Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆଜି ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା 2023
ବିଶେଷ ଖବର

ଆଜି ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା 2023

January 27, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଆଜି ନୂଆଦିଲ୍ଲୀର ତାଲକଟୋରା ଇନଡୋର ଷ୍ଟାଡିୟମରେ ସ୍କୁଲ୍ ଛାତ୍ର, ଶିକ୍ଷକ ଏବଂ ଅଭିଭାବକଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା କାର୍ଯ୍ୟକ୍ରମର ଷଷ୍ଠ ସଂସ୍କରଣ ‘‘ପରୀକ୍ଷା ପେ ଚର୍ଚ୍ଚା 2023’’ ଆୟୋଜିତ ହେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ସ୍ବତନ୍ତ୍ର ଆଲୋଚନା କାର୍ଯ୍ୟକ୍ରମ – ପରୀକ୍ଷା ପେ ଚର୍ଚ୍ଚାର ପରିକଳ୍ପନା କରିଛନ୍ତି ଯେଉଁଥିରେ ସାରା ଦେଶରୁ ଛାତ୍ର ଛାତ୍ରୀ, ଅଭିଭାବକ, ଶିକ୍ଷକ ଏବଂ ବିଦେଶରୁ ମଧ୍ୟ ତାଙ୍କ ସହିତ ପରୀକ୍ଷା ଏବଂ ସ୍କୁଲ୍ ପରେ ଜୀବନ ସମ୍ବନ୍ଧିତ ବିଷୟ ଉପରେ ଆଲୋଚନା କରିଥାନ୍ତି। ଏହି କାର୍ଯ୍ୟକ୍ରମ ଜୀବନକୁ ଉତ୍ସବ ଭାବରେ ପାଳନ କରିବା ପାଇଁ ଚାପ ଉପରେ ନିୟନ୍ତ୍ରଣ ରଖିବାରେ ସହାୟତା କରିଥାଏ। ଏହି କାର୍ଯ୍ୟକ୍ରମ ଗତ ପାଞ୍ଚ ବର୍ଷ ଧରି ଶିକ୍ଷା ମନ୍ତ୍ରଣାଳୟର ବିଦ୍ୟାଳୟ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଦ୍ବାରା ସଫଳତାପୂର୍ବକ ଆୟୋଜିତ କରାଯାଇଛି।

ପରୀକ୍ଷା ପେ ଚର୍ଚ୍ଚାରେ ରାଜ୍ୟ ବୋର୍ଡ଼, ସିବିଏସଇ, କେଭିଏସ, ଏନଭିଏସ୍ ଏବଂ ଅନ୍ୟ ବୋର୍ଡ଼ରୁ ବହୁତ ସଂଖ୍ୟାରେ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଅଭିଭାବକମାନେ ଉତ୍ସାହ ସହକାରେ ଭାଗ ନେଇଛନ୍ତି । ବର୍ଷ 2022 ତୁଳନାରେ ଚଳିତ ବର୍ଷ ପଞ୍ଜୀକରଣ ଦୁଇଗୁଣା ଅଧିକ ହୋଇଛି। ପରୀକ୍ଷା ପେ ଚର୍ଚ୍ଚା- 2023 ପାଇଁ ପ୍ରାୟ 38.80 ଲକ୍ଷ ଅଂଶଗ୍ରହଣକାରୀ (ଛାତ୍ର 31.24 ଲକ୍ଷ, ଶିକ୍ଷକ – 5.60 ଲକ୍ଷ, ମାତା ପିତା 1.95 ଲକ୍ଷ) ପଞ୍ଜୀକରଣ କରିଛନ୍ତି, ଯେତେବେଳେ କି ପରୀକ୍ଷା ପେ ଚର୍ଚ୍ଚା – 2022 ରେ ପ୍ରାୟ 15.7 ଲକ୍ଷ ଅଂଶଗ୍ରହଣକାରୀମାନେ ପଞ୍ଜୀକରଣ କରିଛନ୍ତି। 150 ରୁ ଅଧିକ ଦେଶର ଛାତ୍ର, 51 ଦେଶର ଶିକ୍ଷକ ଏବଂ 50 ଦେଶର ପିତାମାତା ମାନେ ମଧ୍ୟ ପରୀକ୍ଷା ପେ ଚର୍ଚ୍ଚା -2023 ପାଇଁ ପଞ୍ଜୀକରଣ କରାଇଛନ୍ତି।

ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ବାରା ସମୟକୁ ସମୟରେ ନିର୍ଦ୍ଧାରିତ କୋଭିଡ୍‌-19 ପ୍ରୋଟୋକଲ୍ ର ପାଳନ କରି ବର୍ଷ 2022 ପରି ଏହି କାର୍ଯ୍ୟକ୍ରମକୁ ଟାଉନହଲ୍ ଟାଇପ୍ ଫର୍ମାଟରେ ପ୍ରସ୍ତାବିତ କରାଯାଇଛି। ଅଂଶଗ୍ରହଣକାରୀ (ଶ୍ରେଣୀ 9 ରୁ 12 ର ସ୍କୁଲ୍ ଛାତ୍ର, ଶିକ୍ଷକ ଏବଂ ଅଭିଭାବକ) ଙ୍କ ଚୟନ କରିବା ପାଇ 25 ନଭେମ୍ବର ଏବଂ 30 ଡିସେମ୍ବର, 2022 ମଧ୍ୟରେ ନିମ୍ନଲିଖିତ ବିଭିନ୍ନ ବିଷୟ ଉପରେ https://innovateindia.mygov.in/ppc-2023/ ରେ ଏକ ଅନଲାଇନ୍ ସୃଜନଶୀଳ ଲେଖନ ପ୍ରତିଯୋଗୀତା ଆୟୋଜନ କରାଯାଇଥିଲା।

