Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସଂସଦର ବଜେଟ୍ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
ବିଶେଷ ଖବର

ସଂସଦର ବଜେଟ୍ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

January 31, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ୨୦୨୩ ବର୍ଷର ବଜେଟ୍ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି। ଏହି ପ୍ରରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦରେ ଅଭିଭାଷଣ ପ୍ରଦାନ କରଛନ୍ତି। ସେ କହିଛନ୍ତି ଯେ, ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସମୟ ଅଟେ। ଭାରତର ବର୍ତ୍ତମାନର ରାଷ୍ଟ୍ରପତି ଆଜି ପ୍ରଥମ ଥର ସଂସଦର ମିଳିତ ଗୃହକୁ ସମ୍ବୋଧିତ କରିବାକୁ ଯାଉଛନ୍ତି। ରାଷ୍ଟ୍ରପତିଙ୍କ ଭାଷଣ ହେଉଛି ଭାରତର ସମ୍ବିଧାନର ଗୌରବ, ଭାରତର ସଂସଦୀୟ ବ୍ୟବସ୍ଥାର ଗୌରବ ଏବଂ ବିଶେଷ ଭାବରେ ଆଜି ମଧ୍ୟ ମହିଳାମାନଙ୍କୁ ସମ୍ମାନ ଦେବା ତଥା ଦୂର ଦୂରାନ୍ତର ଜଙ୍ଗଲରେ ବାସ କରୁଥିବା ଆମ ଦେଶର ମହାନ ଆଦିବାସୀ ପରମ୍ପରାକୁ ସମ୍ମାନ ଦେବା ପାଇଁ ଏକ ଉତ୍ସବ ଅଟେ। କେବଳ ସାଂସଦ ନୁହଁନ୍ତି ଆଜି ସମଗ୍ର ଭାରତ ପାଇଁ ଗୌରବର ମୁହୂର୍ତ୍ତ ଯେ ଭାରତର ବର୍ତ୍ତମାନର ରାଷ୍ଟ୍ରପତି ଆଜି ତାଙ୍କର ପ୍ରଥମ ଭାଷଣ ଦେଉଛନ୍ତି।

ଆମର ସଂସଦୀୟ କାର୍ଯ୍ୟରେ ଛଅ-ସାତ ଦଶନ୍ଧିରୁ ଯେଉଁ ପରମ୍ପରାଗୁଡ଼ିକ ବିକଶିତ ହୋଇଛି, ଦେଖାଯାଉଛି ଯେ ଯଦି କୌଣସି ନୂତନ ସାଂସଦ ଯିଏ କି ଗୃହରେ ପ୍ରଥମ ଥର ପାଇଁ ଛିଡ଼ା ହୁଅନ୍ତି, ତେବେ ସେ କୌଣସି ଦଳର ହୋଇ ଥାଆନ୍ତୁ ନା କାହିଁକି, ପ୍ରଥମ ଥର ପାଇଁ ଯେତେବେଳେ ସେ ତାଙ୍କର ବକ୍ତବ୍ୟ ରଖନ୍ତି, ସମଗ୍ର ଗୃହ ତାଙ୍କୁ ସମ୍ମାନ କରେ, ଏପରି ଭାବରେ ତାଙ୍କର ଆତ୍ମବିଶ୍ୱାସ ବଢିଯାଏ, ଏକ ସକରାତ୍ମକ ପରିବେଶ ସୃଷ୍ଟି ହୁଏ। ଏହା ଏକ ମହାନ ଏବଂ ଉତ୍ତମ ପରମ୍ପରା । ଆଜି ରାଷ୍ଟ୍ରପତିଙ୍କ ଭାଷଣ ମଧ୍ୟ ପ୍ରଥମ ଭାଷଣ ଅଟେ।

ସମସ୍ତ ସାଂସଦଙ୍କ ତରଫରୁ ଏହି ମୁହୂର୍ତ୍ତକୁ ଉତ୍ସାହ, ଉଦ୍ଦୀପନା ଏବଂ ଶକ୍ତିରେ ପରିପୂର୍ଣ୍ଣ କରିବା ଆମର ଦାୟିତ୍ୱ ଅଟେ। ମୋର ବିଶ୍ୱାସ ଯେ ଆମର ସମସ୍ତ ସାଂସଦ ଏହି ପରୀକ୍ଷାରେ ସଫଳାର ସହ ଉତ୍ତୀର୍ଣ୍ଣ ହେବେ । ଆମ ଦେଶର ଅର୍ଥମନ୍ତ୍ରୀ ମଧ୍ୟ ଜଣେ ମହିଳା, ସେ ଆସନ୍ତାକାଲି ଆଉ ଏକ ବଜେଟ୍ ନେଇ ଦେଶ ସାମ୍ନାକୁ ଆସୁଛନ୍ତି। ଆଜିର ବୈଶ୍ୱିକ ପରିସ୍ଥିତିରେ କେବଳ ଭାରତ ନୁହେଁ ସମଗ୍ର ବିଶ୍ୱର ଧ୍ୟାନ ଭାରତର ବଜେଟ୍ ଉପରେ ରହିଛି।

