Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଭୋଟ ପାଇଁ ଆସୁଛି ନୂଆ ନିୟମ, ଦେଶରେ ଯେଉଁଠି ଥିଲେ ମଧ୍ୟ ଆପଣ ଦେଇପାରିବେ ଭୋଟ
ଜାତୀୟ ଖବର

ଭୋଟ ପାଇଁ ଆସୁଛି ନୂଆ ନିୟମ, ଦେଶରେ ଯେଉଁଠି ଥିଲେ ମଧ୍ୟ ଆପଣ ଦେଇପାରିବେ ଭୋଟ

January 13, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ElectionCommission
ଭୋଟ ପାଇଁ ନୂଆ ନିୟମ, ଦେଶରେ ଯେଉଁଠି ଥିଲେ ମଧ୍ୟ ଆପଣ ଦେଇପାରିବେ ଭୋଟ

ଭୁବନେଶ୍ୱର: ନିର୍ବାଚନ ସମୟର ଘରୋଇ ପ୍ରବାସୀ ଭୋଟରମାନଙ୍କ ମତଦାନ ନିମନ୍ତେ ଭାରତ ନିର୍ବାଚନ ଆୟୋଗ ଏକ ସୁବ୍ୟବସ୍ଥିତ ଯୋଜନା ପ୍ରଣୟନ କରିବାକୁ ଯାଉଛନ୍ତି। ଘରୋଇ ପ୍ରବାସୀ ଭୋଟରମାନେ ଶିକ୍ଷା, ରୋଜଗାର ଏବଂ ଅନ୍ୟାନ୍ୟ କାରଣରୁ ନିଜ ନିର୍ବାଚନ ମଣ୍ଡଳୀ ବାହାରେ ରହୁଥିବାରୁ ସାଧାରଣ ନିର୍ବାଚନ କିମ୍ବା ଉପନିର୍ବାଚନ ସମୟରେ ନିଜ ସାମ୍ବିଧାନିକ ଅଧିକାର ମତଦାନ କାର୍ଯ୍ୟରୁ ବିଭିନ୍ନ କାରଣରୁ ବିରତ ରହୁଛନ୍ତି।

ଏହା ଫଳରେ ସାରା ଦେଶରେ ମତଦାନ ହାର କ୍ରମଶଃ ହ୍ରାସ ପାଉଛି। ଏହାକୁ ବିଚାରକୁ ନେଇ ନିର୍ବାଚନ ଆୟୋଗ ଘରୋଇ ପ୍ରବାସୀ ଭୋଟରମାନଙ୍କ ନିମନ୍ତେ ପ୍ରୋଟୋଟାଇପ୍‌ ରିମୋଟ୍‌ ଇଲେକ୍‌ଟ୍ରୋନିକ୍ସ ଭୋଟିଂ ମେସିନ୍‌ (ଆର୍‌ଭିଏମ୍‌) ବିକଶିତ କରିଛନ୍ତି।

ଯାହାଫଳରେ ଘରୋଇ ପ୍ରବାସୀ ଭୋଟରମାନେ ନିଜ କର୍ମସ୍ଥଳୀରେ ଉପସ୍ଥିତ ରହି ଭୋଟ ଦେଇପାରିବେ ଓ ସେମାନଙ୍କୁ ଆଉ ନିଜ ରାଜ୍ୟକୁ ଫେରି ଭୋଟଦେବାକୁ ପଡ଼ିବ ନାହିଁ।
ନିର୍ବାଚନ ଆୟୋଗଙ୍କ ସୂଚନା ମୁତାବକ ଗତ ୨୦୧୯ ସାଧାରଣ ନିର୍ବାଚନରେ ମତଦାନ ହାର ୬୭.୪% ଥିଲା ଏବଂ ଦେଶରେ ୩୦ କୋଟିରୁ ଊଦ୍ଧ୍ୱର୍ ଭୋଟର ସେମାନଙ୍କର ମତଦାନ କରିନଥିଲେ।

ବିଭିନ୍ନ କାରଣରୁ ଉକ୍ତ ଭୋଟରମାନେ ୨୦୧୯ ସାଧାରଣ ନିର୍ବାଚନରେ ମତଦାନ କରିପାରି ନଥିଲେ। ବର୍ତ୍ତମାନର ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ରାଜୀବ କୁମାର ହ୍ରାସ ପାଉଥିବା ମତଦାନର ତର୍ଜମା କରି ଜାଣିବାକୁ ପାଇଲେ ଯେ ଘରୋଇ ଭୋଟର ସ୍ଥାନାନ୍ତରଣ ଏକ ମୁଖ୍ୟ ଅଂଶ ଅଟେ। ଶିକ୍ଷା, ରୋଜଗାର ଏବଂ ଅନ୍ୟାନ୍ୟ କାରଣରୁ ଘରୋଇ ଭୋଟର ସ୍ଥାନନ୍ତରଣ ହୋଇଥାଏ।

