Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ନବ ଦାସଙ୍କ ହତ୍ୟା ଘଟଣାରେ କ୍ରାଇମ ବ୍ରାଞ୍ଚ ଖୋଲିଲା ମୁହଁ, ଦେଲେ ଆଠଟି ସୂଚନା
ଅପରାଧ

ନବ ଦାସଙ୍କ ହତ୍ୟା ଘଟଣାରେ କ୍ରାଇମ ବ୍ରାଞ୍ଚ ଖୋଲିଲା ମୁହଁ, ଦେଲେ ଆଠଟି ସୂଚନା

February 1, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
NabaDas Inquiry
ନବ ଦାସଙ୍କ ହତ୍ୟା ଘଟଣାରେ କ୍ରାଇମ ବ୍ରାଞ୍ଚ ଖୋଲିଲା ମୁହଁ, ଦେଲେ ଆଠଟି ସୂଚନା

ଭୁବନେଶ୍ବର: ଶେଷରେ କ୍ରାଇମ ବ୍ରାଞ୍ଚ ନବ ଦାସ ହତ୍ୟା ଘଟଣାରେ ମୁହଁ ଖୋଲିଛି। ଚାରିଦିନ ଧରି ତଦନ୍ତ କରୁଥିବା ବେଳେ ଏ ପର‌୍ୟ୍ୟନ୍ତ ଅଫିସ ତରଫରୁ କୌଣସି ସୂଚନା ଦିଆଯାଇ ନ ଥିଲା। ତେବେ ଏବେ କ୍ରାଇମ ବ୍ରାଞ୍ଚ ଯେଉଁ ତଥ୍ୟ ଦେଇଛି ସେଗୁଡିକ ହେଲା..

୧- ଅଭିଯୁକ୍ତ ଏଏସଆଇ ଗୋପାଳ କୃଷ୍ଣ ଦାସଙ୍କୁ ୪ ଦିନ ପାଇଁ ପୋଲିସ ରିମାଣ୍ଡରେ ଅଣାଯାଇଛି। ଅଭିଯୁକ୍ତଙ୍କ ନିରନ୍ତର ପଚରାଉଚରା ସିଆଇଡି ସିବି ଟିମ୍ ଦ୍ୱାରା ଚାଲିଛି।

୨- FARO 3-Dସ୍କାନର୍ ବ୍ୟବହାର କରି ବୈଜ୍ଞାନିକ ଅଧିକାରୀ ଏବଂ ବାଲିଷ୍ଟିକ୍ ବିଶେଷଜ୍ଞଙ୍କ ସହାୟତାରେ ଗାଡି ଏବଂ କ୍ରାଇମ ସ୍ପଟ୍ ଯାଞ୍ଚ ଜାରି ରହିଛି।

୩- ଜଣେ ଡିଏସପିଙ୍କ ନେତୃତ୍ୱରେ ଗୋଟିଏ ଦଳ ଘଟଣା ଦିନ ଉପସ୍ଥିତ ଥିବା ମୃତ ନେତାଙ୍କ ସମର୍ଥକଙ୍କ ସମେତ ସାକ୍ଷୀମାନଙ୍କୁ ପଚରା ଉଚୁରା କରୁଛନ୍ତି।

୪- ଜଣେ ଡିଏସପି ଏବଂ କର୍ମଚାରୀଙ୍କ ନେତୃତ୍ୱରେ ଅନ୍ୟ ଏକ ଦଳ ଅଭିଯୁକ୍ତ ଗୋପାଳ କୃଷ୍ଣ ଦାସଙ୍କ ଚିକିତ୍ସା ଦିଗ ଏବଂ ଆର୍ଥିକ ନେଣଦେଣ ଯାଞ୍ଚ କରୁଛନ୍ତି। ଅଭିଯୁକ୍ତଙ୍କ ପଡୋଶୀ ଗ୍ରାମର ଲୋକଙ୍କୁ ପଚରାଉଚୁରା ଜାରି ରହିଛି।

୫- ନୂଆଦିଲ୍ଲୀ CFSL ର ବିଶେଷଜ୍ଞଙ୍କ ଦ୍ୱାରା ଅଭିଯୁକ୍ତମାନଙ୍କ ଫୋରେନସିକ୍ ସାଇକୋଲୋଜିକାଲ୍ ଆସେସମେଣ୍ଟ ଏବଂ ଲେୟାରଡ ଭଏସ୍ ଆନାଲିସିସ୍ ପରୀକ୍ଷା ପାଇଁ ପଦକ୍ଷେପ ନିଆଯାଉଛି।

