Categories
ଆଜିର ଖବର ରାଜ୍ୟ ଖବର

ଏଥର ନୂଆବର୍ଷରେ ଖୋଲିଲା ନବୀନ ନିବାସ, ଶୁଭେଚ୍ଛୁଙ୍କ ପ୍ରବଳ ଭିଡ

ଭୁବନେଶ୍ବର: ବହୁ ବର୍ଷ ପରେ ଏଥର ନବୀନ ନିବାସ ନୂଆ ବର୍ଷ ପାଇଁ ଖୋଲିଛି। କାରଣ ଗତ ଦୁଇ ବର୍ଷ ଧରି କରୋନା ପାଇଁ ବନ୍ଦ ଥିଲା। ସେହିପରି ଅନ୍ୟ ବର୍ଷଗୁଡିକରେ ମଧ୍ୟ ବିଭିନ୍ନ କାରଣ ପାଇଁ ଶୁଭେଚ୍ଛୁମାନେ ନବୀନଙ୍କୁ ଅଭିନନ୍ଦନ ଜଣାଇ ପାରୁ ନ ଥିଲେ। ହେଲେ ଏଥର କୌଣସି କାରଣ ନ ଥିବାରୁ ନବୀନ ନିବାସକୁ ସମସ୍ତଙ୍କୁ ଛଡାଯାଇଥିଲା।

ଆଜି ସକାଳୁ ନବୀନ ନିବାସରେ ମନ୍ତ୍ରୀ ବିଧାୟକଙ୍କ ଠାରୁ ଆରମ୍ଭ କରି କରପୋରେଟର, କାଉନସିଲର ପର୍ଯ୍ୟନ୍ତ ନେତାମାନେ ଆସି ଭିଡ କରିଥିଲେ। ସେହିପରି କେତେକ ଭିନ୍ନକ୍ଷମ ଅନୁଷ୍ଠାର ଛାତ୍ରଛାତ୍ରୀମାନେ ମଧ୍ୟ ନବୀନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ଉପଲକ୍ଷେ ନବୀନ ସମବେତ ନେତାଙ୍କୁ ମାଇକ ଯୋଗେ ନବ ବର୍ଷର ଅଭିନନ୍ଦନ ଜଣାଇଥିଲେ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ନୂଆ ବର୍ଷକୁ ଆକର୍ଷଣୀୟ ବାଲୁକା କଳାରେ ସ୍ବାଗତ କଲେ ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

Happy New Year 2023: ଆଜି ନୂଆ ବର୍ଷ। ସାରା ପୃଥିବୀ ବେଶ ରଂଗୀନ ହୋଇ ଉଠିଛି। ସମସ୍ତେ ବର୍ତ୍ତମାନ ଏହି ନୂଆ ବର୍ଷକୁ ସ୍ବାଗତ କରିବା ମୁଡରେ ଅଛନ୍ତି। ଏପରି କ୍ଷେତ୍ରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ କିପରି ଚୁପ ରୁହନ୍ତେ। ସେ ମଧ୍ୟ ନିଜ ବାଲୁକା କଳାରେ ନୂତନ ବର୍ଷକୁ ସ୍ବାଗତ କରିଛନ୍ତି।

ତେବେ ଏଥରର ସୁଦର୍ଶନଙ୍କ ବାଲୁକା କଳା ତାଙ୍କର ପୂର୍ବ କଳାଠାରୁ ସଂପୂର୍ଣ୍ଣ ଭିନ୍ନ ରହିଛି। କାରଣ ସେ ସବୁବେଳେ ଏହି ନୂଆ ବର୍ଷ ହେଉ କିମ୍ବା ଅନ୍ୟ କୌଣସି ଗୁରୁତ୍ବପୂର୍ଣ୍ଣ ଦିନରେ ବାଲୁକା କଳା କରିଥାନ୍ତି। ତେବେ ସେହି ବାଲୁକା କଳାକୁ ସେ କେବଳ ବାଲିରେ ନିର୍ମାଣ କରିଥାନ୍ତି।