ଏହାର ସମାଧାନ ସହ ଦେଶରେ ମତଦାନ ହାର ବୃଦ୍ଧି ନିମନ୍ତେ ନିର୍ବାଚନ ଆୟୋଗ ଘରୋଇ ପ୍ରବାସୀ ଭୋଟରମାନଙ୍କ ପାଇଁ ପ୍ରୋଟୋଟାଇପ୍‌ ରିମୋଟ୍‌ ଇଲେକ୍‌ଟ୍ରୋନିକସ୍‌ ଭୋଟିଂ ମେସିନ୍‌ ପ୍ରଚଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ଓ ଏଥି ନିମନ୍ତେ ଦେଶର ସମସ୍ତ ରାଜନୈତିକ ଦଳମାନଙ୍କ ସହମତି ଲୋଡ଼ିଛନ୍ତି।

ନିର୍ବାଚନ ଆୟୋଗ ଦେଶର ୮ଟି ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ ଏବଂ ୫୭ଟି ସ୍ୱୀକୃତିପ୍ରାପ୍ତ ରାଜ୍ୟ ରାଜନୈତିକ ଦଳଙ୍କୁ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ପରିସରରେ ଆସନ୍ତା ୧୬ ଜାନୁୟାରୀରେ ହେବାକୁ ଥିବା ରିମୋଟ ଇଲେକ୍‌ଟ୍ରୋନିକ୍ସ ଭୋଟିଂ ମେସିନ୍‌ର ପ୍ରଦର୍ଶନ କାର୍ଯ୍ୟକ୍ରମକୁ ନିମନ୍ତ୍ରଣ କରିଛନ୍ତି।

ଏତଦ୍‌ବ୍ୟତୀତ ନିର୍ବାଚନ ଆୟୋଗ ମଧ୍ୟ ସମସ୍ତ ରାଜନୈତିକ ଦଳମାନଙ୍କଠାରୁ ଲିଖିତ ମତାମତ ଜାନୁୟାରୀ ୩୧ ତାରିଖ ସୁଦ୍ଧା ଆହ୍ୱାନ କରିଛନ୍ତି।

ଆର୍‌ଭିଏମ୍‌ ନିର୍ବାଚନ କମିଶନର ପ୍ରବାସୀ ଭୋଟର
Share. Facebook Twitter LinkedIn Email WhatsApp Copy Link

Related Posts

ଦଳରେ ସାମିଲ ହେଲେନି ଶ୍ରେୟସ ଆୟର: ସମାଲୋଚନା କଲେ ପୂର୍ବତନ ଟିମ୍ ଇଣ୍ଡିଆ କୋଚ୍

August 20, 2025

ଦଶମ ଶ୍ରେଣୀ ଛାତ୍ରଙ୍କୁ ଛୁରୀରେ ଭୁସି ହତ୍ୟା କଲା ୮ମ ଛାତ୍ର, ସ୍କୁଲ ବାହାରେ ଉତ୍ତେଜନା

August 20, 2025

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ସିପି ରାଧାକୃଷ୍ଣନ, ପ୍ରସ୍ତାବକ ହେଲେ ପ୍ରଧାନମନ୍ତ୍ରୀ ମୋଦି

August 20, 2025

ବ୍ରଡବ୍ୟାଣ୍ଡ ସଂଯୋଗରେ ମିଳୁଛି 6,000 ଟଙ୍କାର ରିହାତି, ଅନେକ OTT ମାଗଣାରେ ଉପଲବ୍ଧ

August 20, 2025
Latest News

ଦିଲ୍ଲୀରେ ଓଡ଼ିଶା ଭବନ ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

August 20, 2025

ରାସ୍ତାରେ ଲୋକଙ୍କୁ ଅଟକାଇ ଲୁଟ୍ ପ୍ରସଙ୍ଗ: କୋର୍ଟ ଚାଲାଣ ହେଲେ ୪ ଅଭିଯୁକ୍ତ

August 20, 2025

ଦଳରେ ସାମିଲ ହେଲେନି ଶ୍ରେୟସ ଆୟର: ସମାଲୋଚନା କଲେ ପୂର୍ବତନ ଟିମ୍ ଇଣ୍ଡିଆ କୋଚ୍

August 20, 2025

କେଏଟିଏସ ଆୟୁର୍ବେଦିକ ମହାବିଦ୍ୟାଳୟ ୪୮ବର୍ଷ ରେ ମାତ୍ର ୪ଟି ପିଜି ସିଟ

August 20, 2025

ଦଶମ ଶ୍ରେଣୀ ଛାତ୍ରଙ୍କୁ ଛୁରୀରେ ଭୁସି ହତ୍ୟା କଲା ୮ମ ଛାତ୍ର, ସ୍କୁଲ ବାହାରେ ଉତ୍ତେଜନା

August 20, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.