Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ନୂଆ ବର୍ଷକୁ ଆକର୍ଷଣୀୟ ବାଲୁକା କଳାରେ ସ୍ବାଗତ କଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ
ଜାତୀୟ ଖବର

ନୂଆ ବର୍ଷକୁ ଆକର୍ଷଣୀୟ ବାଲୁକା କଳାରେ ସ୍ବାଗତ କଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

January 1, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Happy New Year 2023
ନୂଆ ବର୍ଷକୁ ଭିନ୍ନ ଆକର୍ଷଣୀୟ ବାଲୁକା କଳାରେ ସ୍ବାଗତ କଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

Happy New Year 2023: ଆଜି ନୂଆ ବର୍ଷ। ସାରା ପୃଥିବୀ ବେଶ ରଂଗୀନ ହୋଇ ଉଠିଛି। ସମସ୍ତେ ବର୍ତ୍ତମାନ ଏହି ନୂଆ ବର୍ଷକୁ ସ୍ବାଗତ କରିବା ମୁଡରେ ଅଛନ୍ତି। ଏପରି କ୍ଷେତ୍ରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କିପରି ଚୁପ ରୁହନ୍ତେ। ସେ ମଧ୍ୟ ନିଜ ବାଲୁକା କଳାରେ ନୂତନ ବର୍ଷକୁ ସ୍ବାଗତ କରିଛନ୍ତି।

ତେବେ ଏଥରର ସୁଦର୍ଶନଙ୍କ ବାଲୁକା କଳା ତାଙ୍କର ପୂର୍ବ କଳାଠାରୁ ସଂପୂର୍ଣ୍ଣ ଭିନ୍ନ ରହିଛି। କାରଣ ସେ ସବୁବେଳେ ଏହି ନୂଆ ବର୍ଷ ହେଉ କିମ୍ବା ଅନ୍ୟ କୌଣସି ଗୁରୁତ୍ବପୂର୍ଣ୍ଣ ଦିନରେ ବାଲୁକା କଳା କରିଥାନ୍ତି। ତେବେ ସେହି ବାଲୁକା କଳାକୁ ସେ କେବଳ ବାଲିରେ ନିର୍ମାଣ କରିଥାନ୍ତି।

ହେଲେ ଚଳିତ ନୂଆ ବର୍ଷରେ ସୁଦର୍ଶନ ଏକ ନୂଆ ଢାଞ୍ଚାରେ ତାଙ୍କର ବାଲୁକା କଳାକୁ ନିର୍ମାଣ କରିଛନ୍ତି। ସେ ଏଥର ବାଲୁକା କଳାରେ ବ୍ୟବହାର କରିଛନ୍ତି ବିଭିନ୍ନ ରଂଗବେରଂଗର ସତେଜ ଫୁଲ। ଯାହା ତାଙ୍କ କଳାକୁ ବେଶ୍ ଆକର୍ଷଣୀୟ କରିଦେଇଛି। ଯେ ଦେଖୁଛି ସେ ଘଡିଏ ଅନେଇ ରହୁଛି। ପ୍ରଶଂସାରେ ଶତମୁଖ ହୋଇ ଯାଉଛନ୍ତି ଦେଖଣାହାରୀ।

ସୁଦର୍ଶନ 2023 ମସିହାକୁ ସ୍ବାଗତ କରିବା ପାଇଁ ସେ ପ୍ରଭୃ ଶ୍ରୀଜଗନ୍ନାଥ, ବଳଭଦ୍ର ଏବଂ ମା ସୁଭଦ୍ରାଙ୍କ ବାଲୁକା ପ୍ରତିମୂର୍ତ୍ତି ପୁରୀ ବେଳା ଭୂମିରେ କରିଛନ୍ତି। ଏଥିରେ ସେ ବିଶେଷ ଭାବେ ଗୋଲାପ ଫୁଲ ବ୍ୟବହାର କରିଛନ୍ତି। ତିନିଠାକୁରଙ୍କ ଉପରେ ସେ ଏପରି ଏକ ଫୁଲର ହାର ଲଗାଇଛନ୍ତି, ଯାହା ବେଶ ଆକର୍ଷଣୀୟ ହୋଇଛି। ସେହିପରି ନାଲି ଓ ଧଳାଫୁଲରେ ସେ ତିନିଠାକୁରଙ୍କ ମୁକୁଟ, ମାଳାକୁ ସ୍ଥାପନ କରିଛନ୍ତି।

