Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ପ୍ରିୟଙ୍କା ଗାନ୍ଧୀଙ୍କୁ ରାହୁଳ ଚୁମ୍ବନ ଦେଉଥିବା ଫଟୋ ଭାଇରାଲ, ଭାଇଭଉଣୀଙ୍କ ପ୍ରେମକୁ ନେଇ ଚର୍ଚ୍ଚା
ଜାତୀୟ ଖବର

ପ୍ରିୟଙ୍କା ଗାନ୍ଧୀଙ୍କୁ ରାହୁଳ ଚୁମ୍ବନ ଦେଉଥିବା ଫଟୋ ଭାଇରାଲ, ଭାଇଭଉଣୀଙ୍କ ପ୍ରେମକୁ ନେଇ ଚର୍ଚ୍ଚା

January 4, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Rahul Priyanka
ପ୍ରିୟଙ୍କା ଗାନ୍ଧୀଙ୍କୁ ରାହୁଳ ଚୁମ୍ବନ ଦେଉଥିବା ଫଟୋ ଭାଇରାଲ, ଭାଇଭଉଣୀଙ୍କ ପ୍ରେମକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ: ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଏକ ଫଟୋ ବେଶ ଭାଇରାଲ ହେବାରେ ଲାଗିଛି। ତାହା ହେଉଛି କଂଗ୍ରେସ ନେତା ରାହୁଳ ଗାନ୍ଧୀ, ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କୁ ଚୁମ୍ବନ ଦେଉଥିବାର ଫଟୋ। ଗତକାଲି ରାହୁଳ ପୁଣିଥରେ ଆରମ୍ଭ କରିଥିବା ଭାରତ ଯୋଡ ଯାତ୍ରା ମଞ୍ଚ ଉପରେ ରାହୁଳ ପ୍ରିୟଙ୍କାକୁ ଏପରି ସ୍ନେହ କରୁଥିବାର ଦେଖିବାକୁ ମିଳିଥିଲା।

ସେହି ମଞ୍ଚ ଉପରେ ପାଖରେ ବସିଥିବା ପ୍ରିୟଙ୍କା କାନ ପାଖକୁ ଯାଇ ରାହୁଳ କିଛି କହିଥିଲେ। ଏହା ଶୁଣିବା ପରେ ପ୍ରିୟଙ୍କା ଜୋରରେ ହସିଥିଲେ। ଏହାପରେ ରାହୁଳ ପ୍ରିୟଙ୍କାଙ୍କ କାନ୍ଧରେ ହାତ ପକାଇ ନିଜ ଆଡକୁ ଟାଣି ଆଣିଲେ। ପ୍ରଥମେ ସେ ତାଙ୍କ ମୁଣ୍ଡକୁ ଚୁମ୍ବନ ଦେଇଥିଲେ। ଯାହାକୁ ନେଇ ପ୍ରିୟଙ୍କା ଖୁସିରେ ହସିବାକୁ ଲାଗିଥିଲେ।

ପୁଣି କିଛି ସମୟ ପରେ ପ୍ରିୟଙ୍କାକୁ ନିଜ ଆଡକୁ ଟାଣି ଆଣି ରାହୁଳ ତାଙ୍କ ଗାଲରେ ଚୁମ୍ବନ ଦେଇଥିଲେ। ଏଥିରେ ପ୍ରିୟଙ୍କା ଜୋରରେ ହସୁଥିବାର ପରିଲକ୍ଷିତ ହୋଇଥିଲା। ମଞ୍ଚ ଉପରେ ଥିବା ଅତିଥୀ ଏବଂ ମଞ୍ଚ ତଳେ ବସିଥିବା କର୍ମିମାନେ ଏହାକୁ ତାଳିମାରି ସ୍ବାଗତ କରିଥିଲେ।

ଏହି ଫଟୋ ଏବଂ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ତାହାକୁ ବହୁ ସଂଖ୍ୟାରେ ସ୍ବାଗତ କରାଯାଇଛି। ପ୍ରଥମେ ଏହାକୁ ଯୁବ କଂଗ୍ରେସର ଫେସବୁକ ପେଜରେ ସେୟାର କରାଯାଇଥିଲା। ପରେ ପରେ ବିଭିନ୍ନ କଂଗ୍ରେସର ସାମାଜିକ ଗଣମାଧ୍ୟମରେ ଏହି ଫଟୋ ଅଳ୍ପ ସମୟ ମଧ୍ୟରେ ଭାଇରାଲ ହେବାରେ ଲାଗିଲା।

