Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପୁଣି ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା’ର ହେଲା ଶୁଭାରମ୍ଭ, ମୁଖ୍ୟମନ୍ତ୍ରୀ ଦେଲେ ଶୁଭେଚ୍ଛା
ବିଶେଷ ଖବର

ପୁଣି ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା’ର ହେଲା ଶୁଭାରମ୍ଭ, ମୁଖ୍ୟମନ୍ତ୍ରୀ ଦେଲେ ଶୁଭେଚ୍ଛା

January 27, 2023No Comments4 Mins Read
Share Facebook Twitter LinkedIn Email WhatsApp Copy Link
Senior Citizen
ପୁଣି ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା’ର ହେଲା ଶୁଭାରମ୍ଭ, ମୁଖ୍ୟମନ୍ତ୍ରୀ ଦେଲେ ଶୁଭେଚ୍ଛା

ଭୁବନେଶ୍ୱର: ଆଜି ‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା’ରେ ଭୁବନେଶ୍ୱର ଠାରୁ ଆଲ୍ଲାବାଦ (ପ୍ରୟାଗରାଜ)-ବାରଣାସୀ ଅଭିମୁଖୀ ସ୍ୱତନ୍ତ୍ର ଟ୍ରେନ୍ ଯାତ୍ରାର ଶୁଭାରମ୍ଭ ହୋଇଛି । ଆଧ୍ୟାତ୍ମିକ ଯାତ୍ରାର ଦିବ୍ୟ ଅନୁଭବ ଲକ୍ଷ୍ୟ ନେଇ ଯାତ୍ରା କରୁଥିବା ଏହି ତୀର୍ଥଯାତ୍ରା ଟ୍ରେନ୍ ଯାତ୍ରାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯୋଗଦେଇ ଭିଡିଓ ବାର୍ତ୍ତା ମାଧ୍ୟମରେ ଯାତ୍ରା କରୁଥିବା ସମସ୍ତ ତୀର୍ଥଯାତ୍ରୀଙ୍କୁ ଶୁଭେଚ୍ଛା ବାର୍ତ୍ତା ଦେଇଥିଲେ ।

ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କରୋନା ଯୋଗୁଁ ଗତ ୨ବର୍ଷରୁ ଋର୍ଦ୍ଧ୍ୱ ଧରି ବନ୍ଦ ଥିବା ବରିଷ୍ଠ ନାଗରିକମାନଙ୍କ ପାଇଁ ତୀର୍ଥଯାତ୍ରା ପୁଣି ଆରମ୍ଭ ହୋଇଛି । ଚଳିତ ବର୍ଷ ଆମେ ୭୦୦୦ ବରିଷ୍ଠ ନାଗରିକଙ୍କ ପାଇଁ ତୀର୍ଥଯାତ୍ରା ବ୍ୟବସ୍ଥା କରିଛୁ । ପ୍ରୟାଗରାଜ-ବାରଣାସୀକୁ ଯାଉଥିବା ଏହି ତୀର୍ଥଯାତ୍ରୀମାନେ ଭଗବାନ ବିଶ୍ୱନାଥଙ୍କ ଦର୍ଶନ କରି ନିଜ ପାଇଁ, ପରିବାର ପାଇଁ ଓ ଓଡିଶା ପାଇଁ ବାବାଙ୍କର ଆଶୀର୍ବାଦ ନେଇ ଆସିବେ ବୋଲି କହିଥିଲେ । ବରିଷ୍ଠ ନାଗରିକଙ୍କ ପାଇଁ ଯିବା,ଆସିବା, ରହିବା, ଖାଇବା, ସ୍ୱାସ୍ଥ୍ୟସେବା ଓ ସବୁ ପ୍ରକାର ସୁବିଧା ସରକାର କରିଥିବା ମୁଖ୍ୟମନ୍ତ୍ରୀ ପ୍ରକାଶ କରି ସେମାନଙ୍କର ଯାତ୍ରାର ଶୁଭ ମନାସି ଥିଲେ ।