ହେଲେ ଚଳିତ ନୂଆ ବର୍ଷରେ ସୁଦର୍ଶନ ଏକ ନୂଆ ଢାଞ୍ଚାରେ ତାଙ୍କର ବାଲୁକା କଳାକୁ ନିର୍ମାଣ କରିଛନ୍ତି। ସେ ଏଥର ବାଲୁକା କଳାରେ ବ୍ୟବହାର କରିଛନ୍ତି ବିଭିନ୍ନ ରଂଗବେରଂଗର ସତେଜ ଫୁଲ। ଯାହା ତାଙ୍କ କଳାକୁ ବେଶ୍ ଆକର୍ଷଣୀୟ କରିଦେଇଛି। ଯେ ଦେଖୁଛି ସେ ଘଡିଏ ଅନେଇ ରହୁଛି। ପ୍ରଶଂସାରେ ଶତମୁଖ ହୋଇ ଯାଉଛନ୍ତି ଦେଖଣାହାରୀ।

ସୁଦର୍ଶନ 2023 ମସିହାକୁ ସ୍ବାଗତ କରିବା ପାଇଁ ସେ ପ୍ରଭୃ ଶ୍ରୀଜଗନ୍ନାଥ, ବଳଭଦ୍ର ଏବଂ ମା ସୁଭଦ୍ରାଙ୍କ ବାଲୁକା ପ୍ରତିମୂର୍ତ୍ତି ପୁରୀ ବେଳା ଭୂମିରେ କରିଛନ୍ତି। ଏଥିରେ ସେ ବିଶେଷ ଭାବେ ଗୋଲାପ ଫୁଲ ବ୍ୟବହାର କରିଛନ୍ତି। ତିନିଠାକୁରଙ୍କ ଉପରେ ସେ ଏପରି ଏକ ଫୁଲର ହାର ଲଗାଇଛନ୍ତି, ଯାହା ବେଶ ଆକର୍ଷଣୀୟ ହୋଇଛି। ସେହିପରି ନାଲି ଓ ଧଳାଫୁଲରେ ସେ ତିନିଠାକୁରଙ୍କ ମୁକୁଟ, ମାଳାକୁ ସ୍ଥାପନ କରିଛନ୍ତି।

ଏହି ବାଲୁକା କଳାର ତିନି ଠାକୁରଙ୍କ ତଳେ ଇଂରାଜୀରେ ସେ ଜୟ ଜଗନ୍ନାଥ ବୋଲି ଉଲ୍ଲେଖ କରିଛନ୍ତି। ସେହିପରି ପୁରା ତଳେ ସେ ଓଡିଆରେ ଜୟ ଜଗନ୍ନାଥ ଲେଖିବା ସହିତ 2023 ସ୍ବାଗତଂ ବୋଲି ଲେଖିଛନ୍ତି। ଏହି କଳା ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କୁ ବେଶ୍ ଆକୃଷ୍ଠ କରିଛି। ବର୍ତ୍ତମାନ ନୂଆ ବର୍ଷକୁ ପୁରୀରେ ଲୋକ ଗହଳି ଥିବାରୁ ଏହି କଳା ସେମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛି।

Categories
ଆଜିର ଖବର ଜୀବନ ଶୈଳୀ ସଂସ୍କୃତି

ପ୍ରଥମେ କେଉଁଠାରେ ଛୁଇଁବ ନୂଆ ବର୍ଷ?, ଭାରତ ପୂର୍ବରୁ କେଉଁ ଦେଶରେ ପାଳନ ହେବ ଉତ୍ସବ

ନୂଆଦିଲ୍ଲୀ: ୨୦୨୨ ବର୍ଷକୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତି ଜୋରସୋରରେ ଆରମ୍ଭ ହୋଇଛି। ଆସନ୍ତାକାଲି ଅର୍ଥାତ୍ ଜାନୁଆରୀ ୧ ତାରିଖରେ ସମଗ୍ର ବିଶ୍ୱରେ ଲୋକମାନେ ପାଳନ କରନ୍ତି ଏବଂ ଆଗାମୀ ବର୍ଷକୁ ସ୍ୱାଗତ କରନ୍ତି। କିନ୍ତୁ ଆପଣ ଜାଣନ୍ତି କି ବିଶ୍ୱର ବିଭିନ୍ନ ଦେଶରେ ବିଭିନ୍ନ ସମୟରେ ନୂତନ ବର୍ଷକୁ ସ୍ୱାଗତ କରାଯାଏ। ବାସ୍ତବରେ ନିଜ ଦେଶର ସମୟ ଅନୁଯାୟୀ ଉତ୍ସବ ପାଳନ କରାଯିବ।