କିଛିଦିନ ବିଶ୍ରାମ ପରେ ରାହୁଳ ପୁଣି ଥରେ ଭାରତ ଯୋଡ ଯାତ୍ରା ଆରମ୍ଭ କରିଛନ୍ତି। ଗତକାଲି ସେ ଦିଲ୍ଲୀ ସୀମାରୁ ଉତ୍ତର ପ୍ରଦେଶ ମଧ୍ୟକୁ ପ୍ରବେଶ କରିଥିଲେ। ସେଠାରେ ପ୍ରିୟଙ୍କା ଗାନ୍ଧୀ ରାହୁଳ ସ୍ବାଗତ କରିଥିଲେ। ଏହି ସ୍ବାଗତ ସଭାରେ ପ୍ରିୟଙ୍କା କେନ୍ଦ୍ର ସରକାରଙ୍କ ଉପରେ ଖୁବ ବର୍ଷିଥିଲେ।

ସେ କହିଥିଲେ ଯେ, ଦେଶରେ ଆଦାନୀ ଆମ୍ବାନୀ ସବୁ ବଡବଡ ନେତାଙ୍କୁ କିଣି ନେଲେ, ସବୁ ପିଏସୟୁ କିଣି ନେଲେ, ମିଡିଆକୁ ମଧ୍ୟ କିଣି ନେଲେ। ହେଲେ ମୋର ଭାଇକୁ ସେମାନେ କିଣିପାରିଲେ ନାହିଁ। ରାହୁଳ ବିରୋଧରେ ଏକ ଏଜେନ୍ସିକୁ ଲଗାଇଥିଲେ, ହେଲେ ମୋ ଭାଇ ତାହାକୁ ଖାତିର କଲା ନାହିଁ।

ରାହୁଳ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା ପ୍ରଥମ ପର୍ଯ୍ୟାୟରେ 12 ଟି ରାଜ୍ୟ ଏବଂ 3570 କିଲୋମିଟର ପଦଯାତ୍ରା କରିବା ପରେ ଏବଂ ପୁଣି ଦ୍ବିତୀୟ ପର୍ଯ୍ୟାୟ ଆରମ୍ଭ କରିଛନ୍ତି।

ଭାରତ ଯୋଡ
Share. Facebook Twitter LinkedIn Email WhatsApp Copy Link

Related Posts

ଇଣ୍ଡି ମେଣ୍ଟରେ ଅସନ୍ତୋଷର ଝଡ଼: ଜୁନ୍ ୮ ବୈଠକରୁ ଦୂରେଇ ରହିବେ ସିପିଆଇ(ଏମ୍) ଓ ଜେଏମ୍‌ଏମ୍‌, କଂଗ୍ରେସ ନେତୃତ୍ୱ ଉପରେ ପ୍ରଶ୍ନ

June 7, 2026

ୱାୟନାଡରେ ଚିନ୍ତାଜନକ ଘଟଣା: ସ୍କୁଲର ୧୫୦ ଛାତ୍ରଛାତ୍ରୀ ଅସୁସ୍ଥ

June 7, 2026

AIADMKକୁ ବଡ଼ ଝଟକା, TVKରେ ୩୦୦ରୁ ଅଧିକ ନେତାଙ୍କ ଯୋଗଦାନ

June 7, 2026

ସମ୍ବଲପୁର ଫୁଟବଲ ଏକାଡେମୀ ପାଇଁ ନିର୍ମାଣ ହେବ ଫିଫା ମାନର ଆଧୁନିକ ପଡ଼ିଆ, ଖର୍ଚ୍ଚ ୧୫ କୋଟି

June 6, 2026
Latest News

୪୮୫ କିଲୋୱାଟ୍ପି ରୁଫଟପ୍ ସୌର ବିଦ୍ୟୁତ୍ ପ୍ଲାଣ୍ଟ ଉଦଘାଟନ କଲେ ରାଜ୍ୟପାଳ

June 7, 2026

ଇଣ୍ଡି ମେଣ୍ଟରେ ଅସନ୍ତୋଷର ଝଡ଼: ଜୁନ୍ ୮ ବୈଠକରୁ ଦୂରେଇ ରହିବେ ସିପିଆଇ(ଏମ୍) ଓ ଜେଏମ୍‌ଏମ୍‌, କଂଗ୍ରେସ ନେତୃତ୍ୱ ଉପରେ ପ୍ରଶ୍ନ

June 7, 2026

ମହିଳାଙ୍କ ଶରୀରରୁ ସଫଳତାର ସହ ବଡ଼ ଟ୍ୟୁମରକୁ ବାହାର କଲେ ଏମ୍ସ ଡାକ୍ତର

June 7, 2026

ଚ଼ିଲିକା ବିଜେପିର ମିଶ୍ରଣ ପର୍ବ: ଯୋଗଦେଲେ ପୂର୍ବତନ ସରପଞ୍ଚଙ୍କ ସମେତ ଶତାଧିକ ବିଜେଡି କର୍ମକର୍ତ୍ତା

June 7, 2026

ବିସ୍ତୃତ ରାଶିଫଳ: ଜୁନ ୭ ତାରିଖ ରବିବାରରେ ୭ଟି ରାଶି ଉପରେ ମା’ ଲକ୍ଷ୍ମୀଙ୍କ ରହିଛି ଆର୍ଶିବାଦ

June 7, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.