Categories
ଅପରାଧ ବିଶେଷ ଖବର ରାଜ୍ୟ ଖବର

ନବ ଦାସ ହତ୍ୟାକାଣ୍ଡର ଜଣାପଡିଲା କାରଣ, ୫୪୩ ପୃଷ୍ଠାର ଚାର୍ଯ୍ୟସିଟ ଦାଖଲ କଲା କ୍ରାଇମ ବ୍ରାଞ୍ଚ

ଭୁବନେଶ୍ବର: ଆଜି ଝାରସୁଗୁଡା ଜେଏମଏଫସି କୋର୍ଟରେ କ୍ରାଇମବ୍ରାଞ୍ଚ ନବ ଦାସ ହତ୍ୟାକାଣ୍ଡର ଚାର୍ଯ୍ୟସିଟ ଦାଖଲ କରିଛି। ତିନିଜଣିଆ ଟିମ ପ୍ରାରମ୍ଭିକ ୫୪୩ ପୃଷ୍ଠାର ତଦନ୍ତ ରିପୋର୍ଟ କୋର୍ଟରେ ପ୍ରଦାନ କରିଛନ୍ତି।

ଦୀର୍ଘ ଦିନ ଧରି କ୍ରାଇମ ବ୍ରାଞ୍ଚ ଏହି ଚାଞ୍ଚଲ୍ୟ ହତ୍ୟାକାଣ୍ଡର ତଦନ୍ତ କରିବା ପରେ ଏହି ଚାର୍ଯ୍ୟସିଟ ଦାଖଲ କରିଛି। ଏଥିରେ ଗୋପାଳ ଦାସଙ୍କୁ ତଦନ୍ତ ସଂସ୍ଥା ହତ୍ୟାକାରୀ ଭାବେ ଅଭିହିତ କରି ଦୋଷୀ ସାବ୍ୟସ୍ତ କରାଯାଇଛି। ଏଥିରେ କୁହାଯାଇଛି ଯେ, ଗୋପାଳ ଦାସ ସୁସ୍ଥ ମସ୍ତିସ୍କରେ ଏହି ହତ୍ୟାକାଣ୍ଡ କରିଛି। ସେ ଏହି ହତ୍ୟା ନିଜ ଜୀବନକୁ ଭୟ କରି ହତ୍ୟା କରିଛି ବୋଲି କୁହାଯାଇଛି।

ଚାର୍ଯ୍ୟସିଟରେ ପ୍ରକୃତରେ କଣ ରହିଛି ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ବିଭିନ୍ନ ସୁତ୍ରରୁ ଜଣାପଡିଛି ଯେ, ନବ ଦାସ ଏବଂ ତାଙ୍କର ସମର୍ଥକଙ୍କୁ ଗୋପାଳ ଭୟ କରୁଥିଲା। କାଳେ ସେମାନେ ତାକୁ ମାରି ଦେବେ, ତା ପୂର୍ବରୁ ସେ ନବ ଦାସକୁ ମାରି ଦେଲା ବୋଲି ଏହି ରିପୋର୍ଟରେ ରହିଛି ବୋଲି କୁହାଯାଇଛି।

ଗୋପାଳ ବିଭିନ୍ନ ସମୟରେ ମନ୍ତ୍ରୀ ସ୍ବର୍ଗତ ନବ ଦାସଙ୍କ ପାଖକୁ ଯାଇ ବିଭିନ୍ନ ଅଭିଯୋଗ କରୁଥିଲା। ସାହାଯ୍ୟ ପାଇଁ ଅନୁରୋଧ କରୁଥିଲା। ହେଲେ ନବ ଦାସ ତାହା ଶୁଣି ନ ଥିଲେ। ଏହାକୁ ନେଇ ଗୋପାଳର ସନ୍ଦେହ ସୃଷ୍ଟି ହୋଇଥିଲା ଯେ, ନବ ଦାସ ତାଙ୍କ ଉପରେ କାଳେ ରାଗ ରଖିଛନ୍ତି। ସେ ତାଙ୍କ ସମର୍ଥକଙ୍କୁ ଲଗାଇ କାଳେ ତାଙ୍କୁ ହତ୍ୟା କରିଦେବେ ତା ପୂର୍ବରୁ ସେ ନବ ଦାସଙ୍କୁ ହତ୍ୟା କରିଦେଲା।

