Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଗତ ବର୍ଷ ରାଜ୍ୟରେ ହୋଇଛି ୧୪ ,୦୭୪ ଟି ଉଠା ଜଳସେଚନ ପ୍ରକଳ୍ପ
ବିଶେଷ ଖବର

ଗତ ବର୍ଷ ରାଜ୍ୟରେ ହୋଇଛି ୧୪ ,୦୭୪ ଟି ଉଠା ଜଳସେଚନ ପ୍ରକଳ୍ପ

January 9, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Lift Irrigation
ଗତ ବର୍ଷ ରାଜ୍ୟରେ ହୋଇଛି ୧୪ ,୦୭୪ ଟି ଉଠା ଜଳସେଚନ ପ୍ରକଳ୍ପ

ଭୁବନେଶ୍ୱର: ୨୦୨୨ ବିଦାୟୀ ବର୍ଷରେ ଉଠା ଜଳସେଚନ ମାଧ୍ୟମରେ ଜଳସେଚନ ବ୍ୟବସ୍ଥା, ରାଜ୍ୟ ଜଳସମ୍ପଦ ବିଭାଗର ଉଲ୍ଲେଖନୀୟ କାର‌୍ୟ୍ୟ ରହିଥିଲା । ଏହି ବର୍ଷରେ ରାଜ୍ୟରେ ୧୮୭୦ଟି ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପସହ ୧୧,୯୯୧ଟି ଗଭୀର ନଳକୂପ ଓ ୨୧୩ ଟି ଅଗଭୀର ନଳକୂପ, ଏହିପରି ମୋଟ ୧୪,୦୭୪ଟି ଉଠା ଜଳସେଚନ ପ୍ରକଳ୍ପ ସ୍ଥାପନ କରାଯାଇଥିବା ବେଳେ ଏହା ଦ୍ୱାରା ୧ ଲକ୍ଷ ୪ହଜାର ୪୦୭ ହେକ୍ଟର ଜମିକୁ ଜଳସେଚନ କ୍ଷମତା ସୃଷ୍ଟିହୋଇଛି ।

ସେହିପରି ୯୩୫ ଟି ଅଚଳ ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପକୁ ପୁନଃ କାର୍ଯ୍ୟକ୍ଷମ କରା ଯାଇଛି। ୨୮୪୪ଟି ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ ନୂଆ ମଂଜୁର କରାଯାଇଛି, ଯାହା ଫଳରେ ୬୦,୩୮୬ ହେକ୍ଟର ଜମିକୁ ଅତିରିକ୍ତ ଜଳସେଚନ ସୁବିଧା କରାଯାଇ ପାରିବ।

ଉଠା ଜଳସେଚନ ପ୍ରକଳ୍ପଗୁଡିକର ରକ୍ଷଣାବେକ୍ଷଣ ସହ ଜଳର ସୁଷମ ବଣ୍ଟନ ଆଦି ପରିପ୍ରେକ୍ଷୀରେ ୭୮ଟି ଗ୍ରୁପରେ ୧୫୬୦ ଜଣ ପାଣି ପଂଚାୟତ ସଦସ୍ୟ ସଦସ୍ୟାଙ୍କୁ ଦକ୍ଷତା ବୃଦ୍ଧି ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ୨୫,୩୫୨ଟି ଗଭୀର ନଳକୂପ ଓ ୨୭୮୦ ଟି ଗଭୀର ନଳକୂପ(ସୋଲାର ପମ୍ପିଂ ସିଷ୍ଟମ ସହ) ପାଇଁ ଟେଣ୍ଡରଚୂଡାନ୍ତ କରାଯାଇଛି ।

ବିଦାୟୀ ବର୍ଷ, ଅକ୍ଟୋବର ୧ ତାରିଖରେ ଓଡ଼ିଶା ଉଠା ଜଳସେଚନ ନିଗମ ସ୍ଥାପନର ୫୦ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯୋଗଦେଇ ଜଳସେଚନ କ୍ଷେତ୍ରରେ ଓଡିଶା ଉଠା ଜଳସେଚନ ନିଗମର ଉଦ୍ୟମ ପ୍ରଶଂସନୀୟ ରହିଛି ଓ ଆଗାମୀ ଦିନରେ ନିଗମ ଆହୁରି ଭଲ କାମ କରିବାକୁ କହି ଉତ୍ସାହିତ କରିଥିଲେ । ଗତ ୨୧ଅକ୍ଟୋବର ୨୦୨୨ ରେ ଓଏଲଆଇସିର ବାର୍ଷିକସାଂସ୍କୃତିକ ଉତ୍ସବ କାର‌୍ୟ୍ୟକ୍ରମରେସଫଳ କୃଷକମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