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ସ୍ୱତନ୍ତ୍ର ଟ୍ରେନ୍ ଭୁବନେଶ୍ୱର ରେଳ ଷ୍ଟେସନର ୧ ନମ୍ବର ପ୍ଲାଟଫର୍ମରୁ ଆଦି ନିର୍ଦ୍ଧାରିତ ଦିନ ୧୨.୪୫ ମିନିଟ୍ ସମୟରେ ଛାଡିଥିଲା । ଏହି ଯାତ୍ରାରେ ଆଜି ବରିଷ୍ଠ ନାଗରିକ ଓ ସେମାନଙ୍କ ପାଇଁ ସୁରକ୍ଷା ଅଧିକାରୀମାନଙ୍କୁ ମିଶାଇ ମୋଟ ୯୮୨ ଜଣ ଯାତ୍ରୀଆଲ୍ଲାବାଦ( ପ୍ରୟାଗରାଜ) ଏବଂ ବାରଣାସୀକୁ ଯାତ୍ରାକରିଛନ୍ତି । ଏହି ଯୋଜନାରେ ଚୟନ କରାଯାଇଥିବା ଖୋର୍ଦ୍ଧା, ନୟାଗଡ, ପୁରୀ,କଟକ, ଜଗତସିଂହପୁର, କେନ୍ଦ୍ରାପଡା ଓ ଢେଙ୍କାନାଳ ଆଦି ୭ ଟି ଜିଲ୍ଲାରୁ ବରିଷ୍ଠ ନାଗରିକମାନେ ଏହି ତୀର୍ଥଯାତ୍ରୀମାନେ ସାମିଲ ହୋଇଛନ୍ତି ।

ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ରେଳ ଷ୍ଟେସନରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ସ୍ୱତନ୍ତ୍ର ଟ୍ରେନ୍ କୁ ଆକର୍ଷଣୀୟ ଭାବରେ ସଜ୍ଜିତ କରାଯାଇଥିଲା। ଏଠାରେ ସଂପୃକ୍ତ ବିଭିନ୍ନ ଜିଲ୍ଲାରୁ ମନ୍ତ୍ରୀ, ବିଧାୟକ ଓ ଅନ୍ୟ ଅତିଥି ମାନେ ଯୋଗଦେଇଥିଲେ। ନିମନ୍ତ୍ରିତ ଅତିଥିମାନେ ରେଳ ବଗି ନିକଟରେ ଫିତାକାଟି ଏବଂ ପତାକା ହଲାଇ ଯାତ୍ରାର ଶୁଭାରମ୍ଭ କରିଥିଲେ । ଏହି ଉପଲକ୍ଷେ ଏଠାରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ଯୋଗେ ଶୁଭେଚ୍ଛା ବାର୍ତ୍ତା ପ୍ରଦର୍ଶନ କରାଜିଥିଲା ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ରାଜ୍ୟ ଭିନ୍ନକ୍ଷମ ସଶକ୍ତିକରଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାସ, ରାଜ୍ୟ କ୍ରୀଡା, ଯୁବସେବା, ଇକେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଶ୍ରୀ ତୁଷାର କାନ୍ତି ବେହେରା, ସରକାରୀ ମୁଖ୍ୟ ସଚେତକ ତଥା ବିଧାୟକ ଶ୍ରୀ ପ୍ରଶାନ୍ତ କୁମାର ମୁଦୁଲି,ବିଧାୟକ ଶ୍ରୀ ଶଶୀଭୂଷଣ ବେହେରା, ବିଧାୟକ ଶ୍ରୀ ସୁରେଶ କୁମାର ରାଉତରାୟ, ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ବିଧାୟକ ଶ୍ରୀ ଅରବିନ୍ଦ ଢାଲି, ବିଧାୟକ ଶ୍ରୀ ସମ୍ବିତ ରାଉତରାୟ ଯୋଗଦେଇଥିଲେ।

