Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»କଂଗ୍ରେସ ଛାଡିଲେ ସତ୍ୟ ପ୍ରକାଶ ନାୟକ, କହିଲେ ଏହି ସବୁ ବଡ କାରଣ
ବିଶେଷ ଖବର

କଂଗ୍ରେସ ଛାଡିଲେ ସତ୍ୟ ପ୍ରକାଶ ନାୟକ, କହିଲେ ଏହି ସବୁ ବଡ କାରଣ

January 17, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
Satya Prakash Nayak
କଂଗ୍ରେସ ଛାଡିଲେ ସତ୍ୟ ପ୍ରକାଶ ନାୟକ, କହିଲେ ଏହି ସବୁ ବଡ କାରଣ

ଭୁବନେଶ୍ବର: ଆଜି କଂଗ୍ରେସ ନେତା ତଥା ମିଡିଆ ସେଲର ଅଧ୍ୟକ୍ଷ ଥିବା ସତ୍ୟ ପ୍ରକାଶ ନାୟକ ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ସେ କିଛି ଦିନ ଧରି କଂଗ୍ରେସ କାର୍ଯ୍ୟ କଳାପ ଉପରେ ଅସନ୍ତୁଷ୍ଠ ଥିଲେ। ଆଜି ସେ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ ଦୁଇ ପୃଷ୍ଟାର ଇସ୍ତଫା ପତ୍ର ପଠାଇଛନ୍ତି।

ସେ ଏହି ଇସ୍ତଫା ପତ୍ରରେ କଂଗ୍ରେସ ଛାଡିବାର କାରଣ କହିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ତାଙ୍କୁ ପିସିସି ସଦସ୍ୟ ତାଲିକାରୁ ବାଦ ଦିଆଯାଇଛି, ହେଲେ ସେ ନେଇ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ। ଏହା ଦଳର ସାମ୍ବିଧାନିକ କାର୍ଯ୍ୟ କଳାପ ନୁହେଁ ବୋଲି ସତ୍ୟପ୍ରକାଶ ଉଲ୍ଲେଖ କରିଛନ୍ତି। ଏହି ତାଲିକାରୁ ମୋତେ ବାଦ ଦେବା ଅର୍ଥ ମୋର କୌଣସି ଆବଶ୍ୟକତା ନାହିଁ ବୋଲି ମୁଁ ଅନୁଭବ କଲି ବୋଲି ସତ୍ୟ କହିଛନ୍ତି।

ସେହିପରି ସେ ଇସ୍ତଫା ପତ୍ରରେ କହିଛନ୍ତି ଯେ, କଂଗ୍ରେସ ନେତା ବିଜେଡି ବିରୋଧରେ କାର୍ଯ୍ୟ କରିବା ପାଇଁ କାହାର ଆଗ୍ରହ ନାହିଁ। ଅନ୍ୟପକ୍ଷରେ ଦଳ, ଆଦିବାସୀ, ଦଳିତ, ଚାଷୀ, ମହିଳାଙ୍କ ପ୍ରସଂଗ ଉପରେ କୌଣସି ଗୁରୁତ୍ବ ଦେଉ ନାହିଁ। ଫଳରେ ଓଡିଶାରେ କଂଗ୍ରେସ ସହିତ କେଉଁମାନେ ଅଛନ୍ତି ବୋଲି ପ୍ରଶ୍ନ କଲେ ତାହାର ଉତ୍ତର ଆସୁଛି କେହି ନାହିଁ।

ଦଳର ସେମିତି କୌଣସି ନିର୍ଦ୍ଧିଷ୍ଠ ପ୍ରସଂଗ ଉପରେ କାର‌୍ୟ୍ୟ କରୁ ନାହିଁ। ବିଭିନ୍ନ ସମୟରେ ଦଳର ନେତାମାନେ କେବଳ ଉପର ଠଉଣିଆ ଭାବେ କିଛି କଥା କହୁଛନ୍ତି। ହେଲେ ଏହାପରେ ଏହି ପ୍ରଂସଗର କୌଣସି ଗୁରୁତ୍ବ ରଖୁ ନାହିଁ।

୨୦୨୪ ନିର୍ବାଚନ ପାଇଁ ଯେଉଁ ନାରା ଦିଆଯାଇଛି ୯ ରୁ ୯୦ ତାହା କେବଳ ଲୋକ ଦେଖାଣିଆ ବା ଏକ ଭଲ ସ୍ଲୋଗାନ ଛଡା ଆଉ କିଛି ନୁହେଁ ବୋଲି ସତ୍ୟ ଉଲ୍ଲେଖ କରିଛନ୍ତି।

ସତ୍ୟ ପ୍ରକାଶ ନାୟକ
Share. Facebook Twitter LinkedIn Email WhatsApp Copy Link

Related Posts

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

କଂଗ୍ରେସକୁ ବାହୁଡ଼ିଲେ ନିମାପଡାର ବରିଷ୍ଠ ନେତା ସତ୍ୟବ୍ରତ ପାତ୍ର

March 11, 2026

ପଦ୍ମ ଧରିଲେ ରବୀନ୍ଦ୍ର ଜେନା: ଗତକାଲି ବିଜେଡ଼ି ରୁ ଦେଇଥିଲେ ଇସ୍ତଫା

March 11, 2026
Latest News

ଆଜି ମାର୍ଚ୍ଚ ୧୨ ରେ ଚାରୋଟି ରାଶି ପାଇଁ ରହିଛି ଅନୁକୂଳ ବାତାବରଣ, ଜାଣନ୍ତୁ ଗୁରୁବାର ରାଶିଫଳ

March 12, 2026

ମଧ୍ୟପ୍ରାଚ୍ୟରେ ଅଟକିଥିବା ଓଡ଼ିଆମାନଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

March 12, 2026

ରାଜ୍ୟସଭା ନିର୍ବାଚନ ତାତି, ହୁଇପ ଜାରୀ କଲା ବିଜେଡି, ଭୁବନେଶ୍ବର ନ ଛାଡିବାକୁ ନିର୍ଦ୍ଦେଶ

March 11, 2026

ସୋଆ ଆଇବିସିଏସ୍ ପକ୍ଷରୁ ବିଜିନେସ୍ ମେଳା ‘ମାର୍କ-ଆଇଟି’ ଅନୁଷ୍ଠିତ

March 11, 2026

ପ୍ରକାଶ ପାଇଲା ୨୦୨୬ ଆଇପିଏଲ ର କାର୍ଯ୍ୟସୂଚୀ: ପ୍ରଥମ ଦିନରେ RCB ବିରୋଧରେ ଖେଳିବ ଏହି ଦଳ

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.