ଭୋଟବେଳେ ଆରଭିଏମ ବ୍ୟବହାର ହେବ କି ନାହିଁ, ଆଜି ବସୁଛି ସର୍ବଦଳୀୟ ବୈଠକ

Published: Jan 16, 2023, 9:19 am IST
Election Commi

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀର ଭାରତ ନିର୍ବାଚନ କମିଶନରଙ୍କ କାର୍ଯ୍ୟାଳୟରେ ସର୍ବଦଳୀୟ ବୈଠକ ବସୁଛି। ମୁଖ୍ୟତଃ ନିର୍ବାଚନ ସମୟରେ ନୂଆ କରି ଆରଭିଏମ ବ୍ୟବହାର କରାଯିବ। ସେ ନେଇ ସବୁ ଦଳର ନେତାଙ୍କୁ ଅବଗତ କରାଯିବା ସହିତ ଏହାର ବ୍ୟବହାର ପ୍ରଣାଳୀ କୁହାଯିବ।

ସେଥିପାଇଁ ନିର୍ବାଚନ ଆୟୋଗ ଦେଶର ୮ଟି ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳ ଏବଂ ୫୭ଟି ସ୍ୱୀକୃତିପ୍ରାପ୍ତ ରାଜ୍ୟ ରାଜନୈତିକ ଦଳଙ୍କୁ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ପରିସରରେ ଏହି ବୈଠକ ହେବ। ଏଥିରେ ଏହି ଆରଭିଏମ ବା ରିମୋଟ ଇଲେକ୍‌ଟ୍ରୋନିକ୍ସ ଭୋଟିଂ ମେସିନ୍‌ର ପ୍ରଦର୍ଶନ କରାଯିବ।

ନିର୍ବାଚନ ସମୟର ଘରୋଇ ପ୍ରବାସୀ ଭୋଟରମାନଙ୍କ ମତଦାନ ନିମନ୍ତେ ଭାରତ ନିର୍ବାଚନ ଆୟୋଗ ଏକ ସୁବ୍ୟବସ୍ଥିତ ଯୋଜନା ପ୍ରଣୟନ କରିବାକୁ ଯାଉଛନ୍ତି। ଘରୋଇ ପ୍ରବାସୀ ଭୋଟରମାନେ ଶିକ୍ଷା, ରୋଜଗାର ଏବଂ ଅନ୍ୟାନ୍ୟ କାରଣରୁ ନିଜ ନିର୍ବାଚନ ମଣ୍ଡଳୀ ବାହାରେ ରହୁଥିବାରୁ ସାଧାରଣ ନିର୍ବାଚନ କିମ୍ବା ଉପନିର୍ବାଚନ ସମୟରେ ନିଜ ସାମ୍ବିଧାନିକ ଅଧିକାର ମତଦାନ କାର୍ଯ୍ୟରୁ ବିଭିନ୍ନ କାରଣରୁ ବିରତ ରହୁଛନ୍ତି।

ଏହି ବୈଠକ ପୂର୍ବରୁ ଦେଶର ଏଗାରଟି ରାଜନୈତିକ ଦଳ ଆରଭିଏମକୁ ବିରୋଧ କରୁଥିବାର ଜଣାପଡିଛି।

Related posts