ସେହିପରି ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତ, ଭୁବନେଶ୍ୱର ମହାନଗର ନିଗମ ମେୟର ଶ୍ରୀମତୀ ସୁଲୋଚନା ଦାସ, ଓଡିଶା ପର‌୍ୟ୍ୟଟନ ଉନ୍ନୟନ ନିଗମ ଲିଃ.ର ଅଧ୍ୟକ୍ଷ ଡଃ ଲେନିନ୍ ମହାନ୍ତି, ବରିଷ୍ଟ ନାଗରିକ ତୀର୍ଥଯାତ୍ରା ଯୋଜନା କାର‌୍ୟ୍ୟକ୍ରମର ଉପଦେଷ୍ଟା ଶ୍ରୀ ଦୁର୍ଗା ପ୍ରସାଦ ସାମନ୍ତରାୟ ପ୍ରମୁଖ ଯୋଗଦେଇ ରାଜ୍ୟ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ରାଜ୍ୟ ସରକାରଙ୍କ ଏକ ଯୁଗାନ୍ତକାରୀ ଯୋଜନା ବୋଲି ଅଭିହିତ କରିବା ସହ ସମସ୍ତ ତୀର୍ଥଯାତ୍ରୀଙ୍କୁ ସେମାନଙ୍କର ଯାତ୍ରାର ଶୁଭେଚ୍ଛା ଜ୍ଞାପନ କରିଥିଲେ ।

ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଥିଲେ ଯେ, ମୁଖ୍ୟମନ୍ତ୍ରୀଙ୍କ ଦିଗଦର୍ଶନରେ ସମାଜର ସବୁବର୍ଗର ଜନସାଧାରଣଙ୍କ ପାଇଁ ଯୋଜନା ପ୍ରଣୟନ କରାଯାଇଛି ଏବଂ ସବୁସ୍ତରରେ ଯୋଜନର ସୁଫଳ ପହଁଚିବା ପାଇଁ ପ୍ରୟାସ ଜାରି ରହିଛି । ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାସ ରାଜ୍ୟ ସରକାରଙ୍କ ଏହି ଯୋଜନା ଅନ୍ୟ ରାଜ୍ୟରେ ଅନୁକରଣୀୟ ହୋଇଥିବା କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ପର‌୍ୟ୍ୟଟନ ବିଭାଗ ନିର୍ଦ୍ଦେଶକ ଶ୍ରୀ ସଚ୍ଚିନ୍ ରାମଚନ୍ଦ୍ର ଯାଦବ ଏବଂ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଅତିଥି ଭାବେ ଉପସ୍ଥିତ ଥିଲେ ।

ଭୂବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଫୁଲ୍ଲ କୁମାର ସ୍ୱାଇଁ, ଉପ ଜିଲ୍ଲାପାଳ ଶ୍ରୀ ଦେବବ୍ରତ ସାହୁ, ଭୁବନେଶ୍ୱର ବ୍ଲକ ବିଡିଓ ଶ୍ରୀ ସମ୍ପଦ କୁମାର ଦଳାଇଙ୍କ ସମେତ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଡିଓ, ତହସିଲଦାର, ପୌରପାଳିକା ନିର୍ବାହୀ ଅଧିକାରୀଓ ବିଭିନ୍ନ ସରକାରୀ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ବରିଷ୍ଠ ନାଗରିକମାନଙ୍କର ସାମୟିକ ରହଣୀ ଓ ଯାତ୍ରାର ସୁବ୍ୟବସ୍ଥା କରିଥିଲେ ।

ତୀର୍ଥଯାତ୍ରାର ଶୁଭାରମ୍ଭ ପରିପ୍ରେକ୍ଷୀରେ ଆଜି ତୀର୍ଥଯାତ୍ରା କରିଥିବା ବରିଷ୍ଠ ନାଗରିକ ରବୀନ୍ଦ୍ର ନାଥ ନାୟକ, ଗେଲ୍ଲି ସାହୁ, ରାଜକିଶୋର ବରାଳ, ସ୍ୱର୍ଣ୍ଣଲତା ନାୟକ, ପ୍ରଦୀପ କେଇଙ୍କୁ ପ୍ରତୀକାତ୍ମକ ଭାବେ ଡମି ରେଳ ଟିକେଟ୍ ପ୍ରଦାନ କରାଯାଇଥିଲା । ବିଶିଷ୍ଟ ଉପସ୍ଥାପକ ଡଃ ମୃତ୍ୟୃଞ୍ଜୟ ରଥ କାର‌୍ୟ୍ୟକ୍ରମ ସଂଯୋଜନା କରିଥିବା ବେଳେ ଭୁବନେଶ୍ୱର ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମତୀ ପ୍ରଜ୍ଞା ପାରମିତା ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଗତକାଲି ବିଭିନ୍ନ ଜିଲ୍ଲାରୁ ଆସିଥିବା ତୀର୍ଥଯାତ୍ରୀମାନଙ୍କୁ ଉତ୍କଳ ବିଶ୍ୱବିଦ୍ୟାଳୟ, ବାଣୀବିହାର ସ୍ଥିତ ଛାତ୍ରାବାସ ନଂ-୭ ଏଚଆରଡିସି ସେଣ୍ଟର, ବିଜୁପଟ୍ଟନାୟକ ସ୍ପୋର୍ଟସ୍ ଷ୍ଟାଡିୟମ, ୟୁନିଟ୍-୩ ସରକାରୀ ବାଳକ ବିଦ୍ୟାଳୟ, ଭାରତ ସ୍କାଉଟ୍ ଓ ଗାଇଡ୍ ସ୍କୁଲ ଆଦି ୫ ଟି ସ୍ଥାନରେ ବରିଷ୍ଠ ନାଗରିକମାନଙ୍କ ପାଇଁ ଅସ୍ଥାୟୀ ରହଣି ବ୍ୟବସ୍ଥା କରାଯାଇଥିଲା ଓ ସଂଧ୍ୟାରେ ସବୁ କେନ୍ଦ୍ରରେ ସେମାନଙ୍କ ପାଇଁ ଆଧ୍ୟାତ୍ମିକ ଭଜନ କାର‌୍ୟ୍ୟକ୍ରମ ପରିବେଷଣ କରାଯାଇଥିଲା ।