ପାଣି ପଂଚାୟତ ଏବଂ ଚାଷୀମାନଙ୍କୁ କେବଳ ଧାନ ଚାଷ ଉପରେ ନିର୍ଭର ନକରି, ଡାଲି, ତୈଳବୀଜ ,ପନିପରିବା ପରି ବିଭିନ୍ନ ଅର୍ଥକରୀ ଫସଲ କରିବାକୁ ଜଳସଂପଦ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁଗର୍ଗ ପରାମର୍ଶ ଦେଇଥିଲେ । ଉଠା ଜଳସେଚନ ମାଧ୍ୟମରେ ଜଳସେଚନ ପାଇଁ ରହିଥିବା ଧାର‌୍ୟ୍ୟଲକ୍ଷ୍ୟ ହାସଲ ନିମନ୍ତେ ଓଏଲ୍ଆଇସି ସମସ୍ତ ପ୍ରୟାସ ଜାରି ରଖିଥିବା ନିଗମ ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ପ୍ରକାଶ କରିଛନ୍ତି ।

ନିଗମର ଉଲ୍ଲେଖନୀୟ କାର‌୍ୟ୍ୟ ପାଇଁ ବିଦାୟୀ ବର୍ଷରେ ସମନ୍ୱିତ ଗୋଷ୍ଠୀ ଉଠା ଜଳସେଚନ ପ୍ରକଳ୍ପ ଏବଂ ଡିପ୍ ବୋର ଓ୍ୱେଲ ପ୍ରକଳ୍ପ କ୍ଷେତ୍ରରେ ଓଡିଶା ଉଠାଜଳସେଚନ ନିଗମ ଜାତୀୟ ସ୍ତରରେ ସମ୍ମାନଜନକ ପ୍ଲାଟିନମ ସ୍କଚ ପୁରସ୍କାର-୨୦୨୨ ଏବଂ ୧୫ତମ ଓ୍ୱାଟର ଡାଇଜେଷ୍ଟ ଓ୍ୱାଟର ଆଓ୍ୱାର୍ଡ ପ୍ରାପ୍ତ ହୋଇଛି ।

ସେହିପରି ରାଜ୍ୟ ସାର୍ବଜନୀନ ଉଦ୍ୟୋଗ ବିଭାଗ ଦ୍ୱାରା ଓଡିଶା ଉଠା ଜଳସେଚନ ନିଗମ ଗୋଲ୍ଡ କ୍ୟାଟେଗୋରୀ ଉଦ୍ୟୋଗ ଭାବେ ମାନ୍ୟତା ପ୍ରାପ୍ତ ହୋଇଛି।ପ୍ରକଳ୍ପ ପରିଚାଳନାରେ ରାଜ୍ୟ ଜଳ ସମ୍ପଦ ବିଭାଗ ତଥା ଓଡିଶା ଉଠା ଜଳସେଚନ ନିଗମର ନିୟମିତତଥା ଉନ୍ନତ ତଦାରଖ ବ୍ୟବସ୍ଥା ଏ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଆଣିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ରଣପୁରରେ “ଉଲ୍ଲାସ” କାର୍ଯ୍ୟକ୍ରମ: ପ୍ରାୟ ୪ ହଜାରରୁ ଅଧିକ ପରୀକ୍ଷାର୍ଥୀଙ୍କ ଅଂଶଗ୍ରହଣ

March 17, 2026

ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା: ପୁରୁଷୋତ୍ତମ ଧାମ ଯାତ୍ରା କଲେ ଖୋର୍ଦ୍ଧା ଜିଲ୍ଲାର ୨୨୨ ତୀର୍ଥ ଯାତ୍ରୀ

March 17, 2026

ଏକାଧିକ ସ୍ୱତନ୍ତ୍ର ଟ୍ରେନକୁ ନିୟମିତ ଏକ୍ସପ୍ରେସରେ ପରିଣତ କଲା ଭାରତୀୟ ରେଳବାଇ

March 17, 2026
Latest News

ଆଜି ହେଉଛି ମାର୍ଚ୍ଚ ୧୮ ତାରିଖ ବୁଧବାର: ଏହି ରାଶିର ବ୍ୟକ୍ତିମାନଙ୍କୁ ମିଳିବ ଭଲ ଖବର

March 18, 2026

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗ ଦେଲେ ରକ୍ଷାମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

March 17, 2026

ଉତ୍ତରାଖଣ୍ଡ ଚାରିଧାମ ଯାତ୍ରା ପାଇଁ ପ୍ରବଳ ଉତ୍ସାହ: ୧୦ ଦିନରେ ୬ ଲକ୍ଷରୁ ଅଧିକ ପଞ୍ଜୀକରଣ

March 17, 2026

ମହଙ୍ଗା ପଡ଼ିପାରେ କ୍ରିକେଟରେ ହସ୍ତକ୍ଷେପ କରିବା: ସରକାରଙ୍କୁ ଚେତାବନୀ ଦେଲା ବାଂଲାଦେଶ ବୋର୍ଡ

March 17, 2026

ଜେଡିୟୁରୁ ​​ଅଲଗା ହେବା ପରେ କେସି ତ୍ୟାଗୀଙ୍କ ପ୍ରଥମ ପ୍ରତିକ୍ରିୟା: ଜାଣନ୍ତୁ କ’ଣ କହିଲେ?

March 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.