  1. ଛାତ୍ରମାନଙ୍କ ପାଇଁ ଥିମ୍
  2. ଆମର ସ୍ବାଧୀନତାର ହିରୋମାନଙ୍କୁ ଜାଣନ୍ତୁ
  3. ଆମର ସଂସ୍କୃତି ଆମର ଗର୍ବ
  4. ମୋର ପ୍ରିୟ ପୁସ୍ତକ
  5. ଆଗାମୀ ପୀଢ଼ି ପାଇଁ ପରିବେଶ ସୁରକ୍ଷା
  6. ଉତ୍ତମ ସ୍ବାସ୍ଥ୍ୟ କାହିଁକି ଆବଶ୍ୟକ?
  7. ମୋର ଷ୍ଟାର୍ଟଅପର ସ୍ବପ୍ନ
  8. ସୀମା ବିନା ଶିକ୍ଷା
  9. ବିଦ୍ୟାଳୟରେ ଶିଖିବା ପାଇଁ ଖେଳନା ଓ ଖେଳ
  10. ଶିକ୍ଷକଙ୍କ ପାଇଁ ଥିମ୍
  11. ଆମର ଐତିହ୍ୟ
  12. ଶିଖିବା ପାଇଁ ସମର୍ଥ ବାତାବରଣ
  13. ଦକ୍ଷତା ପାଇଁ ଶିକ୍ଷା
  14. ପାଠ୍ୟକ୍ରମର କମ୍ ଭାର ଏବଂ ପରୀକ୍ଷାର କୌଣସି ଭୟ ନାହିଁ
  15. ଭବିଷ୍ୟତରେ ଶିକ୍ଷାର ଆହ୍ବାନ

III. ମାତାପିତାଙ୍କ ପାଇଁ ଥିମ୍

  1. ମୋର ସନ୍ତାନ, ମୋର ଶିକ୍ଷକ
  2. ପୌଢ଼ ଶିକ୍ଷା – ସଭିଙ୍କୁ ସାକ୍ଷର କରିବା
  3. ଶିଖିବା ଏବଂ ଏକ ସହିତ ଆଗକୁ ବଢ଼ିବା

ମାଇଁ ଗଭ୍‌ ରେ ରଚନାତ୍ମକ ଲେଖନ ପ୍ରତିଯୋଗୀତା ମାଧ୍ୟମରେ ବଛା ଯାଇଥିବା ପ୍ରା 2050 ଅଂଶଗ୍ରହଣକାରୀଙ୍କୁ ଏକ ବିଶେଷ ପରୀକ୍ଷାରେ ଚର୍ଚ୍ଚା କିଟ୍ ପ୍ରଦାନ କରାଯିବ, ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଲେଖା ଯାଇଥିବା ହିନ୍ଦୀ ଏବଂ ଇଂରାଜୀରେ ପରୀକ୍ଷା ଯୋଦ୍ଧାମାନଙ୍କର ପୁସ୍ତକ ଏବଂ ଏକ ପ୍ରମାଣପତ୍ର ସାମିଲ୍ ରହିଛି। ଏନସିଇଆରଟି ଦ୍ବାରା ବଛା ଯିବାକୁ ଥିବା ଅଂଶଗ୍ରହଣକାରୀଙ୍କ କିଛି ପ୍ରଶ୍ନ ପରୀକ୍ଷା ପେ ଚର୍ଚ୍ଚା – 2023 ରେ ସାମିଲ୍ ହୋଇପାରେ।

ପରୀକ୍ଷା ପେ ଚର୍ଚ୍ଚା ପ୍ରଧାନମନ୍ତ୍ରୀ ମୋଦୀ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

‘ଭାରତୀୟ ନାବିକଙ୍କ ସୁରକ୍ଷା ସର୍ବୋଚ୍ଚ ପ୍ରାଥମିକତା’: ଭାରତ ସରକାର

April 21, 2026

“ଆମେରିକା ପାଇଁ ବିପଦଜନକ ପାକିସ୍ତାନ, କିନ୍ତୁ ଭାରତ….”: ଆମେରିକୀୟ ବିଶେଷଜ୍ଞଙ୍କ ଟ୍ରମ୍ପଙ୍କୁ ଚେତାବନୀ

April 20, 2026
Latest News

ଏହି ତାରିଖ ସୁଦ୍ଧା ପ୍ରକାଶ ପାଇବ CBSE ଦ୍ୱାଦଶ ପରୀକ୍ଷା ଫଳାଫଳ: ଜାଣନ୍ତୁ କିଭଳି କରିବେ ଯାଞ୍ଚ

April 27, 2026

ଦୁର୍ଘଟଣାରେ ମାମୁଁ – ଭଣଜା ମୃତ

April 27, 2026

ଭାରତରେ ସ୍ୱାଭାବିକ ରହିଛି ତୈଳ ଓ ଗ୍ୟାସ ଯୋଗାଣ

April 27, 2026

ଜାପାନରେ ଭୂମିକମ୍ପ

April 27, 2026

ଆଜିର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ସ୍ଥଗିତ

April 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.