ସ୍ୱତନ୍ତ୍ର ବସ୍ ଯୋଗେ ଗତକାଲି ବରିଷ୍ଠ ନାଗରିକମାନଙ୍କୁ ବିଭିନ୍ନ ଜିଲ୍ଲାରୁ ଭୁବନେଶ୍ୱର ଅଣାଯିବା ସହିତ ସେମାନଙ୍କର ପଂଜୀକରଣ, ପରିଚୟ ପତ୍ର ଓ ରେଳ ଟିକେଟ୍ ପ୍ରଦାନ କରାଯାଇଥିଲା । ଆଜି ସକାଳୁ ସମସ୍ତ ତୀର୍ଥଯାତ୍ରୀଙ୍କୁ ରେଳଷ୍ଟେସନକୁ ଅଣାଯିବାବେଳେ ପାରମ୍ପରିକ ବାଦ୍ୟ ଓ ଶଙ୍ଖ ଧ୍ୱନିରେ ସ୍ୱାଗତ କରାଯାଇଥିଲା ।

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ , ରାଜ୍ୟ ପର‌୍ୟ୍ୟଟନ ବିଭାଗ ଏବଂ ରାଜ୍ୟ ସରକାରଙ୍କ ସଂପୃକ୍ତ ବିଭିନ୍ନ ବିଭାଗର ରାଜ୍ୟ, ଜିଲ୍ଲା ,ଉପଖଣ୍ଡ ତଥା ବ୍ଲକସ୍ତରୀୟ ଅଧିକାରୀ ଓ କର୍ମଚାରୀ ତଥା ରେଳ ବିଭାଗ(ଆଇଆରସିଟିସି)ର ସହଯୋଗରେ ଏହି ଯାତ୍ରାର ଶୁଭାରମ୍ଭ ସୁଚାରୁରୂପେ ସଂପାଦିତ ହୋଇଛି ।

ପ୍ରକାଶ ଥାଉକି, ମୁଖ୍ୟମନ୍ତ୍ରୀ ଦେଶର ପ୍ରମୁଖ ତୀର୍ଥସ୍ଥାନ ଭ୍ରମଣ କରିବା ପାଇଁ ବରିଷ୍ଠ ନାଗରିକମାନଙ୍କୁ ସୁଯୋଗ ଦେବା ଉଦ୍ଦେଶ୍ୟରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ୨୦୧୬ ମସିହା ଜୁଲାଇ ୨୫ ତାରିଖରୁ ଆରମ୍ଭ କରି ଏହାକୁ କାର୍ଯ୍ୟକାରୀ କରୁଛନ୍ତି ।

