Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣାରେ ମୁହଁ ଖୋଲିଲେ ପୋଲିସ ଡିଜି ସୁନୀଲ ବଂଶଲ
ଅପରାଧ

ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣାରେ ମୁହଁ ଖୋଲିଲେ ପୋଲିସ ଡିଜି ସୁନୀଲ ବଂଶଲ

February 3, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
sunil bansal
ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣାରେ ମୁହଁ ଖୋଲିଲେ ପୋଲିସ ଡିଜି ସୁନୀଲ ବଂଶଲ

ଭୁବନେଶ୍ବର: ଶେଷରେ ନବ ଦାସ ହତ୍ୟା ଘଟଣାରେ ମୁହଁ ଖୋଲିଛନ୍ତି ପୋଲିସ ଡିଜି ସୁନଲ ବଂଶଲ। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ସେ ଏହି ଘଟଣାର ତଦନ୍ତ ସଂପର୍କରେ ଆବଗତ କରାଇଛନ୍ତି। ଏହି ହତ୍ୟାକାଣ୍ଡ ଘଟିବା ଦିନଠାରୁ ଡିଜି କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ। ଏପରିକି ଘଟଣା ସ୍ଥଳକୁ ମଧ୍ୟ ଗସ୍ତ କରି ନ ଥିଲେ। ଫଳରେ ବିଭିନ୍ନ ମହଲରେ ତାଙ୍କର କାର୍ଯ୍ୟକଳାପ ନେଇ ସମାଲୋଚନା କରାଯାଇଥିଲା।

ତେବେ ଆଜି ସେ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ନବଦାସ ମୃତ୍ୟୁ ଘଟଣାରେ ତଦନ୍ତ ଚାଲିଛି। ଏଥିରେ ପୋଲିସକୁ ବହୁତ କିଛି ତଥ୍ୟ ହାସଲ ହୋଇଛି। ହେଲେ ଆହୁରି କିଛି ତଥ୍ୟ ବାକି ରହିଛି। ଯାହାକୁ କ୍ରାଇମ ବ୍ରାଞ୍ଚ ଟିମ ତଦନ୍ତ କରୁଛନ୍ତି। ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି ବୋଲି ଡିଜି କହିଛନ୍ତି।

ସେ କହିଛନ୍ତି ଯେ, ଏହି ଘଟଣାର ତଦନ୍ତ ନେତୃତ୍ବ ନେଇଛନ୍ତି ଅରୁଣ ବୋଥ୍ରା। ସେ ଜଣ ଦକ୍ଷ ଅଫିସର। ତାଙ୍କର ଆଗରୁ ସିବିଆଇ ରେ କାର୍ଯ୍ୟ କରିବାର ଦକ୍ଷତା ରହିଛି। ଦେଶର ସେ ହେଉଛନ୍ତି ଜଣେ ଭଲ ତଦନ୍ତ ଅପିସର। ସେହିପରି ଜଣେ ଅଫିସର ଏହି ଘଟଣାର ତଦନ୍ତ କରୁଛନ୍ତି। ସେ ନିଶ୍ଚିତ ଭାବେ ଏହି ଘଟଣା ପଛରେ କଣ କାରଣ ରହିଛି ତାହାର ଅନୁସନ୍ଧାନ କରି ବାହାର କରିବେ ବୋଲି ଡିଜି କହିଛନ୍ତି।

ଏହି ଘଟଣା ପରେ ଜିଲ୍ଲା ପୋଲିସ ସ୍ତରରେ ବ୍ୟାପକ ଅଦଳବଦଳ କରାଯାଇଛି। ନବଦାସଙ୍କର ପିଏସଓଙ୍କୁ ନିଲମ୍ବିତ କରାଯାଇଛି। ଭବିଷ୍ୟତରେ ଯଦି କିଛି ଆବଶ୍ୟକ ପଡେ ତେବେ ତାହା ଉପରେ ପଦକ୍ଷେପ ନିଶ୍ଚିତ ଗ୍ରହଣ କରାଯିବ। ଏହିପରି ଘଟଣାର ଯେପରି ପୁନରାବୃତ୍ତି ନ ଘଟେ ସେହିପରି ପଦକ୍ଷେପ ଗ୍ରହଣ କରାଯିବ। ବର୍ତ୍ତମାନ ତଦନ୍ତର ଗତି କେଉଁ ଆଡକୁ ଯାଉଛି ତାହା ଉପରେ ନଜର ରଖାଯାଇଛି।