ଏହି ବାଲୁକା କଳାର ତିନି ଠାକୁରଙ୍କ ତଳେ ଇଂରାଜୀରେ ସେ ଜୟ ଜଗନ୍ନାଥ ବୋଲି ଉଲ୍ଲେଖ କରିଛନ୍ତି। ସେହିପରି ପୁରା ତଳେ ସେ ଓଡିଆରେ ଜୟ ଜଗନ୍ନାଥ ଲେଖିବା ସହିତ 2023 ସ୍ବାଗତଂ ବୋଲି ଲେଖିଛନ୍ତି। ଏହି କଳା ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କୁ ବେଶ୍ ଆକୃଷ୍ଠ କରିଛି। ବର୍ତ୍ତମାନ ନୂଆ ବର୍ଷକୁ ପୁରୀରେ ଲୋକ ଗହଳି ଥିବାରୁ ଏହି କଳା ସେମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି।

happy new year sand art SudarsanPatnaik ନୂଆ ବର୍ଷ ନୂଆବର୍ଷ ସୁଦର୍ଶନ ପଟ୍ଟନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ଦକ୍ଷିଣ ଓଡ଼ିଶା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ସ୍ୱତନ୍ତ୍ର ପ୍ୟାକେଜ୍ ଓ ବୈଠକ ଦାବି କଲେ ​ବ୍ରହ୍ମପୁର ସାଂସଦ

August 24, 2026

ବୌଦ୍ଧରେ ଗଞ୍ଜେଇ କାରବାର ନେଇ ଭାଇରାଲ୍ ଅଡିଓ: ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜି

August 24, 2026

ପ୍ରେମିକର ଛୁରାମାଡ଼ରେ ପ୍ରେମିକା ମୃତ: ଥାନାରେ ଆତ୍ମସମର୍ପଣ କଲେ ଅଭିଯୁକ୍ତ

August 24, 2026

ଭଦ୍ରକ ଜିଲ୍ଲାର ସ୍ୱାସ୍ଥ୍ୟ ସମୀକ୍ଷା ବୈଠକରେ ଯୋଗଦେଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ

August 24, 2026
Latest News

ଦକ୍ଷିଣ ଓଡ଼ିଶା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ସ୍ୱତନ୍ତ୍ର ପ୍ୟାକେଜ୍ ଓ ବୈଠକ ଦାବି କଲେ ​ବ୍ରହ୍ମପୁର ସାଂସଦ

August 24, 2026

ଗିନିରେ ଭୂସ୍ଖଳନ : ଅଳିଆ ପାହାଡ଼ ଧସି ୩୦ ମୃତ

August 24, 2026

ବୌଦ୍ଧରେ ଗଞ୍ଜେଇ କାରବାର ନେଇ ଭାଇରାଲ୍ ଅଡିଓ: ତଦନ୍ତ ନିର୍ଦ୍ଦେଶ ଦେଲେ ଡିଜି

August 24, 2026

ପ୍ରେମିକର ଛୁରାମାଡ଼ରେ ପ୍ରେମିକା ମୃତ: ଥାନାରେ ଆତ୍ମସମର୍ପଣ କଲେ ଅଭିଯୁକ୍ତ

August 24, 2026

ଭଦ୍ରକ ଜିଲ୍ଲାର ସ୍ୱାସ୍ଥ୍ୟ ସମୀକ୍ଷା ବୈଠକରେ ଯୋଗଦେଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.