ଏହି ଯୋଜନାରେ ଅଦ୍ୟାବଧି ୧୫ଟି ତୀର୍ଥଯାତ୍ରାର ଆୟୋଜନ କରାଯାଇଥିବା ବେଳେ ବିଭିନ୍ନ ଜିଲ୍ଲାରୁ ୧୪,୫୦୦ଜଣ ବରିଷ୍ଠ ନାଗରିକ ବିଭିନ୍ନ ପର‌୍ୟ୍ୟାୟରେ ମଦୁରାଇ, ରାମେଶ୍ୱରମ, ପ୍ରୟୋଗରାଜ,ବାରଣାସୀ,ହରିଦ୍ୱାର, ଆଗ୍ରା, ମଥୁରା,ବୃନ୍ଦାବନ,ଋଷିକେଶ, ଆଜମେର, ନାଗାପଟ୍ଟିନମ୍, ତିରୁପତି, ବାଲାଜୀ, ଭେଲୋର, ଶିରିଡି, ନାସିକ, ତ୍ରୟୋମ୍ବକେଶ୍ୱର, ଭେଲନକାଟୀ, ତାଞ୍ଜାବୁର,ଦକ୍ଷିଣେଶ୍ୱରକାଳୀ,କୋଲକାତା, କାମାକ୍ଷା ଆଦି ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣର ସୁଯୋଗ ପାଇଛନ୍ତି ଏବଂ ପ୍ରତିଥର ହାରାହାରି ୧୦୦୦ ଜଣ ତୀର୍ଥଯାତ୍ରୀ ତୀର୍ଥଯାତ୍ରାର ସୁଯୋଗ ପାଉଛନ୍ତି ।

ତୀର୍ଥଯାତ୍ରା ନବୀନ ପଟ୍ଟନାୟକ ବରିଷ୍ଠ ନାଗରିକ ତୀର୍ଥଯାତ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

ଆପଣ କିପରି ଜାଣିଲେ ଚୀନ୍ ୨୦୦୦ କିମି ଜମି ଦଖଲ କରିଛି?: ରାହୁଲ ଗାନ୍ଧୀଙ୍କୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

August 4, 2025

ଆଜି ଶ୍ରାବଣ ଶେଷ ସୋମବାର, ବିଭିନ୍ନ ଶୈବ୍ୟ ପିଠରେ କାଉଡିଆଙ୍କ ପ୍ରବଳ ଭିଡ

August 4, 2025

ଉପରାଷ୍ଟ୍ରପତି ନିର୍ବାଚନ ତାରିଖ ଘୋଷଣା ପରେ ରାଷ୍ଟ୍ରପତିଙ୍କୁ କାହିଁକି ଭେଟିଲେ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ

August 4, 2025

ସ୍ବତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ୍ ଘଟଣା: ମାଧ୍ୟମିକ ଶିକ୍ଷା ପରିଷଦ ଉପସଭାପତି ଗିରଫ

August 4, 2025
Latest News

NRC ଭୟ!: ବାଂଲାଦେଶ ପଠାଇଦେବା ଚିନ୍ତାରେ ଆତ୍ମହତ୍ୟା କଲେ କୋଲକାତାରେ ରହୁଥିବା ବ୍ୟକ୍ତି

August 4, 2025

ଅଗଷ୍ଟ ୭ ରେ ଦିଲ୍ଲୀରେ ଇଣ୍ଡିଆ ବ୍ଲକ ବୈଠକ: କେଉଁ ପ୍ରସଙ୍ଗ ଉପରେ ହେବ ଆଲୋଚନା?

August 4, 2025

ଅନନ୍ତନାଗରେ ମିଳିଲା ପ୍ରାଚୀନ ଶିବଲିଙ୍ଗ ଏବଂ ମୂର୍ତ୍ତି!: କାଶ୍ମୀରୀ ପଣ୍ଡିତଙ୍କ ସହ ରହିଛି ସମ୍ପର୍କ

August 4, 2025

ଇଞ୍ଜେକ୍ସନ ନେଇ ଖେଳୁଛନ୍ତି ଏହି ଭାରତୀୟ ବୋଲର, ଗିଲଙ୍କ ସହ କଥା ହେଲା ବେଳେ ଭିଡ଼ିଓ ଭାଇରାଲ୍

August 4, 2025

ଅଗଷ୍ଟ ୧୫ ରୁ ମାତ୍ର ୧୫ ଟଙ୍କା ଖର୍ଚ୍ଚ କରି ପାର ହୋଇପାରିବେ ଟୋଲ୍ ପ୍ଲାଜା, କେବଳ କରିବାକୁ ପଡ଼ିବ ଏହି କାମ

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.