୬- ପୋଷ୍ଟ ମର୍ଟମ ରିପୋର୍ଟରେ ଦର୍ଶାଯାଇଛି ଯେ ଗୁଳି ଆଘାତ ହେତୁ ହୃଦପିଣ୍ଡ ନଷ୍ଟ କାରଣରୁ ଏହି ମୃତ୍ୟୁ ହୋଇଛି।

୭- ଅଧିକନ୍ତୁ, ଏପର‌୍ୟ୍ୟନ୍ତ ସଂଗୃହିତ ପ୍ରମାଣ ସଂଗ୍ରହ ଏବଂ ବିଶ୍ଳେଷଣ ଏକ CID-CB ଦଳ ଦ୍ୱାରା କରାଯାଉଛି।

୮- ପୋଲିସର ଆଡସିନାଲ ଡିଜି, ସିଆଇଡି-କ୍ରାଇମ ଓଡିଶା ଘଟଣାସ୍ଥଳରେ କ୍ୟାମ୍ପ କରୁଛନ୍ତି ଏବଂ ବ୍ୟକ୍ତିଗତ ଭାବେ ଏହି ଘଟଣାର ତଦାରଖ କରୁଛନ୍ତି। ମାମଲାର ତଦନ୍ତ ଜାରି ରହିଛି।

Naba Das ନବ ଦାସ ନବ ଦାସ ହତ୍ୟା
Share. Facebook Twitter LinkedIn Email WhatsApp Copy Link

Related Posts

କୋରାପୁଟରୁ ଜବତ ହେଲା ୧୮୦୦ ଲିଟର ଗଞ୍ଜେଇ ତେଲ, ମୂଲ୍ୟ ୨୦୦ କୋଟି

February 26, 2026

ICC ରାଙ୍କିଙ୍ଗରେ ଭାରତୀୟ ଖେଳାଳିଙ୍କ ଆଧିପତ୍ୟ: ନମ୍ବର-୧ ରେ ବରୁଣ ଚକ୍ରବର୍ତ୍ତୀ ଓ ଅଭିଶେକ ଶର୍ମା

February 26, 2026

“ଉଭୟଙ୍କ ପାଇଁ ନିରାଶାଜନକ”: କେନ୍ଦ୍ର ବଜେଟ ପରେ କାହିଁକି ଏଭଳି କହିଲେ ଇରାନର ବୈଦେଶିକ ମନ୍ତ୍ରୀ?

February 26, 2026

ବିଶ୍ୱର ନମ୍ବର-୧ ନେତା ହେଲେ ପ୍ରଧାନମନ୍ତ୍ରୀ ମୋଦି!: ବହୁତ ଦୂରରେ ଟ୍ରମ୍ଫ-ପୁଟିନ

February 26, 2026
Latest News

କୋରାପୁଟରୁ ଜବତ ହେଲା ୧୮୦୦ ଲିଟର ଗଞ୍ଜେଇ ତେଲ, ମୂଲ୍ୟ ୨୦୦ କୋଟି

February 26, 2026

ICC ରାଙ୍କିଙ୍ଗରେ ଭାରତୀୟ ଖେଳାଳିଙ୍କ ଆଧିପତ୍ୟ: ନମ୍ବର-୧ ରେ ବରୁଣ ଚକ୍ରବର୍ତ୍ତୀ ଓ ଅଭିଶେକ ଶର୍ମା

February 26, 2026

“ଉଭୟଙ୍କ ପାଇଁ ନିରାଶାଜନକ”: କେନ୍ଦ୍ର ବଜେଟ ପରେ କାହିଁକି ଏଭଳି କହିଲେ ଇରାନର ବୈଦେଶିକ ମନ୍ତ୍ରୀ?

February 26, 2026

ବିଶ୍ୱର ନମ୍ବର-୧ ନେତା ହେଲେ ପ୍ରଧାନମନ୍ତ୍ରୀ ମୋଦି!: ବହୁତ ଦୂରରେ ଟ୍ରମ୍ଫ-ପୁଟିନ

February 26, 2026

୨୮ରୁ ରାଜ୍ୟରେ କିଶୋରୀ କନ୍ୟାଙ୍କ ପାଇଁ ଆରମ୍ଭ ହେବ ଜରାୟୁ କର୍କଟ ଟିକାକରଣ କାର୍ଯ୍ୟକ୍ରମ

February 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.