ଆସନ୍ତୁ ଜାଣିବା ୨୦୨୨ ବର୍ଷ କେଉଁ ସମୟରେ ଭାରତୀୟ ସମୟ ଅନୁଯାୟୀ ପାଳନ କରାଯିବ:

ଭାରତରେ, ନୂତନ ବର୍ଷର ଉତ୍ସବ ଡିସେମ୍ବର ୩୧ ରାତି ୧୨ ଟା ପରେ ଆରମ୍ଭ ହେବ।

ଆୟରଲ୍ୟାଣ୍ଡ/ କିରିବେତୀରେ ନୂତନ ବର୍ଷକୁ ସ୍ୱାଗତ କରିବାରେ ଦୁନିଆରେ ପ୍ରଥମ। ଭାରତର ସମୟ ଅନୁଯାୟୀ, ଡିସେମ୍ବର ୩୧ ତାରିଖ ଅପରାହ୍ନ ୩.୩୦ ରେ ସେଠାରେ ନୂତନ ବର୍ଷ ଆରମ୍ଭ ହେବ।

ନ୍ୟୁଜିଲ୍ୟାଣ୍ଡ, ଋଷ ଏବଂ ଅଷ୍ଟ୍ରେଲିଆର କିଛି ଅଂଶରେ ଭାରତୀୟ ସମୟ ଅପରାହ୍ନ ୪.୩୦ ରେ ନୂତନ ବର୍ଷକୁ ସ୍ୱାଗତ କରାଯିବ।

ଜାପାନ ଏବଂ ଦକ୍ଷିଣ କୋରିଆରେ ଭାରତର ସମୟ ଅନୁଯାୟୀ, ନୂଆ ବର୍ଷ ଡିସେମ୍ବର ୩୧ ତାରିଖ ରାତି ୮.୩୦ ରେ ଆରମ୍ଭ ହେବ।

ଚାଇନାରେ ନୂତନ ବର୍ଷର ଉତ୍ସବ ଭାରତୀୟ ସମୟ ଡିସେମ୍ବର ୩୧ ତାରିଖ ରାତି ୯.୩୦ ରେ ଆରମ୍ଭ ହେବ।

ଭାରତର ପଡୋଶୀ ଦେଶ ବାଂଲାଦେଶରେ ନୂତନ ବର୍ଷର ଉତ୍ସବ ଭାରତ ପୂର୍ବରୁ ପାଳନ କରାଯିବ। ଏହି ଉତ୍ସବ ଡିସେମ୍ବର ୩୧ ର ରାତି ୧୧.୩୦ ରେ ନୂତନ ବର୍ଷ ଆରମ୍ଭ ହେବ।

ପଡୋଶୀ ଦେଶ ନେପାଳରେ ରାତି ୧୧.୪୫ ରେ ନୂତନ ବର୍ଷର ଉତ୍ସବ ଅନୁଷ୍ଠିତ ହେବ।

ଭାରତଠାରୁ ଅଧ ଘଣ୍ଟା ପରେ ପାକିସ୍ତାନରେ ନୂଆ ବର୍ଷ ପାକିସ୍ତାନରେ ପାଳନ କରାଯିବ।

ଶେଷରେ ଏସିଆରେ ନୂତନ ବର୍ଷ ଇରାନ, ଇରାକ ଏବଂ ତୁର୍କୀରେ ପାଳନ କରାଯିବ। ଭାରତ ପରେ ଏହି ଦେଶଗୁଡିକରେ ନୂଆ ବର୍ଷ ପାଳନ କରାଯିବ।

ଆମେରିକାର ମାଇନର ଆଉଟଲିଙ୍ଗ୍ ଦ୍ୱୀପପୁଞ୍ଜରେ ବିଶ୍ୱର ଶେଷ ନୂତନ ବର୍ଷ ପାଳନ କରାଯିବ। ଏଠାରେ ଶେଷରେ ନୂତନ ବର୍ଷ ଜାନୁଆରୀ 1 ତାରିଖ ସନ୍ଧ୍ୟା ୫.୩୫ ରେ (ଭାରତୀୟ ସମୟ ଅନୁଯାୟୀ) ପାଳନ କରାଯିବ।