ବିଶ୍ୱ ଅର୍ଥନୀତିରେ ହଲଚଲ ସୃଷ୍ଟି ହୋଇଥିବାବେଳେ ଭାରତର ବଜେଟ୍ କେବଳ ଭାରତର ସାଧାରଣ ଲୋକଙ୍କର ଆଶା ଓ ସ୍ୱପ୍ନକୁ ପୂରଣ କରିବାକୁ ଚେଷ୍ଟା କରିବ ନାହିଁ, ବରଂ ବିଶ୍ୱ ଦେଖୁଥିବା ଆଶାର କିରଣକୁ ଅଧିକ ଉଜ୍ଜ୍ୱଳ ଦେଖାଇବା ଉଚିତ୍‍। ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ ର୍ନିମଳା ଜୀ ଏହି ଆଶା ପୂରଣ କରିବା ପାଇଁ ଯଥାସମ୍ଭବ ଉଦ୍ୟମ କରିବେ।

ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ଏନଡିଏ ସରକାରଙ୍କର କେବଳ ଗୋଟିଏ ଉଦ୍ଦେଶ୍ୟ, ଗୋଟିଏ ଲକ୍ଷ୍ୟ ରହିଛି ଏବଂ ଆମର କାର୍ଯ୍ୟ ସଂସ୍କୃତିର କେନ୍ଦ୍ର ବିନ୍ଦୁରେ ଗୋଟିଏ ବିଚାର ହେଉଛି ‘ଭାରତ ପ୍ରଥମ, ନାଗରିକ ପ୍ରଥମ\’ ସବୁଠାରୁ ଆଗେ ଦେଶ, ସବୁଠାରୁ ଆଗେ ଦେଶବାସୀ। ସମାନ ଆବେଗକୁ ଆଗକୁ ନେଇ ବଜେଟ୍ ଅଧିବେଶନରେ ମଧ୍ୟ ବିତର୍କ ହେବ, ବିତର୍କ ହେବା ବି ଉଚିତ ଏବଂ ମୁଁ ନିଶ୍ଚିତ ଯେ ଆମର ସମସ୍ତ ବିରୋଧୀ ବନ୍ଧୁମାନେ ବହୁତ ପ୍ରସ୍ତୁତିର ସହିତ ଭଲଭାବେ ଅଧ୍ୟୟନ କରିବା ପରେ ଗୃହରେ ସେମାନଙ୍କର ମତ ଉପସ୍ଥାପନ କରିବେ।

ଦେଶର ନୀତି ର୍ନିଦ୍ଧାରଣରେ ଗୃହ ବହୁତ ଭଲ ଆଲୋଚନା କରିବ ଏବଂ ଅମୃତ ବାହାର କରିବ ଯାହା ଦେଶ ପାଇଁ ଉପଯୋଗୀ ହେବ। ମୁଁ ପୁଣି ଥରେ ତୁମ ସମସ୍ତଙ୍କୁ ସ୍ୱାଗତ କରୁଛି।

ମୁଁ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି। ଧନ୍ୟବାଦ।

ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ସଂସଦ
Share. Facebook Twitter LinkedIn Email WhatsApp Copy Link

Related Posts

Konark Dance & Music Festival: ବେଶ ଆକର୍ଷଣୀୟ କାର୍ଯ୍ୟକ୍ରମ ସହ ଶେଷ ହୋଇଛି କୋଣାର୍କ ନୃତ୍ୟ ଉତ୍ସବ

February 23, 2026

“ଗାନ୍ଧୀ ଜୀ ଭାରତର ନୁହଁନ୍ତି, ବରଂ ପାକିସ୍ତାନର…”: ବିଜେପି ବିଧାୟକଙ୍କ ବିବାଦୀୟ ବିବୃତ୍ତି

February 23, 2026

ଭାରତର ଭାଙ୍ଗିଲା ଟି-୨୦ ବିଶ୍ୱକପ୍ ରେକର୍ଡ: ଏବେ ସେମିଫାଇନାଲ୍ ପାଇଁ ଜାଣନ୍ତୁ ସମୀକରଣ?

February 23, 2026

ସୁପର-୮ ରେ ସୁପର ଫ୍ଲପ୍: ଦକ୍ଷିଣ ଆଫ୍ରିକାଠାରୁ ୭୬ ରନରେ ହାରିଲା ଭାରତ

February 22, 2026
Latest News

ଇଂରାଜୀ ପରୀକ୍ଷା ପରେ ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା

February 23, 2026

ଦନ୍ତା ହାତୀ ଆକ୍ରମଣରେ ଦୁଇ ମୃତ

February 23, 2026

ପୁଅର ଠେଙ୍ଗା ମାଡ଼ରେ ପିତା ଗୁରୁତର: ଡାକ୍ତରଖାନାରେ ଭର୍ତ୍ତି

February 23, 2026

ଆକ୍ସନ ମୋଡରେ ଟିମ ମ୍ୟାନଜମେଣ୍ଟ: ଖେଳାଳି ଏକାଦଶରେ ପରିବର୍ତ୍ତନ ସମ୍ଭବ

February 23, 2026

Konark Dance & Music Festival: ବେଶ ଆକର୍ଷଣୀୟ କାର୍ଯ୍ୟକ୍ରମ ସହ ଶେଷ ହୋଇଛି କୋଣାର୍କ ନୃତ୍ୟ ଉତ୍ସବ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.