Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରେଳବାଇ ପାଇଁ ୨.୪ ଲକ୍ଷ କୋଟି ବଜେଟ୍ ଘୋଷଣା, ଯାହା ୨୦୧୪ ତୁଳନାରେ ୯ ଗୁଣ ଅଧିକ
ବିଶେଷ ଖବର

ରେଳବାଇ ପାଇଁ ୨.୪ ଲକ୍ଷ କୋଟି ବଜେଟ୍ ଘୋଷଣା, ଯାହା ୨୦୧୪ ତୁଳନାରେ ୯ ଗୁଣ ଅଧିକ

February 1, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ବଜେଟ୍ ଘୋଷଣା କରିଛନ୍ତି। ଯେଉଁଥିରେ ରେଳ ବଜେଟ୍ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। କେନ୍ଦ୍ର ସରକାର ପୁଣି ଥରେ ରେଳବାଇର ବଜେଟ୍ ବୃଦ୍ଧି କରିଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି ଯେ, ରେଳବାଇକୁ ମୋଟ ୨.୪ ଲକ୍ଷ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଯାହା ସହିତ ସମସ୍ତ ଯୋଜନାରେ କାର୍ଯ୍ୟ କରାଯିବ। ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଏପର୍ଯ୍ୟନ୍ତ ଏହା ସର୍ବାଧିକ ଆବଣ୍ଟନ ଅଟେ। ୨୦୧୩-୧୪ ବର୍ଷ ତୁଳନାରେ ରେଳବାଇର ଏହି ବଜେଟ୍ ପ୍ରାୟ ୯ ଗୁଣ ଅଧିକ।

ରେଳବାଇରେ ୧୦୦ ଟି ନୂଆ ଯୋଜନା ଆରମ୍ଭ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଏହା ବ୍ୟତୀତ ନୂତନ ଯୋଜନା ପାଇଁ ୭୫ କୋଟି ଟଙ୍କା ପାଣ୍ଠି ପ୍ରଦାନ କରାଯାଇଛି। ବେସରକାରୀ କ୍ଷେତ୍ର ସହାୟତାରେ ୧୦୦ ଟି ଯୋଜନା ଚିହ୍ନଟ କରାଯାଇଛି। ଯାହା ଉପରେ ଅଧିକ କାର୍ଯ୍ୟ କରାଯିବ।

ଗତ ବର୍ଷ ରେଳ ବଜେଟ୍ କେତେ ଥିଲା?:

ଗତ ବର୍ଷ ଅର୍ଥାତ୍ ୨୦୨୨ ମସିହାରେ କେନ୍ଦ୍ର ସରକାର ରେଳ ମନ୍ତ୍ରଣାଳୟକୁ ମୋଟ ୧୪୦୩୬୭.୧୩ କୋଟି ଟଙ୍କା ଆବଣ୍ଟନ କରିଥିଲେ। ଗତ ବଜେଟରେ ଏହା ମଧ୍ୟ ଦେଖାଯାଇଥିଲା ଯେ, ସରକାର ରେଳବାଇର ବଜେଟ୍ ବୃଦ୍ଧି କରିଛନ୍ତି। ତା’ପରେ ରେଳ ବଜେଟରେ ୨୦ ହଜାର କୋଟିରୁ ଅଧିକ ବୃଦ୍ଧି ଘଟିଥିଲା। ଏହି ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ, ଆସନ୍ତା ୩ ବର୍ଷ ମଧ୍ୟରେ ଅତ୍ୟାଧୁନିକ ଜ୍ଞାନକୌଶଳ ସହିତ ସଜ୍ଜିତ ୪୦୦ ବନ୍ଦେ ଭାରତ ଟ୍ରେନ୍ ଉତ୍ପାଦନ ହେବ।

ପ୍ରକାଶ ଯୋଗ୍ୟ ଯେ, ଗତ ରେଳ ବଜେଟ୍ ଘୋଷଣା ସମୟରେ ଅର୍ଥମନ୍ତ୍ରୀ ମଧ୍ୟ ଜାତୀୟ ରେଳ ଯୋଜନା ୨୦୩୦ ଘୋଷଣା କରିଥିଲେ। ଏହି ଯୋଜନା ଅଧୀନରେ ରେଳବାଇର ବିକାଶ ପାଇଁ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା। ଏଥିରେ ରେଳ ସୁବିଧାକୁ ଏକ ନୂଆ ରୂପ ଦେବାକୁ ଘୋଷଣା କରାଯାଇଥିଲା। ଏଥିପାଇଁ କେନ୍ଦ୍ର ଏକ ଲକ୍ଷ କୋଟି ଟଙ୍କା ବିନିଯୋଗ ବିଷୟରେ ଆଲୋଚନା କରିଥିଲା। ଡିସେମ୍ବର ୨୦୨୩ ସୁଦ୍ଧା ରେଳବାଇ ବଡ ରେଳ ଲାଇନର ୧୦୦ ପ୍ରତିଶତ ବିଦ୍ୟୁତିକରଣ କାର୍ଯ୍ୟ ଶେଷ ହେବ।

ନିର୍ମଳା ସୀତାରମଣ ରେଳବାଇ
Share. Facebook Twitter LinkedIn Email WhatsApp Copy Link

Related Posts

ଜମାଖୋରୀ ରୋକିବାକୁ ଚିନି ମହଜୁଦ ନିୟମରେ ସଂଶୋଧନ କଲେ ସରକାର

October 2, 2026

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ୨୦୨୩-୨୪ ବ୍ୟାଚ୍‌ ଶିକ୍ଷକ ହେବେ ନିୟମିତ

October 2, 2026

ମହାନଦୀ ଜଳବଣ୍ଟନ ପାଇଁ ବୈଠକ: ଓଡ଼ିଶାର ଅଧିକାର ପାଇଁ ଦାବି ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

October 2, 2026

ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ମାମଲା ପ୍ରତ୍ୟାହାର ପାଇଁ ପିତାଙ୍କ ଆବେଦନ

October 1, 2026
Latest News

ହାଡ଼ ଦୁର୍ବଳ ହୋଇଯାଉଛି କି? ଜୀବନଶୈଳୀରେ କରନ୍ତୁ ଏହି ୭ଟି ପରିବର୍ତ୍ତନ

October 2, 2026

ଆଜି ‘ସବକୀ ଯୋଜନା, ସବକା ବିକାଶ’ ଶୀର୍ଷକ ଜନ ଯୋଜନା ଅଭିଯାନ-୨୦୨୬ର ଶୁଭାରମ୍ଭ

October 2, 2026

ଆଇଆଇଏମ୍‌ସିରେ ‘ସ୍ୱଚ୍ଛତା ହିଁ ସେବା’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ

October 2, 2026

ଦେଶର ଅର୍ଥନୀତିରେ ନୂଆ ରେକର୍ଡ: ସେପ୍ଟେମ୍ବରରେ ୨ ଲକ୍ଷ କୋଟି ଟପିଲା ଜିଏସ୍‌ଟି ସଂଗ୍ରହ

October 2, 2026

୨୦୦୮ ଅହମଦାବାଦ ବିସ୍ଫୋରଣ ମାମଲା: ମୁଜାହିଦିନ୍ ଆତଙ୍କୀର ମୃତ୍ୟୁଦଣ୍ଡ ଉପରେ ସୁପ୍ରିମକୋର୍ଟଙ୍କ ସ୍ଥଗିତାଦେଶ

October 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.