ହୀରାବେନଙ୍କ ପାଇଁ ବାଲୁକା କଳାରେ ଶୋକବ୍ୟକ୍ତ କଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

Published: Dec 30, 2022, 4:09 pm IST
Hiraben Sand Art

ପୁରୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରାବେନଙ୍କ ଅହମ୍ମଦାବାଦରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ଶହେ ବର୍ଷ ହୋଇଥିଲା। ସେ ଅସୁସ୍ଥ ହୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ। ଭୋର ୩ ଟା ୩୦ ମିନିଟରେ ସେ ଶେଷ ନିଃସ୍ବାସ ତ୍ୟାଗ କଲେ। ସେଥିପାଇଁ ଆଜି ବହୁ ବିଶିଷ୍ଠ ବ୍ୟକ୍ତି ତାଙ୍କ ମୃତ୍ୟୁରେ ଶୋକ ବ୍ୟକ୍ତ କରିଛନ୍ତି।

ସେହିପରି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ତାଙ୍କ ବାଲୁକା କଳାରେ ଶୋକ ବ୍ୟକ୍ତି କରିଛନ୍ତି। ସେ ପୁରୀ ବେଳାଭୂମିରେ ହୀରାବେନଙ୍କ ବାଲୁକା କଳା ନିର୍ମାଣ କରିଛନ୍ତି ଯାହା ବେଶ ଆକର୍ଷଣୀୟ ହୋଇଛି। ଏଥିରେ ସେ ପଛପଟେ ‘ମା’ ବୋଲି ହିନ୍ଦିରେ ଉଲ୍ଲେଖ କରିଛନ୍ତି।

ସେ ନୀଳ ରଂଗର ଏକ ସ୍ତୁପ ନିର୍ମାଣ କରି ତା ଉପରେ ଧଳା ରଂଗର ବାଲିରେ ହୀରାବେନଙ୍କ ବାଲୁକା କଳା ସ୍ଥାପନ କରିଛନ୍ତି। ତାଙ୍କ ଚାରିପଟେ ମେଘ ଖଣ୍ଡକୁ ସେ ମଧ୍ୟ ସ୍ଥାପନ କରିଛନ୍ତି। ଏହାର ଅର୍ଥ ହେଉଛି ଯେ, ମା ହୀରେବନ ବର୍ତ୍ତମାନ ସ୍ବର୍ଗ ଭୂମିରେ ପଦାର୍ପଣ କରିଛନ୍ତି। ତା ତଳେ ସୁଦର୍ଶନ ଇଂରାଜୀରେ ‘ଓମ୍ ଶାନ୍ତି’ ବୋଲି ଲେଖିଛନ୍ତି।

ସୁଦର୍ଶନ ଏକ ଟୁଇଟ କରି କହିଛନ୍ତି ଯେ, ‘ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରାବେନ ମୋଦୀଙ୍କ ପଦ୍ମପାଦ ଭଗବାନଙ୍କ ନିକଟରେ ପହଁଚିଛି। ଏଥିପାଇଁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ପରିବାରଙ୍କୁ ମୋର ବାଲୁକା କଳା ମାଧ୍ୟମରେ ସମବେଦନା ଜଣାଉଅଛି।

Related posts