗଡକରୀ କହିଲେ ମାଷ୍ଟର ପ୍ଲାନ 

April 13, 2026

ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

April 13, 2026

୨୧୯ ଏଲ୍‍ପିଜି ବିତରକଙ୍କ ଉପରେ ଜରିମାନା, ୫୬ ବିତରକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

April 13, 2026
Latest News

ଆଜି ମଧ୍ୟ କମିଲା ସୁନା ଏବଂ ରୂପାର ମୂଲ୍ୟ: ଜାଣନ୍ତୁ ଭୁବନେଶ୍ଵରରେ କେତେ?

April 13, 2026

ଚୀନ୍ ଏବଂ ଆମେରିକାକୁ ପଛରେ ପକାଇବ ଭାରତର ଅଟୋ ଶିଳ୍ପ: ନୀତିନ୍ ଗଡକରୀ କହିଲେ ମାଷ୍ଟର ପ୍ଲାନ 

April 13, 2026

ଟ୍ରକ୍ ଧକ୍କାରେ ୭ ମୃତ

April 13, 2026

ଟିଏମସିରେ ଯୋଗଦେଲେ ସୁଭାଷ ଚନ୍ଦ୍ର ବୋଷଙ୍କ ନାତି: ବିଜେପି ଉପରେ କଲେ କଡ଼ା ଆକ୍ରମଣ

April 13, 2026

ଟ୍ରମ୍ପଙ୍କ ନୂତନ ଧମକରେ ଦୋହଲିଗଲା ସେୟାର ବଜାର

April 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.