Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ସମସ୍ତଙ୍କୁ ସ୍ୱାସ୍ଥ୍ୟ ସେବା ଯାତ୍ରାରେ ଭାରତ ଅତିକ୍ରମ କଲା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ
ଜାତୀୟ ଖବର

ସମସ୍ତଙ୍କୁ ସ୍ୱାସ୍ଥ୍ୟ ସେବା ଯାତ୍ରାରେ ଭାରତ ଅତିକ୍ରମ କଲା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ

December 30, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସମସ୍ତଙ୍କୁ ସ୍ୱାସ୍ଥ୍ୟ ସେବା ଯାତ୍ରାରେ ଭାରତ ଅତିକ୍ରମ କଲା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ

ନୂଆଦିଲ୍ଲୀ: ଭାରତ ସ୍ୱାସ୍ଥ୍ୟକ୍ଷେତ୍ରରେ ଏକ ମହତ୍ୱପୂର୍ଣ୍ଣ ମାଇଲ୍ଖୁଂଟକୁ ଅତିକ୍ରମ କରିଛି – ୩୧ ଡିସେମ୍ବର ପୂର୍ବରୁ ୧,୫୦,୦୦୦ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର (ଏବି – ଏଚଡବ୍ଲ୍ୟୁସି) କାର୍ଯ୍ୟକ୍ଷମ ହୋଇଛି। ନିର୍ଦ୍ଧାରିତ ସମୟସୀମା ପୂର୍ବରୁ ଏହି ସଫଳତା ହାସଲ କରିବା ନିମନ୍ତେ ଦେଶର ପ୍ରୟାସକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି ଏବଂ ପ୍ରାଥମିକ ସ୍ୱାସ୍ଥ୍ୟସେବା ସୁବିଧା ତଥା ସୁଯୋଗ ପାଇବା କ୍ଷେତ୍ରରେ ଏହି କେନ୍ଦ୍ର ଗୁଡିକ ସମଗ୍ର ଦେଶରେ ନାଗରିକ ମାନଙ୍କୁ ସହାୟତା କରିବେ ବୋଲି ସେ ପ୍ରଶଂସା କରି କହିଛନ୍ତି ।

ଏହି ସଫଳତା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମନସୁଖ ମାଣ୍ଡଭିୟ ଦେଶକୁ ଶୁଭେଚ୍ଛା ଜଣାଇବା ସହ ଭାରତ ଯେଉଁ ଲକ୍ଷ୍ୟ ଧାର‌୍ୟ୍ୟ କରିଛି ତାହା ସଫଳତାର ସହ ହାସଲ କରିଛି ବୋଲି ସେ ମଧ୍ୟ ଖୁସି ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କର ଦର୍ଶନକୁ ବାସ୍ତବିକତାରେ ପରିବର୍ତ୍ତିତ କରି, ରାଜ୍ୟ / କେନ୍ଦ୍ରଶାସିତ ଅଂଚଳ ଏବଂ କେନ୍ଦ୍ର ସରକାରଙ୍କ ସାମୂହିକ ତଥା ସହଯୋଗାତ୍ମକ ପ୍ରୟାସ ଭାରତକୁ ସୁନିଶ୍ଚିତ ବ୍ୟାପକ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ମଡେଲରେ ପରିଣତ କରିଛି ।

କାହାକୁ ପଛରେ ନ ଛାଡି, “ଆନ୍ତୋଦୟ” ର ସିଦ୍ଧାନ୍ତ ଗୁଡିକ ପୂରଣ କରିବାରେ ୧,୫୦,୦୦୦ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଏବଂ କଲ୍ୟାଣ କେନ୍ଦ୍ର (ଏବି – ଏଚଡବ୍ଲ୍ୟୁସି) ବ୍ୟାପକ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଯୋଗାଣରେ ପରିବର୍ତ୍ତନ ଆଣିଛି ଯାହା ସର୍ବଭାରତୀୟ ସ୍ତରରେ ମାଗଣାରେ ଏବଂ ଜନ୍ମରୁ ମୃତ୍ୟୁ ପର‌୍ୟ୍ୟନ୍ତ ସମସ୍ତ ବୟସର ଲୋକ ମାନଙ୍କୁ ଯତ୍ନର ଏକ ନିରନ୍ତର ଉପାୟ ମାଧ୍ୟମରେ ସେବା ଯୋଗାଇଥାଏ। ବିଭିନ୍ନ ପଦକ୍ଷେପ ଗୁଡିକ ମାଧ୍ୟମରେ ଦେଶର ଭିତର ଅଂଚଳରେ ସ୍ୱାସ୍ଥ୍ୟସେବା ପହଂଚିବାକୁ ସୁନିଶ୍ଚିତ କରି ଏବି – ଏଚ୍ଡବ୍ଲ୍ୟୁସି ଇ- ସଞ୍ଜିବନୀ ମାଧ୍ୟମରେ ୮.୫ ଟେଲି ପରାମର୍ଶକୁ ଅତିକ୍ରମ କରିଛି, ଯେଉଁଠାରେ ଦୈନିକ ପ୍ରାୟ ୪ ଲକ୍ଷ ଟେଲି ପରାମର୍ଶ ଦିଆ ଯାଇଥାଏ।

