ମୁଖ୍ୟମନ୍ତ୍ରୀ ଶିବରାଜଙ୍କ ବଡ ଘୋଷଣା: ବିଦ୍ୟାଳୟରେ ଗୀତା ଏବଂ ରାମାୟଣ ପଢିବେ ଛାତ୍ରଛାତ୍ରୀ

Published: Jan 24, 2023, 10:24 am IST

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପୁଣି ଥରେ ଘୋଷଣା କରିଛନ୍ତି ଯେ, ଗୀତା ଏବଂ ରାମାୟଣଙ୍କ ସହ ବିଦ୍ୟାଳୟରେ ହିନ୍ଦୁ ଧର୍ମର ସମସ୍ତ ପବିତ୍ର ପୁସ୍ତକ ଶିକ୍ଷା ଦିଆଯିବ। ସୋମବାର ଦିନ ମଧ୍ୟପ୍ରଦେଶ ରାଜଧାନୀ ଭୋପାଳରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ଆମର ରାମାୟଣ, ମହାଭାରତ, ବେଦ, ପୁରାଣ, ଉପନିଷଦ ଅମୂଲ୍ୟ ଗ୍ରନ୍ଥ ଅଟେ। ଏହି ଗ୍ରନ୍ଥଗୁଡିକ ମଣିଷକୁ ନୈତିକ ଏବଂ ସଂପୂର୍ଣ୍ଣ କରିବାର କ୍ଷମତା ରଖିଛି। ଏହି ପବିତ୍ର ଗ୍ରନ୍ଥଗୁଡ଼ିକ ମାଧ୍ୟମରେ ଆମେ ପିଲାମାନଙ୍କୁ ସଂପୂର୍ଣ୍ଣ ଏବଂ ନୈତିକ ଶିକ୍ଷା ଦେବୁ।

ଭୋପାଳରେ ବିଦ୍ୟା ଭାରତୀ ଦ୍ୱାରା ଆୟୋଜିତ ସୁଘୋଶ ଦର୍ଶନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନୂତନ ଶିକ୍ଷା ନୀତିରେ ବର୍ତ୍ତମାନ ମାତୃଭାଷାରେ ଶିକ୍ଷା ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ମଧ୍ୟପ୍ରଦେଶରେ ହିନ୍ଦୀରେ ମେଡିକାଲ ଏବଂ ଇଞ୍ଜିନିୟରିଂ ଅଧ୍ୟୟନ କରାଯିବ। ସେ ଅଭିଯୋଗ କରିଛନ୍ତି ଯେ ଦେଶରେ କିଛି ଲୋକ ଅଛନ୍ତି ଯେଉଁମାନେ ଆମ ସଂସ୍କୃତି, ଆଧ୍ୟାତ୍ମିକତା, ଧର୍ମ ଏବଂ ମହାନ ବ୍ୟକ୍ତିମାନଙ୍କୁ ସମାଲୋଚନା କରିବାରେ ଆନନ୍ଦିତ ହୁଅନ୍ତି। ଏଭଳି ଲୋକମାନେ ଜାଣନ୍ତି ନାହିଁ ଯେ ସେମାନେ ଦେଶ ପାଇଁ କେତେ କ୍ଷତି କରୁଛନ୍ତି।

Related posts