ନବ ଦାସଙ୍କ ହତ୍ୟା ପରେ ପୋଲିସ ଗୋପାଳ ଦାସଙ୍କୁ ପିସ୍ତଲ ସହିତ ଗିରଫ କରିଥିଲା। ଏହାପରେ ଗୋପାଳ ମାନସିକ ସ୍ଥିତି ଯାଞ୍ଚ କରିବା ପାଇଁ କ୍ରାଇମ ବ୍ରାଞ୍ଚ ତରଫରୁ ବିଭିନ୍ନ ପଦ୍ଧତି ଅବଲମ୍ବନ କରାଯାଇଥିଲା। ଗୋପାଳର ଗୁଜରାଟ ଗାନ୍ଧୀନଗର ସ୍ଥିତ ଫରେନସିକ୍ ଲ୍ୟାବରେ ପଲିଗ୍ରାଫ୍ ଓ ନାର୍କୋ ଟେଷ୍ଟ କରାଯାଇଥିଲା।

ଦିଲ୍ଲୀ ଫରେନସିକ୍ ଲ୍ୟାବ୍ର ବିଶେଷଜ୍ଞଙ୍କ ଦ୍ୱାରା ଝାରସୁଗୁଡ଼ାରେ ଗୋପଳର ହୋଇଥିବା ଏଲ୍ଭିଏ ଟେଷ୍ଟର ମଧ୍ୟ ତର୍ଜମା କରାଯାଇଥିଲା। ଏସସିବି ମାନସିକ ଚିକିତ୍ସା ପ୍ରତିଷ୍ଠାନର ୫ ଜଣିଆ ବିଶେଷଜ୍ଞ ଟିମର ଯାଞ୍ଚ ସହ ନିମହାନ୍ସ ବିଶେଷଜ୍ଞ ଦଳ ମଧ୍ୟ ମାନସିକ ସ୍ଥିତିର ପରୀକ୍ଷା କରିଥିଲେ।

ଏ ସବୁ ପରୀକ୍ଷାରେ ତାଙ୍କର ମାନସିକ ସ୍ଥିତି ଠିକ ଥିଲା ବୋଲି କୁହାଯାଇଛି। ତେବେ ଏହାପରେ କ୍ରାଇମ ବ୍ରାଞ୍ଚ ପୁଣି ଥରେ ଏହି ହତ୍ୟାକାଣ୍ଡର ଚୁଡାନ୍ତ ରିପୋର୍ଟ ଦାଖଲ କରିବେ।  ଆସନ୍ତା ୨୯ ତାରିଖରେ ଏହି ହତ୍ୟାକାଣ୍ଡକୁ ଚାରିମାସ ପୁରଣ ହେବ। କାରଣ ଗତ ଜାନୁୟାରୀ ୨୯ ତାରିଖରେ ନବ ଦାସଙ୍କୁ ହତ୍ୟା କରାଯାଇଥିଲା।

Categories
ବିଶେଷ ଖବର ରାଜ୍ୟ ଖବର

ଜୟନାରାୟଣଙ୍କ ପାଖରେ ଯଦି ଏତେ ତଥ୍ୟ ଅଛି ତେବେ ସେ କୋର୍ଟ ଯିବାକୁ ଡରୁଛନ୍ତି କାହିଁକି ?

ଭୁବନେଶ୍ବର: ରାଜ୍ୟର ଏକ ଚାଞ୍ଚଲ୍ୟ ଖେଳାଇଥିବା ହତ୍ୟାକାଣ୍ଡ ମଧ୍ୟ ରାଜନୈତିକ ପଶାପାଲିରୁ ବର୍ତ୍ତି ପାରୁ ନାହିଁ। ରାଜ୍ୟର ଜଣେ ଟାଣୁଆ କ୍ୟାବିନେଟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ବେଶ କିଛି ଦିନ ଧରି ରାଜ୍ୟ ବିଜେପି ରାଜନୀତି କରିବାରେ ଲାଗିଛି। ଏହି ହତ୍ୟାକାଣ୍ଡ ନେଇ କେତେ ବେଳେ କିଏ କଣ କହୁଛି ତାହାର ହିସାବ ନାହିଁ।

ବିଧାନସଭା ଆରମ୍ଭରେ ଆଜି ଏହିପରି ଏକ ରୋମାଞ୍ଚକର ତଥ୍ୟ ପ୍ରଦାନ କରିଛନ୍ତି ବିରୋଧୀ ଦଳର ନେତା ଜୟନାରାୟଣ ମିଶ୍ର। ସେ କହିଛନ୍ତି ଯେ ନବ ଦାସ ହତ୍ୟାର ଚାରିଦିନ ପୂର୍ବରୁ 5ଟି ସଚିବ ଏବଂ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଫୋନ କଲ ରେକର୍ଡ କରାଯାଉ। ତାର ଅର୍ଥ ଏହି ଦୁଇଜଣ ନବ ଦାସଙ୍କୁ କଣ କହିଥିଲେ ତାହା ଯାଞ୍ଚ କରାଯାଉ। ତେବେ ଆଶ୍ଚର୍ଯ୍ୟର କଥା ଏହା ସେ ଗୃହ ଭିତରେ କହି ନ ଥିଲେ। ଗୃହ ବାହାରେ ସାମ୍ବାଦିକଙ୍କୁ କହିଥିଲେ।

ତେବେ ପ୍ରଶ୍ନ ଉଠିଛି ଯେ, ଜୟନାରାୟଣଙ୍କ ପାଖରେ ଏହାର କିଛି ତଥ୍ୟ ଯଦି ଅଛି ତେବେ ସେ ଗୃହ ଭିତରେ କହିବାକୁ ଡରିଲେ କାହିଁକି। ଏହା ହୋଇପାରେ କି, ଏହି ମନ୍ତବ୍ୟର କୌଣସି ଭିତ୍ତି ନ ଥିବାରୁ ସେ ଗୃହରେ କହି ବିବରଣୀ ସ୍ଥାନିତ ନ ହେବାକୁ ଚାହିଁ ଥାଇପାରନ୍ତି। ଅନ୍ୟପକ୍ଷରେ ଏତେବଡ ପ୍ରମାଣ ଯଦି ଜୟନାରାୟଣଙ୍କ ପାଖରେ ଅଛି ତେବେ ସେ କୋର୍ଟରେ ସତ୍ୟପାଠ ମାଧ୍ୟମରେ ଅବଗତ ନ କରାଇ ମିଡିଆ ଆଗରେ କାହିଁକି ବଖାଣି ହେଲେ।

କାରଣ ଜୟନାରାୟଣ ଭଲ ଭାବରେ ଜାଣନ୍ତି ଯେ କୌଣସି ଭିତ୍ତି ନ ଥିବା କଥା କେବଳ ମିଡିଆରେ କହିଦେଲେ ତାହା ସାରା ରାଜ୍ୟରେ ତୁମ୍ବି ତୋଫାନ ସୃଷ୍ଟି କରିବ। ସେ ଏହା ମଧ୍ୟ ଜାଣନ୍ତି ଯେ, ମିଡିଆ ବ୍ୟକ୍ତବ୍ୟକୁ କୌଣସି କୋର୍ଟ ପ୍ରମାଣ ସ୍ବରୂପ ଗ୍ରହଣ କରିବ ନାହିଁ। ତେଣୁ ସେ ଉପଯୁକ୍ତ ଫୋରମରେ ନ କହି କେବଳ ହୋହାଲ୍ଲା କରିବା ପାଇଁ ଜୟ ନାରାୟଣ ଏପରି କହିଛନ୍ତି। ଯାହା ଗଣତନ୍ତ୍ର ପାଇଁ କେବେ ବି ଶୁଭକର ନୁହେଁ।

Categories
ଅପରାଧ ଆଜିର ଖବର ରାଜ୍ୟ ଖବର

ମିଳିଲା ନବ ଦାସଙ୍କୁ ଗୋପାଳ ହତ୍ୟା କରୁଥିବାର ଫଟୋ, ପୁରା ପାଖରୁ କରିଛି ଗୁଳି

ଭୁବନେଶ୍ବର: ଶେଷରେ ନବଦାସଙ୍କୁ ଗୋପାଳ ହତ୍ୟା କରୁଥିବା ବେଳର ଫଟୋ ମିଳିଛି। ଏହି ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏହି ଫଟୋରୁ ପୁରା ସ୍ପଷ୍ଟ ହୋଇଛି ଯେ ଗୋପାଳ ପୁରା ପାଖରୁ ନବ ଦାସଙ୍କୁ ଗୁଳି କରିଛି। ଏହି ଫଟୋରେ ଦେଖାଦେଇଛି ଯେ ଗୋପାଳ ଦୁଇ ହାତରେ ପିସ୍ତଲକୁ ଧରି ପାଟି କାମୁଡି ଏହି ଗୁଳି କରିଛି।

ପୂର୍ବରୁ ଗୋପାଳ ନବ ଦାସଙ୍କ ପାଖକୁ ଯାଉଥିବାର ଏବଂ ତାଙ୍କ ଦେହରେ ଗୁଳି ବାଜି ରକ୍ତ ବୋହୁଥିବାର ଭିଜୁୟାଲ ଦେଖିବାକୁ ମିଳିଥିଲା। ସେଥିରେ ମନ୍ତ୍ରୀ ନବ ଦାସ ଗୁଳି ମାରିଦେଲେ ବୋଲି କହି ତଳେ ପଡିଯିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ହେଲେ ଗୋପାଳ ଗୁଳି ଚଳାଉଥିବାର ଭିଡିଓ ନ ଥିଲା। ବର୍ତ୍ତମାନ ଏହି ଫଟୋରେ ଗୋପାଳ ଗୁଳି ମାରୁଥିବାର ସ୍ପଷ୍ଟ ଦେଖାଯାଉଛି।

Categories
ଅପରାଧ ବିଶେଷ ଖବର ରାଜ୍ୟ ଖବର

ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣାରେ ମୁହଁ ଖୋଲିଲେ ପୋଲିସ ଡିଜି ସୁନୀଲ ବଂଶଲ

ଭୁବନେଶ୍ବର: ଶେଷରେ ନବ ଦାସ ହତ୍ୟା ଘଟଣାରେ ମୁହଁ ଖୋଲିଛନ୍ତି ପୋଲିସ ଡିଜି ସୁନଲ ବଂଶଲ। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସେ ଏହି ଘଟଣାର ତଦନ୍ତ ସଂପର୍କରେ ଆବଗତ କରାଇଛନ୍ତି। ଏହି ହତ୍ୟାକାଣ୍ଡ ଘଟିବା ଦିନଠାରୁ ଡିଜି କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ। ଏପରିକି ଘଟଣା ସ୍ଥଳକୁ ମଧ୍ୟ ଗସ୍ତ କରି ନ ଥିଲେ। ଫଳରେ ବିଭିନ୍ନ ମହଲରେ ତାଙ୍କର କାର୍ଯ୍ୟକଳାପ ନେଇ ସମାଲୋଚନା କରାଯାଇଥିଲା।

ତେବେ ଆଜି ସେ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ନବଦାସ ମୃତ୍ୟୁ ଘଟଣାରେ ତଦନ୍ତ ଚାଲିଛି। ଏଥିରେ ପୋଲିସକୁ ବହୁତ କିଛି ତଥ୍ୟ ହାସଲ ହୋଇଛି। ହେଲେ ଆହୁରି କିଛି ତଥ୍ୟ ବାକି ରହିଛି। ଯାହାକୁ କ୍ରାଇମ ବ୍ରାଞ୍ଚ ଟିମ ତଦନ୍ତ କରୁଛନ୍ତି। ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ବୋଲି ଡିଜି କହିଛନ୍ତି।

ସେ କହିଛନ୍ତି ଯେ, ଏହି ଘଟଣାର ତଦନ୍ତ ନେତୃତ୍ବ ନେଇଛନ୍ତି ଅରୁଣ ବୋଥ୍ରା। ସେ ଜଣ ଦକ୍ଷ ଅଫିସର। ତାଙ୍କର ଆଗରୁ ସିବିଆଇ ରେ କାର୍ଯ୍ୟ କରିବାର ଦକ୍ଷତା ରହିଛି। ଦେଶର ସେ ହେଉଛନ୍ତି ଜଣେ ଭଲ ତଦନ୍ତ ଅପିସର। ସେହିପରି ଜଣେ ଅଫିସର ଏହି ଘଟଣାର ତଦନ୍ତ କରୁଛନ୍ତି। ସେ ନିଶ୍ଚିତ ଭାବେ ଏହି ଘଟଣା ପଛରେ କଣ କାରଣ ରହିଛି ତାହାର ଅନୁସନ୍ଧାନ କରି ବାହାର କରିବେ ବୋଲି ଡିଜି କହିଛନ୍ତି।

ଏହି ଘଟଣା ପରେ ଜିଲ୍ଲା ପୋଲିସ ସ୍ତରରେ ବ୍ୟାପକ ଅଦଳବଦଳ କରାଯାଇଛି। ନବଦାସଙ୍କର ପିଏସଓଙ୍କୁ ନିଲମ୍ବିତ କରାଯାଇଛି। ଭବିଷ୍ୟତରେ ଯଦି କିଛି ଆବଶ୍ୟକ ପଡେ ତେବେ ତାହା ଉପରେ ପଦକ୍ଷେପ ନିଶ୍ଚିତ ଗ୍ରହଣ କରାଯିବ। ଏହିପରି ଘଟଣାର ଯେପରି ପୁନରାବୃତ୍ତି ନ ଘଟେ ସେହିପରି ପଦକ୍ଷେପ ଗ୍ରହଣ କରାଯିବ। ବର୍ତ୍ତମାନ ତଦନ୍ତର ଗତି କେଉଁ ଆଡକୁ ଯାଉଛି ତାହା ଉପରେ ନଜର ରଖାଯାଇଛି।

ଫରର୍ନେସିକ ଲ୍ୟାବର ସାହାଯ୍ୟ ମଧ୍ୟ ନିଆଯାଇଛି। ନୂଆଦିଲ୍ଲୀରୁ ସେହି ଟିମ ଆସିପାରନ୍ତି। ତେବେ ଏହି ତଦନ୍ତ ଆଉ କେତେ ଦିନ ଲାଗିବ ସେ ନେଇ କିଛି କହିହେବ ନାହିଁ। ହେଲେ ତଦନ୍ତକୁ ଠିକ ଭାବେ କରିବା ପାଇଁ ଯାହା କିଛି ସରକାରୀ ସଂସ୍ଥାର ସାହାଯ୍ୟ ନେବା କଥା ତାହା ନିଆଯିବ ବୋଲି ଡିଜି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି।

Categories
ଅପରାଧ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଚାଞ୍ଚଲ୍ୟ: ନବ ଦାସଙ୍କୁ ହତ୍ୟା କରିବା ପାଇଁ ଆଗରୁ ପାଞ୍ଚ ଥର ଚେଷ୍ଟା କରିଛି ଗୋପାଳ

ଭୁବନେଶ୍ବର: ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟାକଣ୍ଡର ରହସ୍ୟ ଏ ପର୍ଯ୍ୟନ୍ତ ଜଣାପଡି ନ ଥିଲେ ମଧ୍ୟ ଏହା ସହିତ ଜଡିତ କେତେକ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିବାରେ ଲାଗିଛି। ଏକ ବିଶେଷ ସୁତ୍ରରୁ ଜଣାପଡିଛି ଯେ, ନବ ଦାସଙ୍କୁ ହତ୍ୟାକରିବା ପାଇଁ ଗୋପାଳ କୁଆଡେ ପଞ୍ଚ ଥର ଚେଷ୍ଟା କରିଛି। ହେଲେ ସବୁଥର ବିଫଳ ହୋଇଛି।

ଏହି ତଥ୍ୟ ଅନୁସାରେ ଗୋପାଳ ଗତ ପନ୍ଦର ଦିନ ମଧ୍ୟରେ ନବ ଦାସଙ୍କ ଗୁଳି କରି ହତ୍ୟା କରିବା ପାଇଁ ପାଞ୍ଚ ଥର ଚେଷ୍ଟା କରିଛି। ଏହି ପାଞ୍ଚ ଥର ସେ ମନ୍ତ୍ରୀଙ୍କ ଝାରସୁଗୁଡାର ସର୍ବବାହଲରେ ଥିବା ବାସ ଭବନ ନିକଟରେ ପଇଁତରା ମାରିଛି। ସେଠାରେ ଥିବା ଲୋକ କିମ୍ବା ଦୋକାନୀଙ୍କୁ ମନ୍ତ୍ରୀ ଘରେ ଅଛନ୍ତି କି ନାହିଁ ପଚାରି ବୁଝିଛି।

ହେଲେ ସୌଭାଗ୍ୟର କଥା ଏହି ପାଞ୍ଚ ଥର ମନ୍ତ୍ରୀ ନବ ଦାସ ଘରେ ନ ଥିଲେ। ଫଳରେ ଗୋପାଳ ଦାସ ଫେରି ଆସିବାକୁ ବାଧ୍ୟ ହୋଇଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଯେ, ଏହି ପାଞ୍ଚ ଥର ସେ ପୁରା ଗୁଳିଭରା ବନ୍ଧୁକ ଧରି ଯାଇଛି। ଏଥିରୁ ସ୍ପଷ୍ଟ ହୋଇଛି ଯେ, ଯଦି ମନ୍ତ୍ରୀ ଘରେ ଥାଆନ୍ତେ ତେବେ ହୁଏତ ଗୋପାଳ ସେତେବେଳେ ମଧ୍ୟ ନିଶ୍ଚିତ ଗୁଳି କରି ହତ୍ୟା କରି ଥାଆନ୍ତା।

ପାଞ଼୍ଚ ଥର ଫେଲ ହେବା ପରେ ଗୋପାଳ ଅନ୍ୟ ସୁଯୋଗକୁ ଅପେକ୍ଷା କରି ରହିଥିଲା। ମନ୍ତ୍ରୀ ବ୍ରଜରାଜନଗର ଆସୁଥିବାର ଜାଣି ସେ ପୁରା ପ୍ରସ୍ତୁତ ହୋଇ ରହିଥିଲା। ମନ୍ତ୍ରୀ ଆସୁଥିବାରୁ ବ୍ରଜରାଜ ନଗରରେ ପୋଲିସ ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ସେତେବେଳେ ଗୋପାଳଙ୍କୁ ଟ୍ରାଫିକ କ୍ଲିୟରାନସ କରିବା ଦାୟିତ୍ବ ଦିଆଯାଇଥିଲା।

ମନ୍ତ୍ରୀ ବ୍ରଜରାଜନଗର ଗାନ୍ଧୀ ଛକରେ ପହଁଚି କାରରୁ ଓହ୍ଲାଇଲା ବେଳେ ଗୋପାଳ ଗୁଳି ଚାଳନା କରିଥିଲା। ସେ ଭିଡ ଭିତରେ ଲୋକଙ୍କୁ ଠେଲି ମନ୍ତ୍ରୀଙ୍କ କାର ନିକଟକୁ ଆସିଥିଲା। ମନ୍ତ୍ରୀ କାର ଡୋର୍ ଖୋଲି ବାହାରକୁ ବାହାରିବା ବେଳେ ଗୋପାଳ ଗୁଳି ଚାଳନା କରିଛି। ସେ ଯେମିତି ହେଲେ ମନ୍ତ୍ରୀଙ୍କୁ ଗୁଳି କରି ହତ୍ୟା କରିବ ବୋଲି ମାନସିକ ସ୍ତରରେ ଦୃଢ ନିଷ୍ପତି କରିସାରିଥିଲା।

Categories
ଅପରାଧ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ନବ ଦାସଙ୍କ ହତ୍ୟା ଘଟଣାରେ କ୍ରାଇମ ବ୍ରାଞ୍ଚ ଖୋଲିଲା ମୁହଁ, ଦେଲେ ଆଠଟି ସୂଚନା

ଭୁବନେଶ୍ବର: ଶେଷରେ କ୍ରାଇମ ବ୍ରାଞ୍ଚ ନବ ଦାସ ହତ୍ୟା ଘଟଣାରେ ମୁହଁ ଖୋଲିଛି। ଚାରିଦିନ ଧରି ତଦନ୍ତ କରୁଥିବା ବେଳେ ଏ ପର‌୍ୟ୍ୟନ୍ତ ଅଫିସ ତରଫରୁ କୌଣସି ସୂଚନା ଦିଆଯାଇ ନ ଥିଲା। ତେବେ ଏବେ କ୍ରାଇମ ବ୍ରାଞ୍ଚ ଯେଉଁ ତଥ୍ୟ ଦେଇଛି ସେଗୁଡିକ ହେଲା..

୧- ଅଭିଯୁକ୍ତ ଏଏସଆଇ ଗୋପାଳ କୃଷ୍ଣ ଦାସଙ୍କୁ ୪ ଦିନ ପାଇଁ ପୋଲିସ ରିମାଣ୍ଡରେ ଅଣାଯାଇଛି। ଅଭିଯୁକ୍ତଙ୍କ ନିରନ୍ତର ପଚରାଉଚରା ସିଆଇଡି ସିବି ଟିମ୍ ଦ୍ୱାରା ଚାଲିଛି।

୨- FARO 3-Dସ୍କାନର୍ ବ୍ୟବହାର କରି ବୈଜ୍ଞାନିକ ଅଧିକାରୀ ଏବଂ ବାଲିଷ୍ଟିକ୍ ବିଶେଷଜ୍ଞଙ୍କ ସହାୟତାରେ ଗାଡି ଏବଂ କ୍ରାଇମ ସ୍ପଟ୍ ଯାଞ୍ଚ ଜାରି ରହିଛି।

୩- ଜଣେ ଡିଏସପିଙ୍କ ନେତୃତ୍ୱରେ ଗୋଟିଏ ଦଳ ଘଟଣା ଦିନ ଉପସ୍ଥିତ ଥିବା ମୃତ ନେତାଙ୍କ ସମର୍ଥକଙ୍କ ସମେତ ସାକ୍ଷୀମାନଙ୍କୁ ପଚରା ଉଚୁରା କରୁଛନ୍ତି।

୪- ଜଣେ ଡିଏସପି ଏବଂ କର୍ମଚାରୀଙ୍କ ନେତୃତ୍ୱରେ ଅନ୍ୟ ଏକ ଦଳ ଅଭିଯୁକ୍ତ ଗୋପାଳ କୃଷ୍ଣ ଦାସଙ୍କ ଚିକିତ୍ସା ଦିଗ ଏବଂ ଆର୍ଥିକ ନେଣଦେଣ ଯାଞ୍ଚ କରୁଛନ୍ତି। ଅଭିଯୁକ୍ତଙ୍କ ପଡୋଶୀ ଗ୍ରାମର ଲୋକଙ୍କୁ ପଚରାଉଚୁରା ଜାରି ରହିଛି।

୫- ନୂଆଦିଲ୍ଲୀ CFSL ର ବିଶେଷଜ୍ଞଙ୍କ ଦ୍ୱାରା ଅଭିଯୁକ୍ତମାନଙ୍କ ଫୋରେନସିକ୍ ସାଇକୋଲୋଜିକାଲ୍ ଆସେସମେଣ୍ଟ ଏବଂ ଲେୟାରଡ ଭଏସ୍ ଆନାଲିସିସ୍ ପରୀକ୍ଷା ପାଇଁ ପଦକ୍ଷେପ ନିଆଯାଉଛି।

୬- ପୋଷ୍ଟ ମର୍ଟମ ରିପୋର୍ଟରେ ଦର୍ଶାଯାଇଛି ଯେ ଗୁଳି ଆଘାତ ହେତୁ ହୃଦପିଣ୍ଡ ନଷ୍ଟ କାରଣରୁ ଏହି ମୃତ୍ୟୁ ହୋଇଛି।

୭- ଅଧିକନ୍ତୁ, ଏପର‌୍ୟ୍ୟନ୍ତ ସଂଗୃହିତ ପ୍ରମାଣ ସଂଗ୍ରହ ଏବଂ ବିଶ୍ଳେଷଣ ଏକ CID-CB ଦଳ ଦ୍ୱାରା କରାଯାଉଛି।

୮- ପୋଲିସର ଆଡସିନାଲ ଡିଜି, ସିଆଇଡି-କ୍ରାଇମ ଓଡିଶା ଘଟଣାସ୍ଥଳରେ କ୍ୟାମ୍ପ କରୁଛନ୍ତି ଏବଂ ବ୍ୟକ୍ତିଗତ ଭାବେ ଏହି ଘଟଣାର ତଦାରଖ କରୁଛନ୍ତି। ମାମଲାର ତଦନ୍ତ ଜାରି ରହିଛି।

Categories
ବିଶେଷ ଖବର ରାଜ୍ୟ ଖବର

ନବ ଦାସ ହତ୍ୟା ଘଟଣାରେ ବିଜେପି ମନ୍ତବ୍ୟର ଜବାବ ଦେଲା ବିଜେଡି

ଭୁବନେଶ୍ୱର : ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣ ସିବିଆଇ ତଦନ୍ତ କରୁ ବୋଲି ଦାବୀ କରିଥିବା ବିଜେପିକୁ ଜବାବ ଦେଇଛି ବିଜେଡି। କ୍ରାଇମବ୍ରାଞ୍ଚ ତଦନ୍ତକୁ ବିଜେପି ଏତେ ଡରୁଛି କାହିଁକି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି।

ବିଜେପିର ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ମୁଖପାତ୍ର ଶ୍ରୀ ମହାନ୍ତି କହିଛନ୍ତି ଯେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ଅତ୍ୟଧିକ ନିରାଶା ଏବଂ ହତାଶ ହୋଇ ଗଣମାଧ୍ୟମରେ ଦାୟିତ୍ୱହୀନ ଓ ନିରାଧାର ବିବୃତ୍ତି ଦେଉଛନ୍ତି।

ଯେହେତୁ ସେ ଭୁବନେଶ୍ୱର ପୌର ପାଳିକାର ୱାର୍ଡ ସଦସ୍ୟ ଭାବରେ ଜିତିପାରି ନ ଥିଲେ, ତେଣୁ ସେ ନିରାଶ ହୋଇପଡି ଥିଲେ ଏବଂ ଏବେ ତାଙ୍କ ପିତା ରାଜ୍ୟପାଳ ହୋଇଥିବାରୁ ତାଙ୍କୁ ଏପରି ମିଥ୍ୟା, ନିରାଧାର ତଥା ଦାୟିତ୍ୱହୀନ ବିବୃତ୍ତି ଦେଇ ନିଜର ରାଜନୈତିକ ସ୍ଥିତି ପ୍ରମାଣ କରିବାକୁ ପଡୁଛି।

ନବ କିଶୋର ଦାସ ମହାମାରୀ ସମୟରେ ସ୍ୱାସ୍ଥ୍ୟମନ୍ତ୍ରୀ ଭାବରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ ଯେଉଁଥିପାଇଁ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ପ୍ରଶଂସିତ ହୋଇଥିଲା। ବିଜେପି କେବେ ତାଙ୍କ ଅବଦାନକୁ ସ୍ୱୀକାର କରି ନାହିଁ। ଏହା କଣ ବିଜେପିର ରାଜନୈତିକ ସୌଜନ୍ୟ? ଏହା କ’ଣ ବିଜେପିର ରାଜନୈତିକ ସଂସ୍କୃତି କି ବୋଲି ଲେନିନ ପ୍ରଶ୍ନ କରିଛନ୍ତି।

ଏହି ଘଟଣାକୁ ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଅନୁସନ୍ଧାନ କରୁଛି ଏବଂ ଏହାକୁ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରା ମନୋନୀତ ଅବସରପ୍ରାପ୍ତ ବିଚାରପତି ଅନୁଧ୍ୟାନ କରିବେ। ଯେତେବେଳେ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରା ମନୋନୀତ ଅବସରପ୍ରାପ୍ତ ବିଚାରପତି ଏହି ଘଟଣାର ସିଧାସଳଖ ମନିଟରିଂ କରୁଛନ୍ତି ସେତେବେଳେ ନ୍ୟାୟପାଳିକା ପ୍ରତି ବିଜେପିର କିଛି ସମ୍ମାନ ରହିବା ଉଚିତ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ତେବେ ଯେତେବେଳେ ଓଡ଼ିଶା ହାଇକୋର୍ଟଙ୍କ ଦ୍ୱାରା ମନୋନୀତ ବିଚାରପତିଙ୍କ ଦ୍ୱାରା ଏହାର ତଦାରଖ କରାଯିବ ସେତେବେଳେ ବିଜେପି ନେତାମାନେ କ୍ରାଇମବ୍ରାଞ୍ଚ ଏବଂ ଏହାର ତଦନ୍ତକୁ କାହିଁକି ଡରୁଛନ୍ତି ବୋଲି ଶ୍ରୀ ମହାନ୍ତି ବାରମ୍ବାର ପ୍ରଶ୍ନ କରିଛନ୍ତି ।