ସାରା ଦେଶରେ ୧୩୪ କୋଟିରୁ ଅଧିକ ଲୋକ ଏବି – ଏଚଡବ୍ଲ୍ୟୁସି ଦ୍ୱାରା ଉପକୃତ ହୋଇଛନ୍ତି ଏବଂ ୮୬.୯୦ କୋଟିରୁ ଅଧିକ ହିତାଧିକାରୀ ମାନଙ୍କର ଅଣ ସଂକ୍ରାମକ ରୋଗ ପାଇଁ ଯାଂଚ କରାଯାଇଛି , ଯେଉଁଥିରେ ଉଚ୍ଚ ରକ୍ତଚାପ ପାଇଁ ୨୯.୯୫ କୋଟି, ମଧୁମେହ ପାଇଁ ୨୫.୫୬ କୋଟି, ମୁଖ କର୍କଟ ପାଇଁ ୧୭.୪୪ କୋଟି, ସ୍ତନ କର୍କଟ ପାଇଁ ୮.୨୭ କୋଟି ଏବଂ ଗର୍ଭାଶୟ କର୍କଟ ପାଇଁ ୫.୬୬ କୋଟି ହିତାଧିକାରୀ ଅନ୍ତର୍ଭୁକ୍ତ ।

ଏବି – ଏଚ୍ଡବ୍ଲ୍ୟୁସି ଗୁଡ଼ିକର ସମ୍ପ୍ରସାରଣକୁ ଦୃଷ୍ଟିରେ ରଖି , ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର – ସ୍ୱାସ୍ଥ୍ୟ କଲ୍ୟାଣ କେନ୍ଦ୍ର (ପିଏଚସି – ଏଚଡବ୍ଲ୍ୟୁସି)ରେ ଅତ୍ୟାବଶ୍ୟକ ଔଷଧ ଗୁଡିକର ସଂଖ୍ୟା ୧୭୨ କୁ ଏବଂ ଉପ ସ୍ୱାସ୍ଥ୍ୟ କେନ୍ଦ୍ର – ସ୍ୱାସ୍ଥ୍ୟ କଲ୍ୟାଣ କେନ୍ଦ୍ର (ଏସ୍ଏଚସି- ଏଚଡବ୍ଲ୍ୟସି)ରେ ୧୦୫ କୁ ବୃଦ୍ଧି ପାଇଛି ଏବଂ ଆବଶ୍ୟକୀୟ ନିଦାନ ମଧ୍ୟ ପିଏଚ୍ସି – ଏଚ୍ଡବ୍ଲ୍ୟୁସିରେ ୬୩ ଏବଂ ଏସ୍ଏଚସି- ଏଚଡବ୍ଲ୍ୟସି ରେ ୧୪ କୁ ବିସ୍ତାର ହୋଇଛି । ଏବି – ଏଚଡବ୍ଲ୍ୟୁସି ଗୁଡିକ ଯୋଗ, ଜୁମ୍ବା, ସାଇକ୍ଲାଥନ୍, ୱାକାଥନ୍ ଉପରେ ସୁସ୍ଥତା ଅଧିବେଶନକୁ ମଧ୍ୟ ଅନ୍ତର୍ଭୁକ୍ତ କରିଥାଏ ଏବଂ ସାମୁଦାୟିକ କଲ୍ୟାଣ ପାଇଁ ଏକ ମାନସିକତା ସୃଷ୍ଟି କରିବା ନିମନ୍ତେ ଖାଦ୍ୟ, ଶାରୀରିକ କାର‌୍ୟ୍ୟକଳାପ, ସକାରାତ୍ମକ ପାଳନ – ପୋଷଣ, ତମାଖୁ, ମଦ୍ୟପାନ ବନ୍ଦ କରିବା ପାଇଁ ନିର୍ଦ୍ଦେଶାବଳୀ ପ୍ରଦାନ କରିଥାଏ ।

Ayushman Bharat ସ୍ବାସ୍ଥ୍ୟ ସେବା
Share. Facebook Twitter LinkedIn Email WhatsApp Copy Link

Related Posts

କଣ ଗରମ ଯୋଗୁଁ ଆପଣଙ୍କ ପେଟ ବାରମ୍ବାର ଖରାପ ହେଉଛି କି ? ଜାଣନ୍ତୁ କାରଣ କଣ ?

April 27, 2026

ରାଘବଙ୍କୁ କଟାକ୍ଷ କଲେ ଓମାର ଅବଦୁଲ୍ଲା

April 26, 2026

ବିଜେପିକୁ ଟାର୍ଗେଟ କଲେ କେଜ୍ରିୱାଲ

April 26, 2026

ପିଠି ଯନ୍ତ୍ରଣାରେ ପୀଡିତ କି ? ଆଜି ହିଁ ଖାଦ୍ୟରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ

April 26, 2026
Latest News

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026

ଜାପାନରେ ଭୂମିକମ୍ପ

April 27, 2026

ଆଜିର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ସ୍ଥଗିତ

April 27, 2026

ଚିଲିକା ପୁସ୍ତକ ମେଳାର ତୃତୀୟ ଦିବସ: ପୁସ୍ତକପ୍ରେମୀଙ୍କ ଭରପୁର ଉତ୍ସାହ

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.