ଫରର୍ନେସିକ ଲ୍ୟାବର ସାହାଯ୍ୟ ମଧ୍ୟ ନିଆଯାଇଛି। ନୂଆଦିଲ୍ଲୀରୁ ସେହି ଟିମ ଆସିପାରନ୍ତି। ତେବେ ଏହି ତଦନ୍ତ ଆଉ କେତେ ଦିନ ଲାଗିବ ସେ ନେଇ କିଛି କହିହେବ ନାହିଁ। ହେଲେ ତଦନ୍ତକୁ ଠିକ ଭାବେ କରିବା ପାଇଁ ଯାହା କିଛି ସରକାରୀ ସଂସ୍ଥାର ସାହାଯ୍ୟ ନେବା କଥା ତାହା ନିଆଯିବ ବୋଲି ଡିଜି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି।

ନବ ଦାସ ନବ ଦାସ ହତ୍ୟା ପୋଲିସ ଡିଜି ସୁନୀଲ ବଂଶଲ
Share. Facebook Twitter LinkedIn Email WhatsApp Copy Link

Related Posts

ପାଟଣାଗଡ଼ ଅଟଳ ବସଷ୍ଟାଣ୍ଡର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପମୁଖ୍ୟମନ୍ତ୍ରୀ

June 28, 2026

ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରଦ୍ଧାଳୁମାନଙ୍କ ସୁବ୍ୟବସ୍ଥିତ ଯାତାୟାତ ପାଇଁ ମାର୍ଗଦର୍ଶିକା ଜାରି

June 28, 2026

‘ଭାରତ ଟ୍ୟାକ୍ସି’ ସେବାର ଶୁଭାରମ୍ଭ କଲେ ଅମିତ ଶାହ

June 28, 2026

ମୟୂରଭଞ୍ଜରେ ଡବଲ ମର୍ଡର, ଘର ଭିତରେ ମା’ ଓ ୮ ବର୍ଷର ଝିଅଙ୍କ ରକ୍ତାକ୍ତ ମୃତଦେହ

June 27, 2026
Latest News

ହଠାତ୍ ବିଦେଶ ଯିବାକୁ ପଡ଼ିଲେ କଣ କରିବେ? ମାତ୍ର ୧ରୁ ୩ ଦିନରେ ପାଇପାରିବେ ପାସପୋର୍ଟ, ଜାଣନ୍ତୁ ପ୍ରକ୍ରିୟା

June 28, 2026

ପାଟଣାଗଡ଼ ଅଟଳ ବସଷ୍ଟାଣ୍ଡର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପମୁଖ୍ୟମନ୍ତ୍ରୀ

June 28, 2026

ଏମଏସଏମଇ କ୍ଷେତ୍ରର ଡିଜିଟାଲ୍ ରୂପାନ୍ତରକୁ ଗତି; ଉପରାଷ୍ଟ୍ରପତିଙ୍କ ଦ୍ୱାରା ନୂତନ ପଦକ୍ଷେପର ଶୁଭାରମ୍ଭ

June 28, 2026

ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରଦ୍ଧାଳୁମାନଙ୍କ ସୁବ୍ୟବସ୍ଥିତ ଯାତାୟାତ ପାଇଁ ମାର୍ଗଦର୍ଶିକା ଜାରି

June 28, 2026

‘ଭାରତ ଟ୍ୟାକ୍ସି’ ସେବାର ଶୁଭାରମ୍ଭ କଲେ ଅମିତ ଶାହ

June 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.