Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ କେତେ କିଲୋମିଟର ରାସ୍ତା ନିର୍ମାଣ ହୋଇଛି ?
ବିଶେଷ ଖବର

ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ କେତେ କିଲୋମିଟର ରାସ୍ତା ନିର୍ମାଣ ହୋଇଛି ?

February 4, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
Mukhyamantri
ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ କେତେ କିଲୋମିଟର ରାସ୍ତା ନିର୍ମାଣ ହୋଇଛି ?

ଭୁବନେଶ୍ୱର: ଗ୍ରାମାଞ୍ଚଳର ବିକାଶ ଓ ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମଧ୍ୟରେ ସବୁଦିନିଆ ଗମନାଗମନକୁ ଦୃଷ୍ଟିରେ ରଖି ଗ୍ରାମ୍ୟରାସ୍ତା ସଂଯୋଗୀକରଣ ନିମନ୍ତେ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ପ୍ରଚଳନ କରିଛନ୍ତି। ଏହି ଯୋଜନାରେ ଅଦ୍ୟାବଧି ରାଜ୍ୟରେ ମୋଟ ୯୮୫ଟି ରାସ୍ତା ନିର୍ମାଣ କରାଯାଇଛି। ୩୯୫୧.୨୦ କିମି ଦୈର୍ଘ୍ୟବିଶିଷ୍ଟ ଏହି ରାସ୍ତାଗୁଡ଼ିକ ଦ୍ୱାରା ୧୧୭୨ଟି ଗ୍ରାମକୁ ନିକଟବର୍ତ୍ତୀ ମୁଖ୍ୟ ରାସ୍ତା ସହିତ ସଂଯୋଗ କରାଯାଇଛି।

ଏହା ଗ୍ରାମାଞ୍ଚଳର ଦୈନନ୍ଦିନ ଜୀବନରେ ଅତ୍ୟନ୍ତ ଉପାଦେୟ ସାବ୍ୟସ୍ତ ହୋଇଛି। ଗ୍ରାମାଞ୍ଚଳର ଅର୍ଥନୈତିକ ଓ ସାମାଜିକ ବିକାଶ ହେବା ସହିତ କୃଷିଜନିତ ଆୟ ବୃଦ୍ଧି ଏବଂ ଦାରିଦ୍ର୍ୟ ହ୍ରାସକୁ ସୁନିଶ୍ଚିତ କରିବା ପାଇଁ ଏହି ଯୋଜନାର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ୨୦୧୫-୧୬ ଆର୍ଥିକ ବର୍ଷଠାରୁ ଏହା କାର୍ଯ୍ୟକାରୀ ହୋଇଛି। ଏହା ରାଜ୍ୟ ସରକାରଙ୍କ ଅନୁଦାନ ଦ୍ୱାରା ପରିଚଳିତ ଏକ ପ୍ରମୁଖ କାର୍ଯ୍ୟକ୍ରମ।

ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ଗମନାଗମନ ତଥା ଯୋଗାଯୋଗ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିପାରିଛି । ପରିବହନ କ୍ଷେତ୍ରରେ ମଧ୍ୟ ଏହା ଅତ୍ୟନ୍ତ ଉପାଦେୟ ସାବ୍ୟସ୍ତ ହେବା ସହ ଏହା ଦ୍ୱାରା ସ୍ଥାନୀୟ ଅଧିବାସୀ ନିକଟସ୍ଥ ସହରରେ ନିଜର ଉତ୍ପାଦନର ଉପଯୁକ୍ତ ବଜାର ସୁବିଧା ପାଇପାରୁଛନ୍ତି ।

ରାଜ୍ୟର ଅପହଞ୍ଚ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା ନିମନ୍ତେ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା କାର୍ଯ୍ୟକାରୀ ହେବା ଦ୍ୱାରା ସ୍ଥାନୀୟ ଅଞ୍ଚଳଠାରୁ ଅନ୍ୟ ସ୍ଥାନର ଦୂରତା କମିବା ସହ ଲୋକେ ଅଯଥା ଖର୍ଚ୍ଚାନ୍ତରୁ ରକ୍ଷା ପାଉଛନ୍ତି। ସବୁଦିନିଆ ରାସ୍ତା ନିର୍ମାଣ ଦ୍ୱାରା ଅନୁସୂଚିତ ଜାତି ଓ ଜନାଜତିଙ୍କ ଜୀବନଜୀବିକା କ୍ଷେତ୍ରରେ ଉନ୍ନତି ପରିଲକ୍ଷିତ ହୋଇଛି ।

ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ନକ୍ସଲ ପ୍ରଭାବିତ ଅଞ୍ଚଳରେ ନକ୍ସଲ ଦମନ ନିମନ୍ତେ ପୋଲିସ କମ୍ବିଂ ଅପରେସନ୍‌ ପାଇଁ ଲାଭଜନକ ସାବ୍ୟସ୍ତ ହୋଇପାରିଥିବାବେଳେ ସେ ଅଞ୍ଚଳର ଉନ୍ନୟନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇପାରିଛି । ଏହିସବୁ ଅଞ୍ଚଳକୁ ଯିବା ପାଇଁ ମଧ୍ୟ ଏହା ସିଆର୍‌ପିଏଫ୍‌ ଆରକ୍ଷୀ ବାହିନୀଙ୍କ ସକାଶେ ସୁବିଧାଜନକ ହୋଇପାରିଛି ।

ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା
Share. Facebook Twitter LinkedIn Email WhatsApp Copy Link

Related Posts

ଦୁର୍ଘଟଣା ଘଟାଇ ଦୁଇ ଯୁବକଙ୍କୁ ହାଣିଲେ

September 28, 2026

ଆସନ୍ତା ୩ ଯାଏଁ ରାଜ୍ୟର କେତେକ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା: ୟେଲୋ ୱାର୍ଣ୍ଣିଂ ଜାରି

September 28, 2026

‘ସାହିତ୍ୟ ସଂସ୍କୃତି ସମାରୋହ’ ଅନୁଷ୍ଠାନର ଷଷ୍ଠ ବାର୍ଷିକୋତ୍ସବ

September 28, 2026

ଏକ ହଜାର କୋଟିର ନିବେଶ ପାଇଁ ‘ଫାର୍ମଏକ୍ସ’ ପକ୍ଷରୁ ଉପମୁଖ୍ୟମନ୍ତ୍ରୀଙ୍କ ନିକଟରେ ପ୍ରସ୍ତାବ

September 28, 2026
Latest News

ରେଳବାଇରେ ସ୍ନାତକ ଛାତ୍ରଛାତ୍ରୀଙ୍କ ପାଇଁ 3,477 ପଦବୀ: NTPC ନିଯୁକ୍ତି ସୁଯୋଗ

September 28, 2026

ଷ୍ଟକ୍ ବଜାରରେ ହାହାକାର: ସେନସେକ୍ସ ୭୦୦ ପଏଣ୍ଟ ଖସିଲା, କିଛି ମିନିଟ୍‌ରେ ନିବେଶକଙ୍କ ୪.୩ ଲକ୍ଷ କୋଟି ଟଙ୍କା ସ୍ୱାହା

September 28, 2026

ହରିୟାଣାରେ ତିନି ମହଲା ନିର୍ମାଣାଧୀନ କୋଠା ଭୁଶୁଡ଼ି ୪ ଶ୍ରମିକ ମୃତ, ୧୦ରୁ ଅଧିକ ଆହତ

September 28, 2026

ଏସୀୟ କ୍ରୀଡ଼ା: କ୍ରିକେଟରେ ଗୋଟିଏ ବଲ ନଖେଳି ସେମିଫାଇନାଲରେ ପ୍ରବେଶ କଲା ଭାରତ

September 28, 2026

ସୋଲୋ ଟ୍ରାଭେଲ୍ ପୂର୍ବରୁ ଜାଣିରଖନